ETV Bharat / politics

ବିଜେଡି ବିରୋଧରେ ବିଜେପିର ଚାର୍ଜସିଟ୍‌, '୨୫ ବର୍ଷର ପାପ ପେଡ଼ି' ନାଁରେ ହେଲା ରିଲିଜ୍‌ - BJP Charge sheet

author img

By ETV Bharat Odisha Team

Published : Apr 24, 2024, 4:10 PM IST

Updated : Apr 24, 2024, 8:25 PM IST

BJP Charge Sheet: ୨୫ ବର୍ଷର ବିଜେଡି ସରକାର ବିରୋଧରେ ଚାର୍ଜସିଟ୍‌ ଆଣିଲା ବିଜେପି । '୨୫ ବର୍ଷର ପାପ ପେଡ଼ି' ନାଁରେ ରିଲିଜ୍‌ କଲେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ । ଅଧିକ ପଢ଼ନ୍ତୁ

BJP Charge Sheet
BJP Charge Sheet
BJP Charge Sheet

ଭୁବନେଶ୍ବର: ବିଜେଡି ସରକାର ବିରୋଧରେ ବିଜେପିର ଚାର୍ଜସିଟ । ୨୫ ବର୍ଷ କାଳ ଓଡ଼ିଶାରେ କ୍ଷମତାସୀନ ବିଜେଡି ସରକାରରେ ପଞ୍ଚାୟତଠୁ ସଚିବାଳୟ ଯାଏଁ ବିଭିନ୍ନ ଦୁର୍ନୀତିକୁ ଚାର୍ଜସିଟରେ ଉଲ୍ଲେଖ କରିଛି ବିଜେପି । ଚାର୍ଜସିଟ୍‌ରେ ରାଜ୍ୟରେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ବ୍ୟବସ୍ଥା ବି ଠିକ୍‌ ଭାବେ ହୋଇନଥିବା ଅଭିଯୋଗ । ଚିଟଫଣ୍ଡ ଦୁର୍ନୀତି, ମହିଳା ବିରୋଧୀ ହିଂସା ସଂପର୍କରେ ମଧ୍ୟ ଚାର୍ଜସିଟରେ ଉଲ୍ଲେଖ ରହିଛି । '୨୫ ବର୍ଷର ପାପ ପେଡ଼ି' ନାଁରେ ବିଜେପି ଚାର୍ଜସିଟ୍‌ ରିଲିଜ୍‌ କଲେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ।

ତେବେ ଚାର୍ଜସିଟ୍ ଲୋକାର୍ପଣ କରି ଏକ ବଡ଼ ଖୁଲାସା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ । ସେ କହିଛନ୍ତି, "ଆଗାମୀ ନିର୍ବାଚନରେ ଓଡ଼ିଶା ସହ ଦେଶରେ ବିଜେପି ସରକାର ଗଢ଼ିବା ପାଇଁ ଲଢ଼ୁଛି । ୨୫ ବର୍ଷରେ ବିଜେଡି ଶାସନ କାଳରେ ବିଭିନ୍ନ କ୍ଷେତ୍ରରେ କୃଷକ, ମହିଳା, ଯୁବକ, ରୋଜଗାର, ସାଂସ୍କୃତିକ ଗୌରବ କ୍ଷେତ୍ରରେ ଗ୍ରାଫ୍ ଖସୁଛି । କୃଷକଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା ୩୫ ପ୍ରତିଶତ ଜଳସେଚନ ହେବ । କିନ୍ତୁ ୨୫ ବର୍ଷ ପରେ ବି ଲକ୍ଷ ପୂରଣ ହୋଇନାହିଁ । ୩୧୪ ବ୍ଲକରେ ହେଲାନି ଶୀତଳ ଭଣ୍ଡାର । କୃଷକମାନଙ୍କୁ ଭ୍ରମିତ କରିବା ପାଇଁ କାଳିଆ ଯୋଜନା ଅଣାଗଲା । କୃଷକ ବିରୋଧୀ ନୀତି ନେଇ ବିଜେଡି ସରକାର ଚାଲିଛି । ଓଡ଼ିଶା କୃଷକଙ୍କ ରୋଜଗାର କ୍ଷେତ୍ରରେ ଦେଶରେ ଶେଷ ଆଡ଼କୁ ରହିଛି । ଏସବୁ କ୍ଷେତ୍ରରେ ଫେଲ ହୋଇଛି ବିଜେଡି ।"

ସେ ଆହୁରି କହିଛନ୍ତି, "ମହିଳା ଅପରାଧ ବଢ଼ିଥିବା ୫ ରାଜ୍ୟ ମଧ୍ୟରେ ଓଡ଼ିଶା ଅଛି । ୨୫ ବର୍ଷ ମଧ୍ୟରେ ମହିଳାଙ୍କୁ ସୁରକ୍ଷା ଦେବାରେ ବିଫଳ ବିଜେଡି ସରକାର । ଶିଶୁ ଅପହରଣ ବଢିଛି, ଓଡ଼ିଶାର ଗୃହିଣୀଙ୍କ ଆତ୍ମହତ୍ୟା ବଢିଛି । ଯୁବକମାନଙ୍କୁ ରୋଜଗାର ମିଳୁନି । ବେକାରୀ ସ୍ଥିତି ଓଡ଼ିଶାରେ ସୃଷ୍ଟି ହୋଇଛି । ଦାଦନ ଶ୍ରମିକଙ୍କ ସଂଖ୍ୟା ବଢୁଛି । ଗତ ୧ ବର୍ଷ ଭିତରେ ୪୦ ହଜାରରୁ ଅଧିକ ଦାଦନ ଶ୍ରମିକ ଓଡ଼ିଶା ବାହାରକୁ ଯାଇଛନ୍ତି । ଯୁବକଙ୍କ ଆକାଂକ୍ଷା ପୂରଣ କରିବାରେ ବିଜେଡି ସରକାର ବିଫଳ ହୋଇଛି । ୪୩୦୦ ଅଧ୍ୟାପକ ପଦ ଖାଲି ରାଜ୍ୟରେ । ଉଚ୍ଚ ଶିକ୍ଷା ପ୍ରହସନରେ ପରିଣତ ହୋଇଛି । ଝାଡ଼ଖଣ୍ଡ, ଆସାମ ଓ ପଶ୍ଚିମବଙ୍ଗର ସ୍ଥିତି ଓଡ଼ିଶା ତୁଳନାରେ ଭଲ ଅଛି । ୬୧୩ ପ୍ରତିଶତ ଆତ୍ମହତ୍ୟା ହାର ଏଠାରେ ବଢିଛି । ଓଡ଼ିଶାରେ ୬୧୨୪ ଗାଁକୁ ରାସ୍ତା ନାହିଁ । ଆଦିବାସୀ ଗାଁକୁ ନାହିଁ ରାସ୍ତା । ଆଦିବାସୀଙ୍କୁ ମୌଳିକ ସୁବିଧା ଯୋଗାଇ ପାରୁନାହାନ୍ତି ରାଜ୍ୟ ସରକାର ।"

ଏହା ମଧ୍ୟ ପଢ଼ନ୍ତୁ...କେନ୍ଦ୍ରାପଡାରେ ବିଜେପି କରିବ ପ୍ରଚଣ୍ଡ ପ୍ରଚାର, ଶାସକ କରୁଛି AI ପ୍ରଚାର: ବୈଜୟନ୍ତ ପଣ୍ଡା - Lok Sabha Election 2024

ସେ ଆହୁରି କହିଛନ୍ତି, "ସେହିପରି ଓଡିଶାରୁ ତାମିଲନାଡୁ ଯାଉଥିବା ବିଜୁଳି ଓଡ଼ିଶା ଠାରୁ ଶସ୍ତାରେ ମିଳୁଛି । ୨.୫୩ ପଇସାରେ ତାମିଲନାଡୁରେ ମିଳୁଥିବା ବେଳେ ୨.୮୪ ଓଡ଼ିଶାରେ ମିଳୁଛି । ପ୍ରଧାନମନ୍ତ୍ରୀ ଜଳ ଜୀବନ ମିଶନ କ୍ଷେତ୍ରରେ ଓଡ଼ିଶା ଦେଶରେ ବିଫଳ ହୋଇଛି । ପାନୀୟ ଜଳ ଯୋଗାଣରେ ବିଫଳ । ୧୫ ହାଜର କୋଟି ଦେଇଥିଲେ କେନ୍ଦ୍ର ସରକାର । ଅପପୁଷ୍ଟି କ୍ଷେତ୍ରରେ ଓଡ଼ିଶା ସରକାର କୌଣସି ପଦକ୍ଷେପ ନେଇ ପାରିଲେନାହିଁ । ହାଇକୋର୍ଟ ଅର୍ଡର ପରେ ବଜେଟ କଲେ । ଜାତୀୟ ପରିବାର ସ୍ବାସ୍ଥ୍ୟ ତଥ୍ୟରୁ ଲଜ୍ଜାଜନକ ତଥ୍ୟ ଆସୁଛି । ସାଂସ୍କୃତିକ ଚୋରି ଓଡ଼ିଶାରେ ବଢୁଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା କ୍ଷେତ୍ରରେ ଯୋଗ୍ୟ ଲୋକଙ୍କୁ ମିଳୁନି ଘର । ଓଡ଼ିଶାରେ ୬୦ ହଜାର କୋଟି ଟଙ୍କାରୁ ଅଧିକ ଖଣି ଦୁର୍ନୀତି ହୋଇଛି । ବେଆଇନ ଖଣି ଖନନ ଦୃତ ଗତିରେ ଚାଲିଛି । ଲୋକଙ୍କ ପାଖରେ ବିଜେପି ପହଞ୍ଚାଇବ ଚାର୍ଜସିଟ । ଓଡ଼ିଶାରେ ସରକାର ହେବ ଏବଂ ଦେଶରେ 400 ପାର ଲକ୍ଷ୍ୟର ସଂକଳ୍ପ ସହ ବିଜେପି ଲଢେଇ କରିବ । ଗାଁ ଗାଁରେ ସଭା କରି ଚାର୍ଜସିଟ ଲୋକଙ୍କ ପାଖରେ ପହଞ୍ଚାଇବ ବିଜେପି ।"

ସେପଟେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, "ଓଡ଼ିଶା ଲୋଲଙ୍କ ମନରେ ଅନେକ ପ୍ରଶ୍ନ । ଜନପ୍ରତିନିଧି ମାନଙ୍କୁ ସମ୍ମାନ ଦେଇ ଶିଖିନାହିଁ ନବୀନ ସରକାର । ବିଧାୟକ ଓ ସାଂସଦ ମାନଙ୍କୁ କ୍ରୀତଦାସ କରିଦିଆଯାଉଛି । ଗଣତନ୍ତ୍ର ବ୍ୟବସ୍ଥାର ଅଂଶ ହୋଇ ସେମାନଙ୍କୁ ଛୋଟ କରି ଦିଆଯାଉଛି । ଲୋକ ଦାଦନ ଖଟିବାକୁ ଯାଉଛନ୍ତି । ଶିକ୍ଷକ ଓ ଡାକ୍ତରଙ୍କ ଲକ୍ଷାଧିକ ପଦବୀ ଖାଲି, କିନ୍ତୁ ପୂରଣ କରାଯାଉ ନାହିଁ । ୪୦ ଲକ୍ଷ ପରିବାର ଚିଟଫଣ୍ଡ ଦ୍ବାରା ଠକେଇର ଶିକାର ହୋଇଛନ୍ତି, ଆଜି ଯାଏଁ କେହି ଟଙ୍କା ଫେରସ୍ତ ପାଇଲେ ନାହିଁ । ଚିଟଫଣ୍ଡ ନାଁରେ ହଡ଼ପ ହୋଇଛି । ଧାନ କିଣାରେ ହଜାର ହଜାର କୋଟି ଲୁଟ ହୋଇଛି l ଜଳସେଚନ ପାଇଁ ୨୦୦୯ରେ କହିଲେ ୩୫ ଭାଗ ଜମିରେ ଜଳସେଚନ କରିବେ, ୨୦୧୪ରେ କହିଲେ ୧୭ ଭାଗ ଜମିରେ କରିବେ, ୨୦୧୯ରେ କହିଲେ ୩୩ ପ୍ରତିଶତ ଜମିରେ କରିବେ, ତାହା ମଧ୍ୟ ହୋଇପାରିଲା ନାହିଁ । ପର୍ଯ୍ୟଟନ ଶିଳ୍ପରେ କୌଣସି ଉନ୍ନତି ହେଲା ନାହିଁ । ୧୫ ହଜାର କୋଟି କେନ୍ଦ୍ର ସରକାର ଦେଲେ ପାନୀୟ ଜଳ ପାଇଁ, ତାହା କାର୍ଯ୍ୟକାରୀ ହେଲାନାହିଁ । ୩ କୋଟି ୨୬ ଲକ୍ଷ ଲୋକଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ଦିଆଯାଉଛି । ତାହା ମଧ୍ୟ ରାଜ୍ୟ ସରକାର କରିପାରିଲେ ନାହିଁ । ୧୮ ଲକ୍ଷ ୪୩ କୋଟି ଟଙ୍କା ଦେଲେ କେନ୍ଦ୍ର ସରକାର ତାହାକୁ ୧ ଲକ୍ଷ କୋଟିରେ ରୂପାନ୍ତରିତ କରାଯାଇ ଲୁଟ କରାଗଲା । କିନ୍ତୁ ସେ ତାଙ୍କ ବିଷୟରେ ହିସାବ ମିଳିଲା ନାହିଁ । ବ୍ଲକ ଠାରୁ ଆରମ୍ଭ କରି ରାଜ୍ୟ ସବୁଠି ଦୁର୍ନୀତି ଭ୍ରଷ୍ଟାଚାର ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 24, 2024, 8:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.