ETV Bharat / politics

ଶକ୍ତିଶାଳୀ ହେଉଛି ବିଜେଡି, ନିର୍ବାଚନ ପୂର୍ବରୁ ବାରିପଦା ବିଜେପିକୁ ଝଟକା - BJD Joining Program in Baripada

BJD Joining Program: ଶେଷ ପର୍ଯ୍ୟାୟ ଅର୍ଥାତ ଜୁନ 1ରେ ନିମାପଡାରେ ହେବ ମତଦାନ । ଏହା ପୂର୍ବରୁ ବାରିପଦାରେ ଶକ୍ତିଶାଳୀ ହେଉଛି ବିଜେଡି । ଅଧିକ ପଢ଼ନ୍ତୁ...

author img

By ETV Bharat Odisha Team

Published : May 29, 2024, 1:02 PM IST

BJD Joining Program
BJD Joining Program (ETV Bharat Odisha)

ରାଇରଙ୍ଗପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାରିପଦା ଗସ୍ତ ପୂର୍ବରୁ ବିଜେପି ଦଳକୁ ବଡ଼ ଝଟକା । ବାରିପଦା ପୌରପାଳିକାର ଦୁଇ ଜଣ ବିଜେପି ୱାର୍ଡ କାଉନସିଲର ଦଳ ଛାଡି ବିଜେଡିରେ ଯୋଗଦାନ କରିଛନ୍ତି। ବାରିପଦା ସ୍ଥିତ ବିଜୁ ଭବନ ଠାରେ ଆୟୋଜିତ ମିଶ୍ରଣ ପର୍ବରେ ବାରିପଦା ପୌରପାଳିକାର ୩ ନମ୍ବର ୱାର୍ଡ କାଉନସିଲର ରାଜ ଗୁପ୍ତା ଏବଂ ୨୬ନମ୍ବର ୱାର୍ଡ କାଉନସିଲର ଭାଗ୍ୟଲକ୍ଷ୍ମୀ ନାଏକଙ୍କ ସମେତ ତାଙ୍କ ଶହ ଶହ ସମର୍ଥକ ମାନେ ଆଜି ବିଜେଡିରେ ଯୋଗଦାନ କରିଛନ୍ତି । ଭାରତର ଏକ ନମ୍ବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି, ଆଦର୍ଶ ଏବଂ ବିକାଶଧାରାରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଇଥିବା ସେମାନେ କହିଛନ୍ତି। ଫଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାରିପଦା ଗସ୍ତ ପୂର୍ବରୁ ବିଜେପିକୁ ଶକ୍ତ ଧକ୍କା ଲାଗିଛି ।

BJD Joining Program (ETV Bharat Odisha)

ଆଜି ଦୁଇ ଜଣ କାଉନସିଲର ବିଜେଡ଼ିରେ ଯୋଗଦାନ କରିବା ଫଳରେ ବାରିପଦା ପୌରପାଳିକାର ସମୁଦାୟ ୨୮ଗୋଟି ୱାର୍ଡ ମଧ୍ୟରୁ ବିଜେଡିର କାଉନସିଲର ସଂଖ୍ୟା ୨୭କୁ ଛୁଇଁଛି। ବିଜେଡି ବାରିପଦା ବିଧାୟକ ପ୍ରାର୍ଥୀ ସାନନ୍ଦ ମାର୍ଣ୍ଡି ଓ ନଗରପାଳ କୃଷ୍ଣାନନ୍ଦ ମହାନ୍ତିଙ୍କ ଉପସ୍ଥିତିରେ ମିଶ୍ରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅତିଥି ମାନେ ନୂତନ ଭାବେ ଯୋଗଦେଇଥିବା ଦୁଇ କାଉନସିଲର ଓ ତାଙ୍କ ସମର୍ଥକ ମାନଙ୍କୁ ପୁଷ୍ପଗୁଚ୍ଛ ଓ ଦଳୀୟ ଉତ୍ତରୀୟ ଦେଇ ବିଜେଡି ଦଳକୁ ସ୍ୱାଗତ କରିଥିଲେ। ମୟୂରଭଞ୍ଜ ଲୋକସଭା ସାଂସଦ ପ୍ରାର୍ଥୀ ସୁଦାମ ମାରାଣ୍ଡି ଓ ବାରିପଦା ବିଧାୟକ ପ୍ରାର୍ଥୀ ସାନନ୍ଦ ମାରାଣ୍ଡିଙ୍କୁ ବିପୁଳ ସଂଖ୍ୟକ ଭୋଟରେ ବିଜୟ କରିବା ପାଇଁ କାଉନସିଲର ଦ୍ୱୟ ଓ ସମର୍ଥକ ମାନେ ପ୍ରତିଶ୍ରୁତି ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.. ନିମାପଡ଼ାରେ ଶକ୍ତିଶାଳୀ ହେଉଛି ବିଜେଡି, ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଶକ୍ତ ଝଟକା - BJD Joining Program

ତେବେ ଦଳ ଛାଡିବା କାରଣରେ ସେମାନେ ବିଜେପି କେବଳ ଏକ କଥା କୁହା ଦଳ ଭାବରେ ରହିଛି ବୋଲି କହିଛନ୍ତି । ହେଲେ ବିଜେଡି ଲୋକଙ୍କ ନିକଟରେ ପହଞ୍ଚି ଶୃଙ୍ଖଳାର ସହିତ ଜନହିତକର କାର୍ଯ୍ୟ କରୁଛି ବୋଲି ୱାର୍ଡ କାଉନସିଲର ରାଜ୍ ଗୁପ୍ତା ଓ ଭାଗ୍ୟଲକ୍ଷ୍ମୀ ନାଏକ କହିଛନ୍ତି। ତେବେ ଦୁଇ ଜଣ ଯୁବ କାଉନସିଲର ନିଜ ସମର୍ଥକଙ୍କ ସହିତ ବିଜେଡିରେ ମିଶିବା ନିଶ୍ଚିତ ଦଳ ଲାଗି ସହାୟକ ହେବା ସହ ଶକ୍ତି ବୃଦ୍ଧି କରିଛି ବୋଲି ବିଜେଡି ପକ୍ଷରୁ ନେତୃବର୍ଗ କହିଛନ୍ତି। ମିଶ୍ରଣ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଉପ ନଗରପାଳ ସୀମା ଦାସ, ବାରିପଦା ନିର୍ବାଚନ ମଣ୍ଡଳୀ ସଂଯୋଜକ ପ୍ରଭାତ କୁମାର ନାୟକ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର ମହାନ୍ତି, ବିଜୁ ଛାତ୍ର ଜନତା ଦଳ ସଭାପତି ସୁନିଲ କୁମାର ନାୟକ, ବିଜୁ ଯୁବ ଜନତା ଦଳ ସଭାପତି ଅରୁଣ ବରାଡ଼, ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ଦୀପ୍ତିଲତା ଦାସ, ୱାର୍ଡ କାଉନସିଲର ଅନନ୍ତ ଦାସ ସମେତ ସମସ୍ତ ୱାର୍ଡ କାଉନସିଲର ଓ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.