ETV Bharat / politics

'ନୂଆ-ଓ' କାର୍ଯ୍ୟକ୍ରମରେ ଯୋଗନଦେଲେ ମାର୍କ କଟାଯିବାକୁ ଧମକ ଦିଆଯାଉଛି: ବିଜେପି

author img

By ETV Bharat Odisha Team

Published : Jan 25, 2024, 8:15 PM IST

Updated : Jan 25, 2024, 9:27 PM IST

BJP on Nua O Programme: 'ନୂଆ-ଓ' କାର୍ଯ୍ୟକ୍ରମ କାହିଁକି ହେଉଛି ? ଏହି କାର୍ଯ୍ୟକ୍ରମରେ ଯୋଗ ନଦେଲେ ପିଲାଙ୍କ ମାର୍କ କାଟିବା ନେଇ ଧମକ ଦିଆଯାଉଥିବା ଅଭିଯୋଗ ଆଣିଲା ବିଜେପି । ଅଧିକ ପଢନ୍ତୁ

BJP on Nua O Programme
BJP on Nua O Programme
'ନୂଆ-ଓ' କାର୍ଯ୍ୟକ୍ରମରେ ଯୋଗନଦେଲେ ମାର୍କ କଟାଯିବାକୁ ଧମକ ଦିଆଯାଉଛି: ବିଜେପି

ଭୁବନେଶ୍ବର: 'ନୂଆ-ଓ' କାର୍ଯ୍ୟକ୍ରମ କରି ପିଲାମାନଙ୍କୁ ଭ୍ରମିତ କରାଯାଉଛି । ଓଡ଼ିଶାରେ ଶିକ୍ଷା ଏବଂ ଯୁବକ ସ୍ବାର୍ଥ ବିରୋଧୀ ସରକାର । ଗୋଟେ ପଟେ ପିଲାମାନେ ଶିକ୍ଷକ ନିଯୁକ୍ତି ପାଇଁ ଧାରଣାରେ ବସିଛନ୍ତି । ନୂଆ-ଓ ଯୋଜନା ନିର୍ବାଚନ ଆଗରୁ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ନୂଆ - ଓ କାହିଁକି ହୋଇଛି ? ପାଣ୍ଡିଆନଙ୍କ କାର୍ଯ୍ୟକ୍ରମରେ ପିଲା ଉପସ୍ଥିତ ନରହିଲେ ପରୀକ୍ଷାରେ ମାର୍କ କାଟି ଦେବେ ବୋଲି ଧମକ ଦିଆଯାଉଛି ବୋଲି ଆଜି ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ଅନିଲ ବିଶ୍ଵାଳ ।

ଏନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ରାଜ୍ୟ ବିଜେପି ମୁଖପାତ୍ର ଅନିଲ ବିଶ୍ଵାଳ କହିଛନ୍ତି, "ପାଣ୍ଡିଆନଙ୍କ କାର୍ଯ୍ୟକ୍ରମରେ ପିଲା ଉପସ୍ଥିତ ନରହିଲେ ପରୀକ୍ଷାରେ ମାର୍କ କାଟି ଦେବେ ବୋଲି ଧମକ ଦିଆଯାଉଛି । ଯଦି ମାର୍କ କଟାଯିବ ତାହେଲେ କଣ ପରିସ୍ଥିତି ସୃଷ୍ଟି ହେବ ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷ ଚିନ୍ତା କରିଛନ୍ତି କି ? କେବଳ ପିଲାଙ୍କ ଭୋଟ ପାଇଁ ନୂଆ-ଓ କାର୍ଯ୍ୟକ୍ରମ କରୁଛି ବିଜେଡି ସରକାର । ଯୁବକମାନଙ୍କୁ ଭୁଆଁ ବୁଲାଉଛନ୍ତି ରାଜ୍ୟ ସରକାର । ନୂଆ- ଓ କାର୍ଯ୍ୟକ୍ରମକୁ ଯିବା ପାଇଁ ପିଲାମାନେ ଆଗ୍ରହୀ ନାହାନ୍ତି । କାର୍ଯ୍ୟକ୍ରମରେ ଲୋକ ହେଉ ନାହାନ୍ତି । ପାଣ୍ଡିଆନଙ୍କୁ ପିଲାମାନଙ୍କୁ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବାଧ୍ୟ କରିବା ପାଇଁ କିଏ ଅଧିକାର ଦେଲା । ନୂଆ-ଓ କାର୍ଯ୍ୟକ୍ରମରେ ମହାଲମାଣ୍ଡା ଗୀତ ବାଜୁଛି ।"

ଏହା ବି ପଢନ୍ତୁ- ଗଜପତିରେ 'ନୂଆ-ଓ' କାର୍ଯ୍ୟକ୍ରମ, ସଫଳତାର ମନ୍ତ୍ର ବାଣ୍ଟିଲେ ୫ଟି ଅଧ୍ୟକ୍ଷ

ସେ ଆହୁରି କହିଛନ୍ତି, "ସରକାର ପ୍ରଥମେ କହିଲେ ରିଲ କରି ସୋସିଆଲ ମିଡିଆ ବ୍ୟବହାର କର । ପୁଣି କହିଲେ ପାଠ ପଢ଼, ସୋସିଆଲ ମିଡିଆ ବ୍ୟବହାର କରନାହିଁ । ପ୍ରକୃତରେ ସରକାର କଣ କହିବା ପାଇଁ ଚାହୁଁଛନ୍ତି । 'ନୂଆ-ଓ' ଯୋଜନାରେ ୩୫୦ କୋଟି ଟଙ୍କା ଖର୍ଚ୍ଚ କଲେ ରାଜ୍ୟ ସରକାର । କେବଳ ବିଜେଡିର ପ୍ରଚାର କରାଯାଉଛି । ବିଜ୍ଞାପନ ବାବଦରେ ରାଜ୍ୟ ସରକାର ୧୫୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଏଥିରେ ଲୋକଙ୍କ କିଛି ଲାଭ ହେଉ ନାହିଁ, ବିଜେଡି, ପାଣ୍ଡିଆନ ଏବଂ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ଲାଭ ହେଉଛି । ୩ଟି ବିଶ୍ବବିଦ୍ୟାଳୟ ଛାଡ଼ି ଦେଲେ ଅନ୍ୟ ବିଶ୍ବବିଦ୍ୟାଳୟରେ ନାକ୍‌ ମାନ୍ୟତା ନାହିଁ । ରାଜ୍ୟରେ ୧୧୦୦ କଲେଜ ସରକାରୀ ଅନୁଦାନ ପ୍ରାପ୍ତ କଲେଜ । ବାକି ୧୦୫୦ କଲେଜ ଉପରେ ସରକାର ଧ୍ୟାନ ଦିଅନ୍ତି ନାହିଁ । ସରକାରଙ୍କ ଧ୍ୟାନ କେବଳ 'ନୂଆ-ଓ' କାର୍ଯ୍ୟକ୍ରମ କେମିତି କରିବେ ?"

ଏହା ବି ପଢନ୍ତୁ- 'ନୂଆ-ଓ' କାର୍ଯ୍ୟକ୍ରମ ପାଇଁ ପରୀକ୍ଷା ବାତିଲ ଘଟଣା, ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ୍

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ନୂଆ-ଓ ପାଇଁ ପରୀକ୍ଷା ବାତିଲ କରି ଦିଆଯାଉଛି। ରାଜ୍ୟରେ କଣ ଚାଲିଛି। ଫକୀର ମୋହନ ବିଶ୍ଵବିଦ୍ୟାଳୟରେ ୫ ନଭେମ୍ବର ୨୦୨୩ରେ ପରୀକ୍ଷା ବନ୍ଦ କଲେ । ୬ ଡିସେମ୍ବରରେ ହେବାର ଥିଲା । ୧୫ ଡିସେମ୍ବରରେ ପୁଣି ବିଜ୍ଞପ୍ତି ବାହାରିଲା । ୩ ଜାନୁଆରୀ ହେବ ବୋଲି କହିଲେ । ୨ ତାରିଖରେ ଆଉ ଏକ ବିଜ୍ଞପ୍ତି ବାହାର କରି କହିଲେ ୮ ତାରିଖରେ ପରୀକ୍ଷା ହେବ । ୩ ଥର ପରୀକ୍ଷା ବନ୍ଦ ହେଲା । ସେହିପରି ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ମଧ୍ୟ ପରୀକ୍ଷା ବାତିଲ କରାଗଲା । ରାଜ୍ୟ ସରକାରଙ୍କ ପାଇଁ ପିଲାଙ୍କ ପରୀକ୍ଷା ଆଗ ନା ନାଚ ଗୀତ ଆଗ ? ତେଣୁ ଏ ସରକାର ପ୍ରକୃତରେ କଣ ଚାହୁଁଛନ୍ତି ? ପିଲାମାନଙ୍କ ଭବିଷ୍ୟତକୁ ଅନ୍ଧକାର ଭିତରକୁ ଟାଣି ଦେଉଛନ୍ତି ବୋଲି ବିଜେପି ଅଭିଯୋଗ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 25, 2024, 9:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.