ETV Bharat / politics

ନବୀନ ହେବେ କି ବିରୋଧୀ ଦଳ ନେତା ? ଆଜି ବିଜେଡି ବିଧାୟକ ଦଳ ବୈଠକରେ ହେବ ନିଷ୍ପତ୍ତି - Leader of Opposition for BJD

BJD Meeting to select LoP: ବିଧାନସଭାରେ ଏଥର କିଏ ହେବ ବିରୋଧୀ ଦଳ ନେତା ? ସଂଖ୍ୟା ଦୃଷ୍ଟିରୁ ବିଜେଡି ରାଜ୍ୟରେ ପ୍ରମୁଖ ବିରୋଧୀ ଦଳ । ତେବେ ନବୀନ ନିଜେ ଏହି ପଦରେ ବସିବେ ନା ଆଉ କାହାକୁ ଏହି ଗୁରୁଦାୟିତ୍ବ ଦେବେ ? ଜାନକୀ ବଲ୍ଲଭଙ୍କ ପରି ଡେପ୍ୟୁଟି ଲିଡର ନିଯୁକ୍ତ କରିବ କି ବିଜେଡି ? ଆଜି ବିରୋଧୀ ଦଳ ନେତା ଚୟନ କରିବା ପାଇଁ ବସୁଛି ବିଜେଡି ବିଧାୟକ ଦଳ ବୈଠକ । ଅଧିକ ପଢ଼ନ୍ତୁ

BJD Legislative Party Meeting to Choose LoP
BJD Legislative Party Meeting to Choose LoP (ETV Bharat Odisha)
author img

By ETV Bharat Odisha Team

Published : Jun 15, 2024, 10:09 PM IST

Updated : Jun 19, 2024, 11:36 AM IST

ଭୁବନେଶ୍ବର: ଶାସକ ଦଳ ଭାବେ ବିଜେପି ଓଡ଼ିଶାରେ ସରକାର ଗଠନ କରିଛି । ଶପଥ ନେଇଛନ୍ତି ମନ୍ତ୍ରିମଣ୍ଡଳ ଓ ବିଧାୟକ । ସଂଖ୍ୟା ଦୃଷ୍ଟିରୁ ବିଜେଡି ବିରୋଧୀ ଦଳରେ ବସିବାକୁ ଯାଉଛି । ତେବେ ବିରୋଧୀ ଦଳର ନେତା କିଏ ହେବେ, ସେନେଇ ବିଭିନ୍ନ କଳ୍ପନାଜଳ୍ପନା ପ୍ରକାଶ ପାଇଛି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କର ବଢୁଥିବା ବୟସ କାରଣରୁ ସେ ବିରୋଧୀ ଦଳ ନେତାଙ୍କ ଭୂମିକା ତୁଲାଇବାରେ ଆଶଙ୍କା ସୃଷ୍ଟି ହୋଇଛି । ତେଣୁ ନବୀନ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଭଳି ଡେପ୍ୟୁଟି ଲିଡର ନିଯୁକ୍ତ କରିପାରନ୍ତି ବୋଲି ଆକଳନ କରିଛନ୍ତି ବରିଷ୍ଠ ସାମ୍ବାଦିକ ରବି ଦାସ । ତେବେ ଆଜି ବିଜେଡିର ବିଧାୟକ ଦଳ ସେମାନଙ୍କ ନେତା ବାଛିବେ । ଏଥିପାଇଁ ଆଜି ଅପରାହ୍ନରେ ବସୁଛି ବିଜେଡି ବିଧାୟକ ଦଳ ବୈଠକ । ନବୀନ ଏହି ଗୁରୁଦାୟିତ୍ବ ନିଜ ହାତରେ ରଖୁଛନ୍ତି, ନାଁ ଆଉ କାହା ଉପରେ ଭରସା କରିବେ, ତା' ଉପରେ ରହିଛି ସମସ୍ତଙ୍କ ନଜର ।

BJD Legislative Party Meeting to Choose LoP (ETV Bharat Odisha)

କିଏ ହେବ ବିରୋଧୀ ଦଳ ନେତା ? ବିଜେଡି ସଭାପତି ନବୀନ ପଟ୍ଟନାୟକ ବିରୋଧୀ ଦଳର ନେତା ହେବେ, ନା ଦଳର ଆଉ କାହାକୁ ଏହି ପଦରେ ସେ ନିଯୁକ୍ତି ଦେବେ ? ନା ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଭଳି ନବୀନ ଡେପ୍ୟୁଟି ଲିଡର ନିଯୁକ୍ତ କରିବେ ? ଆଜି ବିଜେଡି ବିଧାୟକ ଦଳ ବୈଠକ ବସିବା ପୂର୍ବରୁ ଏଭଳି ନାନା ଚର୍ଚ୍ଚା ରାଜନୈତିକ ମହଲରେ ହେବାରେ ଲାଗିଛି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବଢୁଥିବା ବୟସ ଓ ତଦ୍‌ଜନିତ ସ୍ବାସ୍ଥ୍ୟ ସମସ୍ୟା ଲାଗି ଏଭଳି ପ୍ରଶ୍ନ ଉଠିବାରେ ଲାଗିଛି । ନବୀନ ବିଜେଡିର ନେତୃତ୍ବ ନିଜ ହାତରେ ରଖି ବିଧାନସଭାର ବିରୋଧୀ ଦଳର ନେତା ଅନ୍ୟ କାହାକୁ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଯଦି ସେମିତି ହୁଏ, ତେବେ ବିରୋଧୀ ଦଳ ନେତା ହେବା ଲାଗି ବିଜେଡି ପାଖରେ ଅନେକ ଯୋଗ୍ୟ ଓ ଅଭିଜ୍ଞସମ୍ପନ୍ନ ବିଧାୟକ ରହିଛନ୍ତି ।

ପ୍ରସନ୍ନ ଆଚାର୍ଯ୍ୟ, ବଦ୍ରି ନାରାୟଣ ପାତ୍ର, ନିରଞ୍ଜନ ପୂଜାରୀ, ପ୍ରମିଳା ମଲ୍ଲିକ, ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ଅରୁଣ କୁମାର ସାହୁ, ପ୍ରତାପ କେଶରୀ ଦେବ ପ୍ରମୂଖଙ୍କ ମଧ୍ୟରୁ ନବୀନ ବିରୋଧୀ ଦଳର ନେତା ଭାବେ ନିଯୁକ୍ତି ଦେଇପାରିବେ । ସେହିପରି ବିରୋଧୀ ଦଳର ମୁଖ୍ୟ ସଚେତକ, ଉପମୁଖ୍ୟ ସଚେତକ ଭାବେ ନିଯୁକ୍ତି ଦେବେ ନବୀନ । ପଶ୍ଚିମ ଓଡିଶାର ବଡ଼ ଚେହେରା ହେଉଛନ୍ତି ପ୍ରସନ୍ନ ଆଚାର୍ଯ୍ୟ । ଯାହାଙ୍କର ରାଜ୍ୟସଭା, ଲୋକସଭା ଓ ବିଧାନସଭାରେ କାର୍ଯ୍ୟ କରିବାର ଅଭିଜ୍ଞତା ରହିଛି । ସେହିପରି ସେ ରାଜ୍ୟ ସରକାରରେ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି । ବଦ୍ରି ନାରାୟଣ ପାତ୍ର ଓ ନିରଞ୍ଜନ ପୂଜାରୀଙ୍କର ବିଧାନସଭାରେ ଢେର ଅଭିଜ୍ଞତା ରହିଛି । ଗତ ସରକାରରେ ନିରଞ୍ଜନ ପୂଜାରୀ ସଂସଦୀୟ ବ୍ୟାପାର ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ସେହିପରି ଅଭିଜ୍ଞ ନେତା ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କୁ ବିରୋଧୀ ଦଳର ନେତା ଦାୟିତ୍ବ ଦେଇ ବିଜେଡି ସଭାପତି ଓବିସି କାର୍ଡ଼ ଖେଳିପାରନ୍ତି । ପ୍ରମିଳା ମଲ୍ଲିକଙ୍କୁ ବିରୋଧୀ ଦଳର ନେତା ଦାୟିତ୍ବ ଦେଇ ମହିଳା ଓ ଦଳିତ ବର୍ଗକୁ ସନ୍ତୁଷ୍ଟ କରିପାରନ୍ତି ନବୀନ । ଅରୁଣ ସାହୁ ହେଉଛନ୍ତି ବିଜେଡିର ସ୍ବିଟ୍‌ ସ୍ପିକର । ବିଜେଡି ଶାସକ ଦଳରେ ଥିବାବେଳେ ବିରୋଧୀଙ୍କୁ ସାହିତ୍ୟ ଓ ତଥ୍ୟ ସହ ଶାଣିତ ଆକ୍ରମଣ କରୁଥିଲେ । ଏବେ ବିରୋଧୀ ଦଳର ନେତା ଭାବେ ମଧ୍ୟ ସେ ଦାୟିତ୍ବ ତୁଲାଇ ପାରିବେ । ବିରୋଧୀ ଦଳର ନେତା ଚୟନ ଲାଗି ନବୀନଙ୍କ ମାପକାଠି କଣ ରହିବ ତାହା ଆଜି ହିଁ ସ୍ପଷ୍ଟ ହୋଇଯିବ । ସେହିପରି ନବୀନ ବିରୋଧୀ ଦଳର ନେତା ପଦରେ ବସି ଆଉ କାହାକୁ ଡେପ୍ୟୁଟି ଲିଡର ନିଯୁକ୍ତ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ପୂର୍ବରୁ ବିରୋଧୀ ଦଳରେ ଥିବାବେଳେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଭଳି ନବୀନ ଡେପ୍ୟୁଟି ଲିଡର ନିଯୁକ୍ତ କରିବେ ବୋଲି ଆକଳନ କରାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ...ନବୀନ ତୁଲାଇବେନି ବିରୋଧୀ ଦଳ ନେତା ଦାୟିତ୍ବ ! - NAVEEN PATNAIK

ବରିଷ୍ଠ ସାମ୍ବାଦିକ ରବି ଦାସ କହିଛନ୍ତି, "ନବୀନ ପଟ୍ଟନାୟକ ବିଜେଡି ସଭାପତି ଥିଲେ । ବିଜେଡିର ବିଧାୟକ ଦଳର ନେତା । ଏହାସହ ସେ ମୁଖ୍ୟମନ୍ତ୍ରୀ ମଧ୍ୟ ଥିଲେ । ଏବେ ମଧ୍ୟ ସେ ବିଜେଡିର ବିଧାୟକ ଦଳର ନେତା ରହିପାରନ୍ତି । ସର୍ବ ସହମତି କ୍ରମେ ବିଜେଡି ବିଧାୟକ ଦଳର ନେତା ବାଛିବା କଷ୍ଟକର ହେବ । ବିଧାନସଭାରେ ବିରୋଧୀ ଦଳର ନେତା ଭୂମିକା ସେ ତୁଲାଇବା ସହଜ ହେବନାହିଁ । ବିଧାନସଭାର ଦୈନନ୍ଦିନ କାର୍ଯ୍ୟ ତୁଲାଇବା ଲାଗି ତାଙ୍କୁ ଜଣେ ଡେପ୍ୟୁଟି ଲିଡର ଚୟନ କରିବାକୁ ପଡିବ । ଯିଏକି ବିଧାନସଭାରେ ଦୈନନ୍ଦିନ କାର୍ଯ୍ୟ କରିବେ । ଡେପ୍ୟୁଟି ଲିଡର ସହ ବିରୋଧୀ ଦଳ ମୁଖ୍ୟ ସଚେତକ, ବିରୋଧୀ ଦଳ ଉପମୁଖ୍ୟ ସଚେତକଙ୍କୁ ନେଇ ନବୀନଙ୍କୁ ୫ ଜଣିଆ ଟିମ ଗଠନ କାରିବାକୁ ପଡିବ । ଯେଉଁମାନେ ବିଧାନସଭା ବାବଦରେ ଭଲ ଭାବେ ଅବଗତ ଥିବେ । ବିଧାନସଭା ଚଳାଇ ପାରିବେ ।"

ସେ ଆହୁରି କହିଛନ୍ତି, "ଜାନକୀ ବଲ୍ଲଭ ପଟ୍ଟନାୟକ ମଧ୍ୟ ଜଣେ ଡେପ୍ୟୁଟି ଲିଡର ଚୟନ କରିଥିଲେ । ସେ ହେଉଛନ୍ତି ନରସିଂହ ମିଶ୍ର । ବିଧାନସଭାରେ ଅନେକ କାର୍ଯ୍ୟ ରହିଛି । ଯାହା ବିରୋଧୀ ଦଳର ନେତା ଭାବେ ନବୀନ ପଟ୍ଟନାୟକ କରିପାରିବେ ବୋଲି ଭାବିବା ବୃଥା । ତେଣୁ ତାଙ୍କୁ ଡେପ୍ୟୁଟି ଲିଡର ଚୟନ କରିବାକୁ ପଡିବ । ଡେପ୍ୟୁଟି ଲିଡର ଚୟନ କରିବା ତାଙ୍କ ଲାଗି କାଠିକର ପାଠ ହେବ । ଦ୍ବନ୍ଦ୍ବ ମଧ୍ୟ ଦେଖିବାକୁ ମିଳିପାରେ । ଯେଉଁମାନେ ବିରୋଧୀ ଭୂମିକାରେ ଭଲ କାର୍ଯ୍ୟ କରିବେ, ସେ ଆଗକୁ ଆସିବେ । ସରକାର ନଥିବାରୁ ଦକ୍ଷତା ବଳରେ ତାଙ୍କୁ ଆଗକୁ ଆସିବାକୁ ପଡିବ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 19, 2024, 11:36 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.