ETV Bharat / politics

ସଂତୃପ୍ତଙ୍କ ନାଁରେ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେପି, ସରକାରୀ କର୍ମଚାରୀଙ୍କ ନାଁରେ ବି ଅଭିଯୋଗ - BJP Meets CEO - BJP MEETS CEO

Code Of Conduct Violation: ଦୁଇଟି ପ୍ରସଙ୍ଗରେ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେପି ଫେରାଦ ହୋଇଛି । ଜାଣନ୍ତୁ କେଉଁ ସବୁ ଅଭିଯୋଗ ଆଣିଛି ଦଳ ।

Code Of Conduct Violation
Code Of Conduct Violation (ETV Bharat Odisha)
author img

By ETV Bharat Odisha Team

Published : May 6, 2024, 10:55 PM IST

Code Of Conduct Violation (ETV Bharat Odisha)

ଭୁବନେଶ୍ବର: ବିଜେଡି ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରୁଥିବା ନେଇ ପୁଣି ଅଭିଯୋଗ ଆଣିଛି ବିଜେପି । ଆଜି ଦୁଇଟି ପ୍ରସଙ୍ଗରେ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେପି ଫେରାଦ ହୋଇଛି । "ବିଜୁ ଜନତା ଦଳ ଦରପୋଡା କାଠ । ବାରମ୍ବାର ବିଜେଡି ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରୁଛନ୍ତି । କେବଳ ପଇସା ଵାଲା ଲୋକଙ୍କୁ ଟିକଟ ଦେଇଛନ୍ତି, ଯେଉଁମାନଙ୍କର ନିର୍ବାଚନ ବିଷୟରେ କୌଣସି ଜ୍ଞାନ ନାହିଁ । ସଂତୃପ୍ତ ମିଶ୍ର ଯିଏକି କଟକ ଲୋକସଭାରୁ ବିଜେଡିର ପ୍ରାର୍ଥୀ ସେ ରାଜ୍ୟ ସରକାରଙ୍କ ଲୋଗୋକୁ ନିଜର ପୋଷ୍ଟର ଏବଂ ବ୍ୟାନରରେ ବ୍ୟବହାର କରୁଛନ୍ତି । ଯାହା ନିର୍ବାଚନ ଆଚରଣ ବିଧି ମଧ୍ୟରେ ରହୁନାହିଁ । ସେହିପରି ପୁରୀ ଜିଲ୍ଲା ପିପିଲି ନିର୍ବାଚନ ମଣ୍ଡଳୀରେ ରବୀନ୍ଦ୍ର ନାଥ ନାୟକ ଜଣେ ସରକାରୀ କର୍ମଚାରୀ ହୋଇଥିବାବେଳେ ବିଜେଡି ପାଇଁ ନିର୍ବାଚନ ପ୍ରଚାର କରୁଛନ୍ତି । ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳୁଛି" ବୋଲି ଅଭିଯୋଗ ଆଣିଛି ବିଜେପି ।

ଏହି ଦୃଷ୍ଟିରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ପକ୍ଷରୁ ସିଇଓଙ୍କ ନିକଟରେ ଅଭିଯୋଗ କରାଯାଇଛି । ରାଜ୍ୟ ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଛନ୍ତି, "ଓଡ଼ିଶାର ଲୋକେ ପରିବର୍ତ୍ତନ ଚାହୁଁଛନ୍ତି, ଏଥିଲାଗି ବିଜୁ ଜନତା ଦଳ ଛାନିଆ ହୋଇଗଲାଣି । ବିଜେଡି ନିର୍ବାଚନ ବୈତରଣୀ ପାର ହେବା ଲାଗି ସରକାରୀ ଅଧିକାରୀଙ୍କ ଉପରେ ଭରସା କରିଛି । କାହିିଁକି ନା ଓଡ଼ିଶାର ଜନତା ଏବେ ସଚେତନ । ମିଥ୍ୟା, ଭ୍ରଷ୍ଟାଚାରୀ ସରକାରକୁ ହଟାଇବା ପାଇଁ ଓଡ଼ିଶାବାସୀ ପଣ କରିଛନ୍ତି ।"

ଏହା ବି ପଢନ୍ତୁ...ସିଇଓଙ୍କ ଦ୍ୱାରସ୍ଥ ହେଲା ବିଜେଡି, ପ୍ରଶାନ୍ତ ଜଗଦ୍ଦେବଙ୍କ ନାଁରେ ହେଲା ଫେରାଦ - BJD Meets CEO

ସେ ଆହୁରି କହିଛନ୍ତି, "ସରକାରୀ କଳ, ବଳର ଅପବ୍ୟବହାର କରୁଛି ଶାସକ ଦଳ । ସରକାରୀ ଅଧିକାରୀଙ୍କୁ ବ୍ୟବହାର କରିବା ବିଜେଡିର ଚିରାଚରିତ ଅଭ୍ୟାସ । ଏନେଇ ଭାରତୀୟ ଜନତା ପାର୍ଟି ବାରମ୍ବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ ମଧ୍ୟ କରିଛି । ଯେଉଁ ସରକାରୀ କର୍ମଚାରୀମାନେ ବିଭିନ୍ନ ଦଳୀୟ କାର୍ଯ୍ୟ ପ୍ରଚାରରେ ଲାଗୁଛନ୍ତି ତାଙ୍କୁ ଅନୁରୋଧ କରିବାକୁ ଚାହୁଁଛି ଏସବୁରୁ ନିବୃତ ରୁହନ୍ତୁ । ନିର୍ବାଚନ କମିଶନଙ୍କୁ ଧନ୍ୟବାଦ ଯେ, ପ୍ରତ୍ୟେକ ଦିନେ ଯେଉଁ ଦାବି ଆସୁଛି ତା ଉପରେ ସେ କାର୍ଯ୍ୟାନୁଷ୍ଠାନ କରୁଛନ୍ତି । ସରକାରୀ କର୍ମଚାରୀମାନେ ସରକାରଙ୍କ କାର୍ଯ୍ୟ କରନ୍ତୁ, କୌଣସି ରାଜନୈତିକ ଦଳର ପ୍ରଚାର କାର୍ଯ୍ୟରେ ନଲାଗନ୍ତୁ । ବିଜେଡି ରାଜ୍ୟରେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ଚାହୁଁନାହିଁ କିନ୍ତୁ ବିଜେପି ନିର୍ବାଚନରେ ଶାନ୍ତି ଚାହେଁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.