ETV Bharat / politics

ନବୀନଙ୍କ ନିଷ୍ପତ୍ତିକୁ କାର୍ବନ କପି କରିଛନ୍ତି ମୋହନ ସରକାର: ବିଜେଡି - BJD targets BJP Govt

author img

By ETV Bharat Odisha Team

Published : Jul 10, 2024, 10:32 PM IST

BJD targets BJP Govt: ଆଜି ବସିଥିବା କ୍ୟାବିନେଟ ବୈଠକରେ ରାଜ୍ୟରେ ସର୍ବନିମ୍ନ ମଜୁରୀ 450 ଟଙ୍କାକୁ ବୃଦ୍ଧି କରାଯାଇଛି । ଯାହାକୁ ବିଜେଡି ବିଗତ ବିଜେଡି ସରକାରଙ୍କ ନିଷ୍ପତ୍ତିର ନକଲ ବୋଲି ସମାଲୋଚନା କରିଛି । ଅଧିକ ପଢନ୍ତୁ

BJD targets BJP Govt
BJD targets BJP Govt (ETV Bharat Odisha)

ଭୁବନେଶ୍ବର: ଆଜି ବସିଛି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଦ୍ବିତୀୟ କ୍ୟାବିନେଟ ବୈଠକ । ୫ଟି ମହତ୍ବପୂର୍ଣ୍ଣ ପ୍ରସ୍ତାବରେ ଲାଗିଛି ମୋହର, ଯେଉଁଥିରେ ସ୍ଥାନ ପାଇଛି ସର୍ବନିମ୍ନ ମଜୁରୀ ବୃଦ୍ଧି । ଯାହାକୁ ନେଇ ଦେଖା ଦେଇଛି ରାଜନୈତିକ ତାତି । ବିଜେଡି ଏହାକୁ କଡା ସମାଲୋଚନା କରିଛି । ବିଜେଡି ନେତା ସୁବାସ ସିଂ କହିଛନ୍ତି, ' ରାଜ୍ୟ କ୍ୟାବିନେଟରେ ଆଜି ଶ୍ରମିକଙ୍କୁ ମଜୁରୀ ବୃଦ୍ଧି ନେଇ ନିଷ୍ପତ୍ତି ହୋଇଛି । ଏହି ନିଷ୍ପତ୍ତି ଶୁଣି ପ୍ରକୃତରେ ମୋତେ ଆଶ୍ଚର୍ଯ୍ୟ ଲାଗିଲା । ଶ୍ରମିକର ଦୈନିକ ମଜୁରୀ 450, 500, 550 ଓ 600କୁ ବୃଦ୍ଧି ପାଇଛି ବୋଲି ଆଜି କ୍ୟାବିନେଟ ନିଷ୍ପତ୍ତି ହୋଇଛି ବୋଲି ମୋହନ ସରକାର କହିଛନ୍ତି । ଏହି ନିଷ୍ପତ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ ହୋଇଥିଲା । ମାର୍ଚ୍ଚ 13 ତାରିଖରେ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଅର୍ଥ ବିଭାଗର ଅନୁମୋଦନ କ୍ରମେ ଶ୍ରମ ସଚିବ ଆରଏସ ଗୋପାଳନ ମାର୍ଚ୍ଚ 14ରେ ଏନେଇ ବିଜ୍ଞପ୍ତି ପ୍ରକାଶ କରିଥିଲେ ।'

ଏହା ସହ ସେ କହିଛନ୍ତି, ' ମାର୍ଚ୍ଚ 15 ତାରିଖରେ ଏହା କାର୍ଯ୍ୟକାରୀ ହେବ ବୋଲି ଘୋଷଣା ହୋଇଥିଲା । ସର୍ବନିମ୍ନ ମଜୁରୀ 100 ଟଙ୍କା ଏକାକାଳୀନ ବୃଦ୍ଧି କରିଥିଲେ । ଏକା ସାଙ୍ଗରେ ଏତେ ଟଙ୍କା ବୃଦ୍ଧି କରି ତତ୍କାଳୀନ ମୁଖ୍ୟମନ୍ତ୍ରୀ ରେକର୍ଡ କଲେ । ଯାହା ଆଉ କେହି କରିନଥିଲେ । ଯାହାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ କାର୍ଯ୍ୟକାରୀ କରିଥିଲେ । ଓଡ଼ିଶାର 17ଟି ପ୍ରମୂଖ ଜିଲ୍ଲାରେ ସାମ୍ବାଦିକ ସମ୍ମିଳନୀ, ସମାବେଶରେ ଆମେ ଲୋକଙ୍କୁ ଜଣାଇଥିଲୁ ।'

ଏହା ମଧ୍ୟ ପଢନ୍ତୁ... ମୋହନ କ୍ୟାବିନେଟରେ 5 ପ୍ରସ୍ତାବକୁ ମୋହର, ରାଜ୍ୟରେ ବଢିଲା ସର୍ବନିମ୍ନ ମଜୁରୀ - Odisha Cabinet Meeting

ସୁବାସ ଆହୁରି ମଧ୍ୟ କହିଛନ୍ତି, '3 ମାସ ତଳୁ ଏ ନିଷ୍ପତ୍ତି କାର୍ଯ୍ୟକାରୀ ହୋଇଥିଲା । ଯାହାକୁ ସମାନ ଢଙ୍ଗରେ ନୂଆ ସରକାର ଆଣିଛନ୍ତି । ପୁରୁଣା ସରକାରରେ କାର୍ଯ୍ୟକାରୀ ହେଉଥିବା ଯୋଜନା ନୂଆ ସରକାରଙ୍କୁ ଜଣାନାହିଁ ବୋଲି ଲାଗୁଛି । ଆଡପ ପହଣ୍ଡି ବିଜେ ବେଳେ ହୋଇଥିବା ବିଭ୍ରାଟରୁ ନଜର ହଟାଇବାକୁ ଏଭଳି ତରବରିଆ ଭାବେ କ୍ୟାବିନେଟରେ ପୁରୁଣା ନିଷ୍ପତିକୁ ସରକାର ଆଣିଛନ୍ତି । ଫଳରେ ଏଭଳି ହାସ୍ୟାସ୍ପଦ ସ୍ଥିତିର ସମ୍ମୁଖୀନ ହୋଇଛନ୍ତି ସରକାର । ଶ୍ରମିକ କଲ୍ୟାଣ କ୍ଷେତ୍ରରେ ଓଡିଶା ସାରା ଭାରତରେ ଭଲ କାର୍ଯ୍ୟ କରିଛି । ନବୀନ ପଟ୍ଟନାୟକ ବିରଳ ନଜିର ତିଆରି କରିଛନ୍ତି । ଶ୍ରମିକଙ୍କ ସାମାଜିକ ସୁରକ୍ଷା, ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ, ପରିବହନ କର୍ମଚାରୀ କଲ୍ୟାଣ ବୋର୍ଡ଼, ଅସଂଗଠିତ କର୍ମଚାରୀ ବୋର୍ଡ ଲାଗି ପଦକ୍ଷେପ ନିଆଯାଇଛି । ଓଡିଶା ଭାରତ ବର୍ଷରେ ଏ କ୍ଷେତ୍ରରେ ମଡେଲ ।'

ବିଜେଡ଼ି ମୁଖପାତ୍ର ଡ. ଲେନିନ ମହାନ୍ତି କହିଛନ୍ତି, ' ବିଜେପି ସରକାର ଯେଉଁ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଛି, ତାହାକୁ ପାଳନ କରନ୍ତୁ । ଏ ଦିଗରେ ଉଦ୍ୟମ କରନ୍ତୁ । କେବଳ ନାଁ ପରିବର୍ତ୍ତନ, ରଙ୍ଗ ପରିବର୍ତ୍ତନ କିମ୍ବା ଯୋଜନାକୁ କପି କରି ଲୋକଙ୍କୁ ଭୁଆଁ ବୁଲାନ୍ତୁ ନାହିଁ । ଗୋଟେ ଘଟଣାକୁ ଚାପିବାକୁ ମତିଭ୍ରମ କରିବାକୁ ହୀନ ଉଦ୍ୟମ ନକରନ୍ତୁ ।'

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.