ETV Bharat / politics

ବିଜେପି ପରେ ବିଜେଡିର ଟ୍ବିଟ୍: ପ୍ରଣବ ଲେଖିଲେ, ତିନି ଚତୁର୍ଥାଂଶରୁ ଅଧିକ ଆସନରେ ବିଜୟୀ ହେବୁ - Pranab Twitted After Manmohan - PRANAB TWITTED AFTER MANMOHAN

BJD will contest in all 147 assembly constituencies: ରାଜ୍ୟରେ ବିଜେଡି-ବିଜେପି ମଧ୍ୟରେ ମେଣ୍ଟ ଚର୍ଚ୍ଚାର ଅବସାନ ଘଟିଛି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଟ୍ବିଟ୍ ପରେ ବର୍ତ୍ତମାନ ସାମ୍ନାକୁ ଆସିଛି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶଙ୍କ ଟ୍ବିଟ୍ । ଅଧିକ ପଢନ୍ତୁ

Pranab's Tweet
Pranab's Tweet
author img

By ETV Bharat Odisha Team

Published : Mar 22, 2024, 8:49 PM IST

Updated : Mar 23, 2024, 7:02 AM IST

ଭୁବନେଶ୍ବର: ରାଜ୍ୟରେ ବିଜେଡି-ବିଜେପି ମଧ୍ୟରେ ମେଣ୍ଟ ଚର୍ଚ୍ଚାର ଅବସାନ ଘଟିଛି । ମେଣ୍ଟ ନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା ଆସିବା ପରେ ସ୍ପଷ୍ଟୀକରଣ ରଖିଛି ବିଜୁ ଜନତା ଦଳ । ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ Xରେ ରଖିଛନ୍ତି ସ୍ପଷ୍ଟ ମତ । ଦଳ ସବୁ ଆସନରେ ଲଢ଼ି ତିନି ଚତୁର୍ଥାଂଶରୁ ଅଧିକ ଆସନରେ ବିଜୟୀ ହେବ ବୋଲି ପ୍ରଣବ କହିଛନ୍ତି ।

ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଲେଖିଛନ୍ତି, "ବିଜେଡି ସମସ୍ତ ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ୱନ୍ଦିତା କରିବ । ସେହିପରି ସମସ୍ତ ୨୧ଟି ଲୋକସଭା ର୍ନିବାଚନ ମଣ୍ଡଳୀରେ ପ୍ରତିଦ୍ୱନ୍ଦିତା କରିବ ଦଳ । ଏହା ସହିତ ଓଡ଼ିଶାବାସୀଙ୍କ ସମର୍ଥନ ଏବଂ ନବୀନ ପଟ୍ଟନାୟକଙ୍କ ନେୃତ୍ୱତ୍ୱରେ ତିନି ଚତୁର୍ଥାଂଶରୁ ଅଧିକ ଆସନରେ ବିଜୟୀ ହେବ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଓ ଓଡ଼ିଶାବାସୀଙ୍କ ଆସ୍ଥା ବିଜେଡି ସହ ଅଛି । ଏହି ବଳରେ ବିଜେଡି ରାଜ୍ୟର ସେବା କରିବା ସହ ସବୁ କ୍ଷେତ୍ରରେ ବ୍ୟାପକ ରୂପାନ୍ତରଣ ଆଣିଛି ।"

ପ୍ରଣବ ଆହୁରି ମଧ୍ୟ କହିଛନ୍ତି ,"ରାଷ୍ଟ୍ର ଗଠନ ପାଇଁ ସହକାରୀ ସଂଘବାଦ (Cooperative Federalism) ଓ ରାଷ୍ଟ୍ରନୀତିଜ୍ଞତା (Statesmanship) ମନୋଭାବ ବିଜେଡିର ଅଛି । ଏହା ସହିତ ଓଡ଼ିଶାବାସୀଙ୍କୁ ସବୁବେଳେ ଆଗଧାଡ଼ିରେ ରଖି ସେମାନଙ୍କ କଲ୍ୟାଣ ପାଇଁ ବିଜେଡି ନିଷ୍ପତ୍ତି ନେବ । ନୂତନ ଓ ସଶକ୍ତ ଓଡ଼ିଶା ଆମର ଲକ୍ଷ୍ୟ ହେବ । ଆମର ଲୋକପ୍ରିୟ ନେତା ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆମେ ଏହାକୁ ହାସଲ କରିବା ଦିଗରେ ଆଗେଇ ଚାଲିଛୁ ।" ସେପଟେ ପ୍ରଣବଙ୍କ ଟ୍ବିଟକୁ ସାଂସଦ ମାନସ ମଙ୍ଗରାଜ ରିପୋଷ୍ଟ କରିଥିବା ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ...ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ: ଟ୍ବିଟ୍ କରି ମନା କଲେ ମନମୋହନ, ରିପୋଷ୍ଟ କଲେ ଧର୍ମେନ୍ଦ୍ର - No Alliance Between BJD And BJP

ଆଜି ଅପରାହ୍ନରେ ମେଣ୍ଟ ହେବନି ବୋଲି ସ୍ପଷ୍ଟ କରିଥିଲେ ରାଜ୍ୟ ବିଜେପି ସଭାପତି । X ହ୍ୟାଣ୍ଡଲରେ ପୋଷ୍ଟ କରି ସୂଚନା ଲେଖିଥିଲେ, "ଗତ ୧୦ ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶାର ବିଜୁ ଜନତା ଦଳ (ବିଜେଡି) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରଙ୍କୁ ଅନେକ ପ୍ରସଙ୍ଗରେ ସମର୍ଥନ କରିଆସୁଛି । ଏଥିପାଇଁ ଆମେ ତାଙ୍କୁ ଧନ୍ୟବାଦ ଜଣାଉଛୁ । ସମଗ୍ର ଦେଶରେ ଯେଉଁସବୁ ରାଜ୍ୟରେ ଡବଲ ଇଞ୍ଜିନ ସରକାର ରହିଛି, ସେଠାରେ ବିକାଶ ଓ ଗରିବ କଲ୍ୟାଣର କାର୍ଯ୍ୟ ସବୁ ତ୍ବରାନ୍ବିତ ହୋଇଛି ଏବଂ ସବୁ କ୍ଷେତ୍ରରେ ସଂପୃକ୍ତ ରାଜ୍ୟମାନେ ମଧ୍ୟ ଅଗ୍ରଗତି ହାସଲ କରୁଛନ୍ତି ବୋଲି ଆମେ ଅନୁଭବ କରୁଛୁ ।"ଏହି ଟ୍ବିଟକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ସାଂସଦ ଅପରାଜିତା ଷଡଙ୍ଗୀ ରିପୋଷ୍ଟ କରିଥିବା ଦେଖିବାକୁ ମିଳିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 23, 2024, 7:02 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.