ETV Bharat / politics

ବିଜେପିରେ ଥମୁନି ଟିକେଟ୍ କନ୍ଦଳ, ଗୋପାଲଜୀ ପାଣିଗ୍ରାହୀଙ୍କୁ ଅନନ୍ତଙ୍କ ବିରୋଧ - Ticket Issue

author img

By ETV Bharat Odisha Team

Published : Apr 12, 2024, 10:53 PM IST

Ticket Issue: ବିଜେପି ବିଧାୟକ ପ୍ରାର୍ଥୀ ଗୋପାଲଜୀ ପାଣିଗ୍ରାହୀଙ୍କୁ ବିରୋଧ କରିଛନ୍ତି ଅନନ୍ତ ଦାସ । ତାଙ୍କୁ ଦଳ ବିରୋଧୀ କହିବା ସହ ଗୋପାଲଜୀଙ୍କ ପ୍ରାର୍ଥୀତ୍ବକୁ ନେଇ ଉଠାଇଛନ୍ତି ପ୍ରଶ୍ନ । ଅଧିକ ପଢନ୍ତୁ

Ticket Issue
Ticket Issue

Ticket Issue

ବଲାଙ୍ଗୀର: ପ୍ରାର୍ଥୀ ଘୋଷଣା ପରେ ବିଜେପିରେ ଥମୁନି କନ୍ଦଳ। ବିଜେପି ବିଧାୟକ ପ୍ରାର୍ଥୀ ଗୋପାଲଜୀ ପାଣିଗ୍ରାହୀଙ୍କୁ ବିରୋଧ କରିଛନ୍ତି ଅନନ୍ତ ଦାସଙ୍କ ସମର୍ଥକ । "ଦଳ ବିରୋଧୀ ପ୍ରାର୍ଥୀଙ୍କୁ କେମିତି ଟିକେଟ ଦିଆଗଲା?" ବୋଲି ପ୍ରଶ୍ନ କରିଛନ୍ତି ଅନନ୍ତ । ସେପଟେ ବିଧାୟକ ପ୍ରାର୍ଥୀ ଗୋପାଲଜୀ ପାଣିଗ୍ରାହୀ କହିଛନ୍ତି, "ଯୋଗ୍ୟତା ଅନୁସାରେ ଟିକେଟ ଦିଆଯାଇଛି ।" ସୂଚନା ଅନୁସାରେ, ବଲାଙ୍ଗୀର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ଏଥର ଗୋପାଲଜୀ ପାଣିଗ୍ରାହୀଙ୍କୁ ବିଧାୟକ ପ୍ରାର୍ଥୀ କରିବା ପରେ କିଛି ଅସନ୍ତୁଷ୍ଟ ନେତା ଦଳ ଛାଡିଥିଲେ। ସେପଟେ ଆଜି ପୂର୍ବତନ ବିଧାୟକ ପ୍ରାର୍ଥୀ ଅନନ୍ତ ଦାସ ତାଙ୍କ ବିରୋଧରେ ଏକ ବିରାଟ ମେଳି କରିବା ବିଜେପିର ଅନ୍ତକନ୍ଦଳକୁ ପଦାରେ ପକାଇଛି। ଅନନ୍ତ ଦାସ ଆଜି ବଲାଙ୍ଗୀରର ଭଗବତୀ ମଣ୍ଡପ କଲ୍ୟାଣ ମଣ୍ଡପରେ ଏକ ସଭା ଆୟୋଜନ କରି ତୃଣ ମୂଳ ସ୍ତରର ନେତା ଓ କର୍ମୀଙ୍କୁ ଏକାଠି କରିଥିଲେ। ଅନନ୍ତ ପ୍ରଶ୍ନ କରିଛନ୍ତି, "ଦଳ ମୋତେ ଟିକେଟ ନ ଦେବାରେ କୌଣସି ଆପତ୍ତି ନାହିଁ । ହେଲେ ଯାହାକୁ ଟିକେଟ ଦିଆଯାଇଛି କେଉଁ ଆଧାରରେ ତାଙ୍କୁ ଟିକେଟ ଦିଆଯାଇଛି?"

ସେ ଅଭିଯୋଗ ଆଣିଛନ୍ତି , "ଗୋପାଲଜୀ ପାଣିଗ୍ରାହୀ ପୂର୍ବରୁ ଦଳରେ ଥିଲେ ଏବଂ ପରେ ସେ ଦଳ ଛାଡିଥିଲେ। ପରବର୍ତ୍ତୀ ସମୟରେ ସେ ପୁଣି ଦଳରେ ସାମିଲ ହୋଇଥିଲେ। ସେ ବିଗତ ନିର୍ବାଚନରେ ଖୁଲମଖୁଲା ଏଠି କଂଗ୍ରେସକୁ ସମର୍ଥନ ଦେଇଥିଲେ। ଯାହା ଫଳରେ ଏଠି ବିଜେପି ହାରିଥିଲା। ଏଭଳି ଦଳ ବିରୋଧୀ ପ୍ରାର୍ଥୀଙ୍କୁ ଦଳ କେମିତି ଓ କାହା ପ୍ରରୋଚନାରେ ଟିକେଟ ଦେଲା?" ସେପଟେ ଅନନ୍ତ ଦାସଙ୍କ ଏହି ପ୍ରଶ୍ନର ଜବାବ ରଖିଛନ୍ତି ବର୍ତ୍ତମାନ ବିଜେପି ବିଧାୟକ ପ୍ରାର୍ଥୀ ଗୋପାଲଜୀ ପାଣିଗ୍ରାହୀ। ସେ କହିଛନ୍ତି , "ବିଜେପି ଏକ ଶୃଙ୍ଖଳିତ ଦଳ । ଏଠି ଯୋଗ୍ୟତା ଆକାରରେ ପ୍ରାର୍ଥୀ ଦିଆଯାଏ। ଅନନ୍ତଙ୍କ ମଧ୍ୟରେ କିଛି ଭୁଲ ବୁଝାମଣା ରହିଛି। ଦଳ ବିରୋଧୀ କାର୍ଯ୍ୟ କରିଥିଲେ ଦଳ ମୋ ଉପରେ କାର୍ଯ୍ୟାନୁଷ୍ଠାନ ନେଇଥାଆନ୍ତା। ହେଲେ ସେମିତି କିଛି ହୋଇନାହିଁ ।" ସେହିପରି ଅନନ୍ତ ଦାସ ଜଣେ ପୁରୁଣା କର୍ମୀ ଅଟନ୍ତି ତେବେ ସେ ଚାହିଁଲେ ଉପରୋକ୍ତ ନେତାଙ୍କ ସହ ସିଧାସଳଖ ଆଲୋଚନା କରିପାରିବେ ବୋଲି କହିଛନ୍ତି ଗୋପାଳଜୀ ।

ଏହା ବି ପଢନ୍ତୁ...ହୋହଲ୍ଲାରେ କମ୍ପିଲା ବିଜେପି କାର୍ଯ୍ୟାଳୟ, ଉଗ୍ରରୂପ ନେଉଛି ଟିକେଟ୍ କନ୍ଦଳ - Bjp Ticket Issue

ତେବେ ଅନନ୍ତ ଦାସ ଦିନେ ବଲାଙ୍ଗୀର ବିଜେପିର ମଙ୍ଗ ଧରିଥିବା ରାଜା ପରିବାର କେଭି ସିଂହ ଦେଓ ଏବଂ ସଂଗୀତା କୁମାରୀ ସିଂହ ଦେଓଙ୍କ ଅତି ଘନିଷ୍ଠ ଥିଲେ। ଏହିପରି ସେ 2019 ରେ ବିଜେପି ପ୍ରାର୍ଥୀ ମଧ୍ୟ ହୋଇଥିଲେ। 28 ହଜାରରୁ ଅଧିକ ଭୋଟ ପାଇବା ସତ୍ତ୍ବେ ପରାଜିତ ହୋଇଥିଲେ। ସେହିପରି ସେ ପରବର୍ତ୍ତୀ ସମୟରେ ବଳରାମ ସିଂ ଯାଦବ ଗୋଷ୍ଠୀରେ ଯୋଗ ଦେଇଥିଲେ। ଏହାକୁ ନେଇ ତାଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ ରାଜ୍ୟ ବିଜେପି ଦେଇଥିଲା। ସେପଟେ କିଛି ମାସ ପୂର୍ବରୁ ବିଜେପିର ଅମୃତ କଳସ କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଚ ରାସ୍ତାରେ ଅନନ୍ତ ଦାସ ଓ ଗୋପାଲଜୀ ପାଣିଗ୍ରାହୀଙ୍କ ମଧ୍ୟରେ ମାଡ଼ ମରାମରି ହୋଇଥିଲା । ଯାହା ସାରା ରାଜ୍ୟରେ ଚର୍ଚ୍ଚାରେ ବିଷୟ ପାଲଟିଥିଲା ଏବଂ ମାମଲା ଥାନାରେ ପହଞ୍ଚି ଥିଲା। ତେବେ ବିଜେପିର ଏହି ଦୁଇ ନେତା ଏଥର ଟିକେଟ ଆଶାୟୀ ଥିବାବେଳେ ଗୋପାଲଜୀ ପାଣିଗ୍ରାହୀ ଟିକେଟ ପାଇବା ପରେ ପୁଣି ଦୁଇ ନେତାଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଛି।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.