ETV Bharat / politics

ବନ୍ଧୁକ, ବମ ଜରିଆରେ ନିର୍ବାଚନ ଲଢ଼ିବାକୁ ଚାହୁଁଛି ବିଜେପି: ବିଜେଡି - BJD Meets CEO

author img

By ETV Bharat Odisha Team

Published : May 20, 2024, 7:13 PM IST

BJD Meets CEO: ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ସର୍ଗିବାହାଲ ପଞ୍ଚାୟତରେ ବିଜେଡି କର୍ମୀଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ପଦ୍ମପୁରର ବିଜେପି ବିଧାୟକ ପ୍ରାର୍ଥୀ ଗୋବର୍ଦ୍ଧନ ଭୂଇଁଙ୍କ ସମର୍ଥକ ବିଜେଡି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ନେଇ ସିଇଓଙ୍କୁ ଭେଟିଛି ବିଜେଡି । ଅଧିକ ପଢ଼ନ୍ତୁ

BJD Meets CEO
BJD Meets CEO (ETV Bharat Odisha)

BJD Meets CEO (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ଆଜି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଜାରି ରହିଛି । ଏଥିରେ କିଛି କିଛି ସ୍ଥାନରେ ନିର୍ବାଚନୀ ହିଂସା ମଧ୍ୟ ଦେଖିବାକୁ ମିଳିଛି । ଆଜି ସକାଳେ ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ସର୍ଗିବାହାଲ ପଞ୍ଚାୟତରେ ବିଜେଡି କର୍ମୀଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ପଦ୍ମପୁରର ବିଜେପି ବିଧାୟକ ପ୍ରାର୍ଥୀ ଗୋବର୍ଦ୍ଧନ ଭୂଇଁଙ୍କ ସମର୍ଥକ ବିଜେଡି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ ସିଇଓଙ୍କୁ ଭେଟିଛି ବିଜେଡି । ବନ୍ଧୁକ, ବମ ଜରିଆରେ ବିଜେପି ନିର୍ବାଚନ ଲଢ଼ୁଥିବା ସହ ଏଥର ନିର୍ବାଚନରେ ଏକ ଅଲୋଡ଼ା ରେକର୍ଡ କରିବାକୁ ଚାହୁଁଛି ବୋଲି ବିଜେଡି କହିଛି । ତେଣୁ ହିଂସାକାଣ୍ଡ ଘଟାଉଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛି ବିଜେଡି ।

ବିଜେଡି ମୁଖପାତ୍ର ମଧୁସ୍ମିତା ନାୟକ କହିଛନ୍ତି, "ବନ୍ଧୁକ, ବମ ଜରିଆରେ ନିର୍ବାଚନ ଲଢ଼ିବାକୁ ଚାହୁଁଛି ବିଜେପି । ବିଜେପି ଏଥର ନିର୍ବାଚନରେ ଏକ ଅଲୋଡ଼ା ରେକର୍ଡ କରିବାକୁ ଚାହୁଁଛି । ବିଜେପି ଏଥର ନିର୍ବାଚନରେ ହିଂସାକୁ ଆୟୁଧ କରିଛି । ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ କରିବା ଲାଗି ପୂର୍ବରୁ ରାଜ୍ୟରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅନୁରୋଧ କରିଛି ବିଜେଡି । ଆଜି ସକାଳେ ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ସର୍ଗିବାହାଲ ପଞ୍ଚାୟତର ବିଜେଡି କର୍ମୀ ଦୟାନିଧି ସୁନାଙ୍କ ଉପରେ ଆକ୍ରମଣ ହୋଇଛି । ପଦ୍ମପୁରର ବିଜେପି ବିଧାୟକ ପ୍ରାର୍ଥୀ ଗୋବର୍ଦ୍ଧନ ଭୂଇଁଙ୍କ ସମର୍ଥକ ମରଣାନ୍ତକ ଆକ୍ରମଣ କରିଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...ଭଞ୍ଜନଗର ବୁଥରେ ନିର୍ବାଚନୀ ହିଂସା, ହାତିହାତି ଦୁଇ ଦଳର କର୍ମୀ - Poll Violenace In Bhanjanagar

ସେ ଆହୁରି ମଧ୍ୟ କହିଛନ୍ତି, "ବିଜେପି କେବେ ଲୋକଙ୍କ ସହିତ ନଥାଏ । ନିର୍ବାଚନ ସମୟରେ ହିଂସା କରି ଭୋଟ ହାତେଇବା ଲାଗି ଚେଷ୍ଟା କରୁଛନ୍ତି । ଓଡିଶା ଏକ ଶାନ୍ତି ପ୍ରିୟ ରାଜ୍ୟ । ଏଭଳି ଶାନ୍ତି ପ୍ରିୟ ରାଜ୍ୟରେ କିପରି ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ହେବ, ସେନେଇ ପଦକ୍ଷେପ ଲାଗି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅନୁରୋଧ କରିଛୁ । ଯେଉଁମାନେ ହିଂସା କରୁଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଗୁହାରି କରିଛୁ ।" ତେବେ ବିଜେଡିର ଏହି ପ୍ରତିନିଧି ଦଳରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ସୁଲତା ଦେଓ, ପ୍ରିୟବ୍ରତ ମାଝୀ, ଇପ୍ସିତା ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.