ETV Bharat / politics

'ନିର୍ବାଚନରେ ବିଜେଡିକୁ ସହଯୋଗ କରୁଛି ପୋଲିସ'; ସିଇଓଙ୍କୁ ଭେଟିଲା ବିଜେପି - BJP MEETS CEO - BJP MEETS CEO

Police helps BJD in Election: ଓଡ଼ିଶାରେ ନିର୍ବାଚନ ପ୍ରକ୍ରିୟାରେ ବିଜେଡିକୁ ସହଯୋଗ କରୁଛି ପୋଲିସ । ଏଭଳି ଅଭିଯୋଗ ନେଇ ସିଇଓଙ୍କ ନିକଟରେ ଫେରାଦ ହୋଇଛି ବିଜେପି । ଅଧିକ ପଢ଼ନ୍ତୁ

Police helps BJD in Election
Police helps BJD in Election (ETV Bharat Odisha)
author img

By ETV Bharat Odisha Team

Published : May 14, 2024, 11:06 PM IST

Police helps BJD in Election (ETV Bharat Odisha)

ଭୁବନେଶ୍ବର: ଆଜି ପୁଣିଥରେ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ସିଇଓଙ୍କୁ ଭେଟିଛନ୍ତି । ନିର୍ବାଚନ ସମୟରେ ପୋଲିସର କାର୍ଯ୍ୟକଳାପକୁ ନେଇ ଗୁରୁତର ଅଭିଯୋଗ ଆଣିଛି ବିଜେପି । ରାଜ୍ୟରେ ନିର୍ବାଚନୀ ପ୍ରକ୍ରିୟା ଜାରି ରହିଥିବାବେଳେ ଅନେକ ସମୟରେ ପୋଲିସ ବିଜେଡିକୁ ସହଯୋଗ କରୁଛି ବୋଲି ଗୁରୁତର ଅଭିଯୋଗ ଆଣି ସିଇଓଙ୍କ ନିକଟରେ ଅଭିଯୋଗ କରିଛି ଦଳ ।

ଏନେଇ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି, "ଏବେ ପୋଲିସ ବିଜେଡିର ହତବାରିସି ସାଜିଛି । ପୋଲିସ ମହାନିର୍ଦ୍ଦେଶକ ନିରବଦ୍ରଷ୍ଟା ସାଜି ବସିଛନ୍ତି । ବିଜେଡି ମୁଖପାତ୍ର ଅପୂର୍ବା ଅପରୂପା ଦାସଙ୍କଠାରୁ ପୋଲିସ ଲକ୍ଷାଧିକ ଟଙ୍କା ଜବତ କରିଛି । ଗତକାଲିର ଏହି ଘଟଣାରେ ଏହି ବିଜେଡି ମୁଖପାତ୍ରଙ୍କୁ ଛାଡି ଦେଇ ଅନ୍ୟଜଣେ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ଏଥିରୁ ସ୍ପଷ୍ଟ ଯେ ନିର୍ବାଚନରେ ସ୍ବଚ୍ଛତା ନାହିଁ । ଏନେଇ ସମସ୍ତ ତଥ୍ୟ ଓ ପ୍ରମାଣ ସବୁ ରାଜ୍ୟ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ପାଖରେ ଜମା କରିଛୁ ।" ଏନେଇ ନିର୍ବାଚନ କମିଶନ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଆଶା ରଖିଥିବା କହିଛନ୍ତି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ।

ଏହା ମଧ୍ୟ ପଢ଼ନ୍ତୁ...ନିର୍ବାଚନ ସମୟରେ ଫ୍ଲାଇଂ ସ୍କ୍ବାଡ୍‌ ହାତରେ ଲାଗିଲା ପୁଳା ପୁଳା ଟଙ୍କା, ବିଜେଡି ନେତ୍ରୀ ଅଟକ - 12lakhs cash seized in Boudh

ସେ ଆହୁରି କହିଛନ୍ତି, "ଭାରତୀୟ ଜନତା ପାର୍ଟିର ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ଅତ୍ୟନ୍ତ ଭୟଙ୍କର ଭାବେ ଆକ୍ରମଣ ହୋଇଛି । ପ୍ରଭୁ ଜଗନ୍ନାଥଙ୍କ ଦୟାରୁ ସେ ଅଳ୍ପକେ ବଞ୍ଚି ଯାଇଛନ୍ତି । ମୁଖ୍ୟ ଅପରାଧୀ ସ୍ଵାଧୀନ ପ୍ରାର୍ଥୀ ଶିବଶଙ୍କର ଦାଶଙ୍କୁ ଗିରଫ କରିଛି ପୋଲିସ । ଏଥିରେ ବହୁ ବିଜେଡି ନେତା ଓ କର୍ମୀ ମଧ୍ୟ ସାମିଲ ହୋଇଥିଲେ । ସେମାନଙ୍କୁ ଗିରଫ ନକରି ଫେରାର କରିଛି ଓଡ଼ିଶା ପୋଲିସ । ଏଥିରେ ପୋଲିସ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ ମଧ୍ୟ ସାମିଲ ଅଛନ୍ତି । ସେମାନେ ଏହାକୁ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି, ବିଜେଡିକୁ ସମର୍ଥନ ଜଣାଇଛନ୍ତି । ଜଣେ ସାଂସଦ ପ୍ରାର୍ଥୀ ମଧ୍ୟ ଓଡ଼ିଶାରେ ସୁରକ୍ଷିତ ନୁହେଁ ବୋଲି ଏଥିରୁ ପ୍ରମାଣିତ ହୋଇଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.