ETV Bharat / politics

ମମତାଙ୍କ ପରେ କିଏ, ଖାଲି ହୋଇଯିବ କି ବିଜେଡି ବସା ? ଚିନ୍ତା ବଢାଇଲା ଅରବିନ୍ଦଙ୍କ ବୟାନ, ଜବାବ ରଖିଲେ ଉମା - No Existence Of BJD

author img

By ETV Bharat Odisha Team

Published : Aug 2, 2024, 7:28 PM IST

Politics Over Arabinda's Statement: ରାଜ୍ୟସଭା ସାଂସଦ ମମତା ମହାନ୍ତ ଦଳ ଛାଡିବା ପରେ ବିଜେଡିର ଅସ୍ଥିତ୍ବକୁ ନେଇ ପ୍ରଶ୍ନ ଉଠିଲାଣି । ବିଜେଡି ବସା ଖାଲି ହୋଇଯିବ ବୋଲି କହିଛନ୍ତି ବିଜେପି ନେତା ଅରବିନ୍ଦ ଢାଲି । ଏପରିକି ସେ ନିଜେ ବିଧାୟକ ଥିବା ବେଳର ପରିସ୍ଥିତି ବିଷୟରେ କହି କ୍ଷୋଭ ପ୍ରକାଶ କରିଛନ୍ତି ।

No Existence Of BJD
No Existence Of BJD (ETV Bharat Odisha)

ଭୁବନେଶ୍ବର: ବିଜେଡି ରାଜ୍ୟସଭା ସାଂସଦ ମମତା ମହାନ୍ତ ଦଳ ଛାଡିବାକୁ ନେଇ ଜୋର ଧରିଛି ରାଜନୀତି । ଗୋଟିଏ ପଟେ ଚଳିତ ସାଧାରଣ ନିର୍ବାଚନରେ ବିଜେଡି ପରାଜୟର ସ୍ବାଦ ଚାଖିଛି । ଆଉ ଏବେ ରାଜ୍ୟସଭା ସାଂସଦ ଦଳ ଛାଡିବା ପରେ ବିଜେଡିର ଅସ୍ଥିତ୍ବକୁ ନେଇ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି । ଉଭୟ ଘଟଣାକୁ ଯୋଡି ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି । ଦୀର୍ଘ ବର୍ଷ ରହି ନିର୍ବାଚନ ପୂର୍ବରୁ ଦଳ ଛାଡିଥିବା ନେତା ବିଜେଡିକୁ ନେଇ କଠୋର ମନ୍ତବ୍ୟ ରଖୁଛନ୍ତି । ବସା ଖାଲି ହେବା ସହ ବିଜେଡି ଖଣ୍ଡବିଖଣ୍ଡିତ ହେଇଯିବ ବୋଲି ବିଜେପି ନେତା ଅରବିନ୍ଦ ଢାଲି କଡ଼ା ମନ୍ତବ୍ୟ ଦେଇଛନ୍ତି । ଯାହାକୁ କାଉଣ୍ଟର କରିଛନ୍ତି ବିଜେଡି ପୂର୍ବତନ ବିଧାୟକ ଉମା ସାମନ୍ତରାୟ ।

No Existence Of BJD (ETV Bharat Odisha)

'ବିଜେଡିରେ ନାହିଁ ବାକ ସ୍ୱାଧୀନତା'

ରାଜ୍ୟସଭା ସାଂସଦ ପଦ ଓ ବିଜେଡିରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହୋଇଛନ୍ତି ମମତା ମହନ୍ତ । ମମତା ପଦ ସହ ଦଳରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେବା ଘଟଣାକୁ ନେଇ ବୟାନବାଜି ଥମୁନାହିଁ । ଏବେ ବିଜେପି ନେତା ତଥା ଜୟଦେବ ନିର୍ବାଚନ ମଣ୍ଡଳୀରୁ ପୂର୍ବରୁ ବିଜେଡି ବିଧାୟକ ରହିଥିବା ଅରବିନ୍ଦ ଢାଲି ମୁହଁ ଖୋଲିଛନ୍ତି । ଅରବିନ୍ଦ କହିଛନ୍ତି, "ବର୍ତ୍ତମାନ ବିଜେଡି ଉପରେ ସମସ୍ତେ ଅସନ୍ତୁଷ୍ଟ ଅଛନ୍ତି । ଦଳ ଭିତରେ ଥିବା ଲୋକ ମଧ୍ୟ ଅଧିକ ଅସନ୍ତୁଷ୍ଟ । ବିଜେଡିରେ ସ୍ୱାଧୀନତା ନାହିଁ । ମୁଁ ବିଜେଡିରେ ଥିବାବେଳେ ଏକଦମ କଣଠେସା ହୋଇଥିଲି । ସମ୍ପୂର୍ଣ୍ଣ ଭାବେ ମୁଁ ଅଣନିଶ୍ୱାସୀ ହୋଇଯାଇଥିଲି । ବିଜେଡିରେ ବାକ ସ୍ୱାଧୀନତା ନାହିଁ । ବିଜେଡି ସଭାପତିକୁ କେହି ଦେଖା କରିପାରିବେ ନାହିଁ । ଗତ 5 ବର୍ଷ ବିଧାୟକ ରହିଲି କିନ୍ତୁ ବିଜେଡି ସଭାପତିଙ୍କୁ ଦେଖା କରିପାରିଲି ନାହିଁ । ମନ୍ତ୍ରୀ, ବିଧାୟକ, ସାଂସଦ କେହି ଭେଟି ପାରୁନଥିଲେ । ଜଣେ ଲୋକଙ୍କ ଅନୁମତିରେ ଦେଖା କରିହେବ ।"

ବିଜେଡି ହେବ ଖଣ୍ଡ ବିଖଣ୍ଡିତ:

ଅରବିନ୍ଦ ଆହୁରି ମଧ୍ୟ କହିଛନ୍ତି, "ବିଜେଡିରେ ପାଣ୍ଡିଆନ ହିଁ ସ‌ର୍ବେସର୍ବା ଥିଲେ । ସେ ଚାହିଁଲେ ଭେଟିବେ ନହେଲେ ନାହିଁ । ଆମେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀଙ୍କୁ 5 ଥର ଭେଟି ସାରିଲୁଣି । ମନ୍ତ୍ରୀଙ୍କୁ ମଧ୍ୟ ଭେଟି ଆମେ ବିଭିନ୍ନ ଅଭିଯୋଗ କରୁଛୁ । କାମ ବି ହେଉଛି । ଭବିଷ୍ୟତରେ ବିଜେଡି ଆଉ ରହିବ ନାହିଁ । ବିଜେଡି ବସା ଖାଲି ହୋଇଯିବ । ବିଜେଡିର ଯେଉଁ ଅବସ୍ଥା ଖଣ୍ଡବିଖଣ୍ଡିତ ହେଇଯିବ । ଦଳୀୟ ନେତାଙ୍କୁ ସେମାନେ ରଖିପାରିବେ ନାହିଁ। ବିଜେଡି ଭିତରେ ଦ୍ବନ୍ଦ୍ୱ ଚାଲିବ । ବିଜେପି ହେଉଛି ଏକ ଜାତୀୟ ଦଳ । ଜାତୀୟ ଦଳର କେବେ ବି ବିଲୟ ହୁଏ ନାହିଁ । ସଂସ୍ଥାପକଙ୍କ ଆବର୍ତ୍ତମାନରେ ଆଞ୍ଚଳିକ ଦଳ ତିଷ୍ଠି ରହିପାରେ ନାହିଁ ।"

ବିଜେପିକୁ ବିଜେଡିର କାଉଣ୍ଟର:

ବିଜେପି ନେତା ଅରବିନ୍ଦ ଢାଲିଙ୍କୁ ଜୋରଦାର କାଉଣ୍ଟର କରିଛନ୍ତି ବିଜେଡି ନେତା ଉମା ସାମନ୍ତରାୟ । ଉମା କହିଛନ୍ତି, "ଯେଉଁମାନେ ରଙ୍ଗ ବଦଳାନ୍ତି, ସେହି ଚରିତ୍ର ସେମାନଙ୍କୁ ଜଣାପଡିଥାଏ । ବିଜେଡି ଆଜି ବି ଏକ ଶକ୍ତିଶାଳୀ ଦଳ । ଆଜିର ଦିନରେ ଲୋକେ ଅନୁତାପ କରୁଛନ୍ତି । ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କର ବିଶ୍ୱାସ ଓ କୃତଜ୍ଞତା ରହିଛି । ବିଜେଡି ଉପରେ ବର୍ତ୍ତମାନର ପରିସ୍ଥିତି କୌଣସି ପ୍ରଭାବ ପକାଇବ ନାହିଁ । ଅତୀତରେ ଯେଉଁଭଳି ଶକ୍ତିଶାଳୀ ଥିଲା ଆଗାମୀ ଦିନରେ ସେମିତି ଶକ୍ତିଶାଳୀ ହୋଇ ଛିଡା ହେବ । ସବୁବେଳେ ନବୀନ ବାବୁ ସମସ୍ତଙ୍କୁ ଦେଖା କରନ୍ତି ଓ କଥାବାର୍ତ୍ତା କରନ୍ତି । ଯେଉଁମାନଙ୍କ ସ୍ଥିତି ଟଳମଳ ସେମାନେ ପ୍ରଲୋଭିତ ହୋଇ ବିଜେପିକୁ ଯାଉଛନ୍ତି । ନିର୍ବାଚନରେ ହାର ଜିତ ଲାଗି ରହିଥାଏ । ଲୋକ ତାଙ୍କୁ ଭୋଟ ଦେଇ ସରକାରକୁ ଆଣିଛନ୍ତି, ଏବେ ଅନୁଭବ କରିସାରିଲେଣି, ସରକାର କେମିତି ଚାଲିଛି ।"

ଏହା ବି ପଢନ୍ତୁ...ରାଜନୀତି ପାରା ବଢାଇଲା ମମତାଙ୍କ ଇସ୍ତଫା: ବିଜେପି କହିଲା ଫିଲ୍ମ ଅଭି ବାକି ହୈ, ବିଜେଡି ଦେଲା ବଡ଼ ବୟାନ - Politics On MAMATA MOHANTA RESIGN

ବିଜେଡି ଛାଡି ବିଜେପିରେ ମିଶିଲେ ମମତା:

ବିଜେଡି ଓ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବାର ଦିନକ ପରେ ବିଜେପିରେ ସାମିଲ ହୋଇଛନ୍ତି ମମତା । ଗତକାଲି (ଗୁରୁବାର) ବିଜେପି ଦିଲ୍ଲୀ ମୁଖ୍ୟାଳୟରେ ସାଧାରଣ ସମ୍ପାଦକ ଅରୁଣ ସିଂହଙ୍କ ଉପସ୍ଥିତିରେ ମମତା ମହନ୍ତ ବିଜେପି ଦଳରେ ଯୋଗ ଦେଇଛନ୍ତି । ବିଜେଡିରେ ଅଣଦେଖା କରାଯାଉଥିବା ଅଭିଯୋଗ କରି ସେ ଇସ୍ତଫା ଦେଇଥିଲେ, ଯାହା ଲୋକସଭା ଓ ବିଧାନସଭା ନିର୍ବାଚନ ପରେ ବିଜେଡି ପାଇଁ ବଡ଼ ଝଟକା ଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.