ETV Bharat / politics

ଚାଷୀଙ୍କ ପ୍ରସଙ୍ଗରେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ମନମୋହନ: ସସ୍ମିତ ପାତ୍ର - BJD Counter attack BJP - BJD COUNTER ATTACK BJP

BJD Counter attack BJP Over farmers Issue: ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ସମାଲୋଚନା କରିଛି ବିଜେପି । କେନ୍ଦ୍ରୀୟ ନେତୃତ୍ବଙ୍କ ନିକଟରେ ଚାଷୀ ସମସ୍ୟା ନଜଣାଇ ପାରି କୁମ୍ଭୀର କାନ୍ଦଣା କରୁଛନ୍ତି ବୋଲି ବିଜେପି କଟାକ୍ଷ କରିଛି । ଅଧିକ ପଢନ୍ତୁ

BJD Counter attack BJP Over farmers Issue
BJD Counter attack BJP Over farmers Issue (Etv Bharat)
author img

By ETV Bharat Odisha Team

Published : May 2, 2024, 10:50 PM IST

BJD Counter attack BJP Over farmers Issue (ETV BHARAT)

ଭୁବନେଶ୍ବର: ଚାଷୀଙ୍କ ସମସ୍ୟାକୁ ନେଇ ରାଜ୍ୟ ବିଜେପି ସଭାପତି ଦେଇଥିବା ବିବୃତିକୁ କାଉଣ୍ଟର ଆଟାକ କରିଛି ବିଜେଡି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର କହିଛନ୍ତି ଯେ, ରାଜ୍ୟ ବିଜେପିର ସଭାପତି ମନମୋହନ ସାମଲ ଆଜି ଚାଷୀ ଓ ଚାଷୀଙ୍କ ବିଷୟରେ ବକ୍ତବ୍ୟ ରଖିଛନ୍ତି । ଏହା ହିଁ ତାଙ୍କର କୁମ୍ଭୀର କାନ୍ଦଣାକୁ ଦର୍ଶାଉଛି । 2017 ମସିହା ମାର୍ଚ୍ଚ 17 ତାରିଖରେ ବିଧାନସଭାରେ ସର୍ବ ସମ୍ମତି କ୍ରମେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପିକୁ 2930 ଟଙ୍କା କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା । ଏହାକୁ ପାରିତ କରିବାରେ ତତ୍କାଳୀନ ବିଜେପି ବିଧାୟକ ମାନେ ସମର୍ଥନ କରିଥିଲେ ବୋଲି ମନମୋହନ ଭୁଲି ଯାଇଛନ୍ତି ।

ଓଡ଼ିଶାର ଚାଷୀଙ୍କ ହକ ପାଇଁ ଏମଏସପି କୁଇଣ୍ଟାଲ 2930 ଟଙ୍କା କରାଯାଉ ବୋଲି ସବୁ ବିଧାୟକ ଦାବି କରିଥିଲେ । ଘଟଣାକୁ 7 ବର୍ଷ ବିତିଗଲା । ଓଡିଶା ଚାଷୀଙ୍କ ହକ ପାଇଁ 2930 ଟଙ୍କା ଏମଏସପି କରିବା ପାଇଁ ମନମୋହନ ଥରୁଟିଏ ତାଙ୍କର କେନ୍ଦ୍ରୀୟ ନେତୃତ୍ବଙ୍କ ପାଖରେ ଏ କଥା କହିନାହାଁନ୍ତି । ନିର୍ବାଚନ ମୁଣ୍ଡ ଉପରେ ଆସିଯାଇଥିବାରୁ ଆଜି ହଠାତ ମନମୋହନଙ୍କର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିଛି । ତେଣୁ ଏ ଭେଳିକି ଦେଖାଇ ଓଡିଶାର ଚାଷୀ କୂଳକୁ ବିଭ୍ରାନ୍ତ କରିବା ଲାଗି ସେ ଆଜି ଆଗେଇ ଆସିଛନ୍ତି । 7 ବର୍ଷ ଭିତରେ ଚାଷୀଙ୍କ ଏମଏସପି ବଢେଇବାକୁ ବିଜେପିର ବିଧାୟକ ମାନେ କାହିଁକି ମୁହଁ ଖୋଲିଲେ ନାହିଁ ? ଏବେ ଚାଷୀଙ୍କ ପ୍ରସଙ୍ଗ ଉଠେଇବା ବିଜେପିର ଦୋମୁହାଁ ନୀତିକୁ ଦର୍ଶାଉଛି ।

ଏହା ମଧ୍ୟ ପଢନ୍ତୁ... କୃଷି ଓ କୃଷକ ଉନ୍ନତିରେ ରାଜ୍ୟ ସରକାର ବିଫଳ, 24ବର୍ଷରେ ଚାଷୀଙ୍କୁ ଧୋକା ମିଳିଛି: ମନମୋହନ - MANMOHAN SAMAL TARGETS BJD

ଯେଉଁଭଳି ଭାବେ ମନମୋହନ ସାମଲ ନିରବ ଦ୍ରଷ୍ଟା ସାଜିଲେ, ଆଜି ତାଙ୍କର ମନ୍ତବ୍ୟ ଖୋକଲା ଲାଗୁଛି । ମନମୋହନଙ୍କ ଏହି ମନ୍ତବ୍ୟ ବିଜେପି ଓ ବିଜେପି ବିଧାୟକଙ୍କର ଅକର୍ମନ୍ୟତାକୁ ଦର୍ଶାଉଛି । ନିର୍ବାଚନ ରଣାଙ୍ଗନରେ ମନମୋହନ ଚାଷୀଙ୍କୁ ମୋହରା ନ ବନାନ୍ତୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶାର ଚାଷୀ ମାନେ ବିକଶିତ ହୋଇଛନ୍ତି ।ଆଜି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ରାଜ୍ୟ ସରକାରଙ୍କ କୃଷକ ମାରଣ ନୀତି ଉପରେ ବର୍ଷିଥିଲେ । ଓଡ଼ିଶାର ଚାଷୀ 5 ହଜାର ଟଙ୍କା ରୋଜଗାର କରୁଥିବା ବେଳେ ପଞ୍ଜାବର ଚାଷୀ ଦେଢ଼ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ମାତ୍ର 17 ଭାଗ ଜମିରେ ଜଳସେଚନ ହୋଇଛି ବୋଲି କହି ନବୀନ ସରକାରଙ୍କ ଉପରେ ବର୍ଷିଛନ୍ତି ମନମୋହନ ସାମଲ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.