ETV Bharat / politics

କ୍ଷମତାକୁ ଆସୁ ଆସୁ ଆକ୍ସନ ମୋଡରେ ବିଜେପି ସରକାର: ପ୍ରଥମ କ୍ୟାବିନେଟରେ 4 ବଡ ପ୍ରସ୍ତାବକୁ ମୋହର, ଖୋଲିଲା ଶ୍ରୀମନ୍ଦିର 4 ଦ୍ବାର - first cabinet meet of bjp govt

author img

By ETV Bharat Odisha Team

Published : Jun 13, 2024, 7:51 PM IST

BJP form govt in odisha after 24 years: ଆରମ୍ଭରୁ ଆକ୍ସନ ମୋଡରେ ବିଜେପି ସରକାର । ଶ୍ରୀମନ୍ଦିର 4ଦ୍ବାର ଖୋଲିବା ସହ କାମ ଆରମ୍ଭ କଲା ମୋହନ ସରକାର । ଅଧିକ ପଢନ୍ତୁ

BJP form govt in odisha
BJP form govt in odisha (Etv BharETV Bharat Odisha)

ଭୁବନେଶ୍ବର: ଦୀର୍ଘ 24 ବର୍ଷ ପରେ ରାଜ୍ୟରେ କଡ ଲେଉଟାଇଛି ଶାସନ । ରାଜ୍ୟ ଦେଖିଲା ନୂଆ ସରକାର । ପାଓ୍ବାର କରିଡରରୁ ଆଉଟ ହୋଇଛି ବିଜେଡି ଓ ଏଣ୍ଟ୍ରି କରିଛି ବିଜେପି । ଗତକାଲି ଭବ୍ୟ କାର୍ଯ୍ୟକ୍ରମରେ ଶପଥ ଗ୍ରହଣ ସହ କ୍ଷମତାକୁ ଆସିଛି ଭାରତୀୟ ଜନତା ପାର୍ଟିର ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ତମାମ କେନ୍ଦ୍ରୀୟ ମନ୍ତ୍ରୀ ଓ 8ଜଣ ମୁଖ୍ୟମନ୍ତ୍ରୀଙ୍କ ସହ ବିଦାୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଆଗଧାଡିର ଆଦିବାସୀ ନେତା ମୋହନ ଚରଣ ମାଝୀ । ତାଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ମୋଟ 16 ମନ୍ତ୍ରୀଙ୍କ ଶପଥ ସହ ସାମ୍ବାଧାନିକ ଭାବେ ରାଜ୍ୟରେ ଆରମ୍ଭ ହୋଇଛି ବିଜେପି ରାଜ ।

BJP form govt in odisha (ETV Bharat Odisha)

ଗତକାଲି କ୍ଷମତାକୁ ଆସୁ ଆସୁ ଆକ୍ସନ ମୋଡକୁ ଆସିଛି ବିଜେପି ସରକାର । ଗତକାଲି ଅପରାହ୍ନରେ ଶପଥ ଗ୍ରହଣ ପରେ ସଂଧ୍ୟାରେ ବସିଥିଲା ମୋହନ ସରକାରର ପ୍ରଥମ କ୍ୟାବିନେଟ । ନିର୍ବାଚନୀ ଘୋଷଣାପତ୍ରରେ ଦଳ ମୁଦ୍ଦା କରିଥିବା 4ଟି ବଡ ପ୍ରସ୍ତାବରେ ଲାଗିଥିଲା ପ୍ରଥମ ମୋହର । ଶ୍ରୀମନ୍ଦିର 4ଦ୍ବାରା ଖୋଲିବା, ଶ୍ରୀମନ୍ଦିର ପରିଚାଳନା ଓ ରକ୍ଷଣାବେକ୍ଷଣା ପାଇଁ 5ଶହ କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ, କୃଷକଙ୍କ ପାଇଁ ‘ସମୃଦ୍ଧ କୃଷକ ଯୋଜନା କାର୍ଯ୍ୟକାରୀ’ କରିବା ସହ ଧାନର ଏମଏସପି 31ଶହ ଟଙ୍କାକୁ ବୃଦ୍ଧି କରିବା, ରାଜ୍ୟରେ 100 ଦିନ ମଧ୍ୟରେ ମହିଳାଙ୍କ ପାଇଁ ଶୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବା ପ୍ରସ୍ତାବକୁ ବୈଠକରେ ଅନୁମୋଦନ ଦେଇ ମାଷ୍ଟରଷ୍ଟ୍ରୋକ ମାରିବାର କୌଣସି ଅବସର ଛାଡିନଥିଲା ନୂଆ ସରକାର ।

ସେହିପରି କୋଭିଡ ସଂକ୍ରମଣ ସହ 2020 ମସିହାରୁ ରାଜ୍ୟ ଶାସନର ମୁଖ୍ୟାଳୟ ‘ଲୋକସେବା ଭବନ’ରେ ପ୍ରବେଶ କରିବାରୁ ବଞ୍ଚିତ ହୋଇଥିବା ଗଣମାଧ୍ୟମ ମଧ୍ୟ ସମସ୍ତ କଟକଣାରୁ ମୁକ୍ତ ହୋଇଥିଲା । ନୂଆ ସରକାରର ପ୍ରବେଶ ସହ ଦୀର୍ଘ 4 ବର୍ଷ ପରେ ଲୋକସେବା ଭବନରେ ପ୍ରବେଶ କରିଥିଲେ ତମାମ ଗଣମାଧ୍ୟମ ପ୍ରତିନିଧି । ନୂଆ ସରକାରର ପ୍ରଥମ କ୍ୟାବିନେଟ ବୈଠକ ସହ ବଦଳିଥିଲା ପଲିଟିକାଲ ରିପୋର୍ଟିଂର ଧାରା । ଗତକାଲି ରାତିରେ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ପରେ ଶ୍ରୀକ୍ଷେତ୍ର ଅଭିମୁଖେ ବାହାରି ଥିଲେ ସମସ୍ତ ମନ୍ତ୍ରୀ । ଆଜି ସକାଳୁ ବଡଦାଣ୍ଡରେ ନଜର ଆସିଥିଲା ପୁରା ସରକାର । ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରିମଣ୍ଡଳ ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ମଙ୍ଗଳ ଆଳତୀ ପରେ ଶ୍ରୀମନ୍ଦିରର ସମସ୍ତ 4 ଦ୍ବାର ଖୋଲିଥିଲା ପ୍ରଶାସନ ।

ଏହା ମଧ୍ୟ ପଢନ୍ତୁ :- ୨୪ ବର୍ଷ ଧରି ଅପେକ୍ଷା କରିଛି ସରକାରୀ ବାସଭବନ, ପଡ଼ିବ କି ନୂଆ ମୁଖ୍ୟମନ୍ତ୍ରୀଙ୍କ ପାଦ ! - New CM to enter Official quarters

ଓଡିଆ ଅସ୍ମିତା, ଶ୍ରୀମନ୍ଦିର ଅବ୍ୟବସ୍ଥା ପ୍ରସଙ୍ଗ ସହ ରାଜ୍ୟରେ ବେକାରୀ, ଗରିବି, ଦାଦନ ପ୍ରସଙ୍ଗକୁ ମୁଦ୍ଦା କରି ନିର୍ବାଚନ ଲଢିଥିଲା ବିଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଡବଲ ଇଞ୍ଜିନ । ଡବଲ ସ୍ପିଡ ଓ ଡବଲ ବିକାଶର କଥା କହି ଭୋଟ ମାଗିଥିବା ଭାରତୀୟ ଜନତା ପାର୍ଟି ଅଢେଇ ଦଶନ୍ଧିର କ୍ଷମତାଶାଳୀ ଦଳ ବିଜେଡିକୁ ପଛରେ ପକାଇ ରାଜ୍ୟବାସୀଙ୍କ ପ୍ରତିନିଧିତ୍ବ ପାଇଛି । ହେଲେ ମୋହନ ମାଝୀଙ୍କ ନେତୃତ୍ବରେ ଏହି ନୂଆ ସରକାର ରାଜ୍ୟବାସୀଙ୍କ ଆଶାକୁ କେତେ ପୂରଣ କରିପାରିବ । ଦେଇଥିବା ଗ୍ୟାରେଣ୍ଟି ପ୍ରତିଶ୍ରୁତି ପୂରଣ କରିପାରିବ । କେତେ ସୁଶାସନ, ପ୍ରଗତି ଓ ସମୃଦ୍ଧିର ଆଧାର ହୋଇପାରିବ, ତାହା ତ ସମୟ ହିଁ କହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.