ETV Bharat / politics

ଜନଜାତିଙ୍କ ଜମି ହଡପ କରିବାର ହୀନ ଚକ୍ରାନ୍ତ କରିଛନ୍ତି ନବୀନ ସରକାର: ବିଜେପି - Tribal Land Issue - TRIBAL LAND ISSUE

Tribal Land Issue : ଜନଜାତି ବିକାଶ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି । ଜନଜାତି ଜମିକୁ ଅଣଆଦିବାସୀଙ୍କୁ ଟେକିଦେବେ ବୋଲି କହି ବର୍ଷିଛି ଦଳ । ଅଧିକ ପଢନ୍ତୁ

Tribal Land Issue
Tribal Land Issue (ETV Bharat Odisha)
author img

By ETV Bharat Odisha Team

Published : May 25, 2024, 10:55 PM IST

ଭୁବନେଶ୍ବର: ଜନଜାତି ବିକାଶ ପ୍ରସଙ୍ଗରେ ବିଜେଡିକୁ ଟାର୍ଗେଟ୍ କଲେ ବିଜେପିର 5 ଆଦିବାସୀ ନେତା । ସାଂସଦ ଜୁଏଲ ଓରାମ, ସାଂସଦ ବଳଭଦ୍ର ମାଝୀ, ବିଧାୟିକା କୁସୁମ ଟେଟେ, ବିଧାୟକ ଭବାନୀ ଭୋଇ, ବିଜେପି ନେତ୍ରୀ ପୂର୍ଣ୍ଣିମା କେରକେଟା ମିଳିତ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଜନଜାତି ଜମିକୁ ଅଣଆଦିବାସୀଙ୍କୁ ରାଜ୍ୟ ସରକାର ଟେକି ଦେବାକୁ ବସିଛନ୍ତି । ଏହି ସରକାର ଆଦିବାସୀ ବିରୋଧୀ ବୋଲି ଦଳ ଅଭିଯୋଗ କରିଛି ।

Tribal Land Issue (ETV Bharat Odisha)

ସାଂସଦ ଜୁଏଲ ଓରାମ କହିଛନ୍ତି, "ବିଜେଡି ସରକାର ଆଦିବାସୀ ବିରୋଧୀ ସରକାର । 24ରେ ସରକାରକୁ ଆସିଲେ ଆଦିବାସୀ ଜମି ଲୁଟିନେବ । ଜନଜାତି ରେଗୁଲେସନ- 2 ଅନୁସାରେ ଜନଜାତି ଜମି ଅନ୍ୟ କେହି କିଣି ପାରିବେ ନାହିଁ । ହେଲେ ଷଡଯନ୍ତ୍ର କରି ବିଜେଡି କ୍ୟାବିନେଟ ନିଷ୍ପତ୍ତି ଆଣି ତାକୁ ପରିବର୍ତ୍ତନ କରିଥିଲେ । ପ୍ରବଳ ବିରୋଧ ହେବାପରେ ସରକାର ବାଧ୍ୟ ହୋଇ ଫେରାଇନେଲେ । ଏ ସରକାର ଆସିଲେ ପୁଣି ସେହି ଆଇନ ଆଣି ଜନଜାତି ଜମିକୁ ଅଣଆଦିବାସୀଙ୍କୁ ଟେକିଦେବେ। ଆଦିବାସୀ ଉପଦେଷ୍ଟା କମିଟିର ନିୟମିତ ବୈଠକ ବସିବା କଥା । ହେଲେ 25 ବର୍ଷ ଭିତରେ 2 କି 3 ଥର ବସିଛି । ଏଥିରୁ ଜଣାପଡିଛି ଜନଜାତି ପ୍ରତି ସରକାରଙ୍କ ଦରଦ କେତେ ?"

ସେ ଆହୁରି କହିଛନ୍ତି, "ଜନଜାତି ଫାଇନାନ୍ସ କର୍ପୋରେସନ ଅଛି । ହେଲେ ତାହା ସମ୍ପୂର୍ଣ୍ଣ ଭାବେ ଅଚଳ । ରାଜ୍ୟରେ ଏକଲବ୍ୟ ସ୍କୁଲ ପାଇଁ ରାଜ୍ୟ ସରକାର ଜମି ଦେଉନାହାନ୍ତି। ଜଙ୍ଗଲ ଜମି ପଟ୍ଟା ଦେଇଛନ୍ତି, ହେଲେ ଜମି ଦେଉନାହାନ୍ତି। ବିଜେପି ପ୍ରଥମରୁ ଜନଜାତି ପାଇଁ ନିରନ୍ତର କାମ କରିଛି । ତାଙ୍କର ଆସ୍ଥା ଏବଂ ବିଶ୍ୱାସ ଭାଜନ ହୋଇପାରିଛି । ସର୍ବାଧିକ ଜନଜାତି ସାଂସଦ ଏବଂ ବିଧାୟକ ବିଜେପି ପାଖରେ ଅଛନ୍ତି । ମହାମହିମ ରାଷ୍ଟ୍ରପତି ହେଉଛନ୍ତି ଜନଜାତି ସମ୍ପ୍ରଦାୟ । ଜନଜାତି ମନ୍ତ୍ରାଳୟ ବାଜପେୟୀ ସରକାର କରିଥିଲେ । କେନ୍ଦ୍ର ସରକାର ST ଭତ୍ତା ବଢ଼ାଇଛନ୍ତି । ଅଧିକ ଜନଜାତିଙ୍କୁ ଏସଟି ତାଲିକାରେ ସାମିଲ କରାଯାଇଛି । ଜନଜାତିଙ୍କୁ ଯେତିକି ଅଧିକାର ଓ ସୁରକ୍ଷା ମିଳିବା କଥା ରାଜ୍ୟ ସରକାର ଦେଇପାରୁନାହାନ୍ତି । ଆଦିବାସୀ ଅଞ୍ଚଳରୁ ମୂଳପୋଛ ହୋଇଯିବ ବିଜେଡି । ନୂଆ ଆଇଟିଡିଏ ଘୋଷଣା ହୋଇଛି, ହେଲେ ରାଜ୍ୟ ସରକାର ନୋଟିଫିକେସନ କରୁନାହାନ୍ତି କି ଅଧିକାରୀ ଦେଉ ନାହାନ୍ତି । କେବଳ ଜନଜାତିଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ।"

ଏହା ବି ପଢନ୍ତୁ...ଓଡ଼ିଶାରେ ଚାଲିଛି ରିମୋଟ କଣ୍ଟ୍ରୋଲ ସରକାର: ସ୍ମୃତି ଇରାନୀ

"ଟ୍ରାଇବାଲ ଆଡଭାଇଜରି କମିଟିର ଚେୟାରମ୍ୟାନ ହେଉଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରତିବର୍ଷର ୨ଥର କମିଟି ବସିବା କଥା, କିନ୍ତୁ ୨୫ବର୍ଷ ଶାସନ କାଳରେ ମାତ୍ର ୨ଥର କମିଟିର ମିଟିଂ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିରୁ ସ୍ପଷ୍ଟ ଯେ, ରାଜ୍ୟ ସରକାର ଜନଜାତିଙ୍କ ପ୍ରତି କେତେ ଦରଦ ? SC ST ଫାଇନାସ୍ କର୍ପୋରେସନରୁ ଅଳ୍ପ ସୁଧରେ ଟଙ୍କା ନେଇ ଆଦିବାସୀମମାନେ ଲାଭାନ୍ୱିତ ହେବା କଥା । କିନ୍ତୁ ପରିତାପର ବିଷୟ ଯେ, ଏହି ବ୍ୟବସ୍ଥାକୁ ରାଜ୍ୟ ସରକାର ବନ୍ଦ କରି ଦେଇଛନ୍ତି" ବୋଲି କହି ବର୍ଷିଛନ୍ତି ଜୁଏଲ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.