ETV Bharat / politics

କେନ୍ଦ୍ରାପଡାରେ କେନ୍ଦ୍ରମନ୍ତ୍ରୀ ସୋନୋୱାଲ, ବିକଶିତ ଭାରତ ସଂକଳ୍ପ ଶୋଭାଯାତ୍ରାରେ ସାମିଲ

author img

By ETV Bharat Odisha Team

Published : Jan 20, 2024, 7:14 AM IST

Sarbananda Sonowal visits Kendrapara: କେନ୍ଦ୍ରାପଡାରେ 'ବିକଶିତ ଭାରତ ସଂକଳ୍ପ ଯାତ୍ରା' କାର୍ଯ୍ୟକ୍ରମରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ । ଅଧିକ ପଢନ୍ତୁ

କେନ୍ଦ୍ରାପଡାରେ କେନ୍ଦ୍ରମନ୍ତ୍ରୀ ସୋନୋୱାଲ
କେନ୍ଦ୍ରାପଡାରେ କେନ୍ଦ୍ରମନ୍ତ୍ରୀ ସୋନୋୱାଲ
କେନ୍ଦ୍ରାପଡାରେ କେନ୍ଦ୍ରମନ୍ତ୍ରୀ ସୋନୋୱାଲ

କେନ୍ଦ୍ରାପଡା: କେନ୍ଦ୍ରାପଡା ଗସ୍ତରେ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ । ଶୁକ୍ରବାର ଦିନ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଆଳିର ଆରାଧ୍ୟ ଦେବତା ଲକ୍ଷ୍ମୀ ବରାହଜୀଉଙ୍କ ଦର୍ଶନ କରିବା ସହିତ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଯାୟୀ ଆରାଧ୍ୟ ଦେବତାଙ୍କ ମନ୍ଦିର ପରିସର ସଫେଇ କରିଥିଲେ । ଏଥିସହ କେନ୍ଦ୍ରମନ୍ତ୍ରୀ ବାଟିପଡା ଓ ସିଙ୍ଗିରି ପଞ୍ଚାୟତରେ ଅନୁଷ୍ଠିତ "ବିକଶିତ ଭାରତ ସଂକଳ୍ପ ଯାତ୍ରା" କାର୍ଯ୍ୟକ୍ରମରେ ଯୋଗଦେଇ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରିଥିଲେ ।ଏହି ସମୟରେ ଆଳି ବ୍ଲକ ବାଟିପଡା ଓ ସିଙ୍ଗିରି ପଞ୍ଚାୟତରେ ଅନୁଷ୍ଠିତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗଦେଇଥିଲେ ମନ୍ତ୍ରୀ ।

କେନ୍ଦ୍ରମନ୍ତ୍ରୀ ଆଳିରେ ପହଞ୍ଚି ପ୍ରଥମେ ଆଳିର ଆରାଧ୍ୟ ଦେବତା ଲକ୍ଷ୍ମୀ ବରାହଜୀଉଙ୍କ ଦର୍ଶନ କରିବା ସହିତ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଯାୟୀ ଆରାଧ୍ୟ ଦେବତାଙ୍କ ମନ୍ଦିର ପରିସର ସଫେଇ କରିଥିଲେ । ଏହାପରେ କେନ୍ଦ୍ରମନ୍ତ୍ରୀ ବାଟିପଡା ଓ ସିଙ୍ଗିରି ପଞ୍ଚାୟତରେ ଅନୁଷ୍ଠିତ "ବିକଶିତ ଭାରତ ସଂକଳ୍ପ ଯାତ୍ରା" କାର୍ଯ୍ୟକ୍ରମରେ ଯୋଗଦେଇ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗ୍ୟାରେଣ୍ଟି ରଥ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରିଥିଲେ । କେନ୍ଦ୍ର ସରକାରଙ୍କ ଯୋଜନାରେ ଉପକୃତ ହୋଇଥିବା ହିତାଧିକାରୀମାନଙ୍କୁ କେନ୍ଦ୍ରମନ୍ତ୍ରୀ ମଞ୍ଚରେ ସମ୍ବର୍ଦ୍ଧିତ କରିଥିଲେ ।

ଏହାମଧ୍ୟ ପଢନ୍ତୁ.. ଶିକ୍ଷକ ନିଯୁକ୍ତି ଅନିୟମିତତା ନେଇ ସରକାରଙ୍କୁ ଘେରିଲା ବିଜେପି

ଏହି କାର୍ଯ୍ୟକ୍ରମରେ ଆଳି ବିଡ଼ିଓ ମିନତୀ ଜଗଦେବ, ପାରାଦ୍ୱୀପ ପୋର୍ଟ ଅଧକ୍ଷ, ବିଜେପିର ରାଜ୍ୟ ଓ ଜିଲ୍ଲା ସ୍ତରୀୟ ନେତୃତ୍ୱମାନେ ଉପସ୍ଥିତ ଥିଲେ । ନରେନ୍ଦ୍ର ମୋଦୀଙ୍କ ସାଢ଼େ ନ'ବର୍ଷ କାର୍ଯ୍ୟଭାର ମଧ୍ୟରେ ଦେଶର ସମସ୍ତ କେନ୍ଦ୍ର ଶାସିତ ଅଞ୍ଚଳ, ରାଜ୍ୟ, ଜିଲ୍ଲା, ସହର ଓ ଗାଁରେ ଯେଉଁଭଳି ଜଣେ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ନରୁହନ୍ତି ସେନେଇ ମୋଦୀ ସରକାର ପ୍ରତ୍ୟେକ ସଂସଦୀୟ କ୍ଷେତ୍ରକୁ ମନ୍ତ୍ରୀ, ସାଂସଦ ଓ ଅଧିକାରୀ ମାନଙ୍କୁ ପଠାଇ ଏହାର ତଦାରଖ କରୁଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ସେହିପରି ବିଜେଡି ଦଳରେ ରହି ମୌଳିକ ସୁବିଧାରୁ ବଞ୍ଚିତ ହୋଇଥିବା ଜଣେ କର୍ମୀ ମଞ୍ଚରେ ବିଜେପି ସରକାର ଓ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଯୋଗୁଁ ସେ ପ୍ରଧାନମନ୍ତ୍ରୀ ଆବାସ ପାଇଥିବା କହିବା ସହ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ମୋଦୀ ସରକାରଙ୍କ ଗ୍ୟାରେଣ୍ଟି ଫଳପ୍ରଦ ହେଉଥିବା କହିବା ସହ ଆଗାମୀ ଦିନରେ ସମାଜର ସର୍ବନିମ୍ନ ସ୍ତରରେ ଥିବା ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କୁ ସୁବିଧା ପ୍ରଦାନ କରିବା ପାଇଁ କହିଛନ୍ତି ସୋନୋୱାଲ ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.