ETV Bharat / politics

ରେଶମ ସହରରେ ନିର୍ବାଚନ ପୂର୍ବରୁ ସମ୍ୱର୍ଦ୍ଧନା ଆଳରେ ଜମିଲାଣି ଦଳୀୟ ପ୍ରାର୍ଥୀଙ୍କ ଶକ୍ତି ପ୍ରଦର୍ଶନ - BJD Power Show In Berhampur

author img

By ETV Bharat Odisha Team

Published : Apr 9, 2024, 2:51 PM IST

BJD Power Show In Berhampur: ରେଶମ ସହର ବ୍ରହ୍ମପୁରରେ ବିଜେଡିର ଶକ୍ତି ପ୍ରଦର୍ଶନ । ଲୋକସଭା ଓ ବିଧାନସଭା ଆସନ ପ୍ରାର୍ଥୀଙ୍କୁ ନେଇ ବିଜେଡିର ବିରାଟ ଶୋଭାଯାତ୍ରା । ଅଧିକ ପଢ଼ନ୍ତୁ

Etv ରେଶମ ସହରରେ ନିର୍ବାଚନ ପୂର୍ବରୁ ସମ୍ୱର୍ଦ୍ଧନା ଆଳରେ ଜମିଲାଣି ଦଳୀୟ ପ୍ରାର୍ଥୀଙ୍କ ଶକ୍ତି ପ୍ରଦର୍ଶନ
ରେଶମ ସହରରେ ନିର୍ବାଚନ ପୂର୍ବରୁ ସମ୍ୱର୍ଦ୍ଧନା ଆଳରେ ଜମିଲାଣି ଦଳୀୟ ପ୍ରାର୍ଥୀଙ୍କ ଶକ୍ତି ପ୍ରଦର୍ଶନ

ବ୍ରହ୍ମପୁର: ଆଗକୁ ସାଧାରଣ ନିର୍ବାଚନ । ଏହାକୁ ନେଇ ରାଜ୍ୟ ଠାରୁ ଆରମ୍ଭ କରି ଦେଶର ରାଜନୀତି ଦିନକୁ ଦିନ ସରଗରମ ହେବାରେ ଲାଗିଛି । ଏହାରି ଭିତରେ ରେଶମ ସହର ବ୍ରହ୍ମପୁରରେ ଉଭୟ ଲୋକସଭା ଓ ବିଧାନସଭା ଆସନ ପାଇଁ ପ୍ରାର୍ଥୀମାନଙ୍କ ନାମ ଘୋଷଣା ଶେଷ ହୋଇଛି । ଯାହାକୁ ନେଇ ଏହାକୁ ନେଇ ଦଳୀୟ ପ୍ରାର୍ଥୀଙ୍କୁ ସମ୍ୱର୍ଦ୍ଧନା ଆଳରେ ଦେଖିବାକୁ ମିଳୁଛି ଶକ୍ତି ପ୍ରଦର୍ଶନ । ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁରରେ ଶକ୍ତି ପ୍ରଦର୍ଶନ କରିଛି ବିଜୁ ଜନତା ଦଳ ।

ବ୍ରହ୍ମପୁରର ଉଭୟ ଲୋକସଭା ଓ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ବ୍ରହ୍ମପୁର ଲୋକସଭା ଆସନରୁ ଭୃଗୁବକ୍ସି ପାତ୍ର ପ୍ରାର୍ଥୀ ହୋଇଥିବା ବେଳେ ବ୍ରହ୍ମପୁର ଲୋକସଭା ଆସନରୁ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି ଦଳ । ତେବେ ଆଜି ଦଳୀୟ ପ୍ରାର୍ଥୀଙ୍କୁ ସମ୍ବର୍ଦ୍ଧନା ଆଳରେ ବିଜେଡି ବ୍ରହ୍ମପୁରରେ ବିଜୁ ଜନତା ଦଳ ପକ୍ଷରୁ ସହରରେ ମୋଟର ସାଇକେଲ ଶୋଭାଯାତ୍ରା କରି ନିଜର ଶକ୍ତି ପ୍ରଦର୍ଶନ କରିଛି । ଭୃଗୁବକ୍ସି ପାତ୍ର ଓ ବିଧାନସଭା ପ୍ରାର୍ଥୀ ତଥା ବ୍ରହ୍ମପୁରର ପୂର୍ବତନ ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ନେଇ ଏହି ଶୋଭାଯାତ୍ରା ଆୟୋଜନ ହୋଇଥିଲା । ଶୋଭାଯାତ୍ରା ବ୍ରହ୍ମପୁର ସହରର ଇଞ୍ଜିନିୟରିଂ ସ୍କୁଲ୍ ଛକରୁ ବାହାରିଥିବା ଏହି ଶୋଭାଯାତ୍ରା ସହରର ଜୟପ୍ରକାଶ ନଗର, ଗଜପତି ନଗର ସହ ମହାନଗର ନିଗମ କାର୍ଯ୍ୟାଳୟ ଦେଇ ସହରର ପ୍ରସିଦ୍ଧ ମା' ବୁଢ଼ୀ ଠାକୁରାଣୀ ମନ୍ଦିରରେ ପହଞ୍ଚିଥିଲା ।

ଏହା ମଧ୍ୟ ପଢ଼ନ୍ତୁ....କଳାହାଣ୍ଡିରେ ବିଜେଡିର ଶକ୍ତି ପ୍ରଦର୍ଶନ ଓ ମିଶ୍ରଣ ପର୍ବ - Kalahandi Lok Sabha Constituency

ପରେ ମା'ଙ୍କ ଠାରୁ ଆର୍ଶୀବାଦ କାମନା କରି ଏହି ଶୋଭାଯାତ୍ରା ସବ୍‌ରେଜିଷ୍ଟ୍ରାର୍ କାର୍ଯ୍ୟାଳୟ, ହନୁମାନ ବଜାର ସହ ବାଲୁଙ୍କେଶ୍ୱର ମନ୍ଦିର ଦେଇ ଫାଷ୍ଟଗେଟ୍‌ ଠାରେ ବାଲ୍ୟ ଠାକୁରାଣୀଙ୍କ ଦର୍ଶନ କରିଥିଲେ । ଶେଷରେ ଆସିକା ରୋଡ ବଙ୍ଗାଳି ସାହି ଠାରେ ବ୍ରହ୍ମପୁର ଲୋକସଭା ସାଂସଦ କାର୍ଯ୍ୟାଳୟ ଉଦ୍‌ଘାଟନ କରାଯାଇଥିଲା । ୨୦୨୪ ନିର୍ବାଚନ ପାଇଁ ପ୍ରମୁଖ ରାଜନୈତିକ ଦଳ ଏବେ ମଇଦାନକୁ ଓଲ୍ଲାଇଥିବା ବେଳେ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରାର୍ଥୀପତ୍ର ଘୋଷଣା ପୂର୍ବରୁ ପ୍ରମୁଖ ରାଜନୈତିକ ଦଳର ପ୍ରଚାର ପାଇଁ ଏଭଳି ବଡ ଧରଣର ଶକ୍ତି ପ୍ରଦର୍ଶନ ସହରରେ ନିର୍ବାଚନୀ ମାହୋଲକୁ ଏକପ୍ରକାର ସରଗରମ କରି ଦେଇଥିବା ଦେଖିବାକୁ ମିଳିଛି । ସେପଟେ ଦଳର ସାଧାରଣ କର୍ମୀଙ୍କ ଏଭଳି ସମର୍ଥନକୁ ନେଇ ବେଶ ଉତ୍ସାହିତ ହୋଇପଡିଛନ୍ତି ଚଳିତ ବର୍ଷ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଦଳୀୟ ପ୍ରାର୍ଥୀ । ତେବେ ଆଜିର ଏହି ଶୋଭାଯାତ୍ରାରେ ଦଳର ବିଧାୟକ ବିକ୍ରମ କୁମାର ପଣ୍ଡା, ସାଂସଦ ଚନ୍ଦ୍ରଶେଖର ସାହୁ, ମେୟର ସଂଙ୍ଘମିତ୍ରା ଦଳେଇ, ଡେପୁଟି ମେୟର ଇଂ ବିବେକ ରେଡ୍ଡୀ, ଅର୍ବାନ ବ୍ୟାଙ୍କ ସଭାପତି ଆର୍ ମୂରଲୀ ମୋହନଙ୍କ ସମେତ ଦଳର ବହୁ ବରିଷ୍ଠ ନେତା, କର୍ମକର୍ତ୍ତା ଓ କର୍ମୀ ସାମିଲ ହୋଇଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.