ETV Bharat / politics

ବ୍ରହ୍ମପୁରରେ ଜମିଲାଣି ପ୍ରଚାର: ଘରକୁ ଘର ବୁଲି ଭୋଟ ମାଗୁଛନ୍ତି ବିଜେପି ପ୍ରାର୍ଥୀ କେ.ଅନିଲ କୁମାର - 2024 ELECTION - 2024 ELECTION

K.Anil Kumar campaigning in Berhampur: ବ୍ରହ୍ମପୁରରେ ଘରକୁ ଘର ବୁଲି ଭୋଟ ମାଗୁଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ କେ.ଅନିଲ କୁମାର । ତାଙ୍କ ସହ ଆଲୋଚନା କରିଛନ୍ତି ଇଟିଭି ଭାରତ ପ୍ରତିନିଧି । ଅଧିକ ପଢନ୍ତୁ

ବ୍ରହ୍ମପୁରରେ ଜମିଲାଣି ପ୍ରଚାର: ଘରକୁ ଘର ବୁଲି ଭୋଟ ମାଗୁଛନ୍ତି ବିଜେପି ପ୍ରାର୍ଥୀ କେ.ଅନିଲ କୁମାର

author img

By ETV Bharat Odisha Team

Published : May 2, 2024, 10:30 AM IST

ବ୍ରହ୍ମପୁରରେ ଜମିଲାଣି ପ୍ରଚାର: ଘରକୁ ଘର ବୁଲି ଭୋଟ ମାଗୁଛନ୍ତି ବିଜେପି ପ୍ରାର୍ଥୀ କେ.ଅନିଲ କୁମାର

ବ୍ରହ୍ମପୁର: ରାଜ୍ୟର ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଜମିଲାଣି ପ୍ରାର୍ଥୀଙ୍କ ନିର୍ବାଚନୀ ପ୍ରଚାର । ପ୍ରାର୍ଥୀପତ୍ର ଦାଖଲ ଚୂଡାନ୍ତ ତାଲିକା ପ୍ରକାଶ ପାଇବା ପରେ ଦଳୀୟ ପ୍ରାର୍ଥୀଙ୍କ ନିର୍ବାଚନୀ ପ୍ରଚାର ଆରମ୍ଭ ହୋଇଯାଇଛି । ଏହିକ୍ରମରେ ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଜମିଲାଣି ବିଭିନ୍ନ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର । ଏହି ଅବସରରେ ବ୍ରହ୍ମପୁର ସହରର ୱାର୍ଡରୁ ୱାର୍ଡକୁ ଏବଂ ଘରକୁ ଘର ବୁଲି ପ୍ରଚାର ଆରମ୍ଭ କରିଦେଇଛନ୍ତି ବିଜେପି ପ୍ରାର୍ଥୀ କେ.ଅନିଲ କୁମାର ।

ପୂର୍ବରୁ ବ୍ରହ୍ମପୁର ସହରରେ କର୍ପୋରେଟର ଭାବରେ ନିର୍ବାଚିତ ହୋଇଥିବା ଅନିଲ ବିଜେପି ଦଳରୁ ପ୍ରାର୍ଥୀ ହୋଇଥିବା ବେଳେ ନିଜର ସମର୍ଥକ ଏବଂ ଦଳୀୟ କର୍ମକର୍ତ୍ତାଙ୍କୁ ନେଇ ସେ ନିଜର ପ୍ରଚାର ଜାରି ରଖିଛନ୍ତି । ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ୱାର୍ଡ ନଂ-୧ ଓ ୨ରେ ଜନସମ୍ପର୍କ ପଦଯାତ୍ରା କରି ସାଧାରଣ ଜନତାଙ୍କୁ ଭୋଟ ଭିକ୍ଷା କରିବା ସହ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସମସ୍ୟା ବିଷୟରେ ଅବଗତ ହୋଇ ତାହାର ସମାଧାନ କରିବାକୁ ପ୍ରତିଶୃତି ଦେଇ ନିର୍ବାଚନରେ ବିଜୟୀ କରିବାକୁ ଅନୁରୋଧ କରୁଛନ୍ତି ବ୍ରହ୍ମପୁର ବିଧାନସଭାର ପ୍ରାର୍ଥୀ କେ.ଅନିଲ କୁମାର ।

ରାଜନୀତି ନୁହେଁ ସେବାର ଏ ସଂକଳ୍ପ, ପଦବୀ ନୁହେଁ ବିକାଶ ପାଇଁ ଏ ଯାତ୍ରା କହିବା ସହିତ ବ୍ରହ୍ମପୁରର ଉଜ୍ଜଳ ଭବିଷ୍ୟତ ପାଇଁ ମୋର ଏ ଲଢ଼େଇ ବୋଲି ପ୍ରକାଶ କରିଛନ୍ତି କେ.ଅନିଲ କୁମାର । ଏଥର ଓଡ଼ିଆ ଅସ୍ମିତା,ସ୍ୱାଭିମାନ ଓ ହକ ପାଇଁ ଲଢ଼େଇ ହେଉଥିବା କହିବା ସହିତ ସହରରେ ଲାଗିରହିଥିବା ସ୍ୱାସ୍ଥ୍ୟଠାରୁ ଆରମ୍ଭ କରି ବିଭିନ୍ନ ସମସ୍ୟାକୁ ମୁଦ୍ଦା କରିଛନ୍ତି ଅନୀଲ । ନିର୍ବାଚନ ମଣ୍ଡଳୀରେ ଏକାଧିକ ସମସ୍ୟା ରହିଛି । ସେ ନିର୍ବାଚିତ ହେବା ପରେ ଏହି ସବୁ ଦିଗକୁ ଗୁରୁତ୍ବରୋପ କରିବେ ବୋଲି କହିଛନ୍ତି । ଏହି ନିର୍ବାଚନୀ ପ୍ରଚାର ଅବସରରେ ଅନିଲ କୁମାରଙ୍କ ସହ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ସମ୍ୱାଦଦାତା ସମୀର ଆଚାର୍ଯ୍ୟ ।

ଏହା ମଧ୍ୟ ପଢନ୍ତୁ:- ଆମେଠୀ-ରାୟବରେଲୀରୁ କିଏ ? ଆଜି ଘୋଷଣା କରିବ କଂଗ୍ରେସ - Amethi Raebareli

ଏଠାରେ ସୂଚନାଯୋଗ୍ୟ ଯେ, ପ୍ରଥମ ପର୍ଯ୍ୟାରେ ବ୍ରହ୍ମପୁର ସମେତ 4 ଲୋକସଭା ଆସନରେ ଭୋଟିଂ ହେବାକୁ ଯାଉଛି । ଦେଶରେ ଏବେ ସାଧାରଣ ନିର୍ବାଚନ ପାଇଁ ପର୍ଯ୍ୟାୟକ୍ରମିକ ଭୋଟିଂ ପ୍ରକ୍ରିୟା ଜାରି ରହିଛି । ଏକାଧିକ ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ 190 ଆସନରେ ଭୋଟିଂ ଶେଷ ହୋଇସାରିଛି । ଓଡିଶା ସମେତ 4 ରାଜ୍ୟରେ ମଧ୍ୟ ସମାନ୍ତରଳ ଭାବେ ବିଧାନସଭା ନିର୍ବାଚନ ମଧ୍ୟ ହେବାକୁ ଯାଉଛି । ରାଜ୍ୟରେ ଶେଷ 4 ପର୍ଯ୍ୟାୟରେ ବିଧାନସଭା ଓ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଯାହା ପାଇଁ ପ୍ରଚାର ଜାରି ରଖିଛନ୍ତି ବିଭିନ୍ନ ରାଜନୈତିକ ଦଳ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.