ETV Bharat / politics

ଷଢ଼େଇକଳାରୁ ରାଞ୍ଚି: ଝାଡ଼ଖଣ୍ଡ ରାଜନୀତିରେ ଚାମ୍ପିଅନ 'ଚମ୍ପଇ'

author img

By ETV Bharat Odisha Team

Published : Feb 2, 2024, 12:54 PM IST

Updated : Feb 2, 2024, 1:03 PM IST

Jharkhand CM Champai Soren: ଝାଡଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଚମ୍ପଇ ସୋରେନ । ଚାଷୀରୁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଝାଡ଼ଖଣ୍ଡର ଏହି ଅନୁଭବି ରାଜନେତାଙ୍କ ରାଜନୈତିକ ଯାତ୍ରା ଉପରେ ଏକ ନଜର ।

ଚମ୍ପଇ ସୋରେନ
Champai Soren

ରାଞ୍ଚି: ଝାଡ଼ଖଣ୍ଡରେ ରାଜନୈତିକ ହାଇଡ୍ରାମା ମଧ୍ୟରେ ଗଠିତ ହୋଇଛି ନୂଆ ସରକାର । ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଜେଏମଏମ ନେତା ଚମ୍ପଇ ସୋରେନ। ହେମନ୍ତ ସୋରେନଙ୍କ ଇସ୍ତଫା ପରେ ଝାଡ଼ଖଣ୍ଡ ଗାଦି ସମ୍ଭାଳିଛନ୍ତି ଚମ୍ପଇ । 2000 ମସିହା ନଭେମ୍ବର 15ରେ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପାଇଥିଲା ଝାଡ଼ଖଣ୍ଡ। ବିହାର ଠାରୁ ଅଲଗା ହୋଇ ପାଇଥିଲା ରାଜ୍ୟ ମାନ୍ୟତା । ଗତ 23 ବର୍ଷ ମଧ୍ୟରେ ଝାଡ଼ଖଣ୍ଡରେ 12 ଥର ସରକାର ଗଠନ ହୋଇଛି । କିଏ ଏହି ଚମ୍ପଇ ସୋରେନ ? କେମିତି ଥିଲା ତାଙ୍କର ସାମାଜିକ ଏବଂ ରାଜନୈତିକ ଯାତ୍ରା ? କେବେ ଆରମ୍ଭ ହେଲା ତାଙ୍କର ରାଜନୈତିକ କ୍ୟାରିୟର ? ଶିବୁ ସୋରେନ ପରିବାର ସହ କେତେ ନିକଟତର ନୂଆ ମୁଖ୍ୟମନ୍ତ୍ରୀ ? ଆସନ୍ତୁ ଜାଣିବା ...,

ଚାଷୀରୁ ମୁଖ୍ୟମନ୍ତ୍ରୀ: 67 ବର୍ଷୀୟ ଚମ୍ପଇ ସୋରେନ। ନଭେମ୍ବର 1956 ମସିହାରେ ଷଢ଼େଇକଳା ଖରସାୱାନ ଜିଲ୍ଲା ଜିଲିଙ୍ଗଗୌଡ଼ା ଗ୍ରାମରେ ଜନ୍ମ ଗ୍ରହଣ । ବାପା ସିମଲ ସୋରେନଙ୍କର 4 ଜଣ ପିଲାଙ୍କ ମଧ୍ଯରେ ଚମ୍ପଇ ଅନ୍ୟତମ । 4 ଭାଇ ଭଉଣୀଙ୍କ ମଧ୍ଯରେ ଚମ୍ପଇ ସୋରେନ ସବୁଠୁ ବଡ଼ । ଚାଷୀ ପରିବାରରେ ଜନ୍ମଗ୍ରହଣ । ମାଟ୍ରିକ (ଦଶମ ଶ୍ରେଣୀ)ରେ ଚମ୍ପଇଙ୍କ ପାଠପଢ଼ାରେ ବନ୍ଧା ହୋଇଥିଲା ଡୋରି । ପିଲାଟି ବେଳୁ ଚାଷ କାର୍ଯ୍ୟରେ ବାପାଙ୍କୁ କରୁଥିଲେ ସାହାଯ୍ୟ । ପ୍ରଥମେ ଚାଷକାର୍ଯ୍ଯ, ପରେ ରାଜନୀତି, ତାପରେ ବିଧାୟକ, ମନ୍ତ୍ରୀ ଏବଂ ଶେଷରେ ମୁଖ୍ୟମନ୍ତ୍ରୀ । ଚାଷୀ ଘରରୁ ମୁଖ୍ୟମନ୍ତ୍ରୀ ବାସଭବନରେ ପହଞ୍ଚିଛନ୍ତି ଚମ୍ପଇ ସୋରେନ।

ଦଶମ ପାସ୍ : ପିଲା ଦିନରୁ ଚାଷ କାମ କରୁଥିଲେ ଚମ୍ପଇ । ସେ 10ମ ଶ୍ରେଣୀ ଯାଏଁ ପାଠ ପଢ଼ିଛନ୍ତି । ଆଦିବାସୀ ପରମ୍ପରା ଅନୁସାରେ ଅଳ୍ପ ବୟସରେ ସେ ବିବାହ କରିଥିଲେ । ତାଙ୍କର 4 ପୁଅ ଓ 3 ଝିଅ ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଆଜିଠୁ ଝାଡ଼ଖଣ୍ଡରେ ‘ଟାଇଗର’ ରାଜ, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଚମ୍ପାଇ ସୋରେନ

ରାଜନୀତିରେ ଚମ୍ପଇ : ନବେ ଦଶକରୁ ଆରମ୍ଭ ହୁଏ ଚମ୍ପଇଙ୍କ ରାଜନୈତିକ କ୍ୟାରିୟର । ଝାଡ଼ଖଣ୍ଡକୁ ସ୍ବତନ୍ତ୍ର ରାଜ୍ୟ ଗଠନ ଦାବିରେ ଚାଲିଥିବା ଆନ୍ଦୋଳନରେ ସାମିଲ ହୋଇଥିଲେ। 1995ରେ ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଚମ୍ପଇ। 1995ରୁ 2000 ପର୍ଯ୍ୟନ୍ତ ତତକାଳୀନ ବିହାର ରାଜ୍ୟର ସଢ଼େଇକଳା ବିଧାନସଭା ଆସନରୁ ବିଧାୟକ ନିର୍ବାଚିତ ହୋଇଥିଲେ । 2000ରେ ଗଠନ ହୋଇଥିଲା ଝାଡ଼ଖଣ୍ଡ ରାଜ୍ୟ । ପରେ 2005ରୁ 2009 ମଧ୍ୟରେ ପୁଣିଥରେ ସଢ଼େଇକଳା ବିଧାନସଭା ଆସନରୁ ବିଜୟୀ ହୋଇଥିଲେ। ପରେ ସେହି ଆସନରୁ 2009-2014 ଏବଂ 2014ରୁ 2019 ଏବଂ 2019ରୁ ବର୍ତ୍ତମାନ ପର୍ଯ୍ୟନ୍ତ ବିଧାୟକ ଅଛନ୍ତି ଚମ୍ପଇ। ଅର୍ଥାତ ପାଞ୍ଚଥର ବିଧାୟକ ନିର୍ବାଚିତ ହୋଇଛନ୍ତି ଚମ୍ପଇ ସୋରେନ। ସ୍ବତନ୍ତ୍ର ଝାଡ଼ଖଣ୍ଡ ପ୍ରଦେଶ ଗଠନ ଆନ୍ଦୋଳନରେ ଭାଗ ନେଇଥିବା ଚମ୍ପଇ ପରବର୍ତ୍ତୀ ସମୟରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ସଂସ୍ଥାପକ ଶିବୁ ସୋରେନଙ୍କ ସହିତ ମିଶି ଆନ୍ଦୋଳନକୁ ତୀବ୍ରତର କରିଥିଲେ । ସ୍ବତନ୍ତ୍ର ରାଜ୍ୟ ଗଠନ ହେବା ପରେ 2005ରେ ଷଢ଼େଇକଳା ଆସନରୁ ସ୍ବାଧୀନ ଭାବେ ନିର୍ବାଚନ ଲଢି ବିଧାନସଭାରେ ପହଞ୍ଚିଥିଲେ। ସ୍ବତନ୍ତ୍ର ଝାଡ଼ଖଣ୍ଡ ରାଜ୍ୟ ଗଠନରେ ସକ୍ରିୟ ଭୂମିକା ତୁଲାଇଥିବାରୁ ତାଙ୍କୁ ‘ଝାଡ଼ଖଣ୍ଡ ଟାଇଗର’ କୁହନ୍ତି ଜନସାଧାରଣ ।

ବିଜେପି ସରକାରରେ ଥିଲେ ମନ୍ତ୍ରୀ: 2010ରୁ 2013 ପର୍ଯ୍ୟନ୍ତ ଚମ୍ପଇ ସୋରେନ ବିଜେପି ସରକାରରେ ମନ୍ତ୍ରୀ ହୋଇଥିଲେ । ତତ୍କାଳୀନ ବିଜେପି ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ମନ୍ତ୍ରିମଣ୍ଡଳରେ ଚମ୍ପଇ କ୍ୟାବିନେଟ ମନ୍ତ୍ରୀ ଥିଲେ । ଏହାପରେ ରାଜ୍ୟରେ ଗୋଟିଏ ବର୍ଷ ପାଇଁ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲା । ପରେ ଜେଏମଏମ ସରକାର ଗଠନ କରିଥିଲା । ପାଖାପାଖି ଦେଢ଼ ବର୍ଷ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ହେମନ୍ତ ସୋରେନ । ସେତେବେଳେ ଚମ୍ପଇ ଜେଏମଏମରେ ସାମିଲ ହୋଇ ହେମନ୍ତଙ୍କ ମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇଥିଲେ । ପୁଣି ଥରେ 2019 ରେ ଜେଏମଏମ ନେତୃତ୍ବରେ ଗଠବନ୍ଧନ ସରକାର କ୍ଷମତାସୀନ ହେବା ପରେ ଚମ୍ପଇଙ୍କୁ ହେମନ୍ତ ସୋରେନ ପରିବହନ ବିଭାଗ ମନ୍ତ୍ରୀ କରିଥିଲେ। ।

କୁହାଯାଏ, ଶିବୁ ସୋରେନଙ୍କ ପରିବାର ଅତି ଘନିଷ୍ଠ ଏବଂ ବିଶ୍ବସ୍ତ ସହଯୋଗୀ ହେଉଛନ୍ତି ଚମ୍ପଇ । ଯାହାର ଉପହାର ଶେଷରେ ତାଙ୍କୁ ମିଳିଛି । ଆନୁଗତ୍ୟ ପାଇଁ ଚମ୍ପଇଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇଛି ଶିବୁ ସୋରେନ ପରିବାର।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 2, 2024, 1:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.