ETV Bharat / politics

କଂଗ୍ରେସକୁ ଫେରିଲେ ସତ୍ୟଜିତ ଓ ଜୟଶ୍ରୀ ପଟ୍ଟନାୟକ - କଂଗ୍ରେସକୁ ଫେରିଲେ ସତ୍ୟଜିତ ଓ ଜୟଶ୍ରୀ

Congress Joining Program: ନିର୍ବାଚନ ପୂର୍ବରୁ ଜୋର ଧରିଛି ଦଳ ବଦଳ ରାଜନୀତି । ଏହାରି ଭିତରେ ଆଜି ଭୁବନେଶ୍ବରରେ କଂଗ୍ରେସରେ ମିଶିଛନ୍ତି ବିଜେପି ନେତା ସତ୍ୟଜିତ ପଟ୍ଟନାୟକ ଓ ଜୟଶ୍ରୀ ପଟ୍ଟନାୟକ । ଦୀର୍ଘଦିନ ପରେ ଉଭୟ ଆଜି ନିଜର ପୁରୁଣା ଦଳକୁ ଫେରିଛନ୍ତି । ଅଧିକ ପଢ଼ନ୍ତୁ

କଂଗ୍ରେସକୁ ଫେରିଲେ ସତ୍ୟଜିତ ଓ ଜୟଶ୍ରୀ ପଟ୍ଟନାୟକ

author img

By ETV Bharat Odisha Team

Published : Feb 18, 2024, 10:58 PM IST

କଂଗ୍ରେସକୁ ଫେରିଲେ ସତ୍ୟଜିତ ଓ ଜୟଶ୍ରୀ ପଟ୍ଟନାୟକ

ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ଜାରି ରହିଛି ଦଳ ବଦଳ ରାଜନିତୀ । ବିଭିନ୍ନ କାରଣରୁ ଦଳ ଛାଡୁଥିବା ନେତାଙ୍କୁ ଆଦରି ନେଉଛନ୍ତି ଅନ୍ୟ ଦଳ । କିଛି ନେତା କଂଗ୍ରେସ ଛାଡି ବିଜେଡି ଓ ବିଜେପିରେ ଯୋଗ ଦେଉଛନ୍ତି । ସେହିପରି ଶାସକ ଦଳରେ କୋଣଠେସା ଅନୁଭବ କରୁଥିବା ନେତା ମଧ୍ୟ ଦଳ ଛାଡି କଂଗ୍ରେସ ଓ ବିଜେପିର ଶରଣ ନେଉଛନ୍ତି । ଆଜି ଭୁବନେଶ୍ବରରେ କଂଗ୍ରେସରେ ମିଶିଛନ୍ତି ବିଜେପିର ଯୁବନେତା ସତ୍ୟଜିତ ପଟ୍ଟନାୟକ । ଦୀର୍ଘଦିନ ପରେ ସେ ନିଜର ପୁରୁଣା ଦଳକୁ ଫେରିଛନ୍ତି । ତାଙ୍କ ସହ ନାରୀ ନେତ୍ରୀ ଜୟଶ୍ରୀ ପଟ୍ଟନାୟକ ମଧ୍ୟ ଆଜି କଂଗ୍ରେସକୁ ଫେରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ସଂଗଠନ ସଜାଡ଼ୁଛି କଂଗ୍ରେସ, ଜିଲ୍ଲା ସଭାପତିଙ୍କ ପିସିସି ସଭାପତିଙ୍କ ବୈଠକ

ଆଜି ବିଧିବଦ୍ଧ ଭାବରେ କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି ସତ୍ୟଜିତ ପଟ୍ଟନାୟକ । ସତ୍ୟଜିତ ବିଜେପି ଦଳ ଛାଡି ଆଜି ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ କଂଗ୍ରେସର ହାତ ଧରିଛନ୍ତି । ପୁରୁଣା ଦଳକୁ ଫେରିବା ପରେ ସତ୍ୟଜିତ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, "ମୁଁ ମୋର ନିଜ ଘରକୁ ପୁନର୍ବାର ଫେରିଛି । ଆଗରୁ ମୁଁ ଛାତ୍ର କଂଗ୍ରେସ ନେତା ଭାବରେ କଂଗ୍ରେସ ଦଳରେ କାମ କରିଛି । ଏବେ ସୁଯୋଗ ମିଳିଛି, ସମସ୍ତେ ସଭାପତିଙ୍କ ହାତ ମୁଠାକୁ ଟାଣ କରି କଂଗ୍ରେସ ଦଳର 9ରୁ 90 ମିଶନକୁ ସଫଳ କରିବାକୁ ଚେଷ୍ଟା କରିବା ।" ତେବେ ସତ୍ୟଜିତଙ୍କ ସମେତ ଗତ ନିର୍ବାଚନରେ ବେଗୁନିଆ-ବୋଲଗଡ଼ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟିକା ପ୍ରାର୍ଥୀ ଜୟଶ୍ରୀ ପଟ୍ଟନାୟକ ମଧ୍ୟ କଂଗ୍ରେସକୁ ଫେରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଖାଲି ହେଉଛି ହାତ ମୁଠା, ବିଜେଡି କ୍ୟାମ୍ପରେ ପୂର୍ବତନ ଅନୁଗୋଳ ଜିଲ୍ଲା କଂଗ୍ରେସ ସଭାପତି

ସେପଟେ କଂଗ୍ରେସ ଦଳ ଛାଡି ବିଜେଡିରେ ମିଶିଛନ୍ତି ପୂର୍ବତନ ଅନୁଗୁଳ ଜିଲ୍ଲା କଂଗ୍ରେସ ସଭାପତି ବୀପ୍ଳବ ଜେନା । ଏନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସତ୍ୟଜିତଙ୍କୁ ଦଳକୁ ସ୍ବାଗତ କରିବା ଅବସରରେ ସେ ଏକାଧିକ କଂଗ୍ରେସ ନେତା ଦଳ ଛାଡ଼ିବା ପ୍ରସଙ୍ଗରେ ମତ ରଖିଛନ୍ତି । ପିସିସି ସଭାପତି କହିଛନ୍ତି, "ନିର୍ବାଚନ ପୂର୍ବରୂ ଏଭଳି ଅନେକ ନେତା ଯାଆନ୍ତି ଏବଂ ଆସନ୍ତି । କଂଗ୍ରେସ ଦଳ ହେଉଛି ସମୁଦ୍ର । ସେଥିରୁ ଗୋଟିଏ ଢାଳ ପାଣି କିଏ ନେଇଗଲେ ସମୁଦ୍ରର କିଛି ଫରକ ପଡ଼େନାହିଁ । ନିର୍ବାଚନ ପୂର୍ବରୁ ଏଭଳି ହୁଏ, ଏଥିରେ କିଛି ନୂଆ କଥା ନାହିଁ ।" ପ୍ରକାଶ ଥାଉ, ଆଜି ଗୋଟିଏ ପଟେ ପୂର୍ବତନ ଅନୁଗୁଳ ଜିଲ୍ଲା କଂଗ୍ରେସ ସଭାପତି ଦଳ ଛାଡ଼ି ବିଜେଡିରେ ମିଶିଥିବାବେଳେ ଅନ୍ୟପଟେ ବହୁ ବିଜେଡି ଏବଂ ବିଜେପିର ନେତା ଓ କର୍ମୀ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.