ETV Bharat / politics

ଏଣିକି ଆଉ ଲଗାମଛଡା ହୋଇ ପାରିବେ ନାହିଁ ଅଫିସର: କ୍ୟାବିନେଟ ମନ୍ତ୍ରୀ ରବି ନାୟକ - Minister Rabi Narayan Naik React - MINISTER RABI NARAYAN NAIK REACT

Cabinet Minister Rabi Narayan Naik React: ବିଜେଡି ସରକାର ଅମଳରୁ ଚାଲିଆସିଥିବା ଅଫିସର ରାଜରେ ଲାଗିବ ବିରାମ । କ୍ୟାବିନେଟ ମନ୍ତ୍ରୀ ରବି ନାୟକ ଲୋକଙ୍କର ଆଶା ଆକାଂକ୍ଷାକୁ ଦେଖି ଅଫିସରଙ୍କୁ କାମ କରିବାକୁ ତାଗିଦ କରିଛନ୍ତି । ଅଧିକ ପଢନ୍ତୁ

Minister Rabi Narayan Naik React
Minister Rabi Narayan Naik React (ETV Bharat Odisha)
author img

By ETV Bharat Odisha Team

Published : Jun 13, 2024, 9:02 PM IST

ଭୁବନେଶ୍ବର: ରାଜ୍ୟରେ ଅଫିସରମାନେ ଏଣିକି ଆଉ ଲଗାମଛଡା ହୋଇ ପାରିବେନାହିଁ । ମନ୍ତ୍ରୀମାନଙ୍କ ହାତରେ ରହିବ ସଚିବ ଓ ଅଧିକାରୀଙ୍କ ଲଗାମ । ସରକାର ଠିକ ଭାବରେ ଚାଲିଲେ, ଅଫିସରମାନେ ଠିକ ଭାବେ କାମ କରିବେ । ଲୋକଙ୍କର ଆଶା ଆକାଂକ୍ଷାକୁ ଦେଖି ଅଫିସରଙ୍କୁ କାମ କରିବାର ଅଛି । ଆଉ ଆମେ ତାଙ୍କୁ କାମ କରେଇବାର ଅଛି । ସରକାର ଓ ସରକାରୀ ଅଧିକାରୀ ଲୋକଙ୍କ ପାଇଁ କାମ କରିବେ । ରାଜ୍ୟବାସୀ ଏଇ ବିଶ୍ଵାସ ରଖନ୍ତୁ ବୋଲି କହିଛନ୍ତି ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ରବି ନାୟକ ।

Minister Rabi Narayan Naik React (ETV Bharat Odisha)

ପୂର୍ବରୁ ଓଡ଼ିଶାରେ ସରକାରୀ ଅଧିକାରୀଙ୍କ ମନମାନି ବାବଦରେ ଅପଖ୍ୟାତି ରହିଛି । ରାଜ୍ୟରେ ମନ୍ତ୍ରୀ କିମ୍ବା ବିଧାୟକ ନୁହଁନ୍ତି, ସଚିବ ଓ ଅଧିକାରୀଙ୍କ ରାଜ୍ ଚାଲିଛି ବୋଲି ଅଭିଯୋଗ ମଧ୍ୟ ରହିଛି । ରାଜ୍ୟର କ୍ଷମତା ଡୋରୀ ଲୋକପ୍ରତିନିଧି ନୁହେଁ, ସରକାରୀ ବାବୁଙ୍କ ହାତରେ ରହିଥିବା ବିରୋଧୀ ଦଳରେ ଥିବା ବେଳେ ବିଜେପି ଅଭିଯୋଗ କରି ଆସିଛି । ଏବେ ରାଜ୍ୟରେ ସତ୍ତା ପରିବର୍ତ୍ତନ ହୋଇଛି । ଅଭିଯୋଗ କରୁଥିବା ବିଜେପି ଦଳ ଏବେ ଶାସନ ଗାଦିକୁ ଆସିଛି । ରାଜ୍ୟରେ ବାବୁ ରାଜ ନେଇ ନବ ନିର୍ବାଚିତ କ୍ୟାବିନେଟ ମନ୍ତ୍ରୀ ରବି ନାୟକ କହିଛନ୍ତି ଯେ, ଯଦି ସରକାର ଠିକ ଚାଲିବ ତାହାଲେ ସଚିବ, ଅଧିକାରୀ ଓ ଅଫିସର ମାନେ ଠିକ ଚାଲିବେ । ଆମ ଲଗାମ ଆମ ପାଖରେ ଅଛି । ଲଗାମ ଆମେ ଧରିବୁ । ଘୋଡା ଠିକ ହିସାବରେ ଯିବ । ନୂଆ ସରକାରକୁ ପ୍ରଶାସନିକ ଅସହଯୋଗ ସନ୍ଦେହ ଦୂର ହେବ । ଲୋକଙ୍କ ଲାଗି ଆମେ ନିଷ୍ପତ୍ତି ନେବୁ । ତାକୁ ଆମେ ପାଳନ କରିବୁ । ତେଣୁ ସେ ଦୃଷ୍ଟିରୁ କୌଣସି ପ୍ରକାର ପ୍ରତିବନ୍ଧକ ରହିବ ନାହିଁ । ଏ ବିଷୟରେ କ୍ୟାବିନେଟ ବୈଠକ ସମୟରେ ଆଲୋଚନା ହୋଇଛି ।

ଏହା ମଧ୍ୟ ପଢନ୍ତୁ .... ଉତ୍କଳମଣିଙ୍କ ଜନ୍ମମାଟିରେ ନୂତନ ମୁଖ୍ୟମନ୍ତ୍ରୀ, ଓଡିଆ ଅସ୍ମିତା ଉପରେ ଗୁରୁତ୍ବାରୋପ - CM Mohan Charan Majhi Visits Suando

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଲୋକଙ୍କର ଆଶା ଆକାଂକ୍ଷାକୁ ଦେଖି ଅଫିସର ମାନଙ୍କୁ କାମ କରିବାର ଅଛି । ଆଉ ଆମକୁ କାମ କରେଇବାର ଅଛି । ଦୁହେଁ ପରିପୂରକ । ଏହି ହିସାବରେ ଆମେ କାମ କରିବୁ । ରାଜ୍ୟବାସୀ ଏଇ ବିଶ୍ଵାସ ରଖନ୍ତୁ ସରକାର ଓ ସରକାରୀ ଅଧିକାରୀ ଲୋକଙ୍କ ପାଇଁ କାମ କରିବେ । ବରିଷ୍ଠ ସାମ୍ବାଦିକ ପ୍ରଭୁକଲ୍ୟାଣ ମହାପାତ୍ର କହିଛନ୍ତି ଯେ, ଅଧିକାରୀମାନଙ୍କୁ ବଦଳେଇବା ଦରକାର ନାହିଁ । ସେମାନେ ଆପେ ଆପେ ପରିବର୍ତ୍ତନ ହୋଇଯିବେ । ବିଭିନ୍ନ କାରଣରୁ ସେମାନେ ବିଗତ ସରକାରରେ ପ୍ରିୟଭାଜନ ଥିଲେ । ତେଣୁ ସେମାନେ ଗୋଟେ ପଦବୀରେ ଦୀର୍ଘ ସମୟ ହେଲା ରହିଛନ୍ତି । ସରକାର ପରିବର୍ତ୍ତନ ହୋଇଛି । ନୂଆ ସରକାର ସେମାନଙ୍କ ନୀତି ନିର୍ଦ୍ଧାରଣ କରିବେ । ମୋହନ ମାଝୀଙ୍କ ସରକାର ଏହା ଉପରେ ନଜର ଦେବେ । ରାଜ୍ୟରେ ବାବୁ ରାଜ ରହିବ ନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.