ETV Bharat / politics

VK Pandian: ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନଙ୍କ ଉତ୍ତର,ପାଣ୍ଡିଆନଙ୍କ ଫଟୋ ପାଇଁ ୧୫ କୋଟି ଖର୍ଚ୍ଚ କରିଛି ବିଜେଡି, ଜବାବ ରଖିଲା ବିଜେଡି - BJD SPENT 15 CRORE ON PANDIAN PHOTO

author img

By ETV Bharat Odisha Team

Published : Aug 29, 2024, 5:36 PM IST

Updated : Aug 29, 2024, 10:02 PM IST

BJD Spent 15 Crore For VK Pandian Photo:'୫ ବର୍ଷରେ ପ୍ରଚାର ପାଇଁ ବିଜେଡି ଖର୍ଚ୍ଚ କରିଛି ୪୫୨ କୋଟି ୯୬ ଲକ୍ଷ ଟଙ୍କା । କେବଳ ଭିକେ ପାଣ୍ଡିଆନଙ୍କ ପ୍ରଚାର ପାଇଁ ଖର୍ଚ୍ଚ ହୋଇଛି ୧୫ କୋଟି ।' ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେପଟେ ଏହାର ଜବାବ ରଖିଛି ବିଜେଡି, ଦଳ କହିଛି ମୁଖ୍ୟମନ୍ତ୍ରୀଙ୍କ ସହିତ ଯିଏ ଗଲା ଫଟୋ ଆସିବ । କିନ୍ତୁ ଜଣେ ଲୋକ ଉପରେ ଏତେ ରାଗ । ପ୍ରଶ୍ନ ଗୋଟିଏ ଉତ୍ତର ଗୋଟିଏ ହେଲେ ପ୍ରସାରଣ ହେଉଛି ଅନ୍ୟ ଗୋଟିଏ । ଅଧିକ ପଢ଼ନ୍ତୁ

VK Pandian
VK Pandian (ETV Bharat Odisha)

ଭୁବନେଶ୍ବର: ଗତ 5 ବର୍ଷ ଧରି ପ୍ରଚାରରେ କେତେ ଖର୍ଚ୍ଚ କରିଥିଲା 24 ବର୍ଷର ବିଜେଡି ସରକାର ? ଆଜି ଗୃହରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଜେଡି ପ୍ରଚାରରେ ସାଢେ ୪ ଶହ କୋଟି ଖର୍ଚ୍ଚ କରିଥିବା ବେଳେ ପାଣ୍ଡିଆନଙ୍କ ପ୍ରଚାରରେ ଖର୍ଚ୍ଚ ୧୫ କୋଟି । ବିଧାନସଭାରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ପ୍ରଶ୍ନରେ ଏପରି ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଯାହାକୁ ନେଇ ବିଜେଡିକୁ ସମାଲୋଚନା କରିଛି ବିଜେପି । ସେପଟେ ସାମ୍ବାଦିକ ସମ୍ମଳନୀ କରି ପାଣ୍ଡିଆନଙ୍କ ସପକ୍ଷରେ ବାହାରିଲା ବିଜେଡି ।

BJD Spent 15 Crore For VK Pandian Photo (ETV Bharat Odisha)

5 ବର୍ଷରେ ବିଜେଡିର ପ୍ରଚାର ଖର୍ଚ୍ଚ କେତେ ?

ପ୍ରଚାର ପାଇଁ ରାଜକୋଷରୁ ବିପୁଳ ଖର୍ଚ୍ଚ କରିଥିଲା ପୂର୍ବ ବିଜେଡି ସରକାର । ୫ ବର୍ଷରେ ପ୍ରଚାର ପାଇଁ ଖର୍ଚ୍ଚ କରିଥିଲା ୪୫୨ କୋଟି ୯୬ ଲକ୍ଷ ଟଙ୍କା। ବିଜ୍ଞାପନରେ ପାଣ୍ଡିଆନଙ୍କ ଫଟୋ ପାଇଁ ଖର୍ଚ୍ଚ ହୋଇଛି ୧୫ କୋଟି ୨୬ ଲକ୍ଷ । ମୁଖ୍ୟମନ୍ତ୍ରୀ ଏହି ଉତ୍ତର ରଖିଛନ୍ତି ଗୃହରେ ।

‘ପାଣ୍ଡିଆନଙ୍କ ସଭା ଚେୟାର ବୁହନ୍ତି ବିଧାୟକ’

ବିଜେଡି ସରକାରଙ୍କ ପ୍ରଚାର ଖର୍ଚ୍ଚ ସାମ୍ନାକୁ ଆସିବା ପରେ ବିଜେଡିକୁ କଡା ସମାଲୋଚନା କରିଛି ବିଜେପି । ବିଜେପି ବିଧାୟକ ଅଶୋକ ମହାନ୍ତି କହିଛନ୍ତି, ‘‘ପୂର୍ବ ସରକାର ସମୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଛାଡି ଭିକେ ପାଣ୍ଡିଆନଙ୍କ ଯେଉଁଭଳି ଭାବେ ପ୍ରଚାର ପ୍ରସାର କରାଗଲା ଓଡିଶାବାସୀ ବୁଝିସାରିଥିଲେ ନବୀନ ପଟ୍ଟନାୟକଙ୍କ ପ୍ରକୃତ ଉତ୍ତରାଧିକାରୀ ଭିକେ ପାଣ୍ଡିଆନ । ସେ ସଚିବ ମହାଶୟ 500 କୋଟି ଖର୍ଚ୍ଚ କରିଛନ୍ତି ହେଲିକପ୍ଟରରେ ବୁଲିବା ପାଇଁ 15 କୋଟି ଖର୍ଚ୍ଚ କରିଛନ୍ତି ନିଜର ପ୍ରଚାର ପାଇଁ । ତାଙ୍କର ଫଟୋ ବିଭିନ୍ନ ସଭା ସମିତିରେ ଲାଗିବ । ସଭା ସମିତିକୁ ବିଧାୟକ ମାନେ ଟେଣ୍ଟ ଓ ଚେୟାର ବୋହିବେ । ଗୋଟିଏ ସଭା ପାଇଁ 30 ଲକ୍ଷ ଖର୍ଚ୍ଚ କରିଛନ୍ତି ପାଣ୍ଡିଆନ । ସେଥିରେ ରାଜକୋଷରୁ 600 କୋଟି ଖର୍ଚ୍ଚ କରିଛନ୍ତି । 60 ପ୍ରତିଶତ ଲୋକେ ପିଇବା ପାଣି ପାଉ ନାହାନ୍ତି । 23 ପ୍ରତିଶତ ଲୋକ ଆଦିବାସୀଙ୍କ ଗାଁକୁ ରାସ୍ତା ନାହିଁ । 24 ବର୍ଷ ଶାସନ କଲା ପରେ ସଂରକ୍ଷଣ ଦାବି କରୁଛନ୍ତି । ବିଭିନ୍ନ ସଭା ସମିତି କିଏ ଟଙ୍କା ଦେଉଥିଲା, କିଏ ନେଳିଆ ଚେୟାର ଦେଇଥିଲା ତାର ତଦନ୍ତ ହେବ । 24 ବର୍ଷ ଧରି ଓଡିଶାବାସୀଙ୍କ ଭୂଆଁ ବୁଲାଉଥିଲେ ।’’

ପାଣ୍ଡିଆନଙ୍କ ହେଲିକପ୍ଟର ବୁଲାର ତଦନ୍ତ କରୁଛନ୍ତି ମୋହନ ସରକାର:

ପୂର୍ବରୁ ବିଜେଡି ସରକାର ସମୟରେ ଜିଲ୍ଲାରୁ ଜିଲ୍ଲା ହେଲିକପ୍ଟରରେ ବୁଲି ଲୋକଙ୍କ ସମସ୍ୟା ଶୁଣୁଥିଲେ ଭିକେ ପାଣ୍ଡିଆନ । ଅଭିଯୋଗ ଅନୁସାରେ, ହେଲିକପ୍ଟର ଯାତ୍ରା ବାବଦରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଅଭିଯୋଗ ହୋଇଆସୁଥିଲା । ପାଣ୍ଡିଆନଙ୍କ ଗସ୍ତ ପାଇଁ ପ୍ରତି ବ୍ଲକରେ ତିଆରି ହେଉଥିଲା ହେଲିପ୍ୟାଡ । ଏଥିସହ ହେଲିକପ୍ଟରରେ ଯାଇ ପ୍ରଚାର ବି କରୁଥିଲେ । ଏହାର ତଦନ୍ତ କରୁଛନ୍ତି ମୋହନ ସରକାର । ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତ ତଦନ୍ତ କରାଯାଉଥିବା ପୂର୍ବରୁ କହିଥିଲେ ପରିବହନ ମନ୍ତ୍ରୀ ।

ଏହା ମଧ୍ୟ ପଢନ୍ତୁ: ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତ ବିବାଦ: ହେବ କି କାର୍ଯ୍ୟାନୁଷ୍ଠାନ ? ଏମିତି କହିଲେ ପରିବହନ ମନ୍ତ୍ରୀ -

ଜବାବ ରଖିଲା ବିଜେଡି (ETV Bharat Odisha)

ଜବାବ ଦେଲା ବିଜେଡି:

ବିଧାନସଭାରେ ଉଠିଥିବା ପୂର୍ବ ସରକାରର ବିଜ୍ଞାପନ ବାବଦରେ ଖର୍ଚ୍ଚ ଓ ଏହାର ଉତ୍ତର ନେଇ ବିଜୁ ଜନତା ଦଳରେ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ବିଜେଡ଼ି ରାଜ୍ୟସଭା ସାଂସଦ ସୁଲତା ଦେଓ କହିଛନ୍ତି, "ବୈଦ୍ୟୁତିକ ଗଣମାଧ୍ୟମରେ କୌଣସି ବିଜ୍ଞାପନ ଦିଆଯାଇନାହିଁ । ଛାପା ଗଣମାଧ୍ୟମରେ ବିଜ୍ଞାପନ ଦିଆଯାଇଛି । ଗଣମାଧ୍ୟମରେ ବିଜ୍ଞାପନ ଦେବା କିଛି ନୂଆ କଥା ନୁହେଁ । କେନ୍ଦ୍ର ସରକାର ଓ ବିଭିନ୍ନ ରାଜ୍ୟ ସରକାର ମଧ୍ୟ ବିଜ୍ଞାପନ ଦେଉଛନ୍ତି । ଆମେ ବ୍ୟକ୍ତିଗତ ଲାଭ ପାଇଁ ବିଜ୍ଞାପନ ଦେଇନାହୁଁ । ଲୋକଙ୍କ ପାଇଁ ଯେଉଁ କାମ ହୋଇଛି ସେହି କଥା ବିଜ୍ଞାପନରେ ଦିଆଯାଇଛି । ଲୋକଙ୍କ ପାଇଁ ବଡ଼ ବଡ଼ କାର୍ଯ୍ୟ ହୋଇଛି, ତାହା ଲୋକଙ୍କୁ ଜଣାଇବା ଆମ ଦାୟିତ୍ବ। ଏହା କୌଣସି ନୂଆ କଥା ନୁହେଁ । ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ସହିତ ଫଟୋରେ ଯେଉଁମାନେ ଥିଲେ ତାହା ଦିଆଯାଇଛି । ବ୍ୟକ୍ତିଗତ ଭାବେ କାହାର ବିଜ୍ଞାପନ ଦିଆଯାଇନାହିଁ । ଏହାକୁ ବ୍ୟକ୍ତିଗତ କରାଯାଉଛି । କହିଦେଉଥାଇ ପରକୁ ହେଲେ ବୁଦ୍ଧି ନଦିଶଇ ଘରକୁ । କେନ୍ଦ୍ରରେ 10 ବର୍ଷ ହେବ ବିଜେପି ସରକାରରେ ଅଛି । ବର୍ଷକରେ କେନ୍ଦ୍ର ସରକାର 6 ହଜାର କୋଟିର ବିଜ୍ଞାପନ ଦେଇଛନ୍ତି । ମଧ୍ୟପ୍ରଦେଶ ସରକାରଙ୍କ ପକ୍ଷରୁ ପ୍ରାୟ 700 କୋଟି ଟଙ୍କାର ବିଜ୍ଞାପନ ଦିଆଯାଇଛି । ଏବେର ସରକାର ବିକାଶ କରିବାକୁ ଆସି ନାହାନ୍ତି । ଯେତେବେଳେ ନୂଆ ସରକାର ଆସେ ଗଣମାଧ୍ୟମର କାମ ସରକାରଙ୍କ ଉପରେ ଆଖି ରଖିବା । ହେଲେ କିଛି ମିଡିଆ ବିରୋଧୀ ଦଳ କଣ କରୁଥିଲେ ତାହା ଉପରେ ନଜର । ନିଜର ବ୍ୟକ୍ତିଗତ ସ୍ବାର୍ଥ ପାଇଁ ଏମିତି କରାଯାଉଛି ।"

‘ମୁଖ୍ୟମନ୍ତ୍ରୀଙ୍କ ସହିତ ଯିଏ ଗଲା ଫଟୋ ଆସିବ, ଜଣେ ଲୋକ ଉପରେ ଏତେ ରାଗ’

ସେହିପରି ବିଜେଡ଼ି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, "ପୂର୍ବତନ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମକୁ ଯାଉଥିଲେ, ଏବେର ମୁଖ୍ୟମନ୍ତ୍ରୀ ମଧ୍ୟ କାର୍ଯ୍ୟକ୍ରମକୁ ଯାଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହିତ ଯିଏ ଗଲା ଫଟୋ ଆସିବ । କିନ୍ତୁ ଜଣେ ଲୋକ ଉପରେ ଏତେ ରାଗ । ପ୍ରଶ୍ନ ଗୋଟିଏ ଉତ୍ତର ଗୋଟିଏ ହେଲେ ପ୍ରସାରଣ ହେଉଛି ଅନ୍ୟ ଗୋଟିଏ । ଯଦି କୌଣସି ତଥ୍ୟ ଅଛି ଦିଅନ୍ତୁ । ଆମେ ଚ୍ୟାଲେଞ୍ଜ କରିଛୁ, ଯଦି ତଥ୍ୟ ଦେବେ ଆମେ ମାନିଯିବୁ । ଏବେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀ ମାନଙ୍କ ସହିତ ଜଣେ ଜଣେ ରାଜନୈତିକ ଲୋକ ବୁଲୁଛନ୍ତି । ତାଙ୍କ ଫଟୋ ବାହାରୁଛି ସେକଥା କୁହାଯାଉନାହିଁ । ନିର୍ବାଚନ ସମୟରେ ବିଜେପି ଲୋକଙ୍କୁ ଠକିଲା । କୁହାଗଲା ସୁଭଦ୍ରା ଯୋଜନା ପ୍ରତ୍ୟେକ ମହିଳାଙ୍କୁ ଦିଆଯିବ । ଏବେ ଗଳି ପଶି ପରିବର୍ତ୍ତନ କରିଦେଲେ । ସେତେବେଳେ ବିଜେପି ନେତା ଯେଉଁ ଟିପ୍ପଣୀ ଦେଇଥିଲେ ତାହା ଦେଖିବାକୁ ମିଳୁନାହିଁ । 300 ୟୁନିଟ ଫ୍ରି ବିଜୁଳି ପାଇଁ ଦିଲ୍ଲୀରେ ବସିଥିବା ବିଜେପିର ବସ ଘୋଷଣା କରିଥିଲେ । ହେଲେ ଦେଲେନାହିଁ । ଚିଟଫଣ୍ଡ ଉପରେ କିଛି ନାହିଁ । ଓଡ଼ିଆ ଅସ୍ମିତା କଥା କହିଥିଲେ ହେଲେ ମୁଖ୍ୟ ଶାସନ ସଚିବ ଓ ଡିଜିପି ଅଣ ଓଡ଼ିଆଙ୍କୁ କଲେ । କିନ୍ତୁ କିଛି ଷ୍ଟୋରି ଆମେ ଦେଖୁନାହୁଁ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 29, 2024, 10:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.