ETV Bharat / politics

ଟିକଟ କଟା ନେତାଙ୍କୁ ସଂଗଠନରେ ବିଜେଡିର ଥଇଥାନ ଥୋପ ! - BJD Ticket Conflict

BJD Ticket Conflict: ଟିକଟ କାଟିବା ପରେ ଅସନ୍ତୁଷ୍ଟ ହୋଇଥିବା ଅଧିକାଂଶ ନେତାଙ୍କୁ ଦଳୀୟ ସଂଗଠନରେ ଥଇଥାନ କରିଛି ବିଜେଡି । କିନ୍ତୁ ଟିକଟ କଟିଥିବା ନେତାଙ୍କୁ ଦଳର ଏହି ପିଠି ଥାପୁଡା କେତେ ସଫଳ ହେଉଛି, ତାହା ଫଳାଫଳ ବାହାରିଲେ ସ୍ପଷ୍ଟ ହେବ ବୋଲି କହିଛନ୍ତି ରାଜନୀତି ସମୀକ୍ଷକ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : May 10, 2024, 11:10 PM IST

BJD Ticket Conflict
BJD Ticket Conflict (ETV Bharat Odisha)
BJD Ticket Conflict (ETV Bharat Odisha)

ଭୁବନେଶ୍ବର: ଚଳିତ ସାଧାରଣ ନିର୍ବାଚନ ପାଇଁ ବିଜେଡି ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି । ୫ରୁ ଅଧିକ ସାଂସଦ ଓ ୨୪ ବିଧାୟକଙ୍କ ଟିକଟ କାଟିଛି ଦଳ । ଟିକଟ କାଟିବା ପରେ ଅସନ୍ତୁଷ୍ଟ ହୋଇଥିବା ଅଧିକାଂଶ ନେତାଙ୍କୁ ଦଳ ସଂଗଠନରେ ଥଇଥାନ କରିଛି । ଆଉ କିଛିଙ୍କୁ ନିର୍ବାଚନ ପରେ ବିଭିନ୍ନ ପଦପଦବୀ ଲୋଭ ଦେଖାଇ ଚୁପ କରାଇଛି ଦଳ । କିନ୍ତୁ ଟିକଟ କଟିଥିବା ନେତାଙ୍କୁ ଦଳର ଏହି ପିଠି ଥାପୁଡା କେତେ ସଫଳ ହେଉଛି, ତାହା ଫଳାଫଳ ବାହାରିଲେ ସ୍ପଷ୍ଟ ହେବ ବୋଲି କହିଛନ୍ତି ରାଜନୀତି ସମୀକ୍ଷକ ।

ଚଳିତ ସାଧାରଣ ନିର୍ବାଚନରେ ବିଜେଡି ପ୍ରାୟ ୫ ସାଂସଦ ଓ ୨୪ ବିଧାୟକଙ୍କ ଟିକଟ କାଟିଛି । ଅନେକ ସ୍ଥାନରେ ଏକାଧିକ ଆଶାୟୀ ନିରାଶ ହୋଇଛନ୍ତି । ଆଞ୍ଚଳିକ ସମୀକରଣକୁ ଦୃଷ୍ଟିରେ ରଖି ଦଳୀୟ ଟିକଟ ନପାଇ ନିରାଶ ହୋଇଛନ୍ତି । ନିର୍ବାଚନ ବେଳେ ଅନେକ ସ୍ଥାନରେ ଅସନ୍ତୁଷ୍ଟ ନେତା ବିଦ୍ରୋହ କରିବାର ସମ୍ଭାବନା ରହିଛି । ଏପରି ସ୍ଥିତିରେ ସଂଗଠନ ଯୁକ୍ତ ନେତାଙ୍କୁ ଚିହ୍ନଟ କରି ଦଳ ପିଠି ଥାପୁଡାଉଛି । ଅର୍ଥାତ ଦଳର ବିଭିନ୍ନ ସଂଗଠନରେ ସାମୟିକ ଭାବେ ନିଯୁକ୍ତି ଦେଉଛି । ଆଗାମୀ ଦିନରେ ଦଳ ତାଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରିବ ବୋଲି ପ୍ରତିଶ୍ରୁତି ଦିଆଯାଉଛି ।

ବ୍ରହ୍ମପୁର ଲୋକସଭା ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଟିକଟ କାଟିଥିଲେ ବିଜେଡି ସୁପ୍ରିମୋ । ଚନ୍ଦ୍ରଶେଖରଙ୍କୁ ପ୍ରାର୍ଥୀ କରିବା ପରିବର୍ତ୍ତେ ଦଳର ନିର୍ବାଚନୀ ଇସ୍ତାହାର କମିଟିର ଅଧ୍ୟକ୍ଷ କରିଛି ଦଳ । ସେହିପରି ଦଳର ନୂଆ ଉପସଭାପତି ଭାବେ ଚନ୍ଦ୍ରଶେଖରଙ୍କୁ ନିଯୁକ୍ତି ମିଳିଛି । ସେହିପରି ନର୍ଲାର ବିଧାୟକ ଭୂପିନ୍ଦର ସିଂଙ୍କ ଟିକେଟ ଦଳ କାଟିଦେଇଛି । ଏହା ବଦଳରେ ଭୁପିନ୍ଦରଙ୍କୁ ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଛି । ଆସନ୍ତା ନିର୍ବାଚନରେ ଭୁପିନ୍ଦରଙ୍କ ପୁଅର ପ୍ରାର୍ଥୀତ୍ବ ଲାଗି ଦଳ ବିଚାର କରିବ ବୋଲି ପ୍ରତିଶ୍ରୁତି ମିଳିଥିବା ଚର୍ଚ୍ଚା ହେଉଛି । ସେହିପରି କଂଗ୍ରେସରୁ ଆସି ବିଜେଡିରେ ସାମିଲ ହୋଇଥିବା ଚିରଞ୍ଜୀବ ବିଶ୍ବାଳ ଏବଂ ଅନ୍ୟାନ୍ୟ ନେତାଙ୍କୁ ମଧ୍ୟ ଦଳ ନିର୍ବାଚନ ବେଳେ ବିଭିନ୍ନ ଦାୟିତ୍ବ ଦେଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଓଡିଶା ଏବେ ବିଜେପିର ସର୍ବୋଚ୍ଚ ନେତାଙ୍କ ଗନ୍ତବ୍ୟ ସ୍ଥଳ: ରାଜନୀତି ସମୀକ୍ଷକ - Lok Sabha Election 2024

ଭୁବନେଶ୍ବର ମଧ୍ୟ ବିଧାନସଭା ଆସନ ପାଇଁ ଅମରେଶ ଜେନା ଆଶାୟୀ ଥିଲେ । କିନ୍ତୁ ଟିକଟ କଟିବା ପରେ ତାଙ୍କୁ ପ୍ରଚାର ତାଲିକାରେ ଯୋଡିଛି ଦଳ । ଏବେ ଏହି ତାଲିକାରେ ଯୋଡ଼ି ହୋଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ନିମାପଡା ବିଧାୟକ ସମୀର ଦାଶ । ସମୀରଙ୍କୁ ଦଳ ଢେଙ୍କାନାଳ ଲୋକସଭା ଆସନର ପର୍ଯ୍ୟବେକ୍ଷକ କରିଛି । ଟିକଟରୁ ବଞ୍ଚିତ ହେବା ପରେ ସେ ସିଧାସଳଖ ବିଦ୍ରୋହ କରିଥିଲେ । ସମାବେଶ କରି ସମର୍ଥକଙ୍କ ଜରିଆରେ ଦଳ ଉପରେ ସମସ୍ତ ପ୍ରକାର ଚାପ ମଧ୍ୟ ପକାଇଥିଲେ । ଏମିତିକି ସମୀର ସ୍ବାଧୀନ ପ୍ରାର୍ଥୀ ହୋଇ ଦଳର ଅଙ୍କ ବିଗାଡିବାକୁ ଚିନ୍ତା କରୁଥିବା ଚର୍ଚ୍ଚା ମଧ୍ୟ ହୋଇଥିଲା । ଏପରି ସ୍ଥିତିରେ ଦଳ ତାଙ୍କୁ ମ୍ୟାନେଜ କରିବା ସହ ଦାୟିତ୍ବ ଦେଇଛି ।

ସେହିପରି ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିଲେ ଦେବଗଡ଼ ରାଣୀ ଅରୁନ୍ଧତୀ ଦେବୀ । ଦଳରେ ଯୋଗ ଦେବା ପର ଦିନ ଅରୁନ୍ଧତୀଙ୍କୁ ବିଜେଡି ଦେବଗଡ଼ ଆସନ ପାଇଁ ବିଧାୟକ ପ୍ରାର୍ଥୀ କରିଥିଲା । ହେଲେ ଦଳ ଶେଷ ମୁହୂର୍ତ୍ତରେ ପ୍ରାର୍ଥୀ ବଦଳାଇ ଦେଇଛି । ଆଉ ଟିକଟ କାଟି ଅରୁନ୍ଧତୀଙ୍କୁ ଦଳର ସାଧାରଣ ସମ୍ପାଦିକା କରିଛି । ସେହିପରି ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତଙ୍କ ଟିକେଟ କାଟି ଦଳ ନିର୍ବାଚନ ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଇଛି । ଦଳର ବରିଷ୍ଠ ବିଧାୟକ ଅମର ଶତପଥୀ, ନିତ୍ୟାନନ୍ଦ ସାହୁ, ଅନନ୍ତ ଦାସ, ଶଶୀଭୂଷଣ ବେହେରା, ଆସ୍କା ସାଂସଦ ପ୍ରମିଳା ବିଶୋଇ, ଚନ୍ଦ୍ରାଣୀ ମୁର୍ମୁ ଟିକଟରୁ ବଞ୍ଚିତ ହୋଇଛନ୍ତି । ଦଳ କୌଣସି ଦାୟିତ୍ବ ଦେଇନଥିଲେ ମଧ୍ୟ ସେମାନେ ଚୁପ ରହିଛନ୍ତି । ଦଳୀୟ ଚାପ କିମ୍ବା ଥୋପ ଦିଆଯାଇଛି ତାହା ଜଣାପଡିନାହିଁ ।

ସେହିପରି ଶ୍ରୀମୟୀ ମିଶ୍ର ଭୁବନେଶ୍ବର ଲୋକସଭା ଆସନ ପାଇଁ ପ୍ରଚାର ଆରମ୍ଭ କରିଦେଇଥିଲେ । କିନ୍ତୁ ଦଳ ଟିକଟ କାଟିବା ପରେ ତାଙ୍କୁ ଏବେ ଦଳର କୌଣସି କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁନାହିଁ । ଶ୍ରୀମୟୀଙ୍କୁ ପ୍ରଚାର ତାଲିକାରେ ରଖିବା ସହ ଦଳର ମହିଳା ଶାଖାର କାର୍ଯ୍ୟକାରୀ ସଭାପତି କରାଇଛି ବିଜେଡି । ଟିକଟ କଟାନେତାଙ୍କ ସାମୟିକ ଥଇଥାନ ନେଇ ରାଜନୀତି ସମୀକ୍ଷକ ପ୍ରଭୁ କଲ୍ୟାଣ ମହାପାତ୍ର କହିଛନ୍ତି, "ଟିକଟ ଘୋଷଣା ପରେ ଅନେକ ଆଶାୟୀ ଅସନ୍ତୁଷ୍ଟ ହୋଇ ଅଛନ୍ତି । ସେମାନଙ୍କୁ ସଂଗଠନରେ ଥଇଥାନ କରାଯାଉଛି । ସରକାର ଆସିଲେ ସେମାନଙ୍କୁ ଉପଯୁକ୍ତ ଥଇଥାନ କରାଯିବ ବୋଲି ପ୍ରତିଶ୍ରୁତି ମିଳୁଛି । ଏହି ଅସନ୍ତୁଷ୍ଟ ଖେଳ ବିଗାଡିବାର ଯଥେଷ୍ଟ ସମ୍ଭାବନା ରହିଛି । ଅସନ୍ତୁଷ୍ଟ ଆଶାୟୀଙ୍କ ଉପରେ ନିର୍ବାଚନ ଫଳାଫଳ ନିର୍ଭର କରୁଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.