ETV Bharat / politics

ପଦାରେ ପଡୁଛି BJD କଳି; ‘ବାସ୍ତବତା ନବୁଝି ଅପରିପକ୍ୱ ନେତା ଦେଉଛନ୍ତି ଅରୁଚିକର ମନ୍ତବ୍ୟ’

ବାସ୍ତବତା ନବୁଝି ଅପରିପକ୍ୱ ନେତା ଅରୁଚିକର ମନ୍ତବ୍ୟ ଦେଉଥିବା ଅମର କହିଛନ୍ତି । ଆଗକୁ ବିଜେଡିରେ ଆହୁରି ଅନେକ କଥା ଘଟିବାକୁ ଯାଉଛି ସେ କହିଛନ୍ତି ।

author img

By ETV Bharat Odisha Team

Published : 2 hours ago

BJD Conflict
BJD Conflict (ETV Bharat Odisha)

ଭୁବନେଶ୍ୱର: ବିଜେଡିରେ ଅମର ବିସ୍ଫୋରଣ ଜାରି ରହିଛି । ଲଗାତାର ଭାବେ ଅମର ବିଜେଡି ବିରୋଧରେ ବିଷୋଦଗାର କରିଚାଲିଛନ୍ତି । ବାସ୍ତବତା ନବୁଝି ଅପରିପକ୍ୱ ନେତା ଅରୁଚିକର ମନ୍ତବ୍ୟ ଦେଉଥିବା ଅମର କହିଛନ୍ତି । ଆଗକୁ ବିଜେଡିରେ ଆହୁରି ଅନେକ କଥା ଘଟିବାକୁ ଯାଉଛି ବୋଲି ସେ ଆକଳନ କରିଛନ୍ତି । ସେପଟେ ଜବାବ ରଖିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।

ବିଜେଡ଼ିରେ ଜାରି ରହିଛି ଅମର ବିସ୍ଫୋରଣ-

ପ୍ରତ୍ୟେକ ଦିନ ବିଜେଡିକୁ ଟାର୍ଗେଟ କରୁଛନ୍ତି ଅମର । ଅମରଙ୍କ ମନ୍ତବ୍ୟର କାଉଣ୍ଟର କରୁଛନ୍ତି ଏକାଧିକ ବିଜେଡି ନେତା । ବିଜେଡିର ଜଣେ ପରେ ଜଣେ ନେତାଙ୍କ କାଉଣ୍ଟରକୁ ଅପରିପକ୍ୱ କହିଛନ୍ତି ଅମର । ଆଜି ପ୍ରତିକ୍ରିୟା ରଖି ଅମର କହିଛନ୍ତି, "ଏଭଳି ଅରୁଚିକର ଅପରିପକ୍ୱ ମନ୍ତବ୍ୟ ଯେଉଁମାନେ ଦେଉଛନ୍ତି ସେମାନଙ୍କ ପ୍ରତି ମୋର ଦୟା ଆସୁଛି । ଯେଉଁମାନେ ବିଜୁ ଜନତା ଦଳ ଗଠନରେ ନଥିଲେ ସେମାନେ ବର୍ତ୍ତମାନ ଆସି କ୍ୟାମେରା ସାମ୍ନାରେ ବହୁତ କଥା କହୁଛନ୍ତି । ଏଭଳି ବୟାନବାଜି ହିଁ କହୁଛି ବିଜେଡି ବର୍ତ୍ତମାନ ବାସ୍ତବତାଠୁ କେତେ ଦୂରରେ ରହିଛି । ମୋତେ ଦୁଃଖ ଲାଗୁଛି ବୟାନ ବାଜି କରୁଥିବା ନେତା ମାନେ ବାସ୍ତବତାକୁ ବୁଝିବାକୁ ଚାହୁଁ ନାହାନ୍ତି ।"

BJD Conflict (ETV Bharat Odisha)

ଅମର ଆହୁରି ମଧ୍ୟ କହିଛନ୍ତି, "ବୟାନବାଜି କରୁଥିବା ନେତା ମାନେ ମୋ ମୂଳ ପ୍ରଶ୍ନରେ ଉତ୍ତର ଦେଉ ନାହାନ୍ତି । ଦଳର ପରାଜୟ କାହିଁକି ହେଲା ଏବଂ ଗୋଲମାଳିଆ ସ୍ଥିତି ପାଇଁ କିଏ ଦାୟୀ ରାଜ୍ୟ ସଭାପତି ସେ ବିଷୟରେ ଉତ୍ତର ଦେବା ଦରକାର ବୋଲି ମୁଁ କହିଥିଲି । ରାଜ୍ୟ ସଭାପତି ବର୍ତ୍ତମାନ ସୁଦ୍ଧା ମୁହଁ ଖୋଲି ନାହାନ୍ତି । କିନ୍ତୁ ଯେଉଁମାନେ ତାଙ୍କ ତରଫରୁ କହୁଛନ୍ତି ସେମାନଙ୍କ ପ୍ରଚ୍ଛଦପଟରେ କିଏ ଅଛି ସାମ୍ନା ପଟରେ କିଏ ଅଛି ତାହା କହିବାକୁ ଚାହୁଁନି । ମାତ୍ର ଦଳର ପ୍ରଭୁତ କ୍ଷତି ସେହିମାନେ ହିଁ କରୁଛନ୍ତି ।"

ଏହା ବି ପଢନ୍ତୁ- ନିଆଁରେ ଘିଅ ଢାଳିଲେ ପାଟ୍ଟଶାଣୀ; ‘ପାଣ୍ଡିଆନଙ୍କ ପାଇଁ ଛାଡିଥିଲେ ବିଜେଡି’, ଜବାବ ରଖିଲେ ଲେନିନ

ଏହା ବି ପଢନ୍ତୁ- ଭୁବନେଶ୍ୱର ପରେ କଟକରେ ବିଜେଡି ଗୋଷ୍ଠୀ କନ୍ଦଳ ! କାର୍ଯ୍ୟକ୍ରମରେ ଅନୁପସ୍ଥିତ ମେୟର, କର୍ପୋରେଟରଙ୍କ ଅସନ୍ତୋଷ

ସେ ଏହା ମଧ୍ୟ କହିଛନ୍ତି, "ଦଳରେ ସଂସ୍କାର ଆଣିବା ଲାଗି ସ୍ଥିତିରେ ସୁଧାର ଆଣିବା ଲାଗି କହିଥିଲି । କିନ୍ତୁ ତାକୁ ଭୁଲ ବାଟରେ ନେଇ ଅଣ ନିଶ୍ୱାସୀ ଥିବା କଥା କୁହାଗଲା । ଯିଏ ଅଣନିଶ୍ୱାସୀ ଶବ୍ଦଟି ଲଗେଇଛନ୍ତି ସେ କେତେ ଅମ୍ଳଜାନ କି ଅଙ୍ଗାରକାମ୍ଳ ପାଉଛନ୍ତି ଜାଣିନି । ଦଳରେ ପୁଞ୍ଜିଭୂତ ଅସନ୍ତୋଷ ଥିଲା । କିନ୍ତୁ କେହି କହୁ ନଥିଲେ । ମୁଁ ମୁହାଁ ଖୋଲିବା ଆରମ୍ଭ କରିବା ପରେ ଧୀରେ ଧୀରେ ବାସ୍ତବତାକୁ ବୁଝୁଥିବା ନେତା ମାନେ ସମସ୍ତେ କହିବା ଆରମ୍ଭ କରିଛନ୍ତି । ଆଗକୁ ବିଜେଡିରେ ଆହୁରି ଅନେକ କଥା ଘଟିବାକୁ ଯାଉଛି । ଦୁଇ ଜଣ ରାଜ୍ୟସଭା ସାଂସଦ ପରେ ଅନ୍ୟ ମାନେ ମଧ୍ୟ ସେହି ଲାଇନରେ ଅଛନ୍ତି । ସେମାନେ ହୁଏତ ଛାଡି ପାରନ୍ତି !"

ଏହା ବି ପଢନ୍ତୁ- ବିଜେଡି ଛାଡିବେ କି ଅମର ? ଶ୍ୱାସରୁଦ୍ଧ ହୋଇଥିଲେ ଦଳ ଛାଡନ୍ତୁ କହିଲେ ଲେନିନ, ବିଜେପି କହିଲା...

ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, "ଅମର ଏକାଧିକ ମନ୍ତବ୍ୟ ଦେଉଛନ୍ତି । ଦୁଇଟି ଗୋଡ଼ ଭିନ୍ନ ଭିନ୍ନ ସ୍ଥାନରେ ରଖିଛନ୍ତି । ଗୋଟେ ଗୋଡ଼ ନୂଆ ଘର ଆଡ଼କୁ ଯାଉଛି । ଅମର ଦ୍ବନ୍ଦ୍ୱରେ ଅଛନ୍ତି । ଜୁଆଡ଼େ ଯିବାକୁ ଚାହୁଁଛନ୍ତି ଯାଆନ୍ତୁ । ଜ୍ଞାନୀ ଗୁଣୀ ବ୍ୟକ୍ତି ହୋଇ ଯେଉଁ ଘରେ ବସି ସେହି ଘରକୁ କଣା କରିବା ଗ୍ରହଣୀୟ ନୁହେଁ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.