ETV Bharat / politics

ନିର୍ବାଚନରେ ହାରିଯିବା ଭୟରେ ଟଙ୍କା ବାଣ୍ଟୁଛି ବିଜେଡି: ବିଜେପି - BJP Delegation meet CEO - BJP DELEGATION MEET CEO

BJP Delegation meet CEO: ରାଜ୍ୟରେ ନିର୍ବାଚନ ହାରିଯିବା ଭୟରେ ବିଜେଡି ଟଙ୍କା ବାଣ୍ଟୁ ଥିବାର ଅଭିଯୋଗ ଆଣିଛି ବିଜେପି । ରାୟଗଡା ଜିଲ୍ଲା ପୂର୍ବତନ ବିଜେଡି ସଭାପତି ସୁଧୀର କୁମାର ଦାସ ଓ କନ୍ଧମାଳ ବିଜେଡି ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ବିରୋଧରେ ବିଜେପି ସିଇଓଙ୍କ ଦ୍ବାରସ୍ଥ ହୋଇଛି । ଅଧିକ ପଢନ୍ତୁ

BJP Delegation meet CEO
BJP Delegation meet CEO (ETV Bharat)
author img

By ETV Bharat Odisha Team

Published : May 12, 2024, 9:09 PM IST

BJP Delegation meet CEO (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନକୁ ଆଉ କେଇ ଘଣ୍ଟା ବାକି ରହିଥିବା ବେଳେ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ସମ୍ପର୍କିତ ଅଭିଯୋଗ ଆସିଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେପି ଟଙ୍କା ବଣ୍ଟାକୁ ନେଇ ଫେରାଦ ହୋଇଛି । ବିଜେପିର ଏକ ପ୍ରତିନିଧି ଦଳ ସିଇଓଙ୍କୁ ଭେଟି ବିଜେଡିର ଟଙ୍କା ବଣ୍ଟା ଘଟଣାକୁ ନେଇ ଅଭିଯୋଗ କରିଛି । ବିଜେପି ଉପସଭାପତି ଗୋଲକ ମହାପାତ୍ର କହିଛନ୍ତି ଯେ, 'ବିଜେଡି ନିର୍ବାଚନ ପ୍ରଚାରର ପ୍ରଥମ ପର୍ଯ୍ୟାୟରେ ସରକାରୀ କର୍ମଚାରୀମାନଙ୍କୁ ବ୍ୟବହାର କଲା । ଏନେଇ ବିଜେପି ସିଇଓଙ୍କୁ ଆପତ୍ତି କଲାପରେ ସରକାରୀ କର୍ମଚାରୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା । କିନ୍ତୁ ସେଥିରୁ ବିଜେଡି ସଜାଗ ହେଲା ନାହିଁ । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସୋମବାରରେ ହେଉଥିବା ବେଳେ ଭୋଟ ବିକଳରେ ବିଜେଡି ଟଙ୍କା ବାଣ୍ଟିବା ଆରମ୍ଭ କରିଦେଇଛି । ଲୋକମାନେ ଯୋଡେ ଶଙ୍ଖରେ ଭୋଟ ଦେବା ପାଇଁ ଶନିବାର ରାୟଗଡା ଜିଲ୍ଲା ପୂର୍ବତନ ବିଜେଡି ସଭାପତି ସୁଧୀର କୁମାର ଦାସ ନିଜ ଖୋଲା ସ୍ଥାନରେ ଲୋକଙ୍କୁ ୨ହଜାର ଟଙ୍କା ଲେଖାଏଁ ବାଣ୍ଟୁଛନ୍ତି ଯାହାର ଭିଡିଓ ଭାଇରାଲ ହୋଇଛି । ତାଙ୍କର ଏଭଳି କାର୍ଯ୍ୟ ନିର୍ବାଚନ ଆଚରଣ ବିଧିକୁ ଖୋଲା ଉଲ୍ଲଘଂନ କରୁଛି । ରାୟଗଡା ଜିଲ୍ଲା ସଭାପତି ସୁଧିର କୁମାର ଦାସ ଟଙ୍କା ବାଣ୍ଟିବା ଭିଡିଓକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ହସ୍ତାନ୍ତର କରିଛୁ ।'

ଏହା ମଧ୍ୟ ପଢନ୍ତୁ ... CEOଙ୍କୁ ବିଜେଡ଼ିର ଫେରାଦ, ଆସ୍କା ବିଧାୟକ ପ୍ରାର୍ଥୀ ସରୋଜ ପାଢ଼ୀଙ୍କ ବିରୋଧରେ ଅଭିଯୋଗ - BJD Delegation Meets CEO

ଏହା ସହ ଗୋଲକ ଅଭିଯୋଗ କରିଛନ୍ତି ଯେ, 'ବିଜେଡି ହାରିବା ଭୟରେ ପ୍ରଥମେ ସରକାରୀ କର୍ମଚାରୀଙ୍କୁ ବ୍ୟବହାର କରୁଥିଲା । ବର୍ତ୍ତମାନ ଟଙ୍କା ବାଣ୍ଟିବା କାର୍ଯ୍ୟରେ ତାଙ୍କ ଲୋକଙ୍କୁ ନିୟୋଜିତ କରିଛି, ଯାହା ନିର୍ବାଚନ ଆଚରଣ ବିଧିକୁ ଖୋଲା ଉଲ୍ଲଂଘନ କରୁଛି । ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ୧୩ ତାରିଖରେ ହେବାକୁ ଥିବା ୪ଟି ଲୋକସଭା ସହ ଏହା ଅଧୀନସ୍ଥ ୨୮ଟି ବିଧାନସଭା ନିର୍ବାଚନରେ କଡା ନଜର ରଖିବେ ।'

ଟଙ୍କା ବଣ୍ଟା କାର୍ଯ୍ୟରେ ଯିଏ ନିୟୋଜିତ ରହିବେ ତାଙ୍କୁ ତୁରନ୍ତ ଗିରଫ କରିବା ଦାବି କରିଛି ବିଜେପି । ସେହିପରି କନ୍ଧମାଳ ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ବିରାଟ ସାମ୍ରାଜ୍ୟ ରହିଛି । କିନ୍ତୁ ସେ ଦୈନିକ ଖବର କାଗଜରେ ଜଣେ ଦରିଦ୍ର ଲୋକ, ତାଙ୍କ ପାଖରେ କିଛି ନାହିଁ ବୋଲି କହିବାର ଖବର ପ୍ରକାଶ ପାଇଛି । ଏହି ଖବରକୁ ସେ ଟଙ୍କା ଦେଇ ଛାପିଥିବା ଅଭିଯୋଗ ହେଉଛି । ସାମନ୍ତଙ୍କ ଏଭଳି କାର୍ଯ୍ୟ ପାଇଁ ନିର୍ବାଚନ କମିଶନ କଡା ଆଭିମୁଖ୍ୟ ଗ୍ରହଣ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦାବି କରିଛି ବିଜେପି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.