ETV Bharat / politics

'ସରକାରୀ ଗାଡି ବ୍ୟବହାର କରୁଛନ୍ତି ବିଜେପି ପ୍ରାର୍ଥୀ', ସିଇଓଙ୍କ ଦ୍ବାରସ୍ଥ ବିଜେଡି - BJD MEETS CEO

author img

By ETV Bharat Odisha Team

Published : May 11, 2024, 8:46 PM IST

BJD Delegation meets CEO: ନାମାଙ୍କନ ଦାଖଲ ବେଳେ ସରକାରୀ ଗାଡି ବ୍ୟବହାର କରିଛନ୍ତି ବିଜେପି ମାହାଙ୍ଗା ପ୍ରାର୍ଥୀ ସୁମନ୍ତ ଘଡେଇ । ଫଟୋ ଓ ଭିଡିଓ ସହ ସିଇଓଙ୍କୁ ଭେଟିଲା ବିଜେଡି । ଅଧିକ ପଢ଼ନ୍ତୁ

BJD Delegation meet CEO
BJD Delegation meet CEO (ETV Bharat Odisha)

ଭୁବନେଶ୍ବର: ବିଜେପି ମାହାଙ୍ଗା ପ୍ରାର୍ଥୀ ସୁମନ୍ତ ଘଡେଇ ନାମାଙ୍କନ ଦାଖଲ ବେଳେ ସରକାରୀ ଗାଡି ବ୍ୟବହାର କରୁଥିବା ନେଇ ଅଭିଯୋଗ ଆଣିଛି ବିଜେଡି । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଛି ବିଜେଡି । ସୁମନ୍ତ ନାମାଙ୍କନ ଭରିବାକୁ ଯିବାବେଳେ ସରକାରୀ ଗାଡି ବ୍ୟବହାର କରିଥିବା ଅଭିଯୋଗ ଆଣିଛି ଦଳ । ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରି ସୁମନ୍ତ ଏପରି କରିଥିବା ଅଭିଯୋଗ କରିଛି ବିଜେଡି । ଗାଡି ବାବଦରେ ତଦନ୍ତ କରିବା ସହ ସୁମନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି ।

ବିଜେଡି ମୁଖପାତ୍ର ସୁଲତା ଦେଓ କହିଛନ୍ତି, "ବିଜେଡିର ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛୁ । ଏକ ଅଭିଯୋଗ ମଧ୍ୟ କରିଛୁ । ବାରମ୍ବାର ଆମେ ଦେଖୁଛେ ବିଜେପି ନେତାମାନେ ପ୍ରତ୍ୟେକ ଦିନ ଆଦର୍ଶ ଆଚରଣ ବିଧିର ଉଲ୍ଲଙ୍ଘନ କରୁଛନ୍ତି । ସରକାରୀ କାର୍ଯ୍ୟାଳୟରେ ବୈଠକ, ସରକାରୀ କର୍ମଚାରୀଙ୍କୁ ନିୟୋଜିତ କରି ବୈଠକ, କୃଷି ମିତ୍ର, ଏନସିସି ଅଧିକାରୀଙ୍କୁ ବ୍ୟବହାର କରିଛନ୍ତି । ଆଜି ଆଉ ଏକ ସମ୍ବେଦନଶୀଳ ଘଟଣାର ଅଭିଯୋଗ କରିବାକୁ ଆସିଛୁ ।"

ଏହା ମଧ୍ୟ ପଢ଼ନ୍ତୁ...'ଏମ୍‌ବିକେଙ୍କୁ ଫୋନ କରି ଧମକାଉଛନ୍ତି ପ୍ରଶାନ୍ତ ଜଗଦେବ'; କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି - BJD meets CEO

ତାଙ୍କ ଅଭିଯୋଗ ମୁତାବକ, ଗତକାଲି (ଶୁକ୍ରବାର) ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ସୁମନ୍ତ ଘଡେଇ ନାମାଙ୍କନରେ ସରକାରୀ ଗାଡି ବ୍ୟବହାର କରିଛନ୍ତି । ଯାହା ଆଇନ ଉଲ୍ଲଙ୍ଘନ ଓ ଆଦର୍ଶ ଆଚରଣ ବିଧିର ବିରୋଧ । ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ଲିଖିତ ଏକ ଗାଡି ଯାହାର ନମ୍ବର ରହିଛି 'OD 02 BL 1009' । ଏଥିରେ ଅନ୍‌-ଡ୍ୟୁଟି ଲେଖା ହୋଇଥିବାବେଳେ ସରକାରଙ୍କ ବିଭାଗ ସହିତ ଅନୁବନ୍ଧିତ ରହିଛି । ସୁଲତା କହିଛନ୍ତି, "ଏହାର ଫଟୋ ଓ ଭିଡିଓ ନିର୍ବାଚନ ଆୟୋଗଙ୍କୁ ଦେଇଛୁ । ଏହା ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଛୁ । ଯାହାଦ୍ବାରା ଏକ ଅବାଧ ଓ ନିରପେକ୍ଷ ନିର୍ବାଚନ ସମ୍ଭବ ହୋଇ ପାରିବ ।" ଏହି ପ୍ରତିନିଧି ଦଳରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ମୁଖପାତ୍ର ପ୍ରିୟବ୍ରତ ମାଝୀ, ଇପ୍ସିତା ସାହୁ, ମଧୁସ୍ମିତା ନାୟକ, ଓମ ପ୍ରକାଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.