ETV Bharat / politics

2014 ରାଜନୀତିର ପରିଭାଷାକୁ ବଦଳାଇ ଦେଇଛନ୍ତି ମୋଦି: ବିଜେପି - BJP PRESS MEET

author img

By ETV Bharat Odisha Team

Published : May 31, 2024, 2:14 PM IST

BJP Press meet: ଆଜି ବିଜେପି ନିଜର କ୍ୟାମ୍ପେନିଂର ଶେଷ ସାମ୍ବାଦିକ ସମ୍ମିଳନୀ କରିଛି । ପୁରୀ ଅଘଟଣା ପାଇଁ ରାଜ୍ୟ ସରକାରଙ୍କ ବ୍ୟବସ୍ଥାକୁ ଦାୟୀ କରିବା ସହ କେନ୍ଦ୍ରୀୟ ସହାୟତାର ତାଲିକା ଦେଇଛି ବିଜେପି । ଅଧିକ ପଢନ୍ତୁ

BJP Press meet
BJP Press meet (ETV Bharat Odisha)

ଭୁବନେଶ୍ବର: ଆଜି ସରିଛି ଚତୁର୍ଥ ପର୍ଯ୍ୟାୟ ପାଇଁ ପ୍ରଚାର କାମ । ବିଜେପି ଆଜି ନିଜର ନିର୍ବାଚନୀ ପ୍ରଚାର ପାଇଁ ଶେଷ ସାମ୍ବାଦିକ ସମ୍ମିଳନୀ କରିଛି । ଏହି ପ୍ରେସ ମିଟରେ ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର କହିଛନ୍ତି, " ପୁରୀରେ ଯେଉଁ ଅଘଟଣ ଘଟିଥିଲା ତାହା ସମସ୍ତଙ୍କୁ ଚକିତ କରିଛି। ମୁଁ ନିଜେ ହସ୍ପିଟାଲ ବୁଲି ଦେଖୁଛି। କିନ୍ତୁ ଦୁଃଖର ବିଷୟ ପୁରୀ ଗୋଟେ ସାଧାରଣ ଜାଗା ନୁହଁ।ପୁରୀରେ ଯେଉଁ ବାଣ ବିସ୍ଫରନ ଘଟିଲା ତାହା ଅତ୍ୟନ୍ତ ଦୁଃଖ ଦାୟକ। ପୁରୀ ଗୋଟେ ସାଧାରଣ ଅଞ୍ଚଳ ନୁହେଁ। ଓଡ଼ିଆଙ୍କ ସ୍ୱାଭିମାନ ହେଉଛି ପୁରୀ। ସେଠି ଆମ୍ବୁଲାନ୍ସ ରହିବା କଥା। କିନ୍ତୁ ଦୁର୍ଘଟଣା ଘଟିବା ପରେ ଠିକ ସମୟରେ ରୋଗୀଙ୍କୁ ମେଡିକାଲ ଭର୍ତ୍ତି କରାଗଲା ନାହିଁ। ଦୁର୍ଘଟଣା ଘଟିବା ପରେ ଗୋଟେ ଗୋଲ୍ଡେନ ପିରିୟଡ଼ ଥାଏ। ସେହି ସମୟରେ ଚିକିତ୍ସା ଯୋଗାଇ ଦେଇଥିଲେ ହୁଏତ ମୃତକଙ୍କ ଜୀବନ ବଞ୍ଚି ଯାଇ ଥାଆନ୍ତା। ରୋଗୀ ଙ୍କୁ ଠିକ୍ ସମୟରେ ମେଡ଼ିସିନ ଦିଆ ଯାଇ ନାହିଁ। ପୁରୀରେ ବର୍ଣ୍ଣ ୟୁନିଟ ନାହିଁ। ଏହା କେହି ବିଶ୍ୱାସ କରିବେ ନାହିଁ। ଏହାର ତଦନ୍ତ ହେଉ। ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ।"

BJP Press meet (ETV Bharat Odisha)

ଏହା ମଧ୍ୟ ପଢନ୍ତୁ ... ବିଜେଡିକୁ କାଉଣ୍ଟର କଲେ ରେଳମନ୍ତ୍ରୀ ଅଶ୍ବିନୀ, X ପୋଷ୍ଟରେ ରଖିଲେ ଜବାବ - Ashwin Vaishnaw To BJD

ଏହା ସହ ସମ୍ବିତ କହିଛନ୍ତି, " 2014 ରାଜନୀତିର ପରିଭାଷାକୁ ବଦଳାଇ ଦେଇଛନ୍ତି ମୋଦି । ସମସ୍ତଙ୍କୁ ଘର ମିଳିବ ଏହା ମୋଦିଙ୍କ ଗ୍ୟାରେଣ୍ଟି । ସୁଭଦ୍ରା ଯୋଜନା ପ୍ରତି ମା ଙ୍କୁ 50 ହଜାର ଟଙ୍କାର ଭାଉଚର ଦିଆଯିବ । ମୋଦି ଦେବେ ବୋଲି ଗ୍ୟାରେଣ୍ଟି ଦେଇଛନ୍ତି ଋଣ ଭାବେ ନୁହେଁ । ଚାଷୀଙ୍କ 31ଶହ ଟଙ୍କାରେ ଧାନ କୁଇଣ୍ଟାଲ କିଣାଯାଇ ଡିବିଟି ଜରିଆରେ ରେ 48ଘଣ୍ଟା ରେ ଟଙ୍କା ଆସିବ । ଆଉ ଅର୍ଥ ରାଶି ବାଟମାରଣା ହେବନି । ମତ୍ସ୍ୟ ଚାଷୀଙ୍କୁ 10ହଜାର ଟଙ୍କା ଦେବେ । 5କିଲୋ ଚାଉଳ ମୋଦି ଆଗାମୀ 5ବର୍ଷ ପର୍ଯ୍ୟନ୍ତ ଦେବେ । ମୟୁରଭଞ୍ଜର ଝିଅ ଭାରତର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ହୋଇଛନ୍ତି । 2019ରେ ଓଡିଶାବାସୀଙ୍କ ଆଶୀର୍ବାଦରୁ ଆମେ ତୃତୀୟ ଦଳରୁ ମୁଖ୍ୟ ବିରୋଧୀ ଦଳକୁ ଆସିଥିଲୁ ।"

ସେହିଭଳି ବିଜେଡିର କେନ୍ଦ୍ରୀୟ ଅବହେଳାକୁ ଟାର୍ଗେଟ କରି ବରିଷ୍ଠ ନେତା ସମୀର ମହାନ୍ତି କହିଛନ୍ତି, " ସବୁ ପ୍ରକାର ପ୍ରାକୃତିକ ଦୁର୍ବିପାକରେ ଓଡିଶା ସହ ମୋଦି ଛିଡା ହୋଇଛନ୍ତି । 2024 ନିର୍ବାଚନ ପାଇଁ ବିଜେପି ଓଡିଶା ରେ 172ଟି ସାଧାରଣ ସଭା କରିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ 2ଟି ରୋଡ଼ ଶୋ ହୋଇଛି । 10ଟି ସାଧାରଣ ସଭା ହୋଇଛି। ବହୁ କେନ୍ଦ୍ରମନ୍ତ୍ରୀ ଏବଂ କେନ୍ଦ୍ରୀୟ ନେତା ଓଡିଶା ଆସି ପ୍ରଚାର କରିଛନ୍ତି । ଓଡିଶାରୁ ବହୁ ନେତା ପ୍ରଚାର କରିଛନ୍ତି । ପ୍ରଧାନମନ୍ତ୍ରୀ ନିଜେ ଓଡିଶା ବାସୀଙ୍କୁ ଗ୍ୟାରେଣ୍ଟି ଦେଇଛନ୍ତି । ରାଜ୍ୟରେ ଡ଼ବଲ ଇଞ୍ଜିନ୍ ସରକାର ଆସିଲେ ଓଡିଶାକୁ ବହୁ ଆଗକୁ ନିଆଯିବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.