ETV Bharat / politics

ମେଣ୍ଟ ଛିଣ୍ଡିବା ପରେ ଦିଲ୍ଲୀ ଗଲେ ମନମୋହନ, ଆଜି ଆସିପାରେ ଓଡ଼ିଶା ପ୍ରାର୍ଥୀ ତାଲିକା - LOK SABHA ELECTIONS - LOK SABHA ELECTIONS

Odisha BJP List: ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ଯୋଗ ଦେବାକୁ ଦିଲ୍ଲୀ ଗଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଆଜି ବିଜେପି ପକ୍ଷରୁ ତୃତୀୟ ପ୍ରାର୍ଥୀ ତାଲିକା ଘୋଷଣା ହେବାକୁ ଥିବାବେଳେ, ଆସିପାରେ ଓଡ଼ିଶାର ପ୍ରଥମ ତାଲିକା । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Mar 23, 2024, 12:56 PM IST

Updated : Mar 23, 2024, 2:13 PM IST

ଦିଲ୍ଲୀ ଗଲେ ମନମୋହନ

ଭୁବନେଶ୍ୱର: ଲୋକସଭା ନିର୍ବାଚନକୁ ଆଉ ଦିନ କେଇଟା ବାକି । ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ପାଇଁ ଆଜି (ଶନିବାର) ଦିଲ୍ଲୀରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସିବାକୁ ଯାଉଛି । ଏଥିରେ ଯୋଗ ଦେବା ପାଇଁ ଦିଲ୍ଲୀ ଅଭିମୁଖେ ବାହାରି ଯାଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ତାଙ୍କ ସହିତ ସଙ୍ଗଠନ ସମ୍ପାଦକ ମାନସ ମହାନ୍ତି ମଧ୍ୟ ଦିଲ୍ଲୀ ଯାଇଛନ୍ତି । ଆଜି ସନ୍ଧ୍ୟାରେ ବିଜେପିର ଏହି ନିର୍ବାଚନ କମିଟି ବୈଠକ ବସିବ । ଏଥିରେ ଓଡ଼ିଶା ପାଇଁ ଲୋକସଭା ପ୍ରାର୍ଥୀଙ୍କ ନାମ ଆଜି ଚୂଡାନ୍ତ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

ତେବେ ଦିଲ୍ଲୀ ଅଭିମୁଖେ ଯିବା ସମୟରେ ଓଡ଼ିଶାରେ ବିଜେପି ଏକାକୀ ଲଢିବା ପ୍ରସଙ୍ଗରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନମୋହନ କହିଛନ୍ତି ଯେ, ନିର୍ବାଚନ ପାଇଁ କର୍ମୀମାନେ କାମରେ ଲାଗି ଗଲେଣି । ସବୁ ଜାଗା ପାଇଁ ସମସ୍ତେ କ୍ଲିଷ୍ଟାଲ କ୍ଲିୟର ଅଛନ୍ତି । ସଭିଁଙ୍କ ମଧ୍ୟରେ ଉତ୍ସାହ ଉଦ୍ଦୀପନା ୧୦ ଗୁଣା ବଢିଯାଇଛି । ସମସ୍ତେ ଆହୁରି ପରିଶ୍ରମ କରନ୍ତୁ । ଆଉ ୨ ମାସ ସମୟ ଅଛି । ସେହିପରି ଓଡ଼ିଶା ପ୍ରାର୍ଥୀ ଚୟନକୁ ନେଇ ସେ କହିଛନ୍ତି ଯେ, କେନ୍ଦ୍ରୀୟ ନିର୍ବାଚନ କମିଟି (CEC) ବୈଠକରେ ପ୍ରାର୍ଥୀ ପ୍ରସଙ୍ଗରେ ଆଲୋଚନା ହେବ । ଓଡ଼ିଶାର କେବେ ନାଁ ଆସିବା ତାହା ସିଇସି ନିଷ୍ପତ୍ତି ନେବ ।

ଏହା ମଧ୍ୟ ପଢନ୍ତୁ: ବିଜେପି ପରେ ବିଜେଡିର ଟ୍ବିଟ୍: ପ୍ରଣବ ଲେଖିଲେ, ତିନି ଚତୁର୍ଥାଂଶରୁ ଅଧିକ ଆସନରେ ବିଜୟୀ ହେବୁ - Pranab Twitted After Manmohan

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟ ନେଇ ଦୀର୍ଘ ଦିନ ହେଲା ଚର୍ଚ୍ଚା ଜୋର୍ ଧରିଥିବା ବେଳେ ବିଜେଡି ସହ କୌଣସି ମେଣ୍ଟ ହେବନି ବୋଲି ଗତକାଲି ରାଜ୍ୟ ବିଜେପି ମୁଖ୍ୟ ମନମୋହନ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ସ୍ପଷ୍ଟ କରିଥିଲେ । ବିଜେପି ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଏକାକୀ ଲଢିବ ବୋଲି ଜଣାଇଥିଲେ । ଏହାରି ସହିତ ମେଣ୍ଟ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପଡିଥିଲା । ମେଣ୍ଟ ଦ୍ବନ୍ଦ୍ବ ଦୂର ହେବା ପରେ କାଲି ରାଜ୍ୟ ବିଜେପି ଶିବିରରେ ସେଲିବ୍ରେସନ ଦେଖିବାକୁ ମିଳିଥିଲା । ଦଳୀୟ ନେତା କର୍ମୀମାନେ ବାଣ ଫୁଟାଇ ଖୁସି ମନାଇଥିଲେ ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Mar 23, 2024, 2:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.