ETV Bharat / politics

ସମୀରଙ୍କ ସମର୍ଥକଙ୍କ ରଣହୁଙ୍କାର ପରେ ନିମାପଡ଼ାରେ ଆଧିପତ୍ୟ ଜାହିର କଲେ ଦିଲ୍ଲୀପ - DILLIP NAYAK POWER SHOW

author img

By ETV Bharat Odisha Team

Published : May 5, 2024, 11:07 PM IST

BJD MLA Candidate Dillip Nayak Power Show: ନିମାପଡ଼ାରେ ସମୀରଙ୍କ ସମର୍ଥକ ସମୂହ ଇସ୍ତଫା ଦେବାର କେଇ ଘଣ୍ଟା ପରେ ନିଜ ଶକ୍ତି ଦେଖାଇଲେ ନିମାପଡ଼ା ନିର୍ବାଚନ ମଣ୍ଡଳୀ ବିଜେଡି ବିଧାୟକ ପ୍ରାର୍ଥୀ ଦିଲ୍ଲୀପ । ଅଧିକ ପଢ଼ନ୍ତୁ

ନିମାପଡ଼ାରେ ଆଧିପତ୍ୟ ଜାହିର କଲେ ଦିଲ୍ଲୀପ
ନିମାପଡ଼ାରେ ଆଧିପତ୍ୟ ଜାହିର କଲେ ଦିଲ୍ଲୀପ (Etv Bharat Odisha)

ନିମାପଡ଼ା: ନିର୍ବାଚନ ପାଖେଇ ଆସୁଥିବା ବେଳେ ନିମାପଡ଼ା ରାଜନୀତିରେ ଦେଖିବାକୁ ମିଳୁଛି ହାଇପ୍ରୋଫାଇଲ ଡ୍ରାମା । ଗତକାଲି (ଶନିବାର) ନିମାପଡ଼ାରେ ସମୀରଙ୍କ ସମର୍ଥକ ବିଜେଡିରୁ ସମୂହ ଇସ୍ତଫା ଦେଇଥିଲେ । ଏପଟେ ସମାନ ଢ଼ଙ୍ଗରେ ସମାନ ସ୍ଥାନରେ ଆଜି ଶକ୍ତି ପ୍ରଦର୍ଶନ କରି ଦମ ଦେଖାଇଛନ୍ତି ନିମାପଡ଼ା ବିଜେଡି ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ନାୟକ ଓ ତାଙ୍କ ସମର୍ଥକ । ଗତକାଲି ବିଭିନ୍ନ ପଦ ପଦବୀରୁ ସମୀରଙ୍କ ସମର୍ଥକ ଇସ୍ତଫା ଦେଇଥିବା ବେଳେ ଆଜି ସେହି ସ୍ଥାନରେ ଶକ୍ତି ପ୍ରଦର୍ଶନ କରି ଦିଲ୍ଲୀପ ନିଜର ଆଧିପତ୍ୟ ଜାହିର କରିଛନ୍ତି ।

ନିମାପଡାରେ ନିଜ ନିଜ ଭିତରେ ବଳ କଷାକଷି ହେଉଛନ୍ତି ବିଜେଡି ନେତା । ବିଜେଡ଼ି ଗୋଷ୍ଠୀ କନ୍ଦଳ ଧୀରେ ଧୀରେ କୁହୁଳିବାରେ ଲାଗିଛି । ଗତକାଲି ଖୋଲା ମଞ୍ଚରେ ବିଜେଡିର ଅନେକ ନେତୃତ୍ବ ତାଙ୍କ ପଦବୀରୁ ସମୂହ ଇସ୍ତଫା ଦେଇଥିଲେ । ଯେଉଁଥିରେ ବ୍ଲକ ସଭାପତିଙ୍କ ଠାରୁ ଆରମ୍ଭ କରି, ଯୁବ, ଛାତ୍ର ମହିଳା ସଭାନେତ୍ରୀ ରହିଥିବା ବେଳେ ନିର୍ବାଚିତ ବିଜେଡି କାଉନସିଲର, ଏନଏଏସି ଉପାଧ୍ୟକ୍ଷ, ବ୍ଲକ ଅଧକ୍ଷ ଓ ଉପାଧ୍ୟକ୍ଷ ଇସ୍ତଫା ପ୍ରଦାନ କରିଥିଲେ । ଏହାସହ ବିଜେଡି ସମର୍ଥିତ ସରପଞ୍ଚ ଓ ନୋମିନ ସମୂହ ଇସ୍ତଫା ପତ୍ର ପ୍ରଦାନ କରି ରାଜ୍ୟ ରାଜନୀତିରେ ରାଜନୈତିକ ଉଷ୍ମତା ସୃଷ୍ଟି କରିଥିଲେ । ଇସ୍ତଫା ପ୍ରଦାନ କରିଥିବା ବିଜେଡିର ଆଗ ଧାଡ଼ିର ନେତୃତ୍ବମାନେ ନିମାପଡ଼ା ବିଜେଡି ବିଧାୟକ ପ୍ରାର୍ଥୀଙ୍କୁ ଖୋଲା ଖୋଲି ବିରୋଧ କରିବା ସହିତ ରାଜ୍ୟ ନେତୃତ୍ବକୁ ଆଜି ସନ୍ଧ୍ୟା ସୁଦ୍ଧା ସମୟ ଦେଇଥିଲେ । ମାତ୍ର ସମୀରଙ୍କ ସମର୍ଥକମାନଙ୍କ ରଣ ହୁଙ୍କାର କେଇ ଘଣ୍ଟା ନ ପୁରୁଣୁ ସମାନ ଢଙ୍ଗରେ ସମାନ ସ୍ଥାନରେ ଦିଲ୍ଲୀପ ନିଜ ସମର୍ଥକଙ୍କ ସହ ଶକ୍ତି ପ୍ରଦର୍ଶନ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ପୁଣି ଶକ୍ତି ଦେଖାଇଲେ ସମୀର; ବିଜେଡିରୁ ସମୂହ ଇସ୍ତଫା ଦେଲେ ସମର୍ଥକ - Samir Dash Supporters Resigned

ସେପଟେ ନିମାପଡ଼ାରେ ଚାଲିଥିବା ଶୀତଳ ଯୁଦ୍ଧକୁ ନେଇ ପୁରୀ ଜିଲ୍ଲା ସଭାପତି ଦିବାକର ପାତ୍ର କହିଛନ୍ତି, "ବିଜେଡି ବିଜେଡି ଭିତରେ ଲଢେଇ ଜମାରୁ ନାହିଁ । ପୁରୀ ଜିଲ୍ଲା ଏକ ଶୃଙ୍ଖଳିତ ଜିଲ୍ଲା । ପୁରୀ ସଂସଦୀୟ କ୍ଷେତ୍ରର ସମସ୍ତ ବିଜେଡି ବିଧାୟକ ପ୍ରାର୍ଥୀ ବିଜୟୀ ହେବେ । ସମୟକୁ ଅପେକ୍ଷା କରନ୍ତୁ, ଯେଉଁମାନେ ବିଜେଡିରୁ ଇସ୍ତଫା ଦେଇଥିଲେ 90 ଭାଗ ଆସି ପୁଣିଥରେ ସାମିଲ ହେବେ । ସମୀର ଦାସ ବିଜେଡିରେ ଅଛନ୍ତି । ବିଜେଡିରେ କୌଣସି ବିଦ୍ରୋହ ନାହିଁ ।" ସେପଟେ ସମୀର ଓ ଦିଲ୍ଲୀପଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଉପରେ ଖୁବଶୀଘ୍ର ପୂର୍ଣ୍ଣଛେଦ ପଡିବ । ପରିବାର ଭିତରେ ଆଉ ଗୋଟିଏ ପରିବାର ସ୍ଥାନ ନାହିଁ ବୋଲି ବିଜେଡି ନେତା କହିଛନ୍ତି । ଅନ୍ୟପଟେ ଠିକଣା ସମୟରେ ଠିକ ନିଷ୍ପତ୍ତି ବିଜେଡି ସୁପ୍ରିମୋ ନେବେ । ଯିଏ ନେତୃତ୍ବଙ୍କ ନିଷ୍ପତ୍ତିକୁ ବିରୋଧ କରୁଛି କରୁ । ଏହା ନିର୍ବାଚନ ଫଳାଫଳରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି କିଛି ବିଜେଡି ନେତୃତ୍ବ କହିଛନ୍ତି ।

ଇଟିଭି ଭାରତ, ନିମାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.