ETV Bharat / politics

‘୫ ବର୍ଷ ନୁହେଁ, ୨୫ ବର୍ଷ ଓଡ଼ିଶାରେ ବିଜେପି ଶାସନ କରିବ’ - BJP ROAD MAP FOR ODISHA

author img

By ETV Bharat Odisha Team

Published : Jul 17, 2024, 10:50 PM IST

BJP Road Map for 25 year in Odisha: ବିଜେପି କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ଓଡିଶାରେ ପହଞ୍ଚିଛନ୍ତି ରାଜ୍ୟ ବିଜେପି ସହପ୍ରଭାରୀ ଲତା ଉସେଣ୍ଡି । ଆଗାମୀ 5 ବର୍ଷ କେବଳ ନୁହେଁ, ଓଡ଼ିଶାରେ ଆଗାମୀ 25 ବର୍ଷ ବିଜେପିର ହେବ ବୋଲି ସେ ଦୃଢ଼ୋକ୍ତି ବାଢ଼ିଛନ୍ତି । ଅଧିକ ପଢ଼ନ୍ତୁ

BJP Road Map for 25 year in Odisha
BJP Road Map for 25 year in Odisha (ETV Bharat Odisha)

ଭୁବନେଶ୍ବର: କେବଳ ଆଗାମୀ 5 ବର୍ଷ ନୁହେଁ, 25 ବର୍ଷ ଓଡ଼ିଶାରେ ଶାସନ କରିବା ପାଇଁ ରୋଡ଼ ମ୍ୟାପ ପ୍ରସ୍ତୁତ କରୁଛି ବିଜେପି । ଏନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି ରାଜ୍ୟ ବିଜେପି । ସରକାର ଗଠନ ହେବା ପରେ ପ୍ରଥମ ଥର ପାଇଁ ପୁରୀରେ କାର୍ଯ୍ୟକାରିଣୀ ବୈଠକ ହେବାକୁ ଯାଉଛି । ଏଥିରେ ଯୋଗ ଦେବେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ତେବେ ଏନେଇ ଗଣମାଧ୍ୟମକୁ ସୂଚନା ଦେବା ସମୟରେ ଓଡ଼ିଶାବାସୀ ଯେମିତି ଚାହିଁବେ ରାଜ୍ୟର ସେମିତି ବିକାଶ ହେବ ବୋଲି କହିଛନ୍ତି ରାଜ୍ୟ ବିଜେପି ସହପ୍ରଭାରୀ ଲତା ଉସେଣ୍ଡି । କେବଳ ଏହି 5 ବର୍ଷ ନୁହେଁ, ଆଗାମୀ 25 ବର୍ଷ ଓଡ଼ିଶାରେ ବିଜେପିର ହେବ ବୋଲି ସେ ଦୃଢ଼ୋକ୍ତି ବାଢ଼ିଛନ୍ତି ।

ଲତା ଉସେଣ୍ଡି କହିଛନ୍ତି, "ସରକାର ଗଠନ ହେବା ପରେ ପ୍ରଥମ ଥର ପାଇଁ ପୁରୀରେ କାର୍ଯ୍ୟକାରିଣୀ ବୈଠକ ହେବାକୁ ଯାଉଛି । ଜଗନ୍ନାଥ ଆମକୁ ଆଶୀର୍ବାଦ କରିଛନ୍ତି ଓଡ଼ିଶାରେ ସେବା କରିବା ପାଇଁ । ତାଙ୍କ ସାନିଧ୍ୟ ପାଇଁ, ତାଙ୍କୁ ଧନ୍ୟବାଦ ଦେବା ପାଇଁ ଜଗନ୍ନାଥଙ୍କ ଭୂମି ପୁରୀରେ କାର୍ଯ୍ୟକାରିଣୀ ବୈଠକ ହେଉଛି । କେନ୍ଦ୍ର ଓ ରାଜ୍ୟର ସମସ୍ତ ଯୋଜନା ଲୋକଙ୍କ ପାଖରେ ପହଞ୍ଚେଇବା ଆମର କର୍ତ୍ତବ୍ୟ । ଓଡ଼ିଶାବାସୀ ଯେମିତି ଚାହିଁବେ, ସେମିତି ବିକାଶ କରିବ ବିଜେପି ସରକାର । ବିଜେପିରେ ନିରନ୍ତର ଭାବରେ ସଂଗଠନ କାମ ଚାଲେ । ତେଣୁ ଆଗାମୀ 5 ବର୍ଷ କେବଳ ନୁହେଁ, ଓଡ଼ିଶାରେ ଆଗାମୀ 25 ବର୍ଷ ବିଜେପିର ହେବ ।"

ସୂଚନା ଥାଉ, ଆସନ୍ତା 19 ଏବଂ 20 ତାରିଖରେ ହେବ ବିଜେପିର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ବୈଠକକୁ ଉଦ୍ଘାଟନ କରିବେ । ନିର୍ବାଚନ ପରବର୍ତ୍ତୀ ଅବସ୍ଥାରେ କେନ୍ଦ୍ରରେ ତୃତୀୟ ଥର ଏବଂ ଓଡ଼ିଶାରେ ବିଜେପି ପ୍ରଥମ ଥର ସରକାର ଗଠନ କରିବା ପରେ ବୈଠକ ହେଉଛି । 19 ତାରିଖ ସକାଳ 10ଟା 30ରେ ପଦାଧିକାରୀ ବୈଠକ ହେବ । ଅପରାହ୍ନ 2.30ରେ କାର୍ଯ୍ୟକାରିଣୀ ବୈଠକ ଉଦ୍ଘାଟନ ହେବ ଏବଂ 20 ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିବ । ରାଜ୍ୟର ସବୁ ନେତା ଉପସ୍ଥିତ ରହିବେ । 24 ନିର୍ବାଚନ ବେଳେ ବିଧାନସଭା ଏବଂ ଲୋକସଭା ସଂଯୋଜକ, ଜିଲ୍ଲା ସାଧାରଣ ସଂପାଦକ, ସଭାପତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସମସ୍ତ ମୋର୍ଚ୍ଚା ସଭାପତି, ମୁଖ୍ୟମନ୍ତ୍ରୀ, ସମସ୍ତ ମନ୍ତ୍ରୀ, ସାଂସଦ, ବିଧାୟକ ଓ କେନ୍ଦ୍ରମନ୍ତ୍ରୀମାନେ ଉପସ୍ଥିତ ରହିବେ । ଏହାସହ କ୍ଷତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର, ସହପ୍ରଭାରୀ ଲତା ଉସେଣ୍ଡି ମଧ୍ୟ ଉପସ୍ଥିତ ରହିବେ । ବୈଠକରେ ରାଜନୈତିକ ପରିସ୍ଥିତି, ସାଂପ୍ରତିକ ସରକାରର ଜନକଲ୍ୟାଣ କାର୍ଯ୍ୟକ୍ରମ ବିଷୟରେ ଚର୍ଚ୍ଚା ଆଲୋଚନା ହୋଇ ଆଗାମୀ ରଣନୀତି ପ୍ରସ୍ତୁତ ହେବ । ଏହା ପୂର୍ବରୁ ଓଡିଶା ରାଜ୍ୟ ବିଜେପି ସହପ୍ରଭାରୀ ଲତା ଉସେଣ୍ଡି ଆସି ପହଞ୍ଚି ସାରିଛନ୍ତି । ଗୁରୁବାର ବିଜୟପାଲ ସିଂ ତୋମାର ଓଡିଶା ଆସୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଆସନ୍ତା 19 ଏବଂ 20ରେ ବିଜେପିର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ, ଯୋଗଦେବେ ନଡ୍ଡା - BJP National President JP Nadda

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.