ETV Bharat / politics

ଶ୍ରୀମନ୍ଦିରରେ ପୁରୀ ସଂସଦୀୟ କ୍ଷେତ୍ରର ସମ୍ଭାବ୍ୟ ବିଜେଡି ପ୍ରାର୍ଥୀ, ନେଲେ ମହାପ୍ରଭୁଙ୍କ ଆଶୀର୍ବାଦ - BJD LEADERS AT SRIMANDIR

BJD Ticket Aspirants At Shreemandir: ପୁରୀ ସଂସଦୀୟ କ୍ଷେତ୍ରର ଲୋକସଭା ଓ ସମସ୍ତ ବିଧାନସଭାର ବିଜେଡିର ସମ୍ଭାବ୍ୟ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ ହୋଇଛି ଖୁବଶୀଘ୍ର ଘୋଷଣା ହେବ ବୋଲି କହିଛନ୍ତି ଜିଲ୍ଲା ବିଜେଡି ସଭାପତି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Mar 21, 2024, 6:28 PM IST

BJD leaders at shreemandir
BJD leaders at shreemandir
BJD leaders at shreemandir

ପୁରୀ: ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ସମ୍ଭାବ୍ୟ ପ୍ରାର୍ଥୀ । ପୁରୀ ସଂସଦୀୟ କ୍ଷେତ୍ରର ଲୋକସଭା ଓ ସମସ୍ତ ବିଧାନସଭାର ବିଜେଡିର ସମ୍ଭାବ୍ୟ ପ୍ରାର୍ଥୀ ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ପୁରୀ ସଂସଦୀୟ କ୍ଷେତ୍ରରେ ଥିବା ସାଂସଦ ସିଟ୍ ଓ 6 ଟି ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇନଥିଲେ ବି ଏକ ପ୍ରକାର ଚୂଡ଼ାନ୍ତ ହୋଇସାରିଛି । "ପୁରୀରୁ ସ୍ବର୍ଗତ ମହେଶ୍ବର ମହାନ୍ତିଙ୍କ ପୁଅ ସୁନିଲ ମହାନ୍ତି, ବ୍ରହ୍ମଗିରିରୁ ଉମାକାନ୍ତ ସାମନ୍ତରାୟ, ସତ୍ୟବାଦୀରୁ ସଞ୍ଜୟ ଦାସବର୍ମା, ପିପିଲିରୁ ରୁଦ୍ର ମହାରଥୀ, ରଣପୁରରୁ ସତ୍ୟ ନାରାୟଣ ପ୍ରଧାନ, ଚିଲିକାରୁ ପ୍ରସନ୍ନ ପାଟ୍ଟଶାଣୀଙ୍କ ନାଁ ସାମିଲ ରହିଛି । ପୁରୀରୁ ସାଂସଦ ପ୍ରାର୍ଥୀ ଭାବେ ଅରୁପ ପଟ୍ଟନାୟକ ନିର୍ବାଚନ ଲଢ଼ିବେ । ସମୟ ଆସିଲେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିବେ" ବୋଲି କହିଛନ୍ତି ପୁରୀ ଜିଲ୍ଲା ବିଜେଡି ସଭାପତି ଦିବାକର ପାତ୍ର । କେବଳ ଚିଲିକାରୁ ପ୍ରାର୍ଥୀ ହେବାକୁ ଥିବା ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଛାଡି ସବୁ ପ୍ରାର୍ଥୀ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି ।

ଆସନ୍ତା ନିର୍ବାଚନରେ ପୁରୀ ସଂସଦୀୟ କ୍ଷେତ୍ରର ସବୁ ଆସନ ବିଜେଡି ଜିତିବ ବୋଲି ପୁରୀ ଜିଲ୍ଲା ବିଜେଡି ସଭାପତି ଦମ୍ଭୋକ୍ତି ଦେଖାଇଛନ୍ତି । ମହାପ୍ରଭୁଙ୍କ ଦର୍ଶନ କରିବା ପରେ ପ୍ରତିକ୍ରିୟା ଦେଇ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ କହିଛନ୍ତି, "ପ୍ରାର୍ଥୀ ଘୋଷଣା ମୁଖ୍ୟମନ୍ତ୍ରୀ କରିବେ। ମୁଖ୍ୟମନ୍ତ୍ରୀ ଯେଉଁଠୁ ଲଢ଼ିବାକୁ କହିବେ ଲଢ଼ିବୁ ।" ସେହିପରି ମନ୍ଦିର ଦର୍ଶନ କରିବାକୁ ଯାଇଥିବା ଅନ୍ୟ ନେତାଙ୍କ ସହ ଏକାଠି ନ ଆସି ଏକୁଟିଆ ମନ୍ଦିର ଭିତରୁ ପ୍ରତ୍ୟାବର୍ତ୍ତନ କରିବାକୁ ନେଇ ପ୍ରଶ୍ନ ଉଠିଛି ।

ଏହା ମଧ୍ୟ ପଢନ୍ତୁ...ବିଜେଡିର ମିଶନ କୋରାପୁଟ; ନେତା ଓ ପର୍ଯ୍ୟବେକ୍ଷକଙ୍କୁ ମନ୍ତ୍ର ଦେଲେ ନବୀନ

ସେପଟେ ସମ୍ଭାବ୍ୟ ପ୍ରାର୍ଥୀ ଥିବା ସୁନିଲ ମହାନ୍ତି କହିଛନ୍ତି, "ବିଜୁ ଜନତା ଦଳ ନିଜର ସଙ୍ଗଠନ ମଜବୁତ କରିବା ପାଇଁ ସବୁବେଳେ କାର୍ଯ୍ୟ କରୁଛି । ନିର୍ବାଚନରେ ବିଜେଡି ପୁରୀରେ ବିପୁଳ ବିଜୟ ହାସଲ କରିବ ।" ପୁରୀ ଲୋକସଭା ସିଟରୁ ବିଜେଡିରୁ ପ୍ରାର୍ଥୀ ହେବାକୁ ଥିବା ଅରୁପ ପଟ୍ଟନାୟକ କହିଛନ୍ତି, "ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଛୁ । ନିର୍ବାଚନ ଲଢ଼ିବୁ କି ନାହିଁ ସେ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନେବେ । ଯିଏ ଲୋକଙ୍କ ସେବା କରିବ, ନିଷ୍କଳଙ୍କ ଥିବା ତାକୁ ହିଁ ପୁରୀ ଲୋକ ନିଜର ଜନ ପ୍ରତିନିଧି କରିବେ ।" ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ କହିଛନ୍ତି, "ପୁରୀ ସଂସଦୀୟ କ୍ଷେତ୍ରର ସବୁ ନେତା ଆଜି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ମୁଖ୍ୟମନ୍ତ୍ରୀ ସଠିକ ସମୟରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିବେ। ଆଗାମୀ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଲୋକ ପ୍ରିୟତା, ଜନ କଲ୍ୟାଣକାରୀ ଯୋଜନା କୁ ବିଜେଡି ଆଗାମୀ ନିର୍ବାଚନରେ ବିପୁଳ ବିଜୟ ହାସଲ କରିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓଡ଼ିଶା ବାସୀ ଆଶୀର୍ବାଦ ଦେଇ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.