ETV Bharat / politics

ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ପାଇଁ ପାଣ୍ଡିଆନ ଏବଂ ବବି ଦାସଙ୍କୁ ଗିରଫ କରାଯାଉ: ବିଜେପି - BJP Stage protest

author img

By ETV Bharat Odisha Team

Published : May 31, 2024, 2:16 PM IST

BJP Stage protest: ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରି ଏକଜିଟ ପୋଲ ବାହାର କରିବାକୁ ନେଇ ବିଜେପି ରାଜରାସ୍ତାକୁ ଓହ୍ଲାଇଛି। ଏହା ସହ ଷଡଯନ୍ତ୍ର ପଛରେ ଥିବା ବିଜେଡି ନେତା ପାଣ୍ଡିଆନ ଏବଂ ପ୍ରଣବ ପ୍ରକାଶ ଦାଶଙ୍କୁ ଗିରଫ କରାଯାଉ ବୋଲି ବିଜେପି ଦାବି କରିଛି । ଅଧିକ ପଢନ୍ତୁ

BJP Stage protest
BJP Stage protest (ETV Bharat Odisha)

ଭୁବନେଶ୍ବର: ନିର୍ବାଚନ ନ ସରୁଣୁ ଏକଜିଟ ପୋଲ ପ୍ରସାରଣକୁ ନେଇ ତେଜିଛି ବିବାଦ । ଏକ ଘରୋଇ ଓଡିଆ ଟିଭି ଚ୍ୟାନେଲ ପକ୍ଷରୁ ଓଡିଶା ବିଧାନସଭା ସମ୍ପର୍କିତ ଫଳାଫଳର ଆକଳନକୁ ପ୍ରସାରଣ କରାଯାଇଥିଲା । ଏହି କ୍ରମରେ ଆଜି ଏକଜିଟ ପୋଲ ପ୍ରସାରଣ କରିଥିବା ଏକ ଘରୋଇ ଟିଭି ଚ୍ୟାନେଲ ବିରୋଧରେ ବିଜେପି ବିକ୍ଷୋଭ କରିଛି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସାମ୍ନାରେ ବିଜେପିର ଧାରଣା ଦେଇଛି । ସମ୍ପୃକ୍ତ ଟିଭି ଚ୍ୟାନେଲ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପିର ବିକ୍ଷୋଭ ପଦର୍ଶନ କରିଛି । ବିଜେପି ନେତା ବାବୁ ସିଂ କହିଛନ୍ତି, ECI ପକ୍ଷରୁ ରାଜନୈତିକ ଦଳ ଏବଂ ଟିଭି ଚ୍ୟାନେଲ ଗୁଡିକ ପାଇଁ ମଡେଲ କୋଡ଼ ଅଫ କଣ୍ଡକ୍ଟ ଜାରି କରାଯାଇଛି ।

BJP Stage protest (ETV Bharat Odisha)

ଏହା ମଧ୍ୟ ପଢନ୍ତୁ ... ଓଡ଼ିଆ ନ୍ୟୁଜ ଚ୍ୟାନେଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ, ସ୍ବାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ଏମ୍ସରେ ଆଶିଷ ସିଂହ

ଯଦି ସେମାନେ ଏହାର ଉଲ୍ଲଙ୍ଘନ କରିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦର୍ଶାଇଥିଲେ ଭାରତର ନିର୍ବାଚନ ଆୟୁକ୍ତ । ତେବେ ରାଜ୍ୟରେ ଏକ ନିର୍ଦ୍ଧିଷ୍ଟ ଟିଭି ଚ୍ୟାନେଲ ଏକଜିଟ ପୋଲ ପ୍ରସାରଣ କରିଥିଲେ ଯାହାକୁ ନେଇ ଆଜି ବିରୋଧ କରିଛି ବିଜେପି । ବିଜେପିର ଏକ ଟିମ ସିଇଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଏପରିକି ପାଣ୍ଡିଆନ ଏବଂ ବବି ଦାଶଙ୍କୁ ଗିରଫ କରାଯାଉ ବୋଲି ବିଜେପି ପକ୍ଷରୁ ନାରବାଜି କରାଯାଇଥିଲା । ପାଣ୍ଡିଆନ ଏବଂ ବବି ଦାଶଙ୍କୁ ଗିରଫ କରାଯାଉ । ସେମାନେ ଜାଣିଶୁଣି ଜନମତ କୁ ପ୍ରଭାବିତ କରିବାକୁ ଏଭଳି କରିଛନ୍ତି ବୋଲି କହିଛି ବିଜେପି । ଉଭୟଙ୍କୁ ଗିରଫ କରାଯାଉ ଏବଂ ଟିଭି ଚ୍ୟାନେଲକୁ ବନ୍ଦ କରାଯାଉ ବୋଲି ଦାବି କରିଛନ୍ତି ବିଜେପି ଏକାମ୍ର ବିଧାୟକ ପ୍ରାର୍ଥୀ ବାବୁ ସିଂ ।

ଦେଶର ବଡ଼ ବଡ଼ ଚ୍ୟାନେଲ ଏକଜିଟ ପୋଲ ପ୍ରସାରଣ ଉପରେ ରୋକ ଲଗାଇଛନ୍ତି ଭାରତର ନିର୍ବାଚନ ଆୟୁକ୍ତ । ତାହା ସତ୍ତ୍ବେ ଓଡ଼ିଶାର ଏକ ନିର୍ଦ୍ଧିଷ୍ଟ ଟିଭି ଚ୍ୟାନେଲ ଯେଉଁଭଳି ଭାବେ ଏକଜିଟ ପୋଲକୁ ପ୍ରସାରଣ କଲା ଏହା ଅତି ନିନ୍ଦନୀୟ । ଏହା ଜନମାନସକୁ ବିଭ୍ରାନ୍ତି କଲା ଭଳି ଘଟଣା । ନିର୍ବାଚନ ଆଚରଣ ଉଲ୍ଲଙ୍ଘନର ଏହା ଚରମ ନିଦର୍ଶନ । ତେଣୁ CEO ଙ୍କୁ ଆମେ ଅନୁରୋଧ କରୁଛୁ ଏହାକୁ ଗୁରୁତର ସହ ନେଇ ଯେଉଁମାନେ ଏଥିରେ ସମ୍ପୃକ୍ତ ସେମାନଙ୍କୁ ଆକ୍ଟ 126( A) ଅନୁଯାୟୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ଏବଂ ତତ ସହିତ ଏଭଳି ଷଡଯନ୍ତ୍ର ପଛରେ ବିଜେଡି ନେତା ପାଣ୍ଡିଆନ ଏବଂ ପ୍ରଣବ ପ୍ରକାଶ ଦାଶଙ୍କୁ ଗିରଫ କରାଯାଉ ।ବର୍ତମାନ ପର୍ଯ୍ୟନ୍ତ ପୋଲିସ ଡିଜି କାହିଁକି ଚୁପ ବସିଛନ୍ତି ସେନେଇ ସିଇଓଙ୍କୁ ପ୍ରଶ୍ନ କରିଛି ବିଜେପି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.