ETV Bharat / politics

ପଣା ସଂକ୍ରାନ୍ତିରେ ପୁରୀରେ ଜୋରଦାର ପ୍ରଚାର, ସମ୍ବିତ ପାତ୍ର କହିଲେ ମହାପ୍ରଭୁ ଦେବେ ଫଳ - BJP Campaign at Puri - BJP CAMPAIGN AT PURI

BJP Campaign at Puri: ମହାବିଷୁବ ପଣା ସଂକ୍ରାନ୍ତି ଅବସରରେ ପୁରୀରେ ପ୍ରଚାର ଅଭିଯାନ ଜୋରଦାର କଲା ବିଜେପି । ବିଧାୟକ ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀଙ୍କ ସହ ଜାଗା ଆଖଡ଼ା ସାଂସଦ ପ୍ରାର୍ଥୀ ବିଭିନ୍ନ ସାହିରେ ଥିବା ଜାଗା ଆଖଡ଼ା ଘର ବୁଲି ଛତୁଆ, ପଣା ସେବନ କରିଛନ୍ତି । ଅଧିକ ପଢ଼ନ୍ତୁ

BJP Campaign at Puri
BJP Campaign at Puri
author img

By ETV Bharat Odisha Team

Published : Apr 14, 2024, 4:39 PM IST

Updated : Apr 14, 2024, 4:53 PM IST

BJP Campaign at Puri

ପୁରୀ: ଓଡିଆ ନବ ବର୍ଷ ତଥା ମହାବିଷୁବ ପଣା ସଂକ୍ରାନ୍ତିକୁ ନେଇ ଉତ୍ସବ ମୁଖର ଶ୍ରୀକ୍ଷେତ୍ର । ପୁରୀର ବିଭିନ୍ନ ସାହିରେ ଥିବା ଜାଗା ଆଖଡ଼ା ଘରେ ପଣା ସଂକ୍ରାନ୍ତିକୁ ମହା ଆଡମ୍ବର ସହ ପାଳନ କରାଯାଉଛି । ଏହି ଅବସରରେ ପୁରୀ ଲୋକସଭା ପାଇଁ ବିଜେପି ପ୍ରାର୍ଥୀ ହୋଇଥିବା ସମ୍ବିତ ପାତ୍ର ଓ ପୁରୀ ବିଧାନସଭା ପାଇଁ ବିଜେପିର ପ୍ରାର୍ଥୀ ହୋଇଥିବା ଜୟନ୍ତ ଷଡ଼ଙ୍ଗୀ ପୁରୀର ସବୁ ଜାଗା ଘର ବୁଲି ମହାବୀରଙ୍କୁ ପ୍ରଣାମ କରିବା ସହ ଛତୁଆ, ପଣା ସେବନ କରିଛନ୍ତି । ଏହି ଅବସରରେ ଆଗାମୀ ନିର୍ବାଚନ ପାଇଁ ମଧ୍ୟ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି ସମ୍ବିତ ପାତ୍ର ।

ଜାଗା ଆଖଡ଼ା ଯାଇ ଯୁବପୀଢ଼ିଙ୍କୁ ଓଡିଆ ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି ବିଜେପି ପ୍ରାର୍ଥୀ । ସେହିପରି ପ୍ରଧାନମନ୍ତ୍ରୀ ମୋଦିଙ୍କ ବାର୍ତ୍ତା ମଧ୍ୟ ଯୁବପୀଢ଼ିଙ୍କ ନିକଟରେ ପହଞ୍ଚାଉଛନ୍ତି ସମ୍ବିତ ପାତ୍ର । ତେବେ ଲୋକଙ୍କ ସ୍ଵାଗତକୁ ଦେଖି ସମ୍ବିତ ବେଶ୍‌ ଉତ୍ସାହିତ ଥିବା କହିଛନ୍ତି । ତାଙ୍କୁ ନୁହେଁ, ବରଂ ମୋଦିଙ୍କୁ ଯୁବପୀଢ଼ି ସ୍ଵାଗତ କହୁଥିବା ସମ୍ବିତ କହିଛନ୍ତି । ସେ କହିଛନ୍ତି, "ଅବ୍‌ କି ବାର୍‌ ଚାର୍‌ ସୋ ପାର୍‌' ନାରା ଦେଉଛନ୍ତି ଯୁବପୀଢ଼ି । ରାମ ମନ୍ଦିର ନିର୍ମାଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକୁ ଯୁବପୀଢ଼ି ଅଧିକ ପ୍ରସଂସା କରୁଛନ୍ତି ।" ଏଣୁ ଆଗାମୀ ନିର୍ବାଚନରେ ବିଜେପି ଉଭୟ ରାଜ୍ୟ ଓ କେନ୍ଦ୍ରରେ ବିପୁଳ ବିଜୟ ହାସଲ କରିବ ବୋଲି ସମ୍ବିତ କହିଛନ୍ତି । ସେପଟେ ବିଜେଡି ତାଙ୍କ ବିପକ୍ଷରେ ନୂଆ ପ୍ରାର୍ଥୀ ଦେଇଥିବାରୁ କଣ ପ୍ରଭାବ ପଡ଼ିବ ପ୍ରଶ୍ନରେ ପ୍ରତିକ୍ରିୟା ଦେଇ ସମ୍ବିତ କହିଛନ୍ତି, "ମୋର କାହା ଉପରେ କିଛି କହିବାର ନାହିଁ । ମୁଁ କାମରେ ବିଶ୍ବାସ କରେ । ଫଳ ମହାପ୍ରଭୁ ଦେବେ । ମତେ ପୁରୀର ବିକାଶ କିଭଳି ହୋଇପାରିବ ସେହି କାର୍ଯ୍ୟ କରିବାର ଅଛି । ଜନତା ତାହା ବିଚାର କରିବେ ।"

ଏହା ମଧ୍ୟ ପଢ଼ନ୍ତୁ...ଶ୍ରୀମନ୍ଦିରରେ ଜଗା ଦର୍ଶନ କଲେ ଲେଖାଶ୍ରୀ, ନିର୍ବାଚନୀ ବୈତରଣୀ ପାର୍ ହେବାକୁ ନେଲେ ଆଶୀର୍ବାଦ - Lekhashree At Jagannath Temple

ସେପଟେ ବିଧାନସଭା ପାଇଁ ପୁରୀ ବିଜେପି ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି, "ଚଳିତ ନିର୍ବାଚନରେ ବିଜେପି ଉଭୟ କେନ୍ଦ୍ର ଓ ଆମ ରାଜ୍ୟରେ ବିପୁଳ ବିଜୟ ହାସଲ କରି ସରକାର ଗଠନ କରିବେ । ରାଜନୀତିମାନେ ଲୋକଙ୍କ ସମସ୍ୟା ସହ ରହି ସମାଧାନ କରିବା । ଆମେ ପୁରୀ ସହରକୁ କିଭଳି ଭାରତରେ ଏକ ନମ୍ବର ସହରରେ ପରିଣତ କରିବୁ, ତାହା ଆମର ଲକ୍ଷ୍ୟ ।" ମୋଦିଙ୍କ ଗ୍ୟାରେଣ୍ଟି ଯୋଗୁଁ ଆଗାମୀ ନିର୍ବାଚନରେ ସମ୍ବିତ ପାତ୍ର ଲକ୍ଷାଧିକ ଭୋଟରେ ଓ ସେ ୨୦ ହଜାରରୁ ଅଧିକ ଭୋଟରେ ବିଜୟୀ ହେବେ ବୋଲି ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି ।

ଇଟିଭି ଭାରତ, ପୁରୀ

Last Updated : Apr 14, 2024, 4:53 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.