ETV Bharat / politics

ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫ ମାମଲା: ବିଜେପିର ସାଙ୍ଘାତିକ ଅଭିଯୋଗ, 'ଡିଏସ କୁଟେ କରିଛନ୍ତି ଚକ୍ରାନ୍ତ' - Prasant Jagdev Arrest Issue - PRASANT JAGDEV ARREST ISSUE

Prasant Jagdev Arrest Issue:ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରୀକୁ ନେଇ ପୁଣି ବିଜେପିର ପ୍ରେସମିଟ୍ । ସାଙ୍ଘାତିକ ଅଭିଯୋଗ ଆଣିଛି ଦଳ । ଅଧିକ ପଢନ୍ତୁ

Prasant Jagdev Arrest Issue
Prasant Jagdev Arrest Issue (ETV Bharat Odisha)
author img

By ETV Bharat Odisha Team

Published : May 27, 2024, 10:59 PM IST

ଭୁବନେଶ୍ବର: ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରୀକୁ ନେଇ ସରଗରମ ରାଜନୀତି । ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଡିଏସ କୁଟେ ଚକ୍ରାନ୍ତ କରିଥିବା ଅଭିଯୋଗ ଆଣିଛି ବିଜେପି । ସାମ୍ବାଦିକ ସମ୍ମିଳନୀ କରି ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ କହିଛନ୍ତି, "ପ୍ରଶାନ୍ତଙ୍କୁ ଫସାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଡିଏସ କୁଟେ ଏଭଳି ଚକ୍ରାନ୍ତ କରିଛନ୍ତି । ଗତ 25 ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନବେଳେ ରାଜ ସୁନା ଖଳାରେ ଭୋଟିଂ ଚାଲିଲା । ପ୍ରଶାନ୍ତ ଜଗଦ୍ଦେବ ଓ ପ୍ରକାଶ ରଣ ବିଜୁଳି ବୁଥକୁ ଭୋଟ ଦେବା ପାଇଁ ଯାଇଥିଲେ। ଏତିକି ବେଳେ କିଛି ଗୁଣ୍ଡା ଶ୍ରେଣୀର ବ୍ୟକ୍ତି ବିଜେଡି ପ୍ରରୋଚନାରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଫସାଇଥିଲେ । ଇଭିଏମ ଭାଙ୍ଗିବା ଓ ପ୍ରିଜାଡିଂ ଅଫିସରଙ୍କୁ ଦୁର୍ବ୍ୟବହାର କରିବା ଡାହା ମିଛ । ବରଂ ବୁଥ ଭିତରେ ପ୍ରଶାନ୍ତ ଜଗଦେବ ଓ ଅପରାଜିତା ଷଡଙ୍ଗୀଙ୍କୁ ଖରାପ ଭାଷାରେ ଗାଳି କରିଥିଲେ ଥିବା ବିଜେଡି ଗୁଣ୍ଡା ।"

Prasant Jagdev Arrest Issue (ETV Bharat Odisha)

ସେ ଆହୁରି କହିଛନ୍ତି, "ଖୋର୍ଦ୍ଧା ଏସଡିପିଓ ଦିଲ୍ଲୀପ ଦାସ କ୍ରିମିନାଲ ଭଳି ବ୍ୟବହାର କରିଛନ୍ତି । ଅତ୍ୟନ୍ତ ଅମାନୁଷିକ ଭାବେ ପୋଲିସ ନିୟମ ଭାଙ୍ଗି ଦୁଇ ବିଧାୟକ ପ୍ରାର୍ଥୀଙ୍କୁ ଥାନାରେ ତଳେ ବସାଇଥିଲେ । ପାଣି, ଖାଦ୍ୟ ମାଗିଲେ ବି ଦିଆଗଲା ନାହିଁ । ପରିବାର ଲୋକଙ୍କ ସହ ଭେଟ କରିବାକୁ ଦିଆଗଲା ନାହିଁ । ରାତି ଗୋଟାଏବେଳେ ବୋଲଗଡ଼ ଥାନାର ରିଜର୍ଭ ଅଫିସରେ ତାଙ୍କୁ ରାତିରେ ଅକଥନୀୟ ଅତ୍ୟାଚାର କରାଯାଇଛି । ପୋଲିସ ହେଡ୍ କ୍ଵାଟରରୁ ଏହାକୁ ମନିଟର କରାଯାଉଥିଲା । ପ୍ରିଜାଡିଂ ଅଫିସରଙ୍କୁ ଏତଲା ଦେବା ପାଇଁ ବାଧ୍ୟ କରାଯାଇଛି । କ୍ରିମିନାଲ ଭାବେ ଅପରାଜିତାଙ୍କ ଗାଡି଼କୁ ପିଛା କରି ପ୍ରଶାନ୍ତଙ୍କୁ ପୋଲିସ ଗାଡି଼ରେ ବସାଇ ନେଇଗଲା ।"

ଏହା ବି ପଢନ୍ତୁ...ପାଣ୍ଡିଆନଙ୍କ ପ୍ରରୋଚନାରେ ଓଡ଼ିଶାରେ ହେଉଛି ନିର୍ବାଚନୀ ହିଂସା: ପ୍ରଦୀପ ପୁରୋହିତ - BJP ON POLL VIOLENCE

"ଅପରାଜିତା ଷଡଙ୍ଗୀଙ୍କ ଡ୍ରାଇଭର ବନମାଳୀ ବାବୁଙ୍କୁ ସାକ୍ଷୀ କରିବାକୁ ପୋଲିସ ଚାପ ପକାଉଛି । ଯଦି ବନମାଳୀ ମିଛ ନ କହିବ ତାହେଲେ ତା ପରିବାରକୁ ଜେଲର ପୁରାଇ ଦେବେ ବୋଲି ଧମକ ମିଳିଲା । ପ୍ରତ୍ୟେକ୍ଷ ସାକ୍ଷୀଙ୍କ କଥା ନ ଶୁଣି, ସିସିଟିଭି ଭିଜୁଆଲ ପ୍ରକାଶ ନ କରି ପୂର୍ବ ଚକ୍ରାନ୍ତ ଅନୁସାରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଫସାଇ ଦିଆଯାଇଛି। ଅପରାଧୀ ଭଳି ଦଫା ଲଗାଇଛି ପୋଲିସ । ଡିଏସପି ଦିଲ୍ଲୀପ ଦାସଙ୍କ ନାଁରେ ଅଭିଯୋଗ କରିବ ବିଜେପି। ଓଡ଼ିଆ ଲୋକଙ୍କ ଉପରେ ଅତ୍ୟାଚାରର ଜୁନ 10 ପରେ କଡା ଜବାବ ଦିଆଯିବ" ବୋଲି କହି ବର୍ଷିଛି ବିଜେପି । ସୂଚନାଯୋଗ୍ୟ, ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ କାଉଁରିପାଟଣା ବୁଥରେ ଇଭିଏମ୍ ଭଙ୍ଗାଯିବା ଅଭିଯୋଗ ମାମଲାରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରାଯାଇଛି। ଗିରଫ ପରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ତାଙ୍କୁ ଖୋର୍ଦ୍ଧା ଜେଲକୁ ପଠାଯାଇଥିବା ଜଣାପଡିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.