ETV Bharat / politics

ଗୋଳିଆ ହେଲା ସୋରର ପଦ୍ମ ପୋଖରୀ, ରାଜୁଙ୍କ ବଦଳରେ ପର୍ଶୁରାମଙ୍କୁ ଟିକଟ - SORO ASSEMBLY CONSTITUENCY - SORO ASSEMBLY CONSTITUENCY

Parshuram Dhada As Soro BJP MLA Candidate: ସୋରରେ ବିଜେପି ଆଣିଛି ନୂଆ ଟ୍ବିଷ୍ଟ । ପୂର୍ବରୁ ରାଜେନ୍ଦ୍ର ଦାସଙ୍କୁ ଟିକଟ ଦେଇଥିବା ବେଳେ ଶେଷ ମୂହୂର୍ତ୍ତରେ ବିଜେପି ପର୍ଶୁରାମ ଧଡ଼ାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି । ଅଧିକ ପଢନ୍ତୁ

Parshuram Dhada As Soro BJP MLA Candidate
Parshuram Dhada As Soro BJP MLA Candidate (ETV Bharat Odisha)
author img

By ETV Bharat Odisha Team

Published : May 14, 2024, 7:44 PM IST

ଗୋଳିଆ ହେଲା ସୋରର ପଦ୍ମ ପୋଖରୀ, ରାଜୁଙ୍କ ବଦଳରେ ପର୍ଶୁରାମଙ୍କୁ ଟିକଟ (ETV Bharat Odisha)

ବାଲେଶ୍ବର: ଆଜି ହେଉଛି ଜିଲ୍ଲାରେ ନିର୍ବାଚନ ପାଇଁ ନାମାଙ୍କନର ଶେଷ ତାରିଖ । ଏହାରି ମଧ୍ୟରେ ସୋର ବିଧାନସଭା ମଣ୍ଡଳୀରେ ବିଜେପିରେ ଦେଖିବାକୁ ମିଳିଛି ଅପ୍ରତ୍ୟାଶିତ ମୋଡ । ବିଜେପି ପାଇଁ ସୃଷ୍ଟି ହୋଇଛି ଗୋଳମାଳିଆ ପରିସ୍ଥିତି । ଦୁଇ ଜଣଙ୍କ କଳିରୁ ତୃତୀୟ ଜଣଙ୍କ ହୋଇଛି ଲାଭ । ପୂର୍ବରୁ ବିଜେଡିରୁ ଆସିଥିବା ରାଜେନ୍ଦ୍ର ଦାସ ଓରଫ ରାଜୁ ଦାସଙ୍କୁ ବିଜେପି ପ୍ରାର୍ଥୀ ଭାବେ ଘୋଷଣା କରିଥିବା ବେଳେ ଆଜି ପ୍ରାର୍ଥୀତ୍ବ ପାଇଁ ଦଳ ପୁନର୍ବିଚାର କରିଛି । ରାଜେନ୍ଦ୍ରଙ୍କ ଟିକଟ କାଟି ପର୍ଶୁରାମ ଧଡ଼ାଙ୍କୁ ଦଳ ଶେଷ ମୂହୂର୍ତ୍ତରେ ଟିକଟ ପ୍ରଦାନ କରିଛି । ସେହିପରି ଦୀର୍ଘ ଦିନ ଧରି ବିଜେପି ସଂଗଠନ ସମ୍ଭାଳିଥିବା ରାକେଶ ମଲ୍ଲିକ ଦଳୀୟ ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୋଇ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି । ସେହିଭଳି ରାଜେନ୍ଦ୍ର ଦାସ ଓ ପର୍ଶୁରାମ ଧଡ଼ା ନିଜର ନାମାଙ୍କନ ଦାଖଲ ଭରିଛନ୍ତି ।

ସୂଚନାଯୋଗ୍ୟ ଯେ ସୋରରେ ବିଜେପି ସଂଗଠନ ଗଢିଥିବା ଏବଂ ଗତ ନିର୍ବାଚନରେ ବିଜେପି ବିଧାୟକ ପ୍ରାର୍ଥୀ ହୋଇଥିବା ରାକେଶ ଚଳିତ ନିର୍ବାଚନରେ ମଧ୍ୟ ଆଶାୟୀ ଥିଲେ । ମାତ୍ର ବିଜେପି ରାଜେନ୍ଦ୍ର ଦାସଙ୍କ ନାଁ ଘୋଷଣା କରିବା ପରେ ରାକେଶ ଏବଂ ତାଙ୍କ ସମର୍ଥକମାନେ ରାଜେନ୍ଦ୍ର ଦାସଙ୍କୁ ଜୋରଦାର ବିରୋଧ କରିଥିଲେ । ଏମିତିକି ବାରମ୍ବାର ପ୍ରତିବାଦ କରି ଦଳର ଉପରିସ୍ଥ ଅଧିକାରୀମାନଙ୍କୁ ମଧ୍ୟ ପ୍ରାର୍ଥୀ ବଦଳାଇବା ପାଇଁ ଦାବି କରାଯାଇଥିଲା । ସୋରରେ ନିଜର ପ୍ରଚାର ପାଇଁ ରାଜେନ୍ଦ୍ର ଆସିଥିଲେ ମଧ୍ୟ ସେତେବେଳେ ରାକେଶଙ୍କ ସମର୍ଥକମାନେ ତାଙ୍କୁ ବିରୋଧ କରିବା ସହ ସୋରରେ ପ୍ରଚାର କରିବାକୁ ଦେଇ ନଥିଲେ । ସେଇଠୁ ରାଜେନ୍ଦ୍ର ଫେରିଯାଇଥିବା ବେଳେ ଗୋଟିଏ ଦିନ ମଧ୍ୟ ସେ ନିଜର ପ୍ରଚାର ସୋରରେ କରି ପାରି ନଥିଲେ ।

ଏହା ମଧ୍ୟ ପଢନ୍ତୁ ... ବିଜେପିକୁ ବାହୁଡ଼ିଲେ ବିଧାୟକ ପର୍ଶୁରାମ ଧଡା - Parshuram Dhada Joins BJP

ଏହାରି ଭିତରେ ସୋର ବିଜେଡି ପ୍ରାର୍ଥୀ ଭାବେ ମାଧବ ଧଡାଙ୍କ ନାଁ ଘୋଷଣା ପରେ ପର୍ଶୁରାମ ଧଡ଼ା ବିଜେଡିରୁ ଇସ୍ତଫା ଦେଇଥିଲେ । ପରବର୍ତ୍ତୀ ସମୟରେ ସେ ବିଜେପିରେ ସାମିଲ ହୋଇ ଦଳୀୟ ପ୍ରାର୍ଥୀ ହେବାପାଇଁ ମଧ୍ୟ ଆଶା ରଖିଥିଲେ । ଗୋଟପଟେ ରାଜେନ୍ଦ୍ର ସୋରରେ ପଶି ନ ପାରିବା ଏବଂ ରାକେଶ ବାରମ୍ବାର ପ୍ରାର୍ଥୀ ବଦଳାଇବା ପାଇଁ ଦାବି କରିବା ଭିତରେ ସୋର ବିଜେପି ଦଳୀୟ କନ୍ଦଳ ବଢ଼ିବାରେ ଲାଗିଥିଲା । ନାମାଙ୍କନ ଦାଖଲର ଶେଷ ଦିନରେ ରାଜେନ୍ଦ୍ର ଦାସ ନିଜର ନାମାଙ୍କନ ଦାଖଲ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଦଳୀୟ ଟିକଟ ପାଖରେ ନ ଥିଲେ ମଧ୍ୟ ରାଜେନ୍ଦ୍ର ପରବର୍ତ୍ତୀ ସମୟରେ ଟିକଟ ଜମା କରିବା କଥା ନିଜ ପ୍ରତିକ୍ରିୟାରେ କହିଥିଲେ । ବିଜେପି ପ୍ରାର୍ଥୀ ଭାବେ ରାଜେନ୍ଦ୍ର ନାମାଙ୍କନ ଦାଖଲ କରିଥିବା ନିଜ ପ୍ରତିକ୍ରିୟାରେ କହିଥିଲେ । ଏହାରି ଭିତରେ ପର୍ଶୁରାମ ଧଡ଼ା ନିଜର ସମର୍ଥକମାନଙ୍କୁ ନେଇ ନାମାଙ୍କନ ଦାଖଲ କରିବାକୁ ଆସିଥିଲେ । ପ୍ରାର୍ଥୀପତ୍ର ଦାଖଲ କରିବାକୁ ଆସିବା ସମୟ ଭିତରେ ଦଳୀୟ ନିଷ୍ପତ୍ତି ପରିବର୍ତ୍ତନ ହୋଇଥିଲା ।

ବିଜେପି ପାର୍ଟି ଅଫିସରୁ ସୋର ବିଧାୟକ ପ୍ରାର୍ଥୀ ଭାବେ ପର୍ଶୁରାମ ଧଡାଙ୍କ ନାଁ ଉଲ୍ଲେଖ କରାଯାଇଥିଲା । ଅନ୍ୟପଟେ ଅସନ୍ତୁଷ୍ଟ ରାକେଶ ମଲ୍ଲିକ ମଧ୍ୟ ସ୍ବାଧୀନ ଭାବେ ନିଜର ନାମାଙ୍କନ ଦାଖଲ କରିଛନ୍ତି । ଏତେଦିନ ଦଳ ଉପରେ ଭରସା ରଖି ଶେଷରେ ନିରାଶ ହେବାପରେ ରାକେଶ ସ୍ବାଧୀନ ଭାବେ ନାମାଙ୍କନ ଦାଖଲ କରିଥିବା କଥା କହିଛନ୍ତି । ରାକେଶଙ୍କୁ ସାଙ୍ଗରେ ନେଇ ସଙ୍ଗଠନ ସଜାଡି ବିଜୟ ପାଇଁ ଲଢିବୁ ବୋଲି ପର୍ଶୁରାମ ଧଡ଼ା କହିଛନ୍ତି । ସେହିପରି ୧୫ ବର୍ଷ ଧରି ଦଳକୁ ସୁଦୃଢ଼ କରିବା ପାଇଁ ପରିଶ୍ରମ କରିବା ସତ୍ତ୍ବେ ଅନ୍ୟାୟ ପୂର୍ବକ ଦଳ ଟିକଟ ନ ଦେବାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ରାକେଶ ମଲ୍ଲିକ । ଦଳରୁ ଇସ୍ତଫା ନ ଦେଇ ନାମାଙ୍କନ ଦାଖଲ କରିଛୁ ଓ ଦଳର କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା କରିଛୁ ବୋଲି କହିଛନ୍ତି ରାକେଶ । ତିନି ବିଜେପି ନେତାଙ୍କ ନାମାଙ୍କନ ଫଳରେ ସୋରରେ ଲଢେଇ ଆହୁରି ରୋଚକ ହେବାକୁ ଯାଉଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.