ETV Bharat / politics

ଜୟଦେବରେ ଜମୁଛି ବିଜେଡି ପ୍ରଚାର - BJD Election Campaign

BJD Election Campaign: ଜୟଦେବରେ ବିଜେଡ଼ି ପକ୍ଷରୁ ଜୋରଦାର ପ୍ରଚାର କରାଯାଉଛି । ଭୁବନେଶ୍ବର ସାଂସଦ ପ୍ରାର୍ଥୀ ନିର୍ବାଚନ ପାଇଁ ତାଙ୍କର ପ୍ରଚାର ଆରମ୍ଭ କରିଛନ୍ତି । ଅଧିକ ପଢ଼ନ୍ତୁ,

author img

By ETV Bharat Odisha Team

Published : Apr 19, 2024, 7:49 PM IST

Updated : Apr 19, 2024, 8:17 PM IST

ଜୟଦେବରେ ଜମୁଛି ପ୍ରଚାର
ଜୟଦେବରେ ଜମୁଛି ପ୍ରଚାର
ଜୟଦେବରେ ଜମୁଛି ବିଜେଡି ପ୍ରଚାର

ନିଆଳି: ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ଚଳଚଞ୍ଚଳ ଦଳୀୟ ଶିବିର । ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ରାଜ୍ୟରେ ରାଜନୈତିକ ବାତାବରଣ ବେଶ ସରଗରମ ହୋଇ ଉଠିଛି । ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହେବା ପରେ ମୈଦାନକୁ ଓହ୍ଲାଇଛନ୍ତି ନେତା । ଭୋଟରଙ୍କ ନିକଟତର ହେବା ପାଇଁ କେଉଁଠି ବାଇକ ରାଲି ହେଉଛି ତ ଆଉ କେତେକ ସ୍ଥାନରେ ସଭା ସମିତି ଏବଂ ରୋଡ ସୋ କରାଯାଉଛି । ତେବେ ଖୋର୍ଦ୍ଧା ଜିଲ୍ଲା ଜୟଦେବରେ ବିଜେଡି ସାଂସଦ ଏବଂ ବିଧାୟକ ପ୍ରାର୍ଥୀ ଭୋଟରମାନଙ୍କୁ ନିଜ ସପକ୍ଷରେ ମତଦାନ କରିବା ପାଇଁ କରୁଛନ୍ତି କସରତ । ତେବେ ଆଜି ଜୟଦେବରେ ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ବାଇକ ରାଲି ଏବଂ କର୍ମୀ ସମ୍ମିଳନୀର ଆୟୋଜନ କରିଥିଲେ ।

ରାଜ୍ୟରେ ମେ 13, ମେ 20, ମେ 25 ଓ ଜୁନ 1 ତାରିଖରେ ହେବ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ମେ ୨୫ ତାରିଖରେ ଖୋର୍ଦ୍ଧାରେ ହେବ ନିର୍ବାଚନ । ଯାହା ପାଇଁ ଏବେ ଠାରୁ ଜୟଦେବ ବିଜେଡ଼ି ଚଳଚଞ୍ଚଳ ହୋଇ ଉଠିଛି । ଦଳର ଭୁବନେଶ୍ୱର ଲୋକସଭା ଆସନ ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ଜୟଦେବ ବିଧାନସଭା ଆସନ ବିଜେଡି ପ୍ରାର୍ଥୀ ନବକିଶୋର ମଲ୍ଲିକ ସମର୍ଥକଙ୍କ ସହିତ ଘନ ଘନ ପ୍ରଚାର ଚଳାଇଛନ୍ତି । ଏହି ଅବସରରେ ଆଜି ଜୟଦେବର ୧୯ ନମ୍ବର ଜୋନରେ ବାଇକ ଶୋଭାଯାତ୍ରା ଏବଂ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କର୍ମୀ ମାନଙ୍କ ସହ ଜୋନର ପାଞ୍ଚଟି ପଞ୍ଚାୟତର ବିଭିନ୍ନ ଗାଁ ଗହଳିରେ ବାଇକ ଶୋଭାଯାତ୍ରା କରି ଭୋଟର ଏବଂ ଦଳୀୟ କର୍ମୀ ମାନଙ୍କ ନିକଟରେ ପହଞ୍ଚିଥିଲେ ଲୋକସଭା ଆସନ ପ୍ରାର୍ଥୀ ମନ୍ଥଥ ।

ଏହା ମଧ୍ୟ ପଢ଼ନ୍ତୁ... ନବରଙ୍ଗପୁର ମହାସଂଗ୍ରାମ: ମାଝୀ ବନାମ ମାଝୀ ଫାଇଟ, କିଏ ମାରିବ ବାଜିମାତ୍ ? - Lok Sabha Election 2024

ପରେ ଭାକରସାହି ପଞ୍ଚାୟତସ୍ଥିତ ପୋଲଙ୍ଗା ତୋଟା ନିକଟରେ ବିଜେଡି କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଉପସ୍ଥିତ ଦଳୀୟ କର୍ମୀ ଏବଂ ଭୋଟରଙ୍କୁ ଆସନ୍ତା ନିର୍ବାଚନରେ ବିଜେଡ଼ି ଦଳର ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଭୋଟ ଦେଇ ବିଜୟୀ କରିବା ପାଇଁ ଦଳ ତରଫରୁ ଆହ୍ବାନ ଦିଆଯାଇଥିଲା । ନବୀନ ପଟ୍ଟନାୟକଙ୍କ ବିକାଶମୁଖି କାର୍ଯ୍ୟକୁ ଭୋଟରଙ୍କ ନିକଟରେ ପହଞ୍ଚାଇବା ସହିତ ବିକାଶକୁ ମୁଦ୍ଦା କରିଛି ବିଜେଡ଼ି । ଜୟଦେବ ବିଜେଡ଼ି ଗଡ ହୋଇଥିବାରୁ ଜୟଦେକୁ ପୁଣି ଥରେ ବିଜେଡ଼ି ଦଖଲ କରିବ ବୋଲି ସାଂସଦ ଓ ବିଧାୟକ ପ୍ରାର୍ଥୀ ଆଶା ପ୍ରକଟ କରିଛନ୍ତି ।‌ ସେଠାରେ ମୁଖ୍ୟମନ୍ତ୍ରୀଙ୍କୁ ଏବଂ ତାଙ୍କ ଯୋଜନାକୁ ଜନତାଙ୍କର ଅନେକ ସମର୍ଥନ ମିଳୁଥିବା ସାଂସଦ ପ୍ରାର୍ଥୀ ମନ୍ମଥ କହିଛନ୍ତି ।

ଇଟିଭି ଭାରତ, ନିଆଳି

Last Updated : Apr 19, 2024, 8:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.