ETV Bharat / politics

ପାଣ୍ଡିଆନଙ୍କ ଦୃଢୋକ୍ତି, 'ପ୍ରଥମ ପର୍ଯ୍ୟାୟରେ ୨୮ ଆସନରୁ ୨୪ ଆସନ ଜିତିବ ବିଜେଡି' - Lok Sabha Election 2024

author img

By ETV Bharat Odisha Team

Published : May 14, 2024, 12:29 PM IST

VK Pandian on BJD wining: ଭିକେ ପାଣ୍ଡିଆନଙ୍କ ଦମ୍ଭୋକ୍ତି, ପ୍ରଥମ ପର୍ଯ୍ୟାୟରେ ୨୮ ଆସନରୁ ୨୪ ଆସନ ଜିତିବ ବିଜେଡି । ୪ଟି ଯାକ ପର୍ଯ୍ୟାୟ ନିର୍ବାଚନରେ ଦଳ କ୍ଲିନ ସ୍ବିପ୍ କରିବ । ଅଧିକ ପଢନ୍ତୁ

BJD will win 24 out of 28 assembly seats in first phase, Says VK Pandian
BJD will win 24 out of 28 assembly seats in first phase, Says VK Pandian (ETV Bharat Odisha)

ଭୁବନେଶ୍ବର: ବିଜେପି ଉପରେ ବର୍ଷିବା ସହ ବିଜେଡିର ବୃହତ୍ ବିଜୟ ନେଇ ଆଉଥରେ ଦୃଢୋକ୍ତି କଲେ ଭିକେ ପାଣ୍ଡିଆନ । ''ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବିଜେଡି କ୍ଲିନ ସ୍ବିପ୍ କରୁଛି । ୨୮ ବିଧାନସଭା ଆସନରୁ ୨୪ ଆସନରେ ଜିତିବ ବିଜେଡି । ଚଳିତ ନିର୍ବାଚନରେ ଚାରିଆଡେ ନବୀନ ପଟ୍ଟନାୟକଙ୍କ ଲହର ଅଛି ।'' ସମ୍ବାଦ ସରବରାହ ସଂସ୍ଥା ଏନଏନଆଇ ସହ ସାକ୍ଷାତକାର ସମୟରେ ଏଭଳି ଦମ୍ଭୋକ୍ତି ଦେଖାଇଛନ୍ତି ବିଜେଡି ନେତା ପାଣ୍ଡିଆନ ।

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଛି । ପ୍ରଥମ ପର୍ଯ୍ୟାୟରେ ୪ ସଂସଦୀୟ କ୍ଷେତ୍ର ସହ ୨୮ ବିଧାନସଭା ଆସନରେ ମତଦାନ ହୋଇଛି । ଏନେଇ ANIକୁ ସାକ୍ଷାତକାରରେ 5T ଅଧ୍ୟକ୍ଷ ତଥା ବିଜେଡି ନେତା ପାଣ୍ଡିଆନ କହିଛନ୍ତି ଯେ, ଗତ ନିର୍ବାଚନରେ ଏହି ୨୮ ଆସନରୁ ବିଜେଡି ୨୦ ଆସନ ଜିତିଥିଲା । ଏଥର ୨୮ ଆସନରୁ ବିଜେଡି ୨୪ ଆସନ ଜିତିବ । ଆଉ ଦୁଇଟି ଆସନରେ କଂଗ୍ରେସ ଓ ଗୋଟିଏ ଆସନରେ ବିଜେପି ସହ ପ୍ରତଦ୍ବନ୍ଦିତା ହେଉଛି । ରାଜ୍ୟରେ ଏବେ ନବୀନ ଲହର ଅଛି । ୪ଟି ଯାକ ପର୍ଯ୍ୟାୟରେ ବିଜେଡି ସ୍ବିପ୍ କରିବ ।ସେହିପରି ଲୋକସଭା ଆସନରେ ମଧ୍ୟରେ ଦଳ ପୂର୍ବ ତୁଳନାରେ ଭଲ ପ୍ରଦର୍ଶନ କରିବ ।

ଏହା ମଧ୍ୟ ପଢନ୍ତୁ: ବିଜେପି ଶୀର୍ଷ ନେତାଙ୍କ ପ୍ରେସମିଟ: ‘ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ପାଇଁ ନବୀନ ଦାୟୀ, ଜାରି ହେଉଛି ନବୀନଙ୍କ ଡିପଫେକ ଭିଡିଓ ’ - BJP Target CM Naveen

ଗତକାଲି ରାଜ୍ୟ ବିଜେପିର ସାମ୍ବାଦିକ ସମ୍ମିଳନୀକୁ ସମାଲୋଚନା କରି ପାଣ୍ଡିଆନ ଆହୁରିମଧ୍ୟ କହିଛନ୍ତି ଯେ, ଓଡ଼ିଶାବାସୀ ୫ ଜଣ ବିଜେପି ନେତାଙ୍କ ମୁହଁରୁ ସେମାନଙ୍କ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଶୁଣିବାକୁ ଅପେକ୍ଷା କରିରହିଛନ୍ତି । ଜଣେ ମହିଳା ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ହେବା ନେଇ ଶୁଣିବାକୁ ମିଳୁଥିଲା । ହେଲେ ସେହି ନେତାଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ହୋଇପାରିଲା ନାହିଁ । ସେମାନଙ୍କ ରିମୋଟ କଣ୍ଟ୍ରୋଲ ଦିଲ୍ଲୀରେ ହାଇକମାଣ୍ଡଙ୍କ ହାତରେ ଅଛି । ପୂର୍ବରୁ କଂଗ୍ରେସ ସରକାର ଭଳି ଏବେ ଦିଲ୍ଲୀରୁ ବିଜେପି ନିୟନ୍ତ୍ରଣ ହେଉଛି । ଯଦି ସେମାନେ ପ୍ରକୃତରେ ଓଡ଼ିଶାରେ କିଛି କରିବାକୁ ଚାହୁଁଛନ୍ତି, ତାହେଲେ ସେମାନଙ୍କୁ ପ୍ରଥମେ କଂଗ୍ରେସ ଭଳି ମାନସିକତା ଛାଡିବାକୁ ହେବ ବୋଲି କଟାକ୍ଷ କରି କହିଛନ୍ତି ପାଣ୍ଡିଆନ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.