ETV Bharat / politics

'ବିଜେପିର ପ୍ରତିଶ୍ରୁତି ପାଣିର ଗାର'; ବିଜେଡିର ଜନଜାଗରଣ ଅଭିଯାନକୁ ନିର୍ଲଜତା କହିଲା ବିଜେପି - Naveen Targets Mohan Majhi Govt

author img

By ETV Bharat Odisha Team

Published : Aug 12, 2024, 4:17 PM IST

Updated : Aug 12, 2024, 11:03 PM IST

Naveen Targets Mohan Majhi Govt: ଆକ୍ଟିଭ ମୋଡ଼ରେ ନବୀନ । ଭତ୍ତାଧାରୀଙ୍କୁ ପ୍ରତିଶ୍ରୁତି ଦେଇ ବିଜେପି ସରକାର ଉପେକ୍ଷା କରିଥିବା ଆଣିଲେ ଅଭିଯୋଗ । ଏହାପରେ ବିଜେପି ଜବାବ ରଖି ବିଜେଡିର ଜନଜାଗରଣ ଅଭିଯାନକୁ ନିର୍ଲଜତା ବୋଲି କହିଛି । ଅଧିକ ପଢନ୍ତୁ

Naveen Targets Mohan Majhi Govt
Naveen Targets Mohan Majhi Govt (ETV Bharat Odisha)

ଭୁବନେଶ୍ବର: ଆକ୍ଟିଭ ମୋଡରେ ଆସିଛନ୍ତି ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭତ୍ତାଧାରୀଙ୍କୁ ପ୍ରତିଶ୍ରୁତି ଦେଇ ବିଜେପି ସରକାର ଉପେକ୍ଷା କରିଥିବା ଅଭିଯୋଗ କରିଛନ୍ତି ମୁଖ୍ୟ ବିରୋଧୀ ଦଳ ନେତା । ବିଜେପି ନିର୍ବାଚନୀ ଇସ୍ତାହାର ଭତ୍ତାଧାରୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିନଥିବାରୁ ବିଜେଡି ଜନଜାଗରଣ ଅଭିଯାନ କରିବ ବୋଲି ନବୀନ ଘୋଷଣା କରିଛନ୍ତି । ଏହାପରେ ବିଜେପି ପ୍ରତିକ୍ରିୟା ରଖି ନବୀନଙ୍କୁ କାଉଣ୍ଟର କରିଛି । ବିଜେଡି ସରକାରରେ ଥିବା ସମୟରେ 500 ଟଙ୍କାରୁ ଭତ୍ତା 1000 ଟଙ୍କା କରିବାକୁ 24ବର୍ଷ ଲାଗିଗଲା । ସିଏ ଏଭଳି ବୟାନ ଦେବା ଠିକ ନୁହେଁ । ଜନଜାଗରଣ କରିବା ଅତ୍ୟନ୍ତ ନିର୍ଲଜତାର ପରିଚୟ ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ଯତୀନ ମହାନ୍ତି ।

ବିଜେଡିର ଜନଜାଗରଣ ଅଭିଯାନକୁ ନିର୍ଲଜତା କହିଲା ବିଜେପି (ETV Bharat Odisha)

'ବିଜେପିର ପ୍ରତିଶ୍ରୁତି ପାଣିର ଗାର ପାଲଟିଛି'

ସାମାଜିକ ଗଣମାଧ୍ୟମରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା କହିଛନ୍ତି, "ବିଜେପି ନିର୍ବାଚନୀ ଇସ୍ତାହାରରେ ଭତ୍ତାଧାରୀଙ୍କୁ 3000 ତଥା 3500 ଟଙ୍କା ଭତ୍ତା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଥିଲା । ଏଥିରେ ବୟସ୍କ, ଭିନ୍ନକ୍ଷମ, ବିଧବା ତଥା ନିରାଶ୍ରୟମାନେ ସାମିଲ ଥିଲେ । ହେଲେ ବଜେଟରେ କୁହାଯାଉଛି କେବଳ 80 ବର୍ଷ ବୟସରୁ ଅଧିକ ବୟସ୍କ ଏବଂ 80% ଅକ୍ଷମତା ଥିବା ଭିନ୍ନକ୍ଷମ ଏହି ବର୍ଦ୍ଧିତ ଭତ୍ତା ପାଇବେ । ରାଜ୍ୟ ସରକାର 45 ହଜାର କୋଟି ଟଙ୍କାର ଋଣ ନେଇ ମଧ୍ୟ ଘୋଷଣା ପାଳନ କରାଯାଉନାହିଁ ।"

'ଓଡ଼ିଶାର ଲୋକଙ୍କୁ ଭୂଆଁ ବୁଲାନ୍ତୁ ନାହିଁ ମୋହନ ସରକାର'

ନବୀନ କହିଛନ୍ତି, "ଏଥିରୁ ପୁରା ସ୍ପଷ୍ଟ ହେଉଛି, ବିଜେପିର ପ୍ରତିଶ୍ରୁତି ପାଣିର ଗାର ପାଲଟିଛି । ଭତ୍ତାଧାରୀ ବୟସ୍କ ତଥା ସମସ୍ତ ଓଡ଼ିଶାବାସୀଙ୍କ ସହ ପ୍ରତାରଣା ହୋଇଛି । ଏପରି ପ୍ରତାରଣା ଲୋକଙ୍କ ଭିତରେ ଜନ ଅସନ୍ତୋଷ ବଢ଼ାଇଛି । ଏନେଇ 16 ଅଗଷ୍ଟରୁ ବିଜେଡି ଜନଜାଗରଣ ଅଭିଯାନ ଆରମ୍ଭ କରିବାକୁ କରିବ । ପ୍ରତି ପଞ୍ଚାୟତରେ ଏନେଇ ସଚେତନତା କାର୍ଯ୍ୟକ୍ରମ କରାଯିବ । ବୟୋଜ୍ୟେଷ୍ଠଙ୍କ ଅଧିକାର ପାଇଁ ବିଜେଡି ଆଗକୁ ବାହାରିବ । ପ୍ରତିଟି କର୍ମୀ ତଥା ସଚେତନ ନାଗରିକ ଏଥିରେ ସାମିଲ ହୋଇ ଲୋକଙ୍କୁ ବିଜେପିର ପ୍ରତାରଣା ବିଷୟରେ ଜାଗ୍ରତ କରିବେ । ବିଜେପି ଓଡ଼ିଶାର ଲୋକଙ୍କୁ ଭୁଆଁ ବୁଲାନ୍ତୁ ନାହିଁ । ଦଳ ପକ୍ଷରୁ ପ୍ରଦାନ କରିଥିବା ପ୍ରତିଶ୍ରୁତି ପାଳନ କରନ୍ତୁ । ବିଜେପି ନିଜ ପ୍ରତିଶ୍ରୁତି ପୂରଣ ନକରିବା ପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କ ନିକଟରେ ଏହାକୁ ପହଞ୍ଚାଇବା ପାଇଁ ବିଜେଡି ସର୍ବଦା ନିଜର ଅଭିଯାନ ଜାରି ରଖିବ ।"

'ବିଜେପି ଚଞ୍ଚକତା କରିଛି'

ବିଜେଡି ମୁଖପାତ୍ର ଲେନିନ ମହାନ୍ତିଙ୍କ କହିଛନ୍ତି, "ଅଗଷ୍ଟ ୧୬ରୁ ବିଜୁ ଜନତା ଦଳ କରିବ ଜନ ଜାଗରଣ ଯାତ୍ରା । ପ୍ରତି ପଞ୍ଚାୟତରେ ଏହି ଯାତ୍ରା କରିବା ପାଇଁ ଡାକରା ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ବିଜେଡି ସଭାପତି ନବୀନ ପଟ୍ଟନାୟକ ଏ ନେଇ 'X'ରେ ଜନସାଧାରଣଙ୍କୁ ଅପିଲ କରିଛନ୍ତି । ବିଜେପିର ସବୁ କଥା ପ୍ରତିଶ୍ରୁତି ପାଣିର ଗାର । ବିଜେଡି ଏକ ଜାଗ୍ରତ ବିରୋଧି ଦଳ । ସୁଭଦ୍ରା ଯୋଜନା ମିଛ । ନିଜର ସଂକଳ୍ପ ପତ୍ରରେ କେବଳ ବଡ଼ ବଡ଼ କଥା କହିଛି ବିଜେପି । ଭତ୍ତାଧାରୀଙ୍କୁ ୩୫୦୦ ଟଙ୍କା ଦିଆଯିବା ପାଇଁ ବିଜେପି କହିଥିଲା । କିନ୍ତୁ ବିଜେପି ଚଞ୍ଚକତା କରିଛି । ୮୦ ବର୍ଷରୁ ଅଧିକ ଏବଂ ୮୦ ପ୍ରତିଶତ ଭିନ୍ନକ୍ଷମ ଥିବା ଲୋକଙ୍କୁ ୩୫୦୦ ଟଙ୍କା ଦେବା କଥା କହିଛନ୍ତି । ଯାହା ଗ୍ରହଣଯୋଗ୍ୟ ନୁହେଁ । ତେଣୁ ବିଜେଡି ପ୍ରତି ପଞ୍ଚାୟତରେ ଅଗଷ୍ଟ ୧୬ରୁ ଏହାକୁ ନେଇ ବିରୋଧ କରିବୁ । ଲୋକଙ୍କୁ ନେଇ ଏହି ଜନ ଜାଗରଣ ଯାତ୍ରା କରିବୁ ।"

ଜବାବ ରଖିଲା ବିଜେପି:-

ଏ ନେଇ ବିଜେପି ସାଧାରଣ ସମ୍ପାଦକ ଯତୀନ ମହାନ୍ତି କହିଛନ୍ତି, "ନିର୍ଲଜର ଶେଷ ସୀମା ଟପିଗଲେ ସେତେବେଳେ ଏଭଳି ପରିସ୍ଥିତି ଦେଖାଦିଏ ବା ଔଷଧ ବିକଳରେ ତାଟିଆ କାମୁଡ଼ିବାକୁ ପଡେ । ବିଜେପି ସରକାରକୁ ଆସିବା ଦିନଠୁ ସବୁ ପ୍ରତିଶ୍ରୁତି ଗୋଟି ଗୋଟି ପାଳନ କରିବ ବୋଲି ପ୍ରତିଶୃତିବଦ୍ଧ । ହେଲେ ବିଜେଡି ସରକାର ୨୫ବର୍ଷ ଧରି ଭତ୍ତାକୁ ୧୦୦୦ଟଙ୍କା କରିପାରିଲେନି ଏହା ଦୁର୍ଭାଗ୍ୟ । ୨୫ବର୍ଷ ଭିତରେ ବିଜେଡି ଦେଇଥିବା ବିଭିନ୍ନ ପ୍ରତିଶ୍ରୁତି ସବୁ ଧୂଆଁବାଣ କିଛିର ଉପଲବ୍ଧି ପାଇନାହାନ୍ତି । ରାଜ୍ୟବାସୀଙ୍କୁ ଠକିବା ପରେ ଜନଜାଗରଣ କରିବେ, କରନ୍ତୁ ଲୋକଙ୍କ ପାଖରେ ପହଞ୍ଚନ୍ତୁ ଓ ଲୋକଙ୍କ ପ୍ରତିକ୍ରିୟା କଣ ଅଛି ଆପଣଙ୍କ ପ୍ରତି ଶୁଣନ୍ତୁ ।"

'ପ୍ରତିଶ୍ରୁତି ଅକ୍ଷରେ ଅକ୍ଷରେ ପାଳିବ ବିଜେପି'

ସେ ଆହୁରି କହିଛନ୍ତି, "ଆମେ ଆମର ଘୋଷଣା ପତ୍ରରେ ଯାହା ଲେଖିଛୁ ତାହା ଅକ୍ଷରେ ଅକ୍ଷରେ ପାଳନ କରିବୁ । 80ବର୍ଷରୁ ଊର୍ଦ୍ଧ ବୟସ୍କ ଏବଂ ଭିନ୍ନକ୍ଷମମାନଙ୍କୁ ଭତ୍ତା ଦେବାର ପ୍ରକ୍ରିୟା ଆରମ୍ଭ ହୋଇଗଲାଣି । ଖୁବଶୀଘ୍ର ଏହା କାର୍ଯ୍ୟକାରୀ ହେବ । କିନ୍ତୁ ବିଜେଡି ସଭାପତିଙ୍କୁ ଏହି କଥା ହଜମ ହେଉନାହିଁ । ତାଙ୍କୁ 500ଟଙ୍କାରୁ ଭତ୍ତା 1000ଟଙ୍କା କରିବାକୁ 24 ବର୍ଷ ଲାଗିଗଲା । ସିଏ ଏଭଳି ବୟାନ ଦେବା ଠିକ ନୁହେଁ । 25ବର୍ଷର ଭ୍ରଷ୍ଟାଚାର ପାଇଁ ଓଡ଼ିଶାବାସୀ ନବୀନ ବାବୁଙ୍କୁ ପ୍ରତ୍ୟାଖାନ କରିଛନ୍ତି । ତେଣୁ ଆମେ ଚାହୁଁଛୁ ନବୀନ ବାବୁ ଲୋକଙ୍କ ପାଖକୁ ଯାଆନ୍ତୁ । ଲୋକଙ୍କ ମନରେ କେତେ କ୍ଷତ ଅଛି ତାହା ଅନୁଭବ କରନ୍ତୁ । କିନ୍ତୁ ବିଜେଡି ସଭାପତି ଭୁଲିଯାଉଛନ୍ତି ଦୀର୍ଘ 25ବର୍ଷ ମଧ୍ୟରେ ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲେ ସବୁକୁ ପୂରଣ କରିଛନ୍ତି କି ? କାଳିଆ ଯୋଜନାର 10ହଜାର, ଚାଷୀଙ୍କୁ 100 ଟଙ୍କା ବୋନସ, 2012ରେ ହରିଶ୍ଚନ୍ଦ୍ର ଯୋଜନା ବନ୍ଦ ହେବା, ପିଠା ଯୋଜନା, ଯୁବ ବାହିନୀ ମଧ୍ୟ ବନ୍ଦ ହୋଇଯାଇଛି ।"

ଏହା ବି ପଢନ୍ତୁ- ବିଧାନସଭା ନିର୍ବାଚନ ବିପର୍ଯ୍ୟୟ ପରେ ବିଜେଡିର ପଞ୍ଚାୟତ ପ୍ଲାନ; ବିଜେପିକୁ କାଉଣ୍ଟର କରିବେ ନବୀନ, ନଭେମ୍ବରରେ ଯିବେ ଗ୍ରାଉଣ୍ଡ ଜିରୋ

ଏହା ବି ପଢନ୍ତୁ- ସାମାଜିକ ସୁରକ୍ଷା ଭତ୍ତା ବଢାଇଲେ ମୋହନ ସରକାର; ବୃଦ୍ଧବୃଦ୍ଧାଙ୍କୁ ମିଳିବ ମାସିକ ୩୫୦୦, ଦିବ୍ୟାଙ୍ଗଙ୍କ ପାଇଁ ଏତିକି ଘୋଷଣା

ବଜେଟରେ ଭତ୍ତା ନେଇ କଣ କହିଥିଲେ ମୋହନ ସରକାର ?

ଗତ ଜୁଲାଇ 25ରେ ଆର୍ଥିକ ବର୍ଷ 2024-25 ପାଇଁ ବିଧାନସଭାରେ ବଜେଟ ଆଗତ ହୋଇଥିଲା । ଅର୍ଥ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟରେ ବଡ଼ ଘୋଷଣା କରିଥିଲେ । 3500 ଟଙ୍କାକୁ ମାସିକ ସାମାଜିକ ସୁରକ୍ଷା ଭତ୍ତା ବୃଦ୍ଧି କରିଥିଲେ । ବଜେଟ୍‌ରେ ପ୍ରଥମ ପର୍ଯ୍ୟାୟରେ 80 ବର୍ଷରୁ ଅଧିକ ବୟସର ବୃଦ୍ଧବୃଦ୍ଧାଙ୍କୁ ମାସିକ 3 ହଜାର 500ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ମିଳିବ । ସେହିପରି 80 ପ୍ରତିଶତରୁ ଅଧିକ ଦିବ୍ୟାଙ୍ଗ ହୋଇଥିବା ବ୍ୟକ୍ତିମାନଙ୍କ ପାଇଁ ମଧ୍ୟ ଭତ୍ତା 3 ହଜାର 500 ଟଙ୍କାକୁ ବୃଦ୍ଧି କରାଯାଇଛି । ମୋହନ ମାଝୀ ସରକାର ମଧୁବାବୁ ପେନସନ ଯୋଜନା ଏବଂ ଜାତୀୟ ସୁରକ୍ଷା କାର୍ଯ୍ୟକ୍ରମ ଅଧିନରେ ସାମାଜିକ ସୁରକ୍ଷା ଭତ୍ତା ବୃଦ୍ଧି ଘୋଷଣା କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 12, 2024, 11:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.