ETV Bharat / politics

ବଲାଙ୍ଗୀରରେ ବିଜେଡି ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂହ ଭୋଇଙ୍କ ବିରାଟ ଶୋଭାଯାତ୍ରା - Lok Sabha Election 2024

Surendra Singh Bhoi Begins Campaign: ବଲାଙ୍ଗୀରରେ ପ୍ରଚାର ଆରମ୍ଭ କଲେ ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂହ ଭୋଇ । ବିରାଟ ଶୋଭାଯାତ୍ରା କରି ମାଗିଲେ ଭୋଟ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Apr 8, 2024, 2:11 PM IST

SURENDRA SINGH BHOI
SURENDRA SINGH BHOI
SURENDRA SINGH BHOI

ବଲାଙ୍ଗୀର: ପାଖେଇ ଆସୁଛି ସାଧାରଣ ନିର୍ବାଚନ । ଟିକଟ ପାଇବା ପରେ ପ୍ରଚାର ଆରମ୍ଭ କରିଦେଇଛନ୍ତି ତିନି ଦଳର ପ୍ରାର୍ଥୀ । ବଲାଙ୍ଗୀରରେ କମ୍ପୁଛି ପ୍ରଚାର ମଇଦାନ । ବିଜେଡି ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀ ହଜାର ହଜାର କର୍ମୀଙ୍କ ସହ ରୋଡ ସୋ କରୁଛନ୍ତି । ରବିବାର ବିଜେଡି ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂହ ଭୋଇ ଶକ୍ତି ପ୍ରଦର୍ଶନ କରିଥିଲେ । ସୋନପୁର ଦେଇ ବଲାଙ୍ଗୀର ଆସିଥିବା ବେଳେ ଲୋଇସିଂହା ଓ ପୁଇଁତଲା ଠାରେ ବିଜେଡି ପାର୍ଥୀ ନିହାର ରଞ୍ଜନ ବେହେରା ସୁରେନ୍ଦ୍ର ସିଂହ ଭୋଇଙ୍କୁ ସ୍ୱାଗତ ଜଣାଇଥିଲେ।

ସେହିପରି ସୁରେନ୍ଦ୍ର ସିଂହ ଭୋଇ ବଲାଙ୍ଗୀରରେ ପହଞ୍ଚିବା ପରେ ବିଧାୟକ ପାର୍ଥୀ କଲିକେଶ ନାରାୟଣ ସିଂହ ଦେଓ ଓ ତାଙ୍କ ସମର୍ଥକ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ । ବଲାଙ୍ଗୀରୁ ଏକ ବିରାଟ ରୋଡ ସୋରେ ବିଜେଡି ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂହ ଭୋଇ ବାହାରି ମା' ସମଲେଇ ଓ ପାଟଣେଶ୍ୱରୀଙ୍କ ଦର୍ଶନ କରିଥିଲେ । ଏହାପରେ ସଇଁତଳା ସ୍ଥିତ ବାସଭବନରେ ମନ୍ତ୍ରୀ ଟୁକୁନି ସାହୁ ଓ ସମର୍ଥକ ତାଙ୍କୁ ସ୍ୱାଗତ କରିଥିଲେ । ପରେ ସଇଁତଲା ସହରରେ ବିରାଟ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-ସୁରେନ୍ଦ୍ର ସିଂହଙ୍କୁ ବଲାଙ୍ଗୀର ଲୋକସଭା ଟିକେଟ୍, କହିଲେ ନବୀନଙ୍କ ବିକାଶ ଲହରରେ ବିଜୟ ନିଶ୍ଚିତ - Lok sabha polls 2024

ନିକଟରେ କଂଗ୍ରେସରୁ ଇସ୍ତଫା ଦେଇ ବିଜେଡିରେ ମିଶିଥିଲେ ସୁରେନ୍ଦ୍ର ସିଂହ ଭୋଇ । ଚଳିତ ଥର ବଲାଙ୍ଗୀର ଆସନରୁ ସାଂସଦ ପ୍ରାର୍ଥୀ ଭାବେ ଲଡିବାକୁ ବିଜେଡି ତାଙ୍କୁ ଟିକେଟ ଦେଇଛି । ଟିକେଟ ମିଳିବା ପରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଓ ଅନ୍ୟ ଶୀର୍ଷ ନେତାଙ୍କୁ ଧନ୍ୟବାଦ ଦେଇଛନ୍ତି । ସେହିପରି ସୋନପୁର ଜିଲ୍ଲା ଓ ବଲାଙ୍ଗୀର ଜିଲ୍ଲାର ସମସ୍ତଙ୍କ ବିଜେଡି କର୍ମୀଙ୍କୁ ସମ୍ବର୍ଦ୍ଧନା ପାଇଁ ଧନ୍ୟବାଦ ଜଣାଇଛନ୍ତି । ବିଜେଡିର ଏହି ଏକତା ଏବଂ ଲୋକପ୍ରିୟତା ପାଇଁ ବଲାଙ୍ଗୀରରେ ବିଜେଡି ପୁଣି ସଫଳ ହେବ ବୋଲି ସେ କହିଛନ୍ତି ।

1995 ଓ 2000 ଯାଏଁ ସଇଁତଳା ବିଧାନସଭା ଆସନରୁ କଂଗ୍ରେସ ବିଧାୟକ ରହିଥିଲେ ସୁରେନ୍ଦ୍ର ସିଂହ ଭୋଇ । 2009 ନିର୍ବାଚନରେ ଟିଟିଲାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଲଢି ପୁଣିଥରେ ବିଜୟୀ ହୋଇଥିଲେ । ସେ ଥରେ ମନ୍ତ୍ରୀ ଓ ଥରେ ବିରୋଧୀ ଦଳ ନେତା ଭାବରେ ଦାୟିତ୍ୱ ତୁଲାଇ ଥିଲେ । ଦୀର୍ଘ 38 ବର୍ଷ କାଳ ସେ କଂଗ୍ରେସ ଦଳର ଥିଲେ । କିଛି ଦିନ ପୂର୍ବରୁ ସେ କଂଗ୍ରେସ ଛାଡି ବିଜେଡିରେ ମିଶିଥିଲେ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.