ETV Bharat / politics

ରାମ ମନ୍ଦିର ସାମ୍ନାରେ ବିଜେପିର ବିକ୍ଷୋଭ, 'ଅଣଓଡ଼ିଆ ଅଧିକାରୀଙ୍କ ବନ୍ଧନରେ ଓଡିଶା ଶାସନ' - BJP Slams BJD - BJP SLAMS BJD

BJP Slams BJD: ଅଣଓଡ଼ିଆ ଅଧିକାରୀଙ୍କ ବନ୍ଧନରୁ ମୁଖ୍ୟମନ୍ତ୍ରୀଙ୍କୁ ମୁକ୍ତ ପାଇଁ ଦାବି ଦୋହରାଇଛି ବିଜେପି । ଏନେଇ ଦଳ ପକ୍ଷରୁ ରାମ ମନ୍ଦିର ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ଅଧିକ ପଢନ୍ତୁ

BJP Slams BJD
BJP Slams BJD (ETV Bharat Odisha)
author img

By ETV Bharat Odisha Team

Published : May 24, 2024, 10:37 PM IST

ଭୁବନେଶ୍ବର: ଅଣଓଡ଼ିଆ ଅଧିକାରୀଙ୍କ ବନ୍ଧନରେ ଓଡି଼ଶା ଶାସନ ଓ ଶାସକ ଥିବା ନେଇ ଅଭିଯୋଗ ଆଣିଲା ବିଜେପି । ତେଣୁ ରାଜ୍ୟକୁ ଏଥିରୁ ମୁକ୍ତ କରିବାକୁ ମୁକୁଳାଇବା ପାଇଁ ଭୋଟରଙ୍କୁ ଅପିଲ କରିଛି ଦଳ । ରାଜ୍ୟ ବିଜେପି ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି, " ବର୍ତ୍ତମାନ ବିଚିତ୍ର ଅବସ୍ଥା ଦେଇ ରାଜ୍ୟ ଗତି କରୁଛି । ଯାହାକୁ ନିର୍ବାଚିତ କରି ଓଡ଼ିଶାବାସୀ ଦାୟିତ୍ଵ ଦେଇଛନ୍ତି ସେ ଲୋକମାନଙ୍କ ପାଖରେ ଦେଖା ଯାଉନାହାନ୍ତି । କେବଳ ଭିଡିଓରେ ଦେଖାଯାଉଛନ୍ତି । ବିଜେଡି ଗୋଟିଏ ସମୟରେ ଓଡ଼ିଶାରେ ଗଣତାନ୍ତ୍ରିକ ଆନ୍ଦୋଳନର ମୁଖ୍ୟ ଅନୁଷ୍ଠାନ ଥିଲା । ଏହି ଅନୁଷ୍ଠାନରେ ନିର୍ବାଚନରେ ସଂସଦୀୟ ବୋର୍ଡ ଦଳର ପ୍ରାର୍ଥୀ ସ୍ଥିର କରନ୍ତି । ସଂସଦୀୟ ବୋର୍ଡର ବୈଠକ ହୁଏ ଏବଂ ନିଷ୍ପତ୍ତି ହୁଏ । କିନ୍ତୁ ବର୍ତ୍ତମାନ କ୍ୟାବିନେଟ ମନ୍ତ୍ରୀମାନେ କ୍ୟାବିନେଟ ବୈଠକରେ ନଥାଇ ମଧ୍ୟ ନିଷ୍ପତ୍ତି ହୋଇଯାଉଛି । ବର୍ତ୍ତମାନ କେବଳ ଭିଡିଓରେ ଦୁଇ ଜଣ ଦେଖାଯାଉଛନ୍ତି ।"

BJP Slams BJD (ETV Bharat Odisha)

ସେ ଆହୁରି କହିଛନ୍ତି, "ଏଭଳି ସ୍ଥିତିରେ ରାଜ୍ୟ ରାଜନୀତିରେ ଉପରୁ ତଳ ଯାଏଁ ପିସି କାରବାର ଚାଲିଛି । ମାଫିଆ ରାଜ ଚାଲିଛି । ରାଜ୍ୟରେ ଯେକୌଣସି କାର୍ଯ୍ୟ ପାଇଁ କୌଣସି ଟେଣ୍ଡର ହେଉନାହିଁ । ମୋଟାମୋଟି ଭାବେ ରାଜ୍ୟ ସରକାର ଦଳର ନେତା କି ମନ୍ତ୍ରୀଙ୍କୁ ନେଇ ଶାସନ ଚଳାଇ ନାହାନ୍ତି । ସେ ଜଣେ ଅଣଓଡ଼ିଆ ଅଧିକାରୀଙ୍କର ବନ୍ଧନରେ ବାନ୍ଧି ହୋଇଛନ୍ତି ଓ ତାଙ୍କ ପ୍ରରୋଚନାରେ ରାଜ୍ୟ ଶାସନ ହେଉଛି । ବାହାର ରାଜ୍ୟରୁ ଆସୁଥିବା ନେତାମାନେ ମଧ୍ୟ ଏହା ହୃଦୟଙ୍ଗମ କରୁଛନ୍ତି । ତେଣୁ ଓଡ଼ିଶାକୁ ଏଥିରୁ ମୁକୁଳେଇବା ପାଇଁ ବିଜେପି ଭୋଟରମାନଙ୍କୁ ନିବେଦନ କରୁଛି । ଏଥିରୁ ମୁକୁଳିଲେ ହିଁ ବିକଶିତ ଓଡ଼ିଶା ଗଠନ ହୋଇପାରିବ ।"

"ବିଜେପି କୌଣସି ଯୋଜନା ବନ୍ଦ କରେ ନାହିଁ । ଯୋଜନା ଗୁଡିକ କେମିତି ଅଧିକ ବିକଶିତ ଏବଂ କ୍ରିୟାଶୀଳ ହେବ, ସେଥିପାଇଁ ବିଜେପି କାର୍ଯ୍ୟ କରେ । ବିଜେପି ବିକାଶରେ ବିଶ୍ୱାସ କରେ । କିଛି ଲୋକ ମାଗଣା ଦେବାରେ ବିଶ୍ୱାସ କରନ୍ତି । 'ମୋଦି ସୂର୍ଯ୍ୟ ଘର ଯୋଜନା 'ମାଧ୍ୟରେ ସୁଲଭ ମୂଲ୍ୟରେ ବିଜୁଳି ମିଳି ପାରିବ । ମାଆମାନଙ୍କୁ ଆର୍ଥିକ ସ୍ୱଚ୍ଛଳ କରିବା ପାଇଁ ବିଜେପି 'ସୁଭଦ୍ରା ଯୋଜନା' ଆଣିଛି । କେନ୍ଦ୍ର ପାଖରୁ ଅନେକ ଯୋଜନା ପାଇଁ ତାଙ୍କ ଆସିଛି, ହେଲେ ଧାନ ମଣ୍ଡି ହୋଇନାହିଁ । ଶୀତଳ ଭଣ୍ଡାର ହୋଇନାହିଁ । ରାଜ୍ୟର ଏଭଳି ସ୍ଥିତିରେ ବିଜେପି ସରକାରକୁ ଆସିଲେ ଧାନ କୁଇଣ୍ଟାଲ ପିଛା ୩ ହଜାର ୧୦୦ ଟଙ୍କା ଦେବ ଓ ୧ ଲକ୍ଷ ଯୁବକଙ୍କୁ ରୋଜଗାର ଦେବ" ବୋଲି କହିଛନ୍ତି ବିଜେପି ମୁଖପାତ୍ର ।

"ଓବିସିମାନଙ୍କୁ ସଂରକ୍ଷଣରୁ ବଞ୍ଚିତ ରଖୁଛନ୍ତି ରାଜ୍ୟ ସରକାର । ଓଡ଼ିଶାରେ ପ୍ରଧାନମନ୍ତ୍ରୀଙ୍କ ଗ୍ୟାରେଣ୍ଟି ବାଧିତ ହୋଇଛି । ପଛୁଆ କମିଶନ, ଅର୍ଥ ନିଗମରେ କିଛି କାମ ହେଉନାହିଁ । ଓଡ଼ିଶା ସରକାର ଅର୍ଥ ସରକାର ଚାଲିଛି । ଆର୍ଥକ ଦୃଷ୍ଟିରୁ ଅନଗ୍ରସର ଥିବା ବ୍ୟକ୍ତିଙ୍କୁ 10 ପ୍ରତିଶତ ସଂରକ୍ଷଣ ଦେବା ପାଇଁ ବ୍ୟବସ୍ଥା କରିଛନ୍ତି କେନ୍ଦ୍ର ସରକାର । କିନ୍ତୁ ଓଡ଼ିଶା ସରକାର ଏଥିରେ ବାଧକ ସାଜିଲେ" ବୋଲି କହିବା ସହ ଅଣଓଡ଼ିଆ ଅଧିକାରୀଙ୍କ ବନ୍ଧନରୁ ଓଡି଼ଶା ଶାସନ ଓ ଶାସକ, ମୁକୁଳାଇବା ପାଇଁ ଭୋଟରଙ୍କୁ ବିଜେପି ଅପିଲ କରିଛି ।

ଏହା ବି ପଢନ୍ତୁ...ମୁଖ୍ୟମନ୍ତ୍ରୀଙ୍କୁ ବନ୍ଧକ ରଖାଯାଇଛି, ମୁକ୍ତ କରାଯାଉ: ବିଜେପି - BJP Targets BJD

ଖାଲି ସେତିକି ନୁହେଁ, ମୁଖ୍ୟମନ୍ତ୍ରୀଙ୍କୁ ବନ୍ଧନ ମୁକ୍ତ କରିବା ପାଇଁ ଭାରତୀୟ ଜନତା ପାର୍ଟି ରାମ ମନ୍ଦିର ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ ଚିଠି ଲେଖିଛି । ପ୍ଲାକାର୍ଡ଼ ହାତରେ ଧରି ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି । "ପାଣ୍ଡିଆନ ଏବଂ ତାଙ୍କ ଗୋଷ୍ଠୀରେ ଥିବା କିଛି ଅଣଓଡ଼ିଆ ଅଧିକାରୀମାନେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ସମ୍ପୂର୍ଣ୍ଣ ରୂପେ କବଜା କରି ରଖିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅବସ୍ଥା କ’ଣ ତାହା ଜାଣିବାର ଅଧିକାର ସମସ୍ତ ଓଡିଶାବାସୀଙ୍କର ଅଛି । ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ପାଣ୍ଡିଆନଙ୍କ କବଳରୁ ମୁକ୍ତ କରି ରାଜ୍ୟର ଗଣମାଧ୍ୟମ ସହ ଆଲୋଚନା କରିବାର ସୁଯୋଗ ସୃଷ୍ଟି କରନ୍ତୁ ପୋଲିସ ଡିଜି ଓ ମୁଖ୍ୟ ଶାସନ ସଚିବ" ବୋଲି ଦଳ ଦାବି କରିଛି ।

ବିଜେପି ଆହୁରି ମଧ୍ୟ କହିଛି, "ଆଜି ମୁଖ୍ୟମନ୍ତ୍ରୀଙ୍କ ଗୋଟିଏ ଭିଡିଓ ଆସିଛି । ଆଉ ଏହି ଭିଡିଓ ଦର୍ଶାଉଛି ଯେ ସେ ବନ୍ଧକ ଅଛନ୍ତି । କାରଣ ଆମେ ମୁଖ୍ୟମନ୍ତ୍ରୀ ବନ୍ଧକ ଅଛନ୍ତି ବୋଲି ଗତକାଲି ଓଡ଼ିଶାର ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ ବୋଲି ପ୍ରଶ୍ନ କରି ଚିଠି ଲେଖିଥିଲୁ । ଭିକେ ପାଣ୍ଡିଆନ ଓ ତାଙ୍କ ଗୋଷ୍ଠୀ ତାଙ୍କୁ ବନ୍ଧକ ରଖିଛନ୍ତି । ସେ ମୁକ୍ତ ବୋଲି ଆପଣ ଦୁଇଜଣ ସ୍ପଷ୍ଟ କରନ୍ତୁ । ହେଲେ ସେମାନେ ଉତ୍ତର ରଖିଲେନି ବରଂ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ତାହା ପୁଣି ପ୍ରଶ୍ନର ବିପକ୍ଷରେ । ଆଉ ଉତ୍ତର ରଖିବା ବେଳେ ପରିସ୍ଥିତି ସମାନ ଥିଲା ମୁଖ୍ୟମନ୍ତ୍ରୀ କହିବା ସମୟରେ ତାଙ୍କ ପଛରେ ପାଣ୍ଡିଆନ ଛିଡା ହୋଇଛନ୍ତି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.