ETV Bharat / politics

ନବୀନଙ୍କ ନାଁ ବିନା ୱାର୍ଡମେମ୍ବର ଜିତିପାରିବେନି ଭର୍ତ୍ତୃହରି ଓ ସିଦ୍ଧାନ୍ତ: ମୁନ୍ନା ଖାଁ - BJD MP Munna Khan

author img

By ETV Bharat Odisha Team

Published : Mar 28, 2024, 7:47 PM IST

BJD MP Munna Khan: ବିଜେପିରେ ସାମିଲ ହେବା ପରେ ଭର୍ତ୍ତୃହରି ମହତାବ ଓ ସିଦ୍ଧାନ୍ତ ମହାପାତ୍ରଙ୍କୁ ବିଜେଡି ସାଂସଦ ମୁନ୍ନା ଖାଁଙ୍କ କଟାକ୍ଷ । କହିଲେ ନବୀନଙ୍କ ନାଁ ବିନା ୱାର୍ଡମେମ୍ବର ଜିତିପାରିବେନି ଭର୍ତ୍ତୃହରି ଓ ସିଦ୍ଧାନ୍ତ । ଅଧିକ ପଢନ୍ତୁ

BJD MP Munna Khan
BJD MP Munna Khan

ନବୀନଙ୍କ ନାଁ ବିନା ୱାର୍ଡମେମ୍ବର ଜିତିପାରିବେନି ଭର୍ତ୍ତୃହରି ଓ ସିଦ୍ଧାନ୍ତ: ମୁନ୍ନା ଖାଁ

ଭୁବନେଶ୍ବର: ନବୀନଙ୍କ ବିନା ଭର୍ତ୍ତୃହରି ମହତାବ ଓ ସିଦ୍ଧାନ୍ତ ମହାପାତ୍ର ବିଗ ଜିରୋ । ଉଭୟ ବିଜେଡି ଓ ନବୀନଙ୍କ ଦୟାରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଜଣେ ୨୬ ବର୍ଷ ଏବଂ ଜଣେ ୧୦ ବର୍ଷ ସାଂସଦ ଥିଲେ । ସେମାନଙ୍କର ନିଜସ୍ବ ବୋଲି କିଛି ନଥିଲା ନା ଭବିଷ୍ୟତରେ ଅଛି । ଉଭୟ ନେତା ଆଜି (ଗୁରୁବାର) ଦିଲ୍ଲୀ ମୁଖ୍ୟାଳୟରେ ବିଜେପିରେ ସାମିଲ ହେବା ପରେ ଏହା କହିଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ମୁନ୍ନା ଖାଁ ।

କଟକର ସାଂସଦ ଭର୍ତ୍ତୃହରି ମହତାବ ଓ ବ୍ରହ୍ମପୁରର ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର । ବିଜେଡି ଟିକେଟରେ ଭର୍ତ୍ତୃହରି ମହତାବ କଟକରୁ ୬ ଥର ଓ ସିଦ୍ଧାନ୍ତ ମହାପାତ୍ର ବ୍ରହ୍ମପୁରରୁ ୨ ଥରର ସାଂସଦ । ଆଜି ଅପରାହ୍ନରେ ଉଭୟ ବିଜେପିରେ ସାମିଲ ହୋଇଛନ୍ତି । ଉଭୟ ଆଜି ଦିଲ୍ଲୀରେ ବିଜେପିରେ ମିଶିବା ପରେ ପ୍ରତିକ୍ରିୟା ରଖିଛି ବିଜେଡି । ରାଜ୍ୟସଭା ସାଂସଦ ମୁନ୍ନା ଖାଁ କହିଛନ୍ତି ଯେ, ନବୀନଙ୍କ ବିନା ଭର୍ତ୍ତୃହରି ଓ ସିଦ୍ଧାନ୍ତ ହେଉଛନ୍ତି ବିଗ ଜିରୋ । ଜଣେ ୨୬ ବର୍ଷ ସାଂସଦ ଥିଲେ ଏବଂ ଜଣେ ୧୦ ବର୍ଷ ସାଂସଦ ଥିଲେ । ଉଭୟ ବିଜେଡି ଓ ନବୀନଙ୍କ ଦୟାରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ସେମାନଙ୍କର ନିଜସ୍ବ ବୋଲି କିଛି ନଥିଲା ନା ଭବିଷ୍ୟତରେ ଅଛି । ଦୁଇ ଜଣ ନବୀନ ବାବୁଙ୍କ ଦୟା ଓ ଆଶୀର୍ବାଦରୁ ସାଂସଦ ହୋଇଥିଲେ ।

ଏହା ବି ପଢନ୍ତୁ- BJP କ୍ୟାମ୍ପରେ ଭେଟେରାନ BJD ନେତା ଭର୍ତ୍ତୃହରି ଏବଂ ସିଦ୍ଧାନ୍ତ, ପଦ୍ମ ଧରିଲେ ପଦ୍ମଶ୍ରୀ ଦମୟନ୍ତୀ

ନବୀନ ପଟ୍ଟନାୟକଙ୍କୁ ଛାଡ଼ିଦେଲେ ସେମାନେ ୱାର୍ଡ ମେମ୍ବର ହେବା ପାଇଁ ଯୋଗ୍ୟ ନୁହଁନ୍ତି । ଉଭୟ ନବୀନ ବିନା ବିଗ ଜିରୋ । ନବୀନ ବାବୁଙ୍କ ଭଳି ନିରୀହ ଲୋକ ସେମାନଙ୍କ ଉପରେ ଦୟା କରିଥିଲେ । ସେମାନଙ୍କୁ ରିପିଟ ନକରିବାକୁ ମୁଁ ସେବେ ବିରୋଧ କରିଥିଲି । ୧୦ ବର୍ଷ ସାଂସଦ ଥିଲେ, ସୁଦ୍ଧାନ୍ତ ଗୋଟିଏ ଦିନ ସଂସଦରେ ପ୍ରଶ୍ନ ଟିଏ ପଚାରିନାହାନ୍ତି । ଯେଉଁଠି ଯୋଗ ଦେଇଛନ୍ତି ସେମାନେ ପରେ ବୁଝିବେ । ବିଜେପି ଖୁବ କମ ଦିନରେ ଜାଣିଯିବ ଉଭୟ ଭର୍ତ୍ତୃହରି ଓ ସିଦ୍ଧାନ୍ତ ଦଳ ପାଇଁ କେତେ ଉପଯୋଗୀ । ସେମାନଙ୍କର କିଛି ନାହିଁ । ନବୀନ ବାବୁ ବହୁତ ଥର ଏମାନଙ୍କୁ ସାଂସଦ କଲେ । ନବୀନ ବାବୁଙ୍କୁ ଛାଡି ଯାଇଛନ୍ତି ସେମାନେ ତାର ଫଳ ନିଶ୍ଚୟ ଭୋଗିବେ । ଉଭୟ ବିଜେଡି ଛାଡି ବିଜେପିରେ ମିଶିଲେ ମଧ୍ୟ ଏହାର ପ୍ରଭାବ ଦଳ ଉପରେ ଆଦୌ ପଡିବ ନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.