ETV Bharat / politics

ଫେକ ନ୍ୟୁଜ ଫାକ୍ଟ୍ରି ସାଜିଥିବା ବିଜେପି ନୈତିକତା ଭୁଲିଛି: ଭୃଗୁ ବକ୍ସିପାତ୍ର - BJD Criticizes BJP - BJD CRITICIZES BJP

BJD Criticizes BJP: ନିର୍ବାଚନୀ ହିଂସା ଓ ଦୁର୍ନୀତିଗ୍ରସ୍ତ ନେତାଙ୍କ ସମ୍ପୃକ୍ତି ପାଇଁ ବିଜେପିକୁ ସମାଲୋଚନା କରିଛି ବିଜେଡି । ବିଜେପି ହେଉଛି ଫେକ ନ୍ୟୁଜ ଫ୍ୟାକ୍ଟ୍ରି ବୋଲି କଟାକ୍ଷ କରିଛି ବିଜେପି । ଅଧିକ ପଢନ୍ତୁ

BJD Criticizes BJP Over EVM Breaking Incident and Corrupted Leaders
BJD Criticizes BJP Over EVM Breaking Incident and Corrupted Leaders (ETV Bharat Odisha)
author img

By ETV Bharat Odisha Team

Published : May 26, 2024, 7:28 PM IST

ଭୁବନେଶ୍ବର: ରାଜ୍ୟରେ ସରିଛି ତିନୋଟି ପର୍ଯ୍ୟାୟ ନିର୍ବାଚନ ମାତ୍ର ଥମୁନି ରାଜନୈତିକ ବୟାନବାଜି । ବିଜେପିର ପୂର୍ବତନ ରାଜ୍ୟ ସଭାପତି କେ.ଭି. ସିଂହଦେଓଙ୍କୁ କଡା ଜବାବ ଦେଲା ବିଜେଡି । ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନୀ ହିଂସା ଓ ଦୁର୍ନୀତିଗ୍ରସ୍ତ ନେତାଙ୍କ ସମ୍ପୃକ୍ତି ପାଇଁ ବିଜେପିକୁ କାଠଗଡ଼ାକୁ ଟାଣିଛି ବିଜେଡି ।

BJD Criticizes BJP Over EVM Breaking Incident and Corrupted Leaders (ETV Bharat Odisha)

ବିଜେଡି ନେତା ଭୃଗୃ ବକ୍ସିପାତ୍ର କହିଛନ୍ତି, "ବର୍ତ୍ତମାନ ରାଜ୍ୟରେ ରାଜନୈତିକ ଚିତ୍ର ସ୍ପଷ୍ଟ ହୋଇଛି । ଯାହା ଜଣା ପଡୁଛି, ବିଜେପି ଧରାଶାୟୀ ହେଲାଣି । ଏକପାଖିଆ ଓ ସଂଖ୍ୟା ଗରିଷ୍ଠତା ସହ ବଡ ବ୍ୟବଧାନରେ ବିଜେଡିର ବିଜୟ ସୁନିଶ୍ଚିତ । ଏହି ସମୟରେ ସ୍ବାଭାବିକ ଭାବେ ପୂର୍ବ ଦିନ ପରି ବିଜେପି ପୁରୁଣା କଥା ହାରିବା ଭୟରେ ପୁନରାବୃତ୍ତି କରୁଛି । ବିଜେପିର ଏହି ପୁନରାବୃତ୍ତି ଉକ୍ତିକୁ ନେଇ ଆମକୁ ବି ବ୍ୟସ୍ତ ଲାଗୁଛି ଯେ ଯେତେ ବୁଝାଇଲେ ବୁଝୁ ନାହାଁନ୍ତି । ସବୁ ସମୟରେ ଓଡିଶାବାସୀଙ୍କ ଦ୍ବାରା ପ୍ରତ୍ୟାଖିତ ହୋଇ ମଧ୍ୟ ବୁଝିଲେନି, ହେଲେ ଏକଥା ଲୋକେ ବୁଝିଛନ୍ତି । ତେଣୁ ବାରମ୍ବାର ପରାଜୟ ମୁହାଁ ହେଉଛି ବିଜେପି । ବିଜେପି ହାରିଲେ ପ୍ରଶାସନ, ପଇସା ବଣ୍ଟା କଥା କହୁଥିଲେ, ଆଉ ଏବେ ଚିଟଫଣ୍ଡ କଥା କହୁଛନ୍ତି ।"

ବିଜେପି ଦଳ ଚିଟଫଣ୍ଡ ମହାନାୟକଙ୍କୁ ନେଇ ବ୍ରହ୍ମପୁର ପ୍ରାର୍ଥୀ କଲେ, ତାଙ୍କୁ ପୋଷ୍ଟର ବୟ କରିଲେ, ଯେଉଁମାନେ ଚିଟଫଣ୍ଡରେ ବୁଡି ରହିଲେ ସେମାନଙ୍କୁ ଦଳ ପ୍ରାଧାନ୍ୟ ଦେଲା । ଏଭଳି ସ୍ଥିତିରେ ବିଜେପିର କି ନୈତିକତା ଅଛି ଚିଟଫଣ୍ଡ କଥା କହିବାକୁ ବୋଲି ବିଜେଡି ପ୍ରଶ୍ନ କରିଛି । ଏପରିକି ଦଳର ବଡ଼ବଡ଼ ନେତା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେଉଁ ପରି ଆକ୍ଷେପ କରିଥିଲେ ଏହି ପ୍ରସଙ୍ଗରେ ତାହା ମିଡ଼ିଆରେ ଅଛି । ହେଲେ ଆଜି ସେହି ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିବା ସହ ପୋଷ୍ଟର ବୟ କରିଛି ବିଜେପି । ଗୁଣ୍ଡାମାନଙ୍କୁ ପ୍ରାର୍ଥୀ କରିଛି ବିଜେପି କହିଛନ୍ତି ଭୃଗୁ ।

ଗତକାଲିର ଖୋର୍ଦ୍ଧାରେ ବିଜେପି ପ୍ରାର୍ଥୀଙ୍କ ଉତ୍ପାତକୁ ନେଇ ଭୃଗୁ କହିଛନ୍ତି,"ଗତକାଲି ଘଟଣା ସବୁ ସୀମାପାର ହୋଇଗଲା । ଏହା ୧୫ ବର୍ଷ ୨୦ ପୂର୍ବରୁ ଉତ୍ତର ପ୍ରଦେଶରେ ହେଉଥିଲା, ହେଲେ ଓଡ଼ିଶାରେ ହେଉନଥିଲା । ବାଲଟ ବାକ୍ସ ଭାଙ୍ଗି କି ଉଠେଇକି ନେଇଯାଉଥିଲେ । ଯାହା ଆଜି ଓଡ଼ିଶାରେ ଦେଖାଗଲା ଏଭିଏମ ମେସିନ ଭାଙ୍ଗିଥିବା ଲୋକଙ୍କୁ ବିଜେପି ପ୍ରାର୍ଥୀ କଲା । ସେହିପରି ମହିଳାଙ୍କୁ ନିର୍ଯାତନା ଦେଉଥିବା ନେତା, ଆଦିବାସୀ ଜମି ହଡପ କରୁଥିବା ଲୋକ, ବିଦେଶରେ କଳା ଧନ ରଖୁଥିବା ନେତାଙ୍କୁ ବି ବିଜେପି ପ୍ରାର୍ଥୀ କରିଛି ଆଉ ବଡ ନେତାର ତାଲିକାରେ ରଖିଲେ । ବିଗତ ଦିନରେ ଏହି ନେତା ମାନେ ହିଁ ସେମାନେ ନିଜର କାର୍ଯ୍ୟଧାରାକୁ ନେଇ ବିଜେଡିରୁ ବିଦା ବା ବହିଷ୍କୃତ ହୋଇଥିଲେ । ଏଭଳି କିଛି ଘଟଣାକୁ ନେଇ ବିଜେପି ନୀତି ନୈତିକତାରୁ ଦୂରେଇ ରହିବା କଥା । ଖାଲି ସେତିକି ନୁହେଁ ଚିଟ ଫଣ୍ଡରେ କିଏ ସାମିଲ ଓଡିଶାବାସୀ ଜାଣିଛନ୍ତି । ତେଣୁ ଏ ପ୍ରସଙ୍ଗ ଉଠାଇବା ଆଗରୁ ନିଜ ମୁହଁ ଦର୍ପଣରେ ଦେଖିବା ଉଚିତ ବିଜେପି । ବାରବାର ଓଡ଼ିଶାର ଲୋକେ ନକାରାତ୍ମକ ଭୋଟ ଦେଲା ପରେ ବିଜେପିକୁ ଯେ ଓଡ଼ିଶାର ରାଜନୈତିକ ଦାୟିତ୍ବ ନେବାରେ ତୁମର ଅଧିକାର ନାହିଁ ବୋଲି ଜନସାଧାରଣ କହୁଛନ୍ତି । ହେଲେ ମିଡ଼ିଆ ଆଗରେ ବଡ଼ ବଡ଼ ନେତାଙ୍କ ଦ୍ବାରା ବିଜେପି ସେଇ କଥା କହୁଛି । ଏପରି କୁହାଇବା ଶୋଭନୀୟ ନୁହେଁ ।"

ଏହା ମଧ୍ୟ ପଢନ୍ତୁ ... ଆଜିର ମତଦାନରେ ୬ଟି ଲୋକସଭା ଆମେ ଜିତୁଛୁ: ସମୀର ମହାନ୍ତି - BJP Leader Samir Mohanty Reaction

ବିଜେପିକୁ ତାତ୍ସଲ୍ୟ କରି ବିଜେଡି କହିଛି,"ବିଜେପି ହେଉଛି ଫେକ ନ୍ୟୁଜ ଫ୍ୟାକ୍ଟ୍ରି । ଫେକ ନ୍ୟୁଜ କହି ବିଜେପି ଦଳକୁ ଚଳାଇଛି । ତେଣୁ ନିର୍ବାଚନ ଫଳାଫଳକୁ ନେଇ ଆମର ସ୍ପଷ୍ଟ ମତ ବିଜେପି ନିର୍ବାଚନରେ ଧରାଶାୟୀ ହୋଇସାରିଲାଣି । ତେଣୁ ବିକଳ ହୋଇ ରାଜନୀତିରେ ବଞ୍ଚି ଲୋକଙ୍କ ମନର ସ୍ଥିତିକୁ ବାଟବଣା କରିବାକୁ ବିଜେପିର ଅପଚେଷ୍ଟା କରୁଛି । ଯେଉଁଥିରେ କୌଣସି ଫଳ ମିଳିବ ନାହିଁ ।" ବିଜେଡି ସ୍ପଷ୍ଟ କରି ଦେଇଛି, ଯେ ତୃତୀୟ ପର୍ଯ୍ୟାୟ ସରୁ ସରୁ ବିଜେଡିର ସ୍ପଷ୍ଟ ବହୁମତ ହୋଇଗଲାଣି । ଚତୁର୍ଥ ପର୍ଯ୍ୟାୟ ସରିବା ସୁଦ୍ଧା ଲୋକସଭା ଓ ରାଜ୍ୟସଭା ଆସନରେ ଏକ ବଡ ବ୍ୟବଧାନରେ ବଡ଼ ବିଜୟ ପାଇବା ଏକଥା ସ୍ପଷ୍ଟ ହୋଇସାରିଛି ।" ବଡ କଥା ହେଲା ଦାଗି ଲୋକଙ୍କୁ ନେଇ ନେତା କରିଛି ବିଜେପି ଯାହାକୁ ବିଜେଡି କଠୋର ଭାବରେ ନିନ୍ଦା କରୁଛି । ଏହାସହ ବିଜେଡିର ଏକ ପାଖିଆ ବିଜୟ ଭୟରେ ବିଜେପି ବିକଳରେ ତାଟିଆ କାମୁଡୁଛି ବୋଲି କହିଛନ୍ତି ବିଜେଡି ନେତା ଭୃଗୁ ବକ୍ସିପାତ୍ର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.