ETV Bharat / politics

ଟିକେଟ ଘୋଷଣା ପରେ ନିର୍ବାଚନୀ ମୈଦାନକୁ ଓହ୍ଲାଇଲେ ଯାଜପୁର ଜିଲ୍ଲା ବିଜେପି ପ୍ରାର୍ଥୀ - ODISHA ASSEMBLY ELECTION 2024

BJP Candidates Start Campaigning: ବିଜେପିର ୧୧୨ଟି ବିଧାନସଭା ପ୍ରାର୍ଥୀ ଘୋଷଣା ପରେ ଯାଜପୁରରେ ବିଜେପି ଶିବିର ଚଳଚଞ୍ଚଳ । ଧର୍ମଶାଳା ପ୍ରାର୍ଥୀନୀ ସ୍ମୃତି ରେଖା ପହି ଆଜି ମା ବିରଜାଙ୍କୁ ଦର୍ଶନ କରିଥିବା ବେଳେ ସୁକିନ୍ଦା ପ୍ରାର୍ଥୀ ପ୍ରଦୀପ ବଳ ସାମନ୍ତ କରିଛନ୍ତି ବିଶାଳ ରୋଡ ସୋ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Apr 3, 2024, 5:04 PM IST

BJP MLA Candidates Of Dharmasala And Sukinda Constituencies Start Campaigning

ଯାଜପୁର: ଗତକାଲି ବିଜେପି ପ୍ରକାଶ କରିଛି ୧୧୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା । ଏହି କ୍ରମରେ ଧର୍ମଶାଳାରୁ ବିଜେପି ପ୍ରାର୍ଥୀ ସ୍ମୃତି ରେଖା ପହିଙ୍କୁ ଦଳ ଟିକେଟ ଦେଇଥିବା ବେଳେ ଆଶାୟୀ ପ୍ରାର୍ଥୀ ହିମାଂଶୁ ଶେଖର ସାହୁ ବିଜେପି ପାର୍ଟି ଅଫିସରେ ଟିକେଟ ପାଇଁ ଧାରଣା ଦେଇଥିଲେ । ଅନ୍ୟ ପଟେ ଆଜି ଟିକେଟ ପାଇଥିବା ସ୍ମୃତି ରେଖା ପହି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଦର୍ଶନ କରି ପ୍ରଚାର ମଇଦାନକୁ ଓହଇଛନ୍ତି । ସେ ଆଜି ନିଜ ସମର୍ଥକ ମାନଙ୍କ ସହ ମା ବିରଜାଙ୍କ ମନ୍ଦିରରେ ପହଞ୍ଚି ସ୍ବତନ୍ତ୍ର ପୂଜାର୍ଚ୍ଚନା କରିଛନ୍ତି । ସେ କହିଛନ୍ତି ଯେ, " ଧର୍ମଶାଳାରୁ ପ୍ରାର୍ଥୀ କରିଥିବାରୁ ଦଳର ଶୀର୍ଷ ନେତୃତ୍ବଙ୍କୁ ଧନ୍ୟବାଦ । ଧର୍ମଶାଳାରେ ୩୦ବର୍ଷ ଧରି ପରିବାରବାଦ ଚାଲି ଆସିଥିବାବେଳେ ଲୋକ ମାନେ ଏଥର ପରିବର୍ତ୍ତନ ପାଇଁ ମନ ବଳାଇଛନ୍ତି ।" ଏଥର ଧର୍ମଶାଳାରେ ବିଜେପି ବିଜୟୀ ହେବା ସହ ରାଜ୍ୟରେ ଡବଲ ଇଞ୍ଜିନ ସରକାର ହେବ ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ ... ଟିକେଟ୍ ମିଳିବା ପରେ ଉତ୍ସାହିତ ବିଜେପି ପ୍ରାର୍ଥୀ, କହିଲେ ଏଥର ପଦ୍ମ ଫୁଟିବ - Odisha Assembly Polls 2024

ସେହିପରି ସୁକିନ୍ଦା ବିଜେପି ବିଧାୟକ ପ୍ରାର୍ଥୀ ଘୋଷଣା ହେବା ପରେ ଆଜି ଭୁବନେଶ୍ବରରୁ ଆସି ସୁକିନ୍ଦାରେ ପହଞ୍ଚିଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ପ୍ରଦୀପ ବଳ ସାମନ୍ତ । ସ୍ଥାନୀୟ ମିଲିଟାରୀ ଛକ ଠାରୁ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ବିଜେପି ନେତା, ନେତ୍ରୀ ଓ କର୍ମୀମାନେ ବିରାଟ ଶୋଭାଯାତ୍ରାରେ ବାହାରି ସୁକିନ୍ଦା ଗଡ଼ରେ ପହଞ୍ଚିଛନ୍ତି । ପ୍ରତି ଛକ ଛକ ରେ ସାମନ୍ତଙ୍କୁ କର୍ମୀ ମାନେ ବାଣ ଫୁଟାଇ ଫୁଲମାଳ ପିନ୍ଧାଇ ସ୍ବାଗତ କରିଛନ୍ତି । ସେ କହିଛନ୍ତି ଯେ ଖଣି ଖାଦାନ ପୂର୍ଣ୍ଣ ସୁକିନ୍ଦା ଅଞ୍ଚଳରେ ଗୋଟିଏ ପରିବାରର ୩୫ବର୍ଷ ରାଜ ଫଳରେ ଅଞ୍ଚଳରେ ବିକାଶ ପଛେଇ ଯାଇଛି । ଏହି ଅଞ୍ଚଳରେ ବେକାରୀ ସମସ୍ୟା ମୁଣ୍ଡ ଟେକି ଉଠିଛି । ଆଗାମୀ ନିର୍ବାଚନ ସ୍ଥାନୀୟ ଲୋକଙ୍କ ସମର୍ଥନ ଓ ଭଲପାଇବାକୁ ପାଥେୟ କରି ଲଢ଼ିବି । ଆମେ ସମସ୍ତେ ଏକ ହୋଇ ପ୍ରଥମେ ସୁକିନ୍ଦାରୁ ଦୁର୍ନୀତି ଓ ବେକାରୀ ହଟାଇବାକୁ ଶପଥ ନେଇଛୁ ବୋଲି କହିଛନ୍ତି ସୁକିନ୍ଦା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଦୀପ ବଳ ସାମନ୍ତ ।

ଗତକାଲି ପ୍ରଥମ ପର୍ଯାୟରେ ଜିଲ୍ଲା 7ଟି ଆସନରୁ 6ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି l ଯାଜପୁର ନିର୍ବାଚନ ମଣ୍ଡଳୀରୁ ଜିଲ୍ଲା ସଭାପତି ଗୌତମ ରାୟ, ବିଂଝାରପୁର ପାଇଁ ବବିତା ମଲ୍ଲିକ, କୋରେଇ ନିର୍ବାଚନ ମଣ୍ଡଳୀ ପାଇଁ ଆକାଶ ଦାସନାୟକ, ବଡ଼ଚଣା ପାଇଁ ଅମର ନାୟକ, ସୁକିନ୍ଦା ପାଇଁ ପ୍ରଦୀପ ବଳ ସାମନ୍ତ ଓ ଧର୍ମଶାଳା ପାଇଁ ସ୍ମୃତିରେଖା ପହିଙ୍କ ନାଁ ରାଜ୍ୟ ବିଜେପି ପକ୍ଷରୁ ଘୋଷଣା ହେଇଥିବା ବେଳେ କେବଳ ବରୀ ନିର୍ବାଚନ ମଣ୍ଡଳୀ ପାଇଁ କୌଣସି ନାଁ ଘୋଷଣା ହେଇନଥିବା ସୂଚନା ମିଳିଛି l

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.