ETV Bharat / politics

କଂଗ୍ରେସରେ ମିଶିଲେ ବିଜେଡିର ଟାଣୁଆ ନେତା ଅସିତ ପଟ୍ଟନାୟକ, ଦଳରେ ଚାପ ପଡୁଥିବା ଆଣିଲେ ଅଭିଯୋଗ - Asit Pattnaik Joins Congress

author img

By ETV Bharat Odisha Team

Published : Apr 11, 2024, 10:34 PM IST

Asit Pattnaik Joins Congress: ବିଜେଡି ଛାଡିଛନ୍ତି ଭଦ୍ରକ ବିଜେଡ଼ିର ଟାଣୁଆ ନେତା ଅସିତ ପଟ୍ଟନାୟକ। ଦଳରେ ଚାପ ପଡୁଥିବା ନେଇ ସେ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ

Asit Pattnaik Joins Congress
Asit Pattnaik Joins Congress
Asit Pattnaik Joins Congress

ଭୁବନେଶ୍ବର: କଂଗ୍ରେସରେ ମିଶିଲେ ବିଜେଡିର ଟାଣୁଆ ନେତା ଅସିତ ପଟ୍ଟନାୟକ । ସେ କହିଛନ୍ତି, "ବିଜେଡି ପ୍ରାର୍ଥୀ ଚୟନ ନେଇ ଭଦ୍ରକବାସୀ ସ୍ତବ୍ଧ, ମର୍ମାହତ। ଭଦ୍ରକରୁ ମୋତେ ଦଳ ଛାଡିବା ପାଇଁ ପ୍ରବଳ ଚାପ ରହିଲା। ବିଜେଡିରୁ ଯିଏ ପ୍ରାର୍ଥୀ ହୋଇଛନ୍ତି ତାଙ୍କ ବିରୋଧରେ ED ଯାଞ୍ଚ ହେଉଛି।ଭଦ୍ରକବାସୀ ଚାହୁଁଛନ୍ତି ବିଜେଡି ଯେଉଁ ନିଷ୍ପତ୍ତି ନେଇଛି ତାହା ବିରୋଧରେ ସ୍ୱର ଉତ୍ତୋଳନ କରାଯାଉ । ପିସିସି ଚାହିଁଲେ ଭଦ୍ରକ ଜିଲ୍ଲାରେ 3ଟି ସିଟ୍ କଂଗ୍ରେସ ଜିତିବ।"

ଗୋଟିଏ ପଟେ ବିଜେଡି ପକ୍ଷରୁ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଥିବାବେଳେ ଅନ୍ୟପଟେ ଦଳ ଛାଡିଛନ୍ତି ଭଦ୍ରକ ବିଜେଡ଼ିର ଟାଣୁଆ ଯୁବ ନେତା ଅସିତ ବା ବୁଲୁ ପଟ୍ଟନାୟକ । ବିଜୁ ଜନତା ଦଳ ଭଦ୍ରକ ଜିଲ୍ଲା ଉପସଭାପତି ତଥା ମଧୁବାବୁ ପେନସନ୍ ଯୋଜନାର ମୁଖ୍ୟ ଉପଦେଷ୍ଟା ଅସିତ ପଟ୍ଟନାୟକ ତାଙ୍କର ଶହ ଶହ ସମର୍ଥକଙ୍କ ସହିତ କଂଗ୍ରେସରେ ସାମିଲ ହୋଇଛନ୍ତି । ବହୁ ପୂର୍ବତନ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦର ସଦସ୍ୟ, ବିଭିନ୍ନ ପଞ୍ଚାୟତର ସରପଞ୍ଚଙ୍କ ସମେତ ହଜାରରୁ ଅଧିକ ସମର୍ଥକଙ୍କ ସହିତ ଆସି ସେ ଦଳରେ ଯୋଗ ଦେଇଛନ୍ତି । ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ, ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତଚରଣ ଦାସ, ମେନିଫେଷ୍ଟୋ କମିଟିର ଅଧ୍ୟକ୍ଷ ପଞ୍ଚାନନ କାନୁନ୍‌ଗୋ, ପ୍ରଚାର କମିଟିର ଉପାଧ୍ୟକ୍ଷଙ୍କ ଉପସ୍ଥିତିରେ ସେମାନେ ଦଳରେ ସାମିଲ ହୋଇଛନ୍ତି ।

ଏହା ବି ପଢନ୍ତୁ...ଛିଡ଼ୁଛି ହାତ, ବିଜେଡିରେ ମିଶିଲେ ପିସିସି ସମ୍ପାଦକ ପ୍ରଫୁଲ୍ଲ ସୁନ୍ୟାନି - BJD Joining Program

ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ଅସିତଙ୍କ ଯୋଗଦାନ ଦ୍ଵାରା କେବଳ ଭଦ୍ରକ ଜିଲ୍ଲା ନୁହେଁ ସାରା ଓଡ଼ିଶାରେ କଂଗ୍ରେସ ଅଧିକ ଶକ୍ତିଶାଳୀ ହେଲା । ଓଡ଼ିଶାରେ କଂଗ୍ରେସ ସରକାର କରିବ । ଏହା ଏକମାତ୍ର ଝଲକ ।" ସେପଟେ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, "ଆଜି ସାରା ରାଜ୍ୟରେ ଜନସାଧାରଣଙ୍କୁ ଆଗକୁ ଆସିବାକୁ ପଡ଼ିବ ଏବଂ ବିଜେପି ଓ ବିଜେଡ଼ି ମିଛ ପ୍ରତାରଣା ବିରୁଦ୍ଧରେ ଏକ ହୋଇ ଓଡ଼ିଶାର ସ୍ବାର୍ଥ ଦୃଷ୍ଟିରୁ କଂଗ୍ରେସକୁ ଭୋଟ ଦେଇ ରାଜ୍ୟକୁ ରକ୍ଷା କରିବାକୁ ପଡ଼ିବ । ଉଭୟ ବିଜେଡ଼ି ଓ ବିଜେପିର ଓଡ଼ିଶାକୁ ଲୁଟ୍ କରିବା ହେଉଛି ଏକମାତ୍ର ଏଜେଣ୍ଡା । ଉଭୟ ବୁଝାମଣା ଭିତ୍ତିରେ ଓଡ଼ିଶାରେ ଲୋକସଭାଠାରୁ ଆରମ୍ଭ କରି ବିଧାନସଭା କ୍ଷେତ୍ରରେ ପ୍ରାର୍ଥୀ ଦେଇଛନ୍ତି । ସବୁଠାରୁ ଦୁଃଖର କଥା ଉଭୟ ବିଜେପି ଓ ବିଜେଡ଼ି ଭଦ୍ରକକୁ ଲୁଣ୍ଠନ କରୁଛନ୍ତି । ସେପଟେ ଅସିତ ପଟ୍ଟନାୟକ କହିଛନ୍ତି, "କଂଗ୍ରେସ ଦଳ ଆସନ୍ତା ସାଧାରଣ ନିର୍ବାଚନରେ ଭଦ୍ରକ ଜିଲ୍ଲାରେ ସଫଳତା ଲାଭ କରିବ । ମୁଁ ମୋ ଘରକୁ ଫେରିଛି । ମୁଁ ଆଜି ବହୁତ ଆନନ୍ଦିତ ଏବଂ ଗର୍ବିତ ଯେ ପ୍ରକୃତର କଂଗ୍ରେସ ଏକ ମାତ୍ର ଦଳ ଯିଏ ଓଡ଼ିଶାର ବିକାଶ କରିବ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.