ETV Bharat / politics

ଆଚରଣ ବିଧି ଉଲଙ୍ଘନ କରୁଛି ବିଜେଡି, ମୁଖ୍ୟ ନିର୍ବାଚନ କମିଶନଙ୍କୁ ଫେରାଦ ହେଲା ବିଜେପି - BJP MEETS CHIEF ELECTORAL OFFICER

author img

By ETV Bharat Odisha Team

Published : Apr 19, 2024, 5:04 PM IST

BJP MEETS CHIEF ELECTORAL OFFICER: ବିଜେଡି ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରୁଥିବା ଅଭିଯୋଗ କଲା ବିଜେପି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଆଗରେ ଫେରାଦ ହେଲା ଦଳ । ଅଧିକ ପଢ଼ନ୍ତୁ

ନିର୍ବାଚନ ଆଚରଣ ବିଧି ଉଲଙ୍ଘନ କରୁଛି ବିଜେଡି, ମୁଖ୍ୟ ନିର୍ବାଚନ କମିଶନଙ୍କ ଆଗରେ ଅଭିଯୋଗ କଲା ବିଜେପି

ଭୁବନେଶ୍ବର: ପୁଣି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେପି । ଶାସକ ଦଳ ବିଜେଡି ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରୁଥିବା ଅଭିଯୋଗ ଆଣିଲା ଭାରତୀୟ ଜନତା ପାର୍ଟି । ବିଜେଡି ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରି ପୂର୍ବତନ ରାଜ୍ୟ ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡାଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜେଡି ବିରୁଦ୍ଧରେ ଅଭିଯୋଗ କରିଛନ୍ତି ।

ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି, "ବାରମ୍ବାର ଆମେ ମୂଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖକୁ ଆସୁଛୁ । ସରକାରୀ ଦଳ ଅବାଧ ଅଚରଣ ବିଧିରେ ବ୍ୟାଘାତ ସ୍ତୃଷ୍ଟି କରୁଛି ତାକୁ ନେଇ ଅଭିଯୋଗ କରୁଛୁ । ଡେମୋକ୍ରାଟିକ ସରକାରକୁ ବ୍ୟୁରୋ କ୍ରାଟିକ କରିସାରିଲେଣି ସରକାରୀ ଦଳ । ସରକାରୀ କର୍ମଚାରୀ ଓ ପୋଲିସ ଅଧିକାରୀଙ୍କ ନାମରେ ବାରମ୍ବାର ଅଭିଯୋଗ ଉଠୁଛି । କିଛି ଅଧିକାରୀ ଥାର୍ଡ ଫ୍ଲୋରର ନିର୍ଦ୍ଦେଶରେ ବେଆଇନ କାର୍ଯ୍ୟ କରୁଛନ୍ତି । ୨ଟି ଅଭିଯୋଗ ରହିଛି, ପ୍ରଥମ ଅଭିଯୋଗ ହେଉଛି ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ମୁନିଗୁଡା ଅଞ୍ଚଳର ବିଷମ କଟକର ରାୟଗଡାରେ ନିର୍ବାଚନ ପ୍ରଚାର୍ ପାଇଁ ଯାଇଥିବା ସମୟରେ ସଧାରଣ ଭୋଟରମାନେ ତାଙ୍କୁ ଜଳ ସମସ୍ୟାକୁ ନେଇ ପ୍ରଶ୍ନ କରିଥିଲେ । ଏହି ସମୟରେ ମନ୍ତ୍ରୀଙ୍କ ସହ ଥିବା କିଛି ଅସାଧୁ ବ୍ୟକ୍ତି ସଧାରଣ ଲୋକଙ୍କୁ ବିରୋଧ କରିଥିଲେ । ଏହାକୁ ମନ୍ତ୍ରୀ ନିରବ ଭାବେ ଦେଖିବା ସହ ହସି କରି ଉଡେଇ ଦେଇଥିଲେ । ଏହି ଘଟଣାକୁ ୫ ଦିନ ହେଲାଣି । କିନ୍ତୁ ଏଯାଏଁ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ତେଣୁ ଏହାକୁ ଦୃଷ୍ଟିରେ ରଖି ଉଭୟ ମନ୍ତ୍ରୀ ଓ ବିରୋଧ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।"

ଏହା ମଧ୍ୟ ପଢ଼ନ୍ତୁ...ଆଚରଣ ବିଧି ଉଲ୍ଲଙ୍ଘନ କରୁଛି ବିଜେଡି; ପୁଣି ସିଇଓଙ୍କୁ ଫେରାଦ ହେଲା ବିଜେପି - BJP Complaint Against BJD

ସତ୍ୟବ୍ରତ ପଣ୍ଡା ଏହା ମଧ୍ୟ କହିଛନ୍ତି, " ଆମ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ପୂର୍ବରୁ ମଧ୍ଯ କହିଥିଲେ ଯେ, ସେଠର କିଛି ପୋଲିସ ସରକାରୀ ଦଳ ସହ ମିଶି କାର୍ଯ୍ୟ କରୁଛନ୍ତି । ଏହାର ଉଦାହରଣ ମଧ୍ଯ ଦେଖିବାକୁ ମିଳୁଛି ପ୍ରାର୍ଥୀଙ୍କ ମୁଷ୍ଟିମେୟ କର୍ମକର୍ତ୍ତା ବିଜୁ ବାବୁଙ୍କ ଫ୍ୟାନ ଗୀତରେ ବୁଲି ବୁଲି ନାଚିବାର ପ୍ରମାଣ ଆମ ହାତରେ ଲାଗିଛି ତେଣୁ ଯଥାଶୀଘ୍ର ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଗଣତାନ୍ତ୍ରିକ ରାଷ୍ଟ୍ରରେ ନିର୍ବାଚନ ଏକ ପକ୍ରିୟା । ନିର୍ବାଚନ ମୁକ୍ତ, ଅବାଧ ଓ ନିରପେକ୍ଷ ଭାବେ ହେବା ଉଚିତ । କିଛି ସରକାରୀ ଅଧିକାରୀମାନେ ଶାସକ ଦଳର ହାତ ବାରେସ ସାଜି ସାଧାରଣ ନିର୍ବାଚନ ବୈତରଣୀ ପାର କରିବାର ଅପଚେଷ୍ଟା ଚଳାଇଛନ୍ତି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.