ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ବିଜେଡିର ହୋଇଛି ଶକ୍ତି ବୃଦ୍ଧି । ବିଜେଡିର ମିଶ୍ରଣ ପର୍ବରେ ଦଳରେ ସାମିଲ ହେଲେ ପରିଣିତା ମିଶ୍ର ଓ ସୁଶାନ୍ତ ମିଶ୍ର । ବରଗଡ଼ ଜିଲ୍ଲା ବିଜେପିର ଜିଲ୍ଲା ଉପସଭାପତି ସୁଶାନ୍ତ ମିଶ୍ର 2014 ରେ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିଥିଲେ | ସେ ଆଜି ବିଜେପି ଛାଡି ବିଜେଡିରେ ସାମିଲ ହୋଇଛନ୍ତି | ସେହିପରି ପରିଣିତା ମିଶ୍ର ଜଣେ ସମାଜ ସେବୀ ଭାବେ ମହିଳା ସଶକ୍ତିକରଣ କ୍ଷେତ୍ରରେ ବରଗଡ଼ ଜିଲ୍ଲାରେ ପରିଚିତ | ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ତରଫରୁ ଉଭୟଙ୍କୁ ଦଳକୁ ସ୍ବାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର |
ସୁଶାନ୍ତ ସିଂ ସେମାନଙ୍କୁ ସ୍ବାଗତ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ସାମିଲ ହୋଇଥିବାରୁ ତାଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି | ବିଜେଡିର ସବୁ କାର୍ଯ୍ୟକ୍ରମରେ ସେ ଭାଗନେବେ ବୋଲି ଆଶା ପ୍ରକଟ କରିଛନ୍ତି | ବିଧାୟିକା ଦୀପାଳି ଦାସ ତାଙ୍କୁ ସ୍ବାଗତ କରିବା ସହ କହିଛନ୍ତି ଯେ ମହିଳାଙ୍କୁ ଆଗକୁ ଆଣି ନାରୀ ଜାତିକୁ ସଶକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ପ୍ରୟାସରତ | ବିକାଶ କୁ ଯିଏ ପ୍ରାଧାନ୍ୟ ଦେଇଛନ୍ତି ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଛି | ନବ ଦାସ କହୁଥିଲେ ବିକାଶ ଚାଁହୁଛ ବିଜେଡିରେ ସାମିଲ ହୁଅ | ସେ ଆଜି ନାହାନ୍ତି ତାଙ୍କ ଦାୟାଦଙ୍କ ନେତୃତ୍ବରେ ଦଳରେ ସାମିଲ ହେଲି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ଆମର ମୂଳ ଲକ୍ଷ୍ୟ ।
ଏହା ମଧ୍ୟ ପଢନ୍ତୁ ...ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ଓ ତୃତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା; ବ୍ରହ୍ମପୁର ଲୋକସଭାରୁ ଲଢିବେ ଭୃଗୁ ବକ୍ସିପାତ୍ର - BJD Lok Sabha And MLA Candidates
ସୂଚନାଯୋଗ୍ୟ ଯେ ଆଜି ପରିଣୀତା ମିଶ୍ର ବିଜେଡିରେ ମିଶିବା ପରେ ତାଙ୍କୁ ବରଗଡ଼ ସାଂସଦ ପ୍ରାର୍ଥୀ ଭାବେ ଘୋଷଣା କରିଛି ବିଜେଡି । ବରଗଡ ଜିଲ୍ଲାରେ ତାଙ୍କ ବେଶ ପ୍ରଭାବ ରହିଛି । ଏହା ଭିତରେ ଆଜି ଦିନରେ ବିଜେଡିରେ 5ଟି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ସକାଳେ କଟକ ସାଲେପୁରରୁ ବିଜେପି ନେତା ପ୍ରକାଶ ବେହେରା ବିଜେଡିରେ ସାମିଲ ହୋଇଥିଲେ । ସେହିପରି ବିଜେପି ନେତା ଭୃଗୁ ବକ୍ସିପାତ୍ର ଆଜି ବିଜେଡ଼ିରେ ସାମିଲ ହୋଇଥିଲେ ଆଉ ତାଙ୍କୁ ବ୍ରହ୍ମପୁର ଲୋକସଭା ଟିକେଟ ଦେଇଛି ବିଜେଡି । ଜର୍ଜ ତିର୍କିଙ୍କ ପୁଅ ମଧ୍ୟ ବିଜେଡ଼ି ରେ ମିଶିଛନ୍ତି । ସେହିପରି ବିଜେପି ନେତା ତଥା ବରଗଡ଼ ଜିଲ୍ଲା ଉପସଭାପତି ସୁଶାନ୍ତ ମିଶ୍ର ଏବଂ ପରିଣୀତା ମିଶ୍ର ବରଗଡ଼ ଲୋକସଭା ଟିକେଟ ପାଇଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର