ETV Bharat / politics

'ଭୋଟ ନଦେଲେ ରାସନ କାର୍ଡ-ଭତ୍ତା କାଟି ଦେବାକୁ ଧମକ ଦେଉଛି ବିଜେଡି', ସିଇଓଙ୍କୁ ଫେରାଦ ହେଲା ବିଜେପି - BJP Meet CEO - BJP MEET CEO

BJP Meet CEO: ଭୋଟ ନଦେଲେ ରାସନ କାର୍ଡ କାଟି ଦେବୁ, ବିଏସକେୱାଇ କାର୍ଡ କାଟି ଦେବୁ, ଭତ୍ତା କାଟି ଦେବୁ ବୋଲି ଫୋନରେ ଭୋଟର ମାନଙ୍କୁ ଧମକ ଦେଉଛି ବିଜେଡି । ଏଭଳି ଅଭିଯୋଗ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି ବିଜେପି । ଅଧିକ ପଢ଼ନ୍ତୁ

BJP Meet CEO
BJP Meet CEO
author img

By ETV Bharat Odisha Team

Published : Apr 23, 2024, 10:43 PM IST

BJP Meet CEO

ଭୁବନେଶ୍ବର: ବିଜେଡି ବିରୋଧରେ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେପି । ନିର୍ବାଚନ ପ୍ରଚାର ପାଇଁ ବିଜେଡି ସରକାରୀ କଳକୁ ବ୍ୟବହାର କରୁଥିବା ଅଭିଯୋଗ ଆଣିଛି ଦଳ । ଭୋଟ ନଦେଲେ ରାସନ କାର୍ଡ କାଟି ଦେବୁ, ବିଏସକେୱାଇ କାର୍ଡ କାଟି ଦେବୁ, ଭତ୍ତା କାଟି ଦେବୁ ବୋଲି ଫୋନରେ ଭୋଟର ମାନଙ୍କୁ ଧମକ ଦିଆଯାଉଥିବା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେପି ।

ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି, "ନିର୍ବାଚନ ପ୍ରଚାର ପାଇଁ ସରକାରୀ କଳକୁ ବ୍ୟବହାର କରୁଛି ବିଜେଡି । ଭୋଟରମାନଙ୍କୁ କଲ ସେଣ୍ଟରରୁ ଫୋନ କରି ଧମକ ଦିଆଯାଉଛି । ଭୋଟ ନଦେଲେ ରାସନ କାର୍ଡ କାଟି ଦେବୁ, ବିଏସ୍‌କେୱାଇ କାର୍ଡ କାଟି ଦେବୁ, ଭତ୍ତା କାଟି ଦେବୁ ବୋଲି ଫୋନରେ ଭୋଟରମାନଙ୍କୁ ଧମକ ଦେଉଛି ବିଜେଡି । ଏନେଇ ପାଟଣାଗଡ଼ ଏବଂ ସମ୍ବଲପୁର କଲ୍‌ ସେଣ୍ଟରର ଅଡିଓ ପ୍ରମାଣ ସିଇଓଙ୍କୁ ଦେଇଛି ବିଜେପି । ଏହା ସହିତ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ସତ୍ତ୍ବେ ଗୁମାସ୍ତା ସରକାରୀ ଷ୍ଟାଡିୟମ ଭିତରୁ ଭିଡିଓ କରି ଲୋକଙ୍କୁ ବିଜେଡି ଇସ୍ତାହାର ପାଇଁ ଅପିଲ କରିଥିଲେ । କିନ୍ତୁ ତା ଉପରେ କୌଣସି ଆକ୍ସନ ହେଲା ନାହିଁ । ଏବେ ପୁଣି ସମ୍ବଲପୁର ବିଶ୍ଵବିଦ୍ୟାଳୟର ଅଡିଟରିୟମ ଭିତରେ ସମ୍ବଲପୁରର ବିଜେଡି ବିଧାୟକ ପ୍ରାର୍ଥୀ ଏବଂ ବିଜୁ ଶ୍ରମିକ ସାମୁଖ୍ୟର ସଭାପତି ତଥା କଟକ ମେୟର ସୁବାଷ ସିଂ 500ରୁ ଅଧିକ ଲୋକଙ୍କୁ ନେଇ ଅନଲାଇନ ଦଳୀୟ ବୈଠକ କରିଛନ୍ତି । ଯାହାକି ଆଦର୍ଶ ଆଚରଣ ବିଧିର ଖୋଲା ଉଲଙ୍ଘନ ।" ତେଣୁ ଏନେଇ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସିଇଓଙ୍କ ପାଖରେ ଦାବି କରିଛି ବିଜେପି । ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ଲାଗି ଦାବି କରିଛି ବିଜେପି ।

ଏହା ମଧ୍ୟ ପଢ଼ନ୍ତୁ...ସରକାରୀ କର୍ମଚାରୀଙ୍କୁ ଧମକାଉଛନ୍ତି ବିଜେପି ନେତା; ସିଇଓଙ୍କ ପାଖରେ ଫେରାଦ ହେଲା ବିଜେଡି - BJD Meets CEO

ସମୀର ମହାନ୍ତି ଆହୁରି କହିଛନ୍ତି, "ନିର୍ବାଚନ ଯେତେ ନିକଟ ହେଉଛି, ସେତେ ମାତ୍ରାରେ ଜନତାଙ୍କୁ ପ୍ରଭାବିତ କରିବା, ସଭା କରିବା, ଶପଥ କରାଇବା, ଟଙ୍କା ବାଣ୍ଟିବା ଭଳି ଘୃଣ୍ୟ କାର୍ଯ୍ୟକରି ଭୋଟରମାନଙ୍କୁ ବାରମ୍ବାର ପ୍ରଭାବିତ କରୁଛି ବିଜୁ ଜନତା ଦଳ । ପୂର୍ବ ଭଳି ନିର୍ବାଚନ ବୈତରଣୀ ପାରହେବା ଲାଗି ସରକାରୀ ଅଧିକାରୀ ଓ କର୍ମଚାରୀମାନଙ୍କୁ ମଧ୍ୟ ବିଜେଡି ନିଜର କର୍ମୀ ଭଳି ବ୍ୟବହାର କରିବା ସହ ମିଶନଶକ୍ତି ଅଧିକାରୀଙ୍କ ମାଧ୍ୟମରେ ମହିଳା ଭୋଟରଙ୍କୁ ପ୍ରଭାବିତ କରୁଛନ୍ତି, ଯାହା ନିର୍ବାଚନ ଆଚରଣ ବିଧିର ଖୋଲା ଉଲ୍ଲଘଂନ । ବିଜେଡି କଳ, ବଳ ବ୍ୟବହାର କରି ପୂର୍ବରୁ ନିର୍ବାଚନ ଡଙ୍ଗା ପାର ହେଉଥିଲା, କିନ୍ତୁ ଏଥର ଓଡିଶାର ଜନତା ସଚେତନ ହେବା ସହ ଭାରତୀୟ ଜନତା ପାର୍ଟି ମଧ୍ୟ ସବୁବେଳେ ବିଜେଡିର ହୀନ କାର୍ଯ୍ୟକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟିଗୋଚର କରିଆସୁଛି । ବାରମ୍ବାର ଯଦି ସରକାରୀ ଅଧିକାରୀମାନେ ବିଜୁ ଜନତା ଦଳ ପାଇଁ କାର୍ଯ୍ୟ କରନ୍ତି ତାହାଲେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ କିଭଳି ହେବ ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଭାରତୀୟ ଜନତା ପାର୍ଟି ସର୍ବଦା ମୁକ୍ତ ନିର୍ବାଚନ ଚାହେଁ, କିନ୍ତୁ ବିଜେଡି ନିର୍ବାଚନ ବୈତରଣୀ ପାରହେବା ପାଇଁ ଅଗଣତାନ୍ତ୍ରିକ କାର୍ଯ୍ୟ କରୁଛି । ବିଜେଡି ଏଥିରୁ ନିବୃତ ରହୁ ଏବଂ ସରକାରୀ ଅଧିକାରୀ ଓ କର୍ମଚାରୀମାନେ ଦଳୀୟ ପ୍ରଚାର କାର୍ଯ୍ୟରୁ ନିବୃତ ରୁହନ୍ତୁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.