ETV Bharat / politics

ଆଜି ଚମ୍ପଇ ସୋରେନଙ୍କ ଅଗ୍ନି ପରୀକ୍ଷା, ଗୃହରେ ଦେବେ ସଂଖ୍ୟା ଗରିଷ୍ଠତା ପ୍ରମାଣ

author img

By ETV Bharat Odisha Team

Published : Feb 5, 2024, 8:00 AM IST

Jharkhand Assembly special session. ଆଜି ଠାରୁ ଝାଡଖଣ୍ଡ ବିଧାନସଭାର ଦୁଇ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବ । ରାଜ୍ୟପାଳଙ୍କ ଅଭିଭାଷଣ ପରେ ଅଧିବେଶନ ଆରମ୍ଭ ହେବ। ଆଜି ଗୃହରେ ଚମ୍ପଇ ସରକାର ଆସ୍ଥା ଭୋଟର ସାମ୍ନା କରିବେ ।

ଫ୍ଲୋର ଟେଷ୍ଟ
Champai Soren

ରାଞ୍ଚି: ଆଜି ଝାଡଖଣ୍ଡ ନୂଆ ମୁଖ୍ୟମନ୍ତ୍ରୀ ଚମ୍ପଇ ସୋରେନଙ୍କ ପାଇଁ ଅଗ୍ନି ପରୀକ୍ଷା । ଝାଡ଼ଖଣ୍ଡ ମହାମେଣ୍ଟ ସରକାରର ଆଜି ଫ୍ଲୋର ଟେଷ୍ଟ(ଆସ୍ଥା ଭୋଟ) ହେବ । ରାଜ୍ୟ ଭାର ଗ୍ରହଣ କରିବାର ତିନିଦିନ ପରେ ସଂଖ୍ୟା ଗରିଷ୍ଠତା ନେଇ ପ୍ରମାଣ ଦେବେ ଚମ୍ପଇ । ଆଜି ପୂର୍ବାହ୍ନ 11ରେ ଝାଡଖଣ୍ଡ ବିଧାନସଭାର ଦୁଇ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବ । ଏହା ପୂର୍ବରୁ ବିଧାନସଭାରେ ପହଞ୍ଚିବେ ସମସ୍ତ ବିଧାୟକ । ବିଧାନସଭାରେ ଫ୍ଲୋର ଟେଷ୍ଟ ଶେଷ ହେବା ପରେ ଝାଡଖଣ୍ଡ ରାଜନୀତିରେ ଲାଗି ରହିଥିବା ଅସ୍ଥିରତାର ଅନ୍ତ ଘଟିବ ।

ହାଇଦ୍ରାବାଦରୁ ଫେରିଛନ୍ତି ବିଧାୟକ: ବିଜେପିର ଘୋଡା ବେପାର ଭୟ ରହିଥିବାରୁ ଜେଏମଏମ, କଂଗ୍ରେସ, ଆରଜେଡିର 40 ବିଧାୟକଙ୍କୁ ହାଇଦ୍ରାବାଦ ପଠାଇ ଦିଆଯାଇଥିଲା । ତିନି ଦିନ ରହିବା ପରେ ସେମାନେ ରବିବାର ପୁଣି ବିମାନ ଯୋଗେ ରାଞ୍ଚିକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସର୍କିଟ ହାଉସରେ ରାତ୍ରିଯାପନ କରିଥିଲେ । ଆଜି ପୂର୍ବାହ୍ନରେ ସମସ୍ତ ବିଧାୟକ ବିଧାନସଭାରେ ପହଞ୍ଚିବ । ଏହାପରେ ଅଧିବେଶନରେ ଆସ୍ଥା ଭୋଟ ହେବ । ଏଥିରେ ଅଂଶଗ୍ରହଣ କରିବା ପାଇଁ ହେମନ୍ତ ସୋରେନ ମଧ୍ୟ ଜେଲରୁ ଆସି ସଦନରେ ପହଞ୍ଚିପାରନ୍ତି । ଆଜି ଗୃହରେ ଚମ୍ପାଇ ସରକାର ଆସ୍ଥା ଭୋଟର ସାମ୍ନା କରିବେ ।

ଏହା ମଧ୍ୟ ପଢନ୍ତୁ-ଷଢ଼େଇକଳାରୁ ରାଞ୍ଚି: ଝାଡ଼ଖଣ୍ଡ ରାଜନୀତିରେ ଚାମ୍ପିଅନ 'ଚମ୍ପଇ'

ଆସ୍ଥା ଭୋଟରେ ବିଜୟୀ ହୋଇପାରନ୍ତି ଚମ୍ପଇ: ଝାଡ଼ଖଣ୍ଡରେ ବିଧାନସଭା ଆସନ ସଂଖ୍ୟା 81 ରହିଥିବା ବେଳେ ଫ୍ଲୋର ଟେଷ୍ଟରେ ପାସ୍ ହେବା ପାଇଁ ମେଣ୍ଟ ସରକାରଙ୍କ ନିକଟରେ ଅତିକମରେ 41 ଜଣ ବିଧାୟକଙ୍କ ସମର୍ଥନ ରହିବା ଆବଶ୍ୟକ । ବର୍ତ୍ତମାନ ଶାସକ ଦଳ ନିକଟରେ 47 ଜଣ ବିଧାୟକଙ୍କ ସମର୍ଥନ ଥିବା ଦାବି କରାଯାଉଛି । କିନ୍ତୁ ପ୍ରକୃତରେ କେତେ ବିଧାୟକଙ୍କ ସମର୍ଥନ ରହିଛି ସେନେଇ ଆଜି ପ୍ରମାଣ ଦେବେ ଚମ୍ପଇ । ଏଥିପାଇଁ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି । ଚମ୍ପଇ ସୋରେନ୍ ଆସ୍ଥା ଭୋଟରେ ବିଜୟୀ ହୋଇପାରନ୍ତି ବୋଲି କୁହାଯାଉଛି । ଜମି ଦୁର୍ନୀତି ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଇସ୍ତଫା ପରେ ଚମ୍ପଇ ସୋରେନ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଫେବୃଆରୀ 2ରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ରାଜ୍ୟପାଳ ସିପି ରାଧାକୃଷ୍ଣନ 10 ଦିନ ଭିତରେ ମେଣ୍ଟ ସରକାରଙ୍କୁ ସଂଖ୍ୟା ଗରିଷ୍ଠତାରେ ପ୍ରମାଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

ଚମ୍ପଇଙ୍କ ଶପଥ ଗ୍ରହଣରେ ବିଳମ୍ବ ହେବା କାରଣରୁ (ଶୁକ୍ରବାର) ସମସ୍ତ ବିଧାୟକଙ୍କୁ ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦକୁ ପଠାଯାଇଥିଲା । ସେଠାରେ ଏକ ରିସୋର୍ଟରେ 2 ଦିନ ରହିବା ପରେ ରବିବାର ସଂଧ୍ୟାରେ କଡା ସୁରକ୍ଷା ମଧ୍ୟରେ ଏହି ବିଧାୟକମାନେ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଥିଲେ । ରାଞ୍ଚିରେ ବିମାନ ଅବତରଣ କରିବା ପରେ ସମସ୍ତଙ୍କୁ ସର୍କିଟ ହାଉସରରେ ରାତ୍ରିଯାପନ କରିଥିଲେ । ଆଜି ବିଧାନସଭାରେ ପହଞ୍ଚିବା ନେଇ ସୂଚନା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.