ETV Bharat / politics

'ବିଜେଡି ପାଇଁ କାର୍ଯ୍ୟକରୁଥିବା ସରକାରୀ କର୍ମଚାରୀଙ୍କୁ ସୁରକ୍ଷା ଦେଉଛନ୍ତି ଜିଲ୍ଲାପାଳ' - BJP Meets CEO - BJP MEETS CEO

BJP Delegation Meets CEO: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଗୋପିନାଥପୁର ଗ୍ରାମ ପଞ୍ଚାୟତର ଜିଆର୍‌ଏସ୍‌ ରୀତାରାଣୀ ମୁଦୁଲି ବିଜେଡିକୁ ଭୋଟ ଦେବା ପାଇଁ ଲୋକଙ୍କୁ ଉସୁକାଉଥିବା ଅଭିଯୋଗ । ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗ କଲା ବିଜେପି । ଅଧିକ ପଢ଼ନ୍ତୁ

BJP Delegation Meets CEO
BJP Delegation Meets CEO (ETV Bharat Odisha)
author img

By ETV Bharat Odisha Team

Published : May 13, 2024, 9:57 PM IST

ଭୁବନେଶ୍ବର: ରାଜ୍ୟରେ ଆଜି ଆରମ୍ଭ ହୋଇଛି ଗଣତନ୍ତ୍ରର ମହାପର୍ବ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଥିଲେ ହେଁ ଆହୁରି 3 ପର୍ଯ୍ୟାୟ ନିର୍ବାଚନ ବାକି ରହିଛି । ତେବେ ଏହାରି ଭିତରେ ବିଭିନ୍ନ ସ୍ଥାନରେ ସରକାରୀ କର୍ମଚାରୀମାନଙ୍କର ବିଭିନ୍ନ ରାଜନୈତିକ ଦଳ ସହ ସଂପୃକ୍ତି ଅଭିଯୋଗ ବହୁବାର ସାମ୍ନାକୁ ଆସୁଛି । ଏକାଧିକ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇଛି । ଏହି କ୍ରମରେ ଆଜି ଆଉ ଏକ ସଙ୍ଗୀନ ଅଭିଯୋଗ ନେଇ ସିଇଓଙ୍କ ଦ୍ବାରସ୍ତ ହୋଇଛି ବିଜେପି । ବିଜେଡି ପାଇଁ କାର୍ଯ୍ୟକରୁଥିବା ସରକାରୀ କର୍ମଚାରୀଙ୍କୁ ଉପରିସ୍ଥ ଅଧିକାରୀମାନେ ସୁରକ୍ଷା ଦେଉଛନ୍ତି ବୋଲି ଅଭିଯୋଗ ଆଣି ରାଜ୍ୟ ବିଜେପିର ଏକ ପ୍ରତିନିଧିମଣ୍ଡଳୀ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି ।

ପ୍ରତିନିଧି ମଣ୍ଡଳୀରେ ରହିଥିବା ବିଜେପି ମୁଖପାତ୍ର ଦିଲ୍ଲୀପ ମଲିକ କହିଛନ୍ତି, "ବିଜେଡି ସରକାରରେ ରାଜ୍ୟବାସୀ ଅତିଷ୍ଠ । ଶାସନରେ ପରିବର୍ତ୍ତନ କରିବା ପାଇଁ ଲୋକେ ନିଷ୍ପତ୍ତି ନେଇସାରିଛନ୍ତି । ବିଜେଡି ପରାଜୟ ଭୟରେ ନିର୍ବାଚନ ବୈତରଣୀ ପାର ହେବା ପାଇଁ ଭୋଟରଙ୍କୁ ବିଭିନ୍ନ ଉପାୟରେ ପ୍ରଭାବିତ କରିବା ପାଇଁ ଅପଚେଷ୍ଟା କରୁଛି । ଯେଉଁଥିପାଇଁ ସରକାରୀ କଳ, ବଳ ଓ କର୍ମଚାରୀଙ୍କୁ ନିଜର ଦଳୀୟ କାର୍ଯ୍ୟରେ ବ୍ୟବହାର କରୁଛି । ନୀତିନିୟମକୁ ମାଡ଼ିମକଚି ପ୍ରଶାସନିକ ଅଧିକାରୀମାନଙ୍କୁ ନିର୍ବାଚନ କାର୍ଯ୍ୟରେ ଲଗାଇବା ବିଜେଡିର ଚିରାଚରିତ ଅଭ୍ୟାସ । ସେହିପରି ବିଜେଡି ବିରୋଧରେ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନର ଯେତେ ପ୍ରମାଣ ସାମ୍ନାକୁ ଆସିଲେ ମଧ୍ୟ ଏହି ଦଳ ପୁରୁଣା ଅଭ୍ୟାସକୁ ପରିବର୍ତ୍ତନ କରିପାରୁନାହିଁ । ଉଦାହରଣ ସ୍ବରୂପ, ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଗୋପିନାଥପୁର ଗ୍ରାମ ପଞ୍ଚାୟତର ଜିଆର୍‌ଏସ୍‌ ରୀତାରାଣୀ ମୁଦୁଲି ବିଜେଡିକୁ ଭୋଟ ଦେବା ପାଇଁ ଲୋକଙ୍କୁ ଉସୁକାଉଛନ୍ତି । ଜିଆର୍‌ଏସ୍‌ ରୀତାରାଣୀ ମୁଦୁଲି ୧୦ ଜଣ ନାବାଳକ, ନାବାଳିକା ଛାତ୍ରଛାତ୍ରୀଙ୍କ ବୟସ ବଢ଼ାଇ ମନରେଗା କାର୍ଯ୍ୟର ମାଷ୍ଟର ରୋଲ୍‌ରେ ଚଢ଼ାଇ ୮୩ ହଜାର ୯୪୪ ଟଙ୍କା ତୋଷାରପାତ କରିଥିଲେ । ଏ ସମ୍ପର୍କରେ ତାଙ୍କ ବିରୋଧରେ ଅଭିଯୋଗ ପ୍ରମାଣିତ ହୋଇ ତାଙ୍କଠାରୁ ଟଙ୍କା ଫେରସ୍ତ ନିଆଯାଇଛି । କିନ୍ତୁ ଏ କ୍ଷେତ୍ରରେ ତାଙ୍କୁ କାର୍ଯ୍ୟରୁ ବରଖାସ୍ତ କରିବା ପରିବର୍ତ୍ତେ ଭଦ୍ରକ ଜିଲ୍ଲାପାଳ ତାଙ୍କୁ ଘଣ୍ଟ ଘୋଡାଉଛନ୍ତି ।" ବିଜୁ ଜନତା ଦଳ ପାଇଁ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଭଦ୍ରକ ଜିଲ୍ଲାପାଳ ସୁରକ୍ଷା ଦେଉଛନ୍ତି ବୋଲି ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ସରକାରୀ ଅଧିକାରୀଙ୍କ ମନୋବଳ ଭାଙ୍ଗୁଛି ବିଜେପି ! ବିଜେଡି କହିଲା କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ସିଇଓ - BJD MEETS CEO

ପ୍ରକାଶଥାଉ କି, ରୀତାଞ୍ଜଳୀ ମୁଦୁଲୀଙ୍କ ସ୍ବାମୀ ପୁରୁଷତ୍ତୋମ ବାରିକ ଗତ ପଞ୍ଚାୟତ ନିର୍ବାଚନ ସମୟରେ ଜିଆର୍‌ଏସ୍‌ ଥିଲାବେଳେ ଏଭଳି ଦୁର୍ନୀତିରେ ସଂପୃକ୍ତ ଥିବା ଅଭିଯୋଗରେ ଚାକିରୀରୁ ବରଖାସ୍ତ ହୋଇଥିଲେ । ଏବେ ସେ ବିଜୁ ଜନତା ଦଳର ଜିଲ୍ଲା ଉପସଭାପତି ଅଛନ୍ତି । ବିଜେଡିର ପ୍ରଭାବରେ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ଓ ଦୁର୍ନୀତିଗସ୍ତ କର୍ମଚାରୀଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ଏହା ସହିତ ଏକାଧିକ ଅଭିଯୋଗ ନେଇ ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମଲିକଙ୍କ ନେତୃତ୍ବରେ ବିଜେପିର ଏକ ପ୍ରତିନିଧିମଣ୍ଡଳର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.