ETV Bharat / politics

ଘୋଷଣା ହୋଇନି ମୁଖ୍ୟମନ୍ତ୍ରୀ ଚେହେରା, ଚର୍ଚ୍ଚାରେ ମନ୍ତ୍ରୀମଣ୍ତଳରେ କିଏ ପାଇବ ସ୍ଥାନ - BJPs First Government In Odisha

author img

By ETV Bharat Odisha Team

Published : Jun 10, 2024, 9:47 PM IST

BJPs First Government In Odisha: ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ସହ ନୂତନ ମନ୍ତ୍ରିମଣ୍ଡଳ ଗଠନ ହେବ । ତେବେ ମନ୍ତ୍ରିମଣ୍ଡଳରେ କାହାକୁ ସ୍ଥାନ ମିଳିବ ତାକୁ ନେଇ ଚର୍ଚ୍ଚା । ଅଧିକ ପଢ଼ନ୍ତୁ

BJPs First Government In Odisha
BJPs First Government In Odisha (ETV Bharat Odisha)

ଭୁବନେଶ୍ବର: ଏଣେ ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବା ନେଇ ତାରିଖ ଘୋଷଣା ହୋଇସାରିଲାଣି । କିନ୍ତୁ ସେପଟେ କିଏ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ବିଜେପି ପ୍ରଥମ କରି ଓଡ଼ିଶାରେ ଏକାକୀ ସରକାର ଗଢ଼ିବାକୁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି । ଏହିରି ଭିତରେ ନୂତନ ମନ୍ତ୍ରିମଣ୍ଡଳ ଗଠନ ହେବାକୁ ଯାଉଥିବା ବେଳେ ମନ୍ତ୍ରିମଣ୍ତଳରେ କିଏ କିଏ ସ୍ଥାନ ପାଇବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ଆସନ୍ତା 12 ତାରିଖ ବୁଧବାର ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ । ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ରବି ନାୟକ ରେସରେ ଅଛନ୍ତି ବୋଲି ଚର୍ଚ୍ଚା ହେଉଛି । କାରଣ ରବି ନାୟକ ଚାରି ଚାରି ଥରର ବିଧାୟକ । ରବି ନାୟକ କହିଛନ୍ତି, "ଚର୍ଚ୍ଚା ହେଉଛି ଯେ, ବିଜେପି ସରକାରରେ କିଏ ମଙ୍ଗ ଧରିବ, ମୋ ନାମ ଚର୍ଚ୍ଚା ହେଉଛି । କେନ୍ଦ୍ରୀୟ ନେତୃତ୍ଵ ସବୁ ଦିଗକୁ ଦେଖିବେ । ଯଦି ମୋ କଥା ହୁଏ ମୁଁ ଅଧିକାରୀମାନଙ୍କ ପାଖରେ କୃତଜ୍ଞ ରହିବି । ଓଡ଼ିଶାର ଯଦି ଜଣେ ଆଦିବାସୀ ଓ ଦଳିତ ମୁଖ୍ୟମନ୍ତ୍ରୀ ହେବେ ତାଙ୍କୁ ସ୍ୱାଗତ କରିବୁ ।"

ସେହିପରି ଓଡିଶା ମନ୍ତ୍ରୀମଣ୍ଡଳରେ କାହାକୁ ସ୍ଥାନ ମିଳିବ ତାକୁ ନେଇ ଚର୍ଚ୍ଚା । ଓଡିଶାରେ ପ୍ରଥମ ଥର ଏକାକୀ ସରକାର କରିବାକୁ ଯାଉଛି ବିଜେପି । ବିରୋଧୀ ଦଳରେ ବସିବ ବିଜୁ ଜନତା ଦଳ । ତେବେ ବିଜେପି ସରକାରର ମନ୍ତ୍ରୀମଣ୍ଡଳ ବି ସେହିଭଳି ପ୍ରଭାବଶାଳୀ ହେବା ଉଚିତ । ମନ୍ତ୍ରୀମଣ୍ଡଳରେ ବି ସେହିଭଳି ଟାଣୁଆ ନେତା ରହିବା ଜରୁରୀ । ୭୮ ଜଣ ବିଧାୟକଙ୍କ ମଧ୍ୟରୁ କେଉଁ କେଉଁ ବିଧାୟକ ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ ସେ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ସେପଟେ ଉଦଳାର ଭାସ୍କର ମଢ଼େଇ ଓଡିଶାରୁ ମନ୍ତ୍ରୀ ପଦ ପାଇଁ ଆଶାୟୀ ଅଛନ୍ତି । ସେ କହିଛନ୍ତି, "ଦଳ ମୋତେ ଯାହା ନିଷ୍ପତ୍ତି ନେବେ ମୁଁ ଗ୍ରହଣ କରିବି । ମୁଁ ଦଳ ପାଇଁ କାମ କରୁଛି । ଯିଏ ବି ମନ୍ତ୍ରୀ ମଣ୍ତଳରେ ସ୍ଥାନ ପାଇବ ସେ ଲୋକମାନଙ୍କ ପାଇଁ କାମ କରିବ । କେନ୍ଦ୍ରରେ ଯେଉଁ ଯୋଜନା ସବୁ ଅଛି ତାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ଆମ କାମ ।"

ଏହା ମଧ୍ୟ ପଢ଼ନ୍ତୁ...ମୋଦି ସରକାରଙ୍କ ବିଭାଗ ବଣ୍ଟନ; କାହାକୁ ମିଳିଲା କେଉଁ ବିଭାଗ ? - Modi 3 0 Portfolio Allocation

ସେହିପରି, ମୋହନ ମାଝୀ, ମୁକେଶ ମହାଲିଙ୍ଗ, ପ୍ରଭାତୀ ପରିଡା, ସୁରମା ପାଢୀ, ଜୟନାରାୟଣ ମିଶ୍ର, ସନାତନ ବିଜୁଳି, କନକ ବର୍ଦ୍ଧନ ସିଂହଦେଓ, ଭବାନୀ ଶଙ୍କର ଭୋଇ ଓ ନିତ୍ୟାନନ୍ଦ ଗଣ୍ଡ ଭଳି ବହୁ ବିଧାୟକ ମନ୍ତ୍ରୀ ହେବା ପାଇଁ ରେସ୍‌ରେ ଅଛନ୍ତି । ତେବେ 12 ତାରିଖରେ ମୁଖ୍ୟମନ୍ତ୍ରୀ ଶପଥ ନେବା ପରେ ମନ୍ତ୍ରୀ ମଣ୍ଡଳ ଗଠନ ହେବ । ରାଜ୍ଯରେ 44ଟି ବିଭାଗରେ କେଉଁ କେଉଁମାନେ ସ୍ଥାନ ପାଇବେ ତାକୁ ନେଇ ଚର୍ଚ୍ଚା ଚାଲିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.