ETV Bharat / politics

ବିଜେପିରେ ଯୋଗଦେଲେ ବଲିଉଡ କଣ୍ଠଶିଳ୍ପୀ ଅନୁରାଧା ପୌଡୱାଲ - Anuradha Paudwal joins BJP

Anuradha Paudwal joins BJP: ରାତନୀତିରେ ପ୍ରବେଶ କଲେ କଣ୍ଠଶିଳ୍ପୀ ଅନୁରାଧା ପୌଡୱାଲ । ଦିଲ୍ଲୀ ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ବିଜେପିରେ ସାମିଲ ହେଲେ । ଅଧିକ ପଢନ୍ତୁ

Anuradha Paudwal joins BJP
Anuradha Paudwal joins BJP
author img

By ETV Bharat Odisha Team

Published : Mar 17, 2024, 7:21 AM IST

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ରାଜନୀତିରେ ପ୍ରବେଶ କଲେ ଜଣାଶୁଣା ବଲିଉଡ କଣ୍ଠଶିଳ୍ପୀ ଅନୁରାଧା ପୌଡୱାଲ । ଶନିବାର ସେ ବିଜେପିରେ ସାମିଲ ହୋଇଛନ୍ତି । ଦିଲ୍ଲୀ ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ବହୁ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି କଣ୍ଠଶିଳ୍ପୀ । ବିଜେପିରେ ସାମିଲ ହେବା ପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିବା ସହ ଖୁସି ଥିବା କହିଛନ୍ତି ।

ଅନୁରାଧା ପୌଡୱାଲ କହିଛନ୍ତି, ''ସନାତମ ଧର୍ମ ସହ ଭଲ ସମ୍ପର୍କ ଥିବା ଦଳରେ ସାମିଲ ହୋଇଥିବାରୁ ମୁଁ କୃତଜ୍ଞତା ଜଣାଉଛି । ବିଜେପିରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି । ଏହି ଦଳର ସନାତନ ଧର୍ମ ସହ ଭଲ ସମ୍ପର୍କ ରହିଛି । ବିଜେପିରେ ସାମିଲ ହେବା ମୋ ପାଇଁ ସୌଭାଗ୍ୟର ବିଷୟ ।'' ଚଳିତ ଥର ଲୋକସଭା ନିର୍ବାଚନ ଲଢିବେ ନା ନାହିଁ ସେନେଇ ପ୍ରଶ୍ନ କରାଯିବାରୁ କଣ୍ଠଶିଳ୍ପୀ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ମୋତେ କିଛି ଜଣାନାହିଁ । ମୋତେ ଯାହା ପରାମର୍ଶ ଦିଆଯିବ ତାହା କରିବି ।

ଏହା ମଧ୍ୟ ପଢନ୍ତୁ-ସୁପ୍ରିମକୋର୍ଟରୁ ଅନୁରାଧାଙ୍କୁ ମିଳିଲା ଆଶ୍ବସ୍ତି

ଅନୁରାଧା ପୌଡ଼ୱାଲ ହିନ୍ଦୀ, ଓଡ଼ିଆ, ମରାଠୀ, ବଙ୍ଗଳା, ନେପାଳୀ, ତାମିଲ ଓ କନ୍ନଡ଼ ଆଦି ବହୁ ଭାଷାର ଚଳଚ୍ଚିତ୍ରରେ କଣ୍ଠଦାନ କରନ୍ତି । ଚଳଚ୍ଚିତ୍ର ବ୍ୟତୀତ ସେ ଜଣେ ଭଜନ ଗାୟିକା ଭାବରେ ମଧ୍ୟ ଜଣାଶୁଣା । ଆଜି ପର୍ଯ୍ୟନ୍ତ ସେ 1500ରୁ ଊର୍ଦ୍ଧ୍ବ ଭଜନ ଗାଇ ସାରିଛନ୍ତି । 2017 ମସିହାରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା । ସେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଓ ୪ ଥର ଫିଲ୍ମଫେୟାର ପୁରସ୍କାର ମଧ୍ୟ ପ୍ରାପ୍ତ କରିଛନ୍ତି । 1973 ମସିହାର ହିନ୍ଦୀ ଚଳଚ୍ଚିତ୍ର ଅଭିମାନରେ ଅନୁରାଧା ପ୍ରଥମେ କଣ୍ଠଦାନ କରିଥିଲେ । ମରାଠୀ ଚଳଚ୍ଚିତ୍ର ଯଶୋଦାରୁ ସେ ଲୋକପ୍ରିୟତା ହାସଲ କରିଥିଲେ । ଆଶିକି, ଦିଲ ହେ କି ମାନତା ନେହିଁ, ବେଟା, ସଡ଼କ, ଦିଲ ଓ ସାଜନ ଆଦି ଚଳଚ୍ଚିତ୍ରରେ କଣ୍ଠଦାନ କରି ବେଶ ସଫଳତା ପାଇଥିଲେ । 90 ଦଶକରେ ମହାପ୍ରଭୁ ଜଗନ୍ନାଥଙ୍କ ଅନେକ ଭଜନ ଗାଇ ଅନୁରାଧା ଓଡ଼ିଶାର ପ୍ରତ୍ୟେକ ଘରେ ଘରେ ବେଶ ପରିଚିତ ଥିଲେ । ତୁଣ୍ଡ ବାଇଦ ଓ କଣ୍ଢେଇ ଆଖିରେ ଲୁହ ଚଳଚ୍ଚିତ୍ରରେ କଣ୍ଠଦାନ କରି ପ୍ରଚ୍ଛଦପଟ୍ଟ ଗାୟିକା ଭାବରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.